1 Samuel 29 (IRVO)
1 ସେହି ସମୟରେ ପଲେଷ୍ଟୀୟମାନେ ଆପଣାମାନଙ୍କ ସୈନ୍ୟସାମନ୍ତ ସକଳ ଅଫେକରେ ଏକତ୍ର କଲେ ଓ ଇସ୍ରାଏଲୀୟମାନେ ଯିଷ୍ରିୟେଲସ୍ଥ ନିର୍ଝର ନିକଟରେ ଛାଉଣି ସ୍ଥାପନ କଲେ। 2 ଏଥିରେ ପଲେଷ୍ଟୀୟମାନଙ୍କ ଅଧିପତିମାନେ ଶତ ଶତ ଓ ସହସ୍ର ସହସ୍ର ସୈନ୍ୟ ନେଇ କ୍ରମେ କ୍ରମେ ଅଗ୍ରସର ହେଲେ; ଆଉ ଦାଉଦ ଓ ତାଙ୍କର ଲୋକମାନେ ଆଖୀଶ୍ ସହିତ ପଛେ ପଛେ ଅଗ୍ରସର ହେଲେ। 3 ତହିଁରେ ପଲେଷ୍ଟୀୟ ଅଧିପତିମାନେ କହିଲେ, “ଏହି ଏବ୍ରୀୟମାନେ ଏଠାରେ କଅଣ କରୁଅଛନ୍ତି?” ତହୁଁ ଆଖୀଶ୍ ପଲେଷ୍ଟୀୟ ଅଧିପତିମାନଙ୍କୁ କହିଲେ, “ଏ କʼଣ ଇସ୍ରାଏଲର ରାଜା ଶାଉଲଙ୍କର ଦାସ ଦାଉଦ ନୁହେଁ? ସେ ଏତେ ଦିନ ଓ ଏତେ ବର୍ଷ ହେଲା ମୋʼ ସଙ୍ଗରେ ଅଛି ଓ ମୋହର ପକ୍ଷ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ତାହାଠାରେ କୌଣସି ଦୋଷ ପାଇ ନାହିଁ।” 4 ମାତ୍ର ପଲେଷ୍ଟୀୟ ଅଧିପତିମାନେ ତାହା ଉପରେ କ୍ରୁଦ୍ଧ ହେଲେ ଓ ପଲେଷ୍ଟୀୟ ଅଧିପତିମାନେ ତାହାକୁ କହିଲେ, “ତୁମ୍ଭେ ସେ ଲୋକକୁ ଫେରାଇ ଦିଅ, ତୁମ୍ଭେ ତାହା ପାଇଁ ଯେଉଁ ସ୍ଥାନ ନିରୂପଣ କରିଅଛ, ସେ ଆପଣାର ସେହି ସ୍ଥାନକୁ ଫେରିଯାଉ, ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ, କେଜାଣି ଯୁଦ୍ଧ ସମୟରେ ସେ ଆମ୍ଭମାନଙ୍କର ବିପକ୍ଷ ହୋଇ ପଡ଼ିବ; ଏଇଟା ଆଉ କାହିଁରେ ଆପଣା ପ୍ରଭୁକୁ ପ୍ରସନ୍ନ କରିବ? କି ଏହି ଲୋକମାନଙ୍କ ମସ୍ତକ ଦ୍ୱାରା ନୁହେଁ? 5 ଏଇଟା କି ସେହି ଦାଉଦ ନୁହେଁ, ଯାହାର ବିଷୟ ଲୋକମାନେ ନୃତ୍ୟ କରୁ କରୁ ପରସ୍ପର ଗାନ କରି କହିଥିଲେ;‘ଶାଉଲ ବଧ କଲେ ସହସ୍ର ସହସ୍ର,ଦାଉଦ ବଧ କଲେ ଅୟୁତ ଅୟୁତ?’” 6 ଏଥିରେ ଆଖୀଶ୍ ଦାଉଦଙ୍କୁ ଡାକି କହିଲା, “ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ତୁମ୍ଭେ ସରଳ ଲୋକ ଓ ମୋʼ ସହିତ ସୈନ୍ୟସାମନ୍ତ ମଧ୍ୟରେ ତୁମ୍ଭର ଗମନାଗମନ ମୋʼ ଦୃଷ୍ଟିରେ ଉତ୍ତମ; କାରଣ ତୁମ୍ଭେ ମୋʼ କତିକି ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ତୁମ୍ଭଠାରେ କୌଣସି ମନ୍ଦତା ପାଇ ନାହିଁ; ତଥାପି ଅଧିପତିମାନଙ୍କ ଦୃଷ୍ଟିରେ ତୁମ୍ଭେ ଉତ୍ତମ ନୁହଁ। 7 ଏଣୁ ଏବେ ଫେର ଓ କୁଶଳରେ ଯାଅ, ପଲେଷ୍ଟୀୟ ଅଧିପତିମାନଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ନ କର।” 8 ତହୁଁ ଦାଉଦ ଆଖୀଶ୍କୁ କହିଲେ, “ମାତ୍ର ମୁଁ କଅଣ କଲି? ଓ ମୁଁ ଆପଣଙ୍କ ସମ୍ମୁଖରେ ଥିବା ଦିନାବଧି ଆଜି ପର୍ଯ୍ୟନ୍ତ ଆପଣଙ୍କ ଏହି ଦାସଠାରେ ଆପଣ କʼଣ ପାଇଲେ ଯେ, ମୁଁ ଯାଇ ମୋʼ ପ୍ରଭୁ ରାଜାଙ୍କ ଶତ୍ରୁମାନଙ୍କ ବିପକ୍ଷରେ ଯୁଦ୍ଧ କରିବି ନାହିଁ?” 9 ଏଥିରେ ଆଖୀଶ୍ ଦାଉଦଙ୍କୁ ଉତ୍ତର ଦେଇ କହିଲା, “ମୁଁ ଜାଣେ, ତୁମ୍ଭେ ମୋʼ ଦୃଷ୍ଟିରେ ପରମେଶ୍ୱରଙ୍କ ଦୂତ ପରି ଉତ୍ତମ; ତଥାପି ପଲେଷ୍ଟୀୟ ଅଧିପତିମାନେ କହୁଅଛନ୍ତି, ‘ସେ ଆମ୍ଭମାନଙ୍କ ସଙ୍ଗରେ ଯୁଦ୍ଧକୁ ଯିବ ନାହିଁ।’ 10 ଏହେତୁ ତୁମ୍ଭେ ଓ ତୁମ୍ଭ ସହିତ ଆଗତ ତୁମ୍ଭ ପ୍ରଭୁର ଦାସମାନେ ଅତି ପ୍ରଭାତରେ ଉଠ ଓ ଅତି ପ୍ରଭାତରେ ଉଠିଲାକ୍ଷଣି ଆଲୁଅ ହେଲେ ପ୍ରସ୍ଥାନ କର।” 11 ତହିଁରେ ଦାଉଦ ଓ ତାଙ୍କର ଲୋକମାନେ ପ୍ରଭାତରେ ପ୍ରସ୍ଥାନ କରି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଯିବା ପାଇଁ ଶୀଘ୍ର ଉଠିଲେ। ଆଉ ପଲେଷ୍ଟୀୟମାନେ ଯିଷ୍ରିୟେଲକୁ ଗମନ କଲେ।
