2 Chronicles 7 (IRVO)

1 ଶଲୋମନ ପ୍ରାର୍ଥନା କରିବାର ସମାପ୍ତ କରନ୍ତେ, ଆକାଶରୁ ଅଗ୍ନି ଓହ୍ଲାଇ ଆସି ହୋମ ଓ ବଳିଦାନ ସବୁକୁ ଗ୍ରାସ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା। 2 ଏଣୁ ଯାଜକମାନେ ସଦାପ୍ରଭୁଙ୍କ ଗୃହରେ ପ୍ରବେଶ କରି ପାରିଲେ ନାହିଁ, କାରଣ ସଦାପ୍ରଭୁଙ୍କ ପ୍ରତାପ ସଦାପ୍ରଭୁଙ୍କ ଗୃହକୁ ପରିପୂର୍ଣ୍ଣ କଲା। 3 ଆଉ ଅଗ୍ନି ଓହ୍ଲାଇବା ବେଳେ ଓ ଗୃହ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କରିବା ବେଳେ ସମଗ୍ର ଇସ୍ରାଏଲ ସନ୍ତାନ ତାହା ଦେଖିଲେ ଓ ସେମାନେ ଚଟାଣ ଉପରେ ଭୂମିରେ ମୁହଁ ମାଡ଼ି ପଡ଼ି ପ୍ରଣାମ କଲେ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କରି କହିଲେ,“ସେ ମଙ୍ଗଳମୟ, ତାହାଙ୍କର କରୁଣା ସଦାକାଳସ୍ଥାୟୀ।” 4 ତହୁଁ ରାଜା ଓ ସମଗ୍ର ଲୋକ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ। 5 ପୁଣି ଶଲୋମନ ରାଜା ବାଇଶ ହଜାର ଗୋରୁ ଓ ଏକ ଲକ୍ଷ କୋଡ଼ିଏ ହଜାର ମେଷ ବଳିଦାନ କଲେ। ଏହିରୂପେ ରାଜା ଓ ସମସ୍ତ ଲୋକ ପରମେଶ୍ୱରଙ୍କ ଗୃହ ପ୍ରତିଷ୍ଠା କଲେ। 6 ଆଉ ଯାଜକମାନେ ଆପଣା ଆପଣା ପଦ ଅନୁସାରେ ଠିଆ ହେଲେ; ଦାଉଦ ଲେବୀୟମାନଙ୍କ ପରିଚର୍ଯ୍ୟାକ୍ରମେ ପ୍ରଶଂସା ଗାନ କରିବା ସମୟରେ, ସଦାପ୍ରଭୁଙ୍କ କରୁଣା ସଦାକାଳସ୍ଥାୟୀ ବୋଲି ତାହାଙ୍କର ଧନ୍ୟବାଦ କରିବା ପାଇଁ ଦାଉଦ ରାଜା ଯେଉଁସବୁ ବାଦ୍ୟଯନ୍ତ୍ର ନିର୍ମାଣ କରିଥିଲେ, ସଦାପ୍ରଭୁଙ୍କର ସେହି ସବୁ ବାଦ୍ୟଯନ୍ତ୍ର ଘେନି ଲେବୀୟମାନେ ମଧ୍ୟ ଠିଆ ହେଲେ; ପୁଣି ଯାଜକମାନେ ସେମାନଙ୍କ ସମ୍ମୁଖରେ ତୂରୀ ବଜାଇଲେ; ଆଉ ସମଗ୍ର ଇସ୍ରାଏଲ ଠିଆ ହେଲେ। 7 ଆହୁରି ଶଲୋମନ ସଦାପ୍ରଭୁଙ୍କ ଗୃହ ସମ୍ମୁଖସ୍ଥିତ ପ୍ରାଙ୍ଗଣର ମଧ୍ୟଦେଶ ପବିତ୍ର କଲେ; କାରଣ ସେ ସେଠାରେ ହୋମବଳି ଓ ମଙ୍ଗଳାର୍ଥକ ବଳିର ମେଦ ଉତ୍ସର୍ଗ କଲେ; ଯେହେତୁ ଶଲୋମନ ନିର୍ମିତ ପିତ୍ତଳମୟ ଯଜ୍ଞବେଦି, ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଓ ମେଦକୁ ଧରି ପାରିଲା ନାହିଁ। 8 ଏହିରୂପେ ସେସମୟରେ ଶଲୋମନ ଓ ତାଙ୍କ ସଙ୍ଗେ ହମାତ୍‍ର ପ୍ରବେଶ ସ୍ଥାନଠାରୁ ମିସରର ନଦୀ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲର ମହାସମାଜ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ କଲେ। 9 ପୁଣି ଅଷ୍ଟମ ଦିନରେ ସେମାନେ ମହାସଭା କଲେ; କାରଣ ସେମାନେ ସାତ ଦିନ ଯଜ୍ଞବେଦିର ପ୍ରତିଷ୍ଠା ଓ ସାତ ଦିନ ଉତ୍ସବ କଲେ। 10 ଆଉ ସେ ସପ୍ତମ ମାସର ତେଇଶ ଦିନରେ ଲୋକମାନଙ୍କୁ ସେମାନଙ୍କ ତମ୍ବୁକୁ ବିଦାୟ କଲେ; ସଦାପ୍ରଭୁ ଦାଉଦଙ୍କ ପ୍ରତି ଓ ଶଲୋମନଙ୍କ ପ୍ରତି ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେଉଁ ମଙ୍ଗଳ ଦେଖାଇଥିଲେ, ତହିଁ ସକାଶୁ ସେମାନେ ଆନନ୍ଦିତ ଓ ହୃଷ୍ଟଚିତ୍ତ ହେଲେ। 