Judges 12 (IRVO)

1 ଏଥିଉତ୍ତାରେ ଇଫ୍ରୟିମ ଲୋକମାନେ ଏକତ୍ର ହୋଇ ଉତ୍ତର ଦିଗକୁ ଗମନ କଲେ, ପୁଣି ସେମାନେ ଯିପ୍ତହଙ୍କୁ କହିଲେ, “ତୁମ୍ଭେ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ପାରି ହେବା ବେଳେ ତୁମ୍ଭ ସଙ୍ଗେ ଯିବା ପାଇଁ ଆମ୍ଭମାନଙ୍କୁ କାହିଁକି ଡାକିଲ ନାହିଁ? ଆମ୍ଭେମାନେ ତୁମ୍ଭ ଉପରେ ତୁମ୍ଭ ଘର ଅଗ୍ନିରେ ଦଗ୍ଧ କରିବା।” 2 ତହିଁରେ ଯିପ୍ତହ ସେମାନଙ୍କୁ କହିଲେ, “ଅମ୍ମୋନ-ସନ୍ତାନଗଣ ସହିତ ମୋହର ଓ ମୋʼ ଲୋକମାନଙ୍କର ବଡ଼ ବିବାଦ ହୋଇଥିଲା; ପୁଣି ମୁଁ ତୁମ୍ଭମାନଙ୍କୁ ଡାକନ୍ତେ, ତୁମ୍ଭେ ସେମାନଙ୍କ ହସ୍ତରୁ ଆମ୍ଭକୁ ଉଦ୍ଧାର କଲ ନାହିଁ। 3 ଆଉ ତୁମ୍ଭେମାନେ ମୋତେ ଉଦ୍ଧାର କଲ ନାହିଁ, ଏହା ଦେଖି ମୁଁ ଆପଣା ପ୍ରାଣ ଆପଣା ହସ୍ତରେ ଘେନି ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ପାର ହୋଇଗଲି, ତହୁଁ ସଦାପ୍ରଭୁ ସେମାନଙ୍କୁ ମୋର ହସ୍ତରେ ସମର୍ପଣ କଲେ; ଏହେତୁ ତୁମ୍ଭେମାନେ ଆଜି କାହିଁକି ମୋʼ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିଲ?” 4 ତେବେ ଯିପ୍ତହ ଗିଲୀୟଦର ସମସ୍ତ ଲୋକଙ୍କୁ ଏକତ୍ର କରି ଇଫ୍ରୟିମ ସହିତ ଯୁଦ୍ଧ କଲେ; ତହିଁରେ ଗିଲୀୟଦୀୟ ଲୋକମାନେ ଇଫ୍ରୟିମକୁ ପରାସ୍ତ କଲେ, କାରଣ ସେମାନେ କହିଥିଲେ, “ହେ ଇଫ୍ରୟିମ ଓ ମନଃଶିର ମଧ୍ୟବର୍ତ୍ତୀ ଗିଲୀୟଦୀୟମାନେ, ତୁମ୍ଭେମାନେ ଇଫ୍ରୟିମର ପଳାତକ ଲୋକ।” 