In Other Versions
1 Samuel 29 in the ANGEFD
1 Samuel 29 in the ANTPNG2D
1 Samuel 29 in the AS21
1 Samuel 29 in the BAGH
1 Samuel 29 in the BBPNG
1 Samuel 29 in the BBT1E
1 Samuel 29 in the BDS
1 Samuel 29 in the BEV
1 Samuel 29 in the BHAD
1 Samuel 29 in the BIB
1 Samuel 29 in the BLPT
1 Samuel 29 in the BNT
1 Samuel 29 in the BNTABOOT
1 Samuel 29 in the BNTLV
1 Samuel 29 in the BOATCB
1 Samuel 29 in the BOATCB2
1 Samuel 29 in the BOBCV
1 Samuel 29 in the BOCNT
1 Samuel 29 in the BOECS
1 Samuel 29 in the BOGWICC
1 Samuel 29 in the BOHCB
1 Samuel 29 in the BOHCV
1 Samuel 29 in the BOHLNT
1 Samuel 29 in the BOHNTLTAL
1 Samuel 29 in the BOICB
1 Samuel 29 in the BOILNTAP
1 Samuel 29 in the BOITCV
1 Samuel 29 in the BOKCV
1 Samuel 29 in the BOKCV2
1 Samuel 29 in the BOKHWOG
1 Samuel 29 in the BOKSSV
1 Samuel 29 in the BOLCB
1 Samuel 29 in the BOLCB2
1 Samuel 29 in the BOMCV
1 Samuel 29 in the BONAV
1 Samuel 29 in the BONCB
1 Samuel 29 in the BONLT
1 Samuel 29 in the BONUT2
1 Samuel 29 in the BOPLNT
1 Samuel 29 in the BOSCB
1 Samuel 29 in the BOSNC
1 Samuel 29 in the BOTLNT
1 Samuel 29 in the BOVCB
1 Samuel 29 in the BOYCB
1 Samuel 29 in the BPBB
1 Samuel 29 in the BPH
1 Samuel 29 in the BSB
1 Samuel 29 in the CCB
1 Samuel 29 in the CUV
1 Samuel 29 in the CUVS
1 Samuel 29 in the DBT
1 Samuel 29 in the DGDNT
1 Samuel 29 in the DHNT
1 Samuel 29 in the DNT
1 Samuel 29 in the ELBE
1 Samuel 29 in the EMTV
1 Samuel 29 in the ESV
1 Samuel 29 in the FBV
1 Samuel 29 in the FEB
1 Samuel 29 in the GGMNT
1 Samuel 29 in the GNT
1 Samuel 29 in the HARY
1 Samuel 29 in the HNT
1 Samuel 29 in the IRVA
1 Samuel 29 in the IRVB
1 Samuel 29 in the IRVG
1 Samuel 29 in the IRVH
1 Samuel 29 in the IRVK
1 Samuel 29 in the IRVM
1 Samuel 29 in the IRVM2
1 Samuel 29 in the IRVP
1 Samuel 29 in the IRVT
1 Samuel 29 in the IRVT2
1 Samuel 29 in the IRVU
1 Samuel 29 in the ISVN
1 Samuel 29 in the JSNT
1 Samuel 29 in the KAPI
1 Samuel 29 in the KBT1ETNIK