11 ଏହିରୂପେ ଶଲୋମନ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ସମାପ୍ତ କଲେ; ପୁଣି ସଦାପ୍ରଭୁଙ୍କ ଗୃହରେ ଓ ଆପଣା ଗୃହରେ ଯାହା ଯାହା କରିବା ପାଇଁ ଶଲୋମନଙ୍କର ମନକୁ ଆସିଲା, ତାହାସବୁ ସେ କୁଶଳରେ ସାଧନ କଲେ। 12 ଏଥିଉତ୍ତାରେ ସଦାପ୍ରଭୁ ଶଲୋମନଙ୍କୁ ରାତ୍ରିରେ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଏହି ସ୍ଥାନକୁ ବଳିଦାନର ଗୃହ ରୂପେ ଆପଣା ପାଇଁ ମନୋନୀତ କଲୁ। 13 ଆମ୍ଭେ ବୃଷ୍ଟି ନୋହିବା ପାଇଁ ଆକାଶ ରୁଦ୍ଧ କଲେ, କିଅବା ଦେଶ ବିନାଶ କରିବା ପାଇଁ ପଙ୍ଗପାଳମାନଙ୍କୁ ଆଜ୍ଞା ଦେଲେ, ଅଥବା ଆମ୍ଭେ ଆପଣା ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ, 14 ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣାମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା। 15 ଏହି ସ୍ଥାନରେ ଯେଉଁ ପ୍ରାର୍ଥନା କରାଯାଏ, ତହିଁ ପ୍ରତି ଆମ୍ଭର ଚକ୍ଷୁ ମୁକ୍ତ ଓ ଆମ୍ଭର କର୍ଣ୍ଣ ନିବିଷ୍ଟ ଥିବ। 16 କାରଣ ଏହି ଗୃହରେ ଆମ୍ଭର ନାମ ଅନନ୍ତକାଳ ରହିବା ପାଇଁ ଆମ୍ଭେ ତାହା ମନୋନୀତ ଓ ପବିତ୍ର କଲୁ; ଆଉ, ଏହି ସ୍ଥାନ ପ୍ରତି ଆମ୍ଭର ଚକ୍ଷୁ ଓ ଆମ୍ଭର ଚିତ୍ତ ନିରନ୍ତର ଥିବ। 17 ପୁଣି ତୁମ୍ଭ ପିତା ଦାଉଦ ଯେପରି ଚାଲିଲେ, ସେପରି ଯେବେ ତୁମ୍ଭେ ଆମ୍ଭ ସମ୍ମୁଖରେ ଚାଲିବ ଓ ଆମ୍ଭେ ତୁମ୍ଭକୁ ଯେସବୁ ଆଜ୍ଞା ଦେଇଅଛୁ, ତଦନୁସାରେ କରିବ, ପୁଣି ଆମ୍ଭର ବିଧି ଓ ଶାସନସବୁ ପାଳନ କରିବ; 18 ତେବେ ଇସ୍ରାଏଲ ଉପରେ କର୍ତ୍ତୃତ୍ୱ କରିବା ପାଇଁ ତୁମ୍ଭ ସମ୍ବନ୍ଧୀୟ ଲୋକର ଅଭାବ ନୋହିବ ବୋଲି ଯେଉଁ ନିୟମ ଆମ୍ଭେ ତୁମ୍ଭ ପିତା ଦାଉଦ ସଙ୍ଗେ କରିଅଛୁ, ତଦନୁସାରେ ଆମ୍ଭେ ତୁମ୍ଭର ରାଜସିଂହାସନ ସ୍ଥିର କରିବା। 19 ମାତ୍ର ଯେବେ ତୁମ୍ଭେମାନେ ବିମୁଖ ହେବ ଓ ତୁମ୍ଭମାନଙ୍କ ସମ୍ମୁଖରେ ଆମ୍ଭର ସ୍ଥାପିତ ବିଧି ଓ ଆଜ୍ଞାସବୁ ପରିତ୍ୟାଗ କରିବ, ପୁଣି ଯାଇ ଅନ୍ୟ ଦେବଗଣକୁ ସେବା ଓ ପ୍ରଣାମ କରିବ; 20 ତେବେ ଆମ୍ଭେ ସେମାନଙ୍କୁ ଦତ୍ତ ଆମ୍ଭ ଦେଶରୁ ସମୂଳେ ଉତ୍ପାଟନ କରିବା; ପୁଣି ଆମ୍ଭ ନାମ ନିମନ୍ତେ ଏହି ଯେଉଁ ଗୃହକୁ ଆମ୍ଭେ ପବିତ୍ର କରିଅଛୁ, ତାହା ଆମ୍ଭ ଦୃଷ୍ଟିରୁ ଦୂର କରିବା ଓ ସକଳ ଗୋଷ୍ଠୀ ମଧ୍ୟରେ ଗଳ୍ପ ଓ ଉପହାସର ବିଷୟ କରିବା। 21 ଆଉ, ଏହି ଯେ ଗୃହ ଏଡ଼େ ଉଚ୍ଚ ହୋଇଅଛି, ତହିଁ ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ଚମତ୍କୃତ ହୋଇ ପଚାରିବେ, ‘ଏହି ଦେଶ ଓ ଗୃହ ପ୍ରତି ସଦାପ୍ରଭୁ କାହିଁକି ଏପରି କଲେ?’ 22 ତହିଁରେ ଲୋକେ ଉତ୍ତର କରି କହିବେ, ‘ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣର ଯେଉଁ ପରମେଶ୍ୱର ସେମାନଙ୍କୁ ମିସର ଦେଶରୁ ବାହାର କରି ଆଣିଥିଲେ, ତାହାଙ୍କୁ ସେମାନେ ପରିତ୍ୟାଗ କରି ଅନ୍ୟ ଦେବଗଣକୁ ଅବଲମ୍ବନ କଲେ ଓ ସେମାନଙ୍କୁ ପ୍ରଣାମ କରି ସେବା କଲେ; ଏହେତୁ ସେ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ ବର୍ତ୍ତାଇଅଛନ୍ତି।’”