5 ପୁଣି ଗିଲୀୟଦୀୟ ଲୋକମାନେ ଇଫ୍ରୟିମୀୟମାନଙ୍କ ନିକଟସ୍ଥ ଯର୍ଦ୍ଦନ ଘାଟ ହସ୍ତଗତ କଲେ; ତହିଁରେ ଇଫ୍ରୟିମର ପଳାତକ କୌଣସି ଲୋକ ଯେତେବେଳେ “ଆମ୍ଭକୁ ପାର ହୋଇ ଯିବାକୁ ଦିଅ” ବୋଲି କହିଲା, ସେତେବେଳେ ଗିଲୀୟଦର ଲୋକମାନେ ତାହାକୁ ପଚାରିଲେ, “ତୁମ୍ଭେ କି ଇଫ୍ରୟିମୀୟ ଲୋକ?” ଯେବେ ସେ କହିଲା, “ନା;” 6 ତେବେ ସେମାନେ ତାହାକୁ କହିଲେ, କହ ତ “ଶିବ୍ବୋଲେତ୍‍” ତହିଁରେ ସେ କହିଲା, “ସିବ୍ବୋଲେତ୍‍,” କାରଣ ସେ ତାହା ଶୁଦ୍ଧ ରୂପେ ଉଚ୍ଚାରଣ କରି ପାରିଲା ନାହିଁ; ତେବେ ସେମାନେ ତାହାକୁ ଧରି ଯର୍ଦ୍ଦନ ଘାଟରେ ବଧ କଲେ; ଆଉ ସେହି ସମୟରେ ଇଫ୍ରୟିମର ବୟାଳିଶ ହଜାର ଲୋକ ମାରା ପଡ଼ିଲେ। 7 ଯିପ୍ତହ ଛଅ ବର୍ଷ ଇସ୍ରାଏଲର ବିଚାର କଲେ। ଏଥିଉତ୍ତାରେ ଗିଲୀୟଦୀୟ ଯିପ୍ତହ ମଲେ ଓ ଗିଲୀୟଦୀୟ ଏକ ନଗରରେ କବର ପାଇଲେ। 8 ତାହା ଉତ୍ତାରେ ବେଥଲିହିମର ଇବ୍‍ସନ୍‍ ଇସ୍ରାଏଲର ବିଚାର କଲେ। 9 ତାଙ୍କର ତିରିଶ ପୁତ୍ର ଥିଲେ ଓ ସେ ତିରିଶ କନ୍ୟା ବାହାରେ ଦେଲେ ଓ ଆପଣା ପୁତ୍ରମାନଙ୍କ ପାଇଁ ତିରିଶ କନ୍ୟା ବାହାରୁ ଆଣିଲେ। ପୁଣି ସେ ସାତ ବର୍ଷ ଇସ୍ରାଏଲର ବିଚାର କଲେ। 10 ଏଥିଉତ୍ତାରେ ଇବ୍‍ସନ୍‍ ମଲେ ଓ ବେଥଲିହିମରେ କବର ପାଇଲେ। 11 ତାହା ଉତ୍ତାରେ ସବୂଲୂନୀୟ ଏଲୋନ୍‍ ଇସ୍ରାଏଲର ବିଚାର କଲେ ଓ ସେ ଦଶ ବର୍ଷ ଇସ୍ରାଏଲର ବିଚାର କଲେ। 12 ଏଥିଉତ୍ତାରେ ସବୂଲୂନୀୟ ଏଲୋନ୍‍ ମଲେ ଓ ସବୂଲୂନ ଦେଶସ୍ଥ ଅୟାଲୋନ୍‍ରେ କବର ପାଇଲେ। 13 ତାହା ଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍‍ଦୋନ୍‍ ଇସ୍ରାଏଲର ବିଚାର କଲେ। 14 ଆଉ ତାହାର ଚାଳିଶ ପୁତ୍ର ଓ ତିରିଶ ପୌତ୍ର ଥିଲେ, ସେମାନେ ସତୁରି ଗର୍ଦ୍ଦଭ ଚଢ଼ିଲେ; ପୁଣି ସେ ଆଠ ବର୍ଷ ଇସ୍ରାଏଲର ବିଚାର କଲେ। 15 ଏଥିଉତ୍ତାରେ ପିରୀୟାଥୋନୀୟ ହିଲ୍ଲେଲର ପୁତ୍ର ଅବ୍‍ଦୋନ୍‍ ମଲେ ଓ ଅମାଲେକୀୟ ପର୍ବତମୟ ଦେଶ ଅନ୍ତର୍ଗତ ଇଫ୍ରୟିମ ଦେଶସ୍ଥ ଫିରୀୟାଥୋନରେ କବର ପାଇଲେ।