1 Samuel 29 in the KBV
1 Samuel 29 in the KJV
1 Samuel 29 in the KNFD
1 Samuel 29 in the LBA
1 Samuel 29 in the LBLA
1 Samuel 29 in the LNT
1 Samuel 29 in the LSV
1 Samuel 29 in the MAAL
1 Samuel 29 in the MBV
1 Samuel 29 in the MBV2
1 Samuel 29 in the MHNT
1 Samuel 29 in the MKNFD
1 Samuel 29 in the MNG
1 Samuel 29 in the MNT
1 Samuel 29 in the MNT2
1 Samuel 29 in the MRS1T
1 Samuel 29 in the NAA
1 Samuel 29 in the NASB
1 Samuel 29 in the NBLA
1 Samuel 29 in the NBS
1 Samuel 29 in the NBVTP
1 Samuel 29 in the NET2
1 Samuel 29 in the NIV11
1 Samuel 29 in the NNT
1 Samuel 29 in the NNT2
1 Samuel 29 in the NNT3
1 Samuel 29 in the PDDPT
1 Samuel 29 in the PFNT
1 Samuel 29 in the RMNT
1 Samuel 29 in the SBIAS
1 Samuel 29 in the SBIBS
1 Samuel 29 in the SBIBS2
1 Samuel 29 in the SBICS
1 Samuel 29 in the SBIDS
1 Samuel 29 in the SBIGS
1 Samuel 29 in the SBIHS
1 Samuel 29 in the SBIIS
1 Samuel 29 in the SBIIS2
1 Samuel 29 in the SBIIS3
1 Samuel 29 in the SBIKS
1 Samuel 29 in the SBIKS2
1 Samuel 29 in the SBIMS
1 Samuel 29 in the SBIOS
1 Samuel 29 in the SBIPS
1 Samuel 29 in the SBISS
1 Samuel 29 in the SBITS
1 Samuel 29 in the SBITS2
1 Samuel 29 in the SBITS3
1 Samuel 29 in the SBITS4
1 Samuel 29 in the SBIUS
1 Samuel 29 in the SBIVS
1 Samuel 29 in the SBT
1 Samuel 29 in the SBT1E
1 Samuel 29 in the SCHL
1 Samuel 29 in the SNT
1 Samuel 29 in the SUSU
1 Samuel 29 in the SUSU2
1 Samuel 29 in the SYNO
1 Samuel 29 in the TBIAOTANT
1 Samuel 29 in the TBT1E
1 Samuel 29 in the TBT1E2
1 Samuel 29 in the TFTIP
1 Samuel 29 in the TFTU
1 Samuel 29 in the TGNTATF3T
1 Samuel 29 in the THAI
1 Samuel 29 in the TNFD
1 Samuel 29 in the TNT
1 Samuel 29 in the TNTIK
1 Samuel 29 in the TNTIL
1 Samuel 29 in the TNTIN
1 Samuel 29 in the TNTIP
1 Samuel 29 in the TNTIZ
1 Samuel 29 in the TOMA
1 Samuel 29 in the TTENT
1 Samuel 29 in the UBG
1 Samuel 29 in the UGV
1 Samuel 29 in the UGV2
1 Samuel 29 in the UGV3
1 Samuel 29 in the VBL
1 Samuel 29 in the VDCC
1 Samuel 29 in the YALU
1 Samuel 29 in the YAPE
1 Samuel 29 in the YBVTP
1 Samuel 29 in the ZBP