In Other Versions

2 Chronicles 7 in the ANGEFD

2 Chronicles 7 in the ANTPNG2D

2 Chronicles 7 in the AS21

2 Chronicles 7 in the BAGH

2 Chronicles 7 in the BBPNG

2 Chronicles 7 in the BBT1E

2 Chronicles 7 in the BDS

2 Chronicles 7 in the BEV

2 Chronicles 7 in the BHAD

2 Chronicles 7 in the BIB

2 Chronicles 7 in the BLPT

2 Chronicles 7 in the BNT

2 Chronicles 7 in the BNTABOOT

2 Chronicles 7 in the BNTLV

2 Chronicles 7 in the BOATCB

2 Chronicles 7 in the BOATCB2

2 Chronicles 7 in the BOBCV

2 Chronicles 7 in the BOCNT

2 Chronicles 7 in the BOECS

2 Chronicles 7 in the BOGWICC

2 Chronicles 7 in the BOHCB

2 Chronicles 7 in the BOHCV

2 Chronicles 7 in the BOHLNT

2 Chronicles 7 in the BOHNTLTAL

2 Chronicles 7 in the BOICB

2 Chronicles 7 in the BOILNTAP

2 Chronicles 7 in the BOITCV

2 Chronicles 7 in the BOKCV

2 Chronicles 7 in the BOKCV2

2 Chronicles 7 in the BOKHWOG

2 Chronicles 7 in the BOKSSV

2 Chronicles 7 in the BOLCB

2 Chronicles 7 in the BOLCB2

2 Chronicles 7 in the BOMCV

2 Chronicles 7 in the BONAV

2 Chronicles 7 in the BONCB

2 Chronicles 7 in the BONLT

2 Chronicles 7 in the BONUT2

2 Chronicles 7 in the BOPLNT

2 Chronicles 7 in the BOSCB

2 Chronicles 7 in the BOSNC

2 Chronicles 7 in the BOTLNT

2 Chronicles 7 in the BOVCB

2 Chronicles 7 in the BOYCB

2 Chronicles 7 in the BPBB

2 Chronicles 7 in the BPH

2 Chronicles 7 in the BSB

2 Chronicles 7 in the CCB

2 Chronicles 7 in the CUV

2 Chronicles 7 in the CUVS

2 Chronicles 7 in the DBT

2 Chronicles 7 in the DGDNT

2 Chronicles 7 in the DHNT

2 Chronicles 7 in the DNT

2 Chronicles 7 in the ELBE

2 Chronicles 7 in the EMTV

2 Chronicles 7 in the ESV

2 Chronicles 7 in the FBV

2 Chronicles 7 in the FEB

2 Chronicles 7 in the GGMNT

2 Chronicles 7 in the GNT

2 Chronicles 7 in the HARY

2 Chronicles 7 in the HNT

2 Chronicles 7 in the IRVA

2 Chronicles 7 in the IRVB

2 Chronicles 7 in the IRVG

2 Chronicles 7 in the IRVH

2 Chronicles 7 in the IRVK

2 Chronicles 7 in the IRVM

2 Chronicles 7 in the IRVM2

2 Chronicles 7 in the IRVP

2 Chronicles 7 in the IRVT

2 Chronicles 7 in the IRVT2

2 Chronicles 7 in the IRVU

2 Chronicles 7 in the ISVN

2 Chronicles 7 in the JSNT

2 Chronicles 7 in the KAPI

2 Chronicles 7 in the KBT1ETNIK

2 Chronicles 7 in the KBV

2 Chronicles 7 in the KJV

2 Chronicles 7 in the KNFD

2 Chronicles 7 in the LBA

2 Chronicles 7 in the LBLA

2 Chronicles 7 in the LNT

2 Chronicles 7 in the LSV

2 Chronicles 7 in the MAAL

2 Chronicles 7 in the MBV

2 Chronicles 7 in the MBV2

2 Chronicles 7 in the MHNT

2 Chronicles 7 in the MKNFD

2 Chronicles 7 in the MNG

2 Chronicles 7 in the MNT

2 Chronicles 7 in the MNT2

2 Chronicles 7 in the MRS1T

2 Chronicles 7 in the NAA

2 Chronicles 7 in the NASB

2 Chronicles 7 in the NBLA

2 Chronicles 7 in the NBS

2 Chronicles 7 in the NBVTP

2 Chronicles 7 in the NET2

2 Chronicles 7 in the NIV11

2 Chronicles 7 in the NNT

2 Chronicles 7 in the NNT2

2 Chronicles 7 in the NNT3

2 Chronicles 7 in the PDDPT

2 Chronicles 7 in the PFNT

2 Chronicles 7 in the RMNT

2 Chronicles 7 in the SBIAS

2 Chronicles 7 in the SBIBS

2 Chronicles 7 in the SBIBS2

2 Chronicles 7 in the SBICS

2 Chronicles 7 in the SBIDS

2 Chronicles 7 in the SBIGS

2 Chronicles 7 in the SBIHS

2 Chronicles 7 in the SBIIS

2 Chronicles 7 in the SBIIS2

2 Chronicles 7 in the SBIIS3

2 Chronicles 7 in the SBIKS

2 Chronicles 7 in the SBIKS2

2 Chronicles 7 in the SBIMS

2 Chronicles 7 in the SBIOS

2 Chronicles 7 in the SBIPS

2 Chronicles 7 in the SBISS

2 Chronicles 7 in the SBITS

2 Chronicles 7 in the SBITS2

2 Chronicles 7 in the SBITS3

2 Chronicles 7 in the SBITS4

2 Chronicles 7 in the SBIUS

2 Chronicles 7 in the SBIVS

2 Chronicles 7 in the SBT

2 Chronicles 7 in the SBT1E

2 Chronicles 7 in the SCHL

2 Chronicles 7 in the SNT

2 Chronicles 7 in the SUSU

2 Chronicles 7 in the SUSU2

2 Chronicles 7 in the SYNO

2 Chronicles 7 in the TBIAOTANT

2 Chronicles 7 in the TBT1E

2 Chronicles 7 in the TBT1E2

2 Chronicles 7 in the TFTIP

2 Chronicles 7 in the TFTU

2 Chronicles 7 in the TGNTATF3T

2 Chronicles 7 in the THAI

2 Chronicles 7 in the TNFD

2 Chronicles 7 in the TNT

2 Chronicles 7 in the TNTIK

2 Chronicles 7 in the TNTIL

2 Chronicles 7 in the TNTIN

2 Chronicles 7 in the TNTIP

2 Chronicles 7 in the TNTIZ

2 Chronicles 7 in the TOMA

2 Chronicles 7 in the TTENT

2 Chronicles 7 in the UBG

2 Chronicles 7 in the UGV

2 Chronicles 7 in the UGV2

2 Chronicles 7 in the UGV3

2 Chronicles 7 in the VBL

2 Chronicles 7 in the VDCC

2 Chronicles 7 in the YALU

2 Chronicles 7 in the YAPE

2 Chronicles 7 in the YBVTP

2 Chronicles 7 in the ZBP