In Other Versions

Judges 12 in the ANGEFD

Judges 12 in the ANTPNG2D

Judges 12 in the AS21

Judges 12 in the BAGH

Judges 12 in the BBPNG

Judges 12 in the BBT1E

Judges 12 in the BDS

Judges 12 in the BEV

Judges 12 in the BHAD

Judges 12 in the BIB

Judges 12 in the BLPT

Judges 12 in the BNT

Judges 12 in the BNTABOOT

Judges 12 in the BNTLV

Judges 12 in the BOATCB

Judges 12 in the BOATCB2

Judges 12 in the BOBCV

Judges 12 in the BOCNT

Judges 12 in the BOECS

Judges 12 in the BOGWICC

Judges 12 in the BOHCB

Judges 12 in the BOHCV

Judges 12 in the BOHLNT

Judges 12 in the BOHNTLTAL

Judges 12 in the BOICB

Judges 12 in the BOILNTAP

Judges 12 in the BOITCV

Judges 12 in the BOKCV

Judges 12 in the BOKCV2

Judges 12 in the BOKHWOG

Judges 12 in the BOKSSV

Judges 12 in the BOLCB

Judges 12 in the BOLCB2

Judges 12 in the BOMCV

Judges 12 in the BONAV

Judges 12 in the BONCB

Judges 12 in the BONLT

Judges 12 in the BONUT2

Judges 12 in the BOPLNT

Judges 12 in the BOSCB

Judges 12 in the BOSNC

Judges 12 in the BOTLNT

Judges 12 in the BOVCB

Judges 12 in the BOYCB

Judges 12 in the BPBB

Judges 12 in the BPH

Judges 12 in the BSB

Judges 12 in the CCB

Judges 12 in the CUV

Judges 12 in the CUVS

Judges 12 in the DBT

Judges 12 in the DGDNT

Judges 12 in the DHNT

Judges 12 in the DNT

Judges 12 in the ELBE

Judges 12 in the EMTV

Judges 12 in the ESV

Judges 12 in the FBV

Judges 12 in the FEB

Judges 12 in the GGMNT

Judges 12 in the GNT

Judges 12 in the HARY

Judges 12 in the HNT

Judges 12 in the IRVA

Judges 12 in the IRVB

Judges 12 in the IRVG

Judges 12 in the IRVH

Judges 12 in the IRVK

Judges 12 in the IRVM

Judges 12 in the IRVM2

Judges 12 in the IRVP

Judges 12 in the IRVT

Judges 12 in the IRVT2

Judges 12 in the IRVU

Judges 12 in the ISVN

Judges 12 in the JSNT

Judges 12 in the KAPI

Judges 12 in the KBT1ETNIK

Judges 12 in the KBV

Judges 12 in the KJV

Judges 12 in the KNFD

Judges 12 in the LBA

Judges 12 in the LBLA

Judges 12 in the LNT

Judges 12 in the LSV

Judges 12 in the MAAL

Judges 12 in the MBV

Judges 12 in the MBV2

Judges 12 in the MHNT

Judges 12 in the MKNFD

Judges 12 in the MNG

Judges 12 in the MNT

Judges 12 in the MNT2

Judges 12 in the MRS1T

Judges 12 in the NAA

Judges 12 in the NASB

Judges 12 in the NBLA

Judges 12 in the NBS

Judges 12 in the NBVTP

Judges 12 in the NET2

Judges 12 in the NIV11

Judges 12 in the NNT

Judges 12 in the NNT2

Judges 12 in the NNT3

Judges 12 in the PDDPT

Judges 12 in the PFNT

Judges 12 in the RMNT

Judges 12 in the SBIAS

Judges 12 in the SBIBS

Judges 12 in the SBIBS2

Judges 12 in the SBICS

Judges 12 in the SBIDS

Judges 12 in the SBIGS

Judges 12 in the SBIHS

Judges 12 in the SBIIS

Judges 12 in the SBIIS2

Judges 12 in the SBIIS3

Judges 12 in the SBIKS

Judges 12 in the SBIKS2

Judges 12 in the SBIMS

Judges 12 in the SBIOS

Judges 12 in the SBIPS

Judges 12 in the SBISS

Judges 12 in the SBITS

Judges 12 in the SBITS2

Judges 12 in the SBITS3

Judges 12 in the SBITS4

Judges 12 in the SBIUS

Judges 12 in the SBIVS

Judges 12 in the SBT

Judges 12 in the SBT1E

Judges 12 in the SCHL

Judges 12 in the SNT

Judges 12 in the SUSU

Judges 12 in the SUSU2

Judges 12 in the SYNO

Judges 12 in the TBIAOTANT

Judges 12 in the TBT1E

Judges 12 in the TBT1E2

Judges 12 in the TFTIP

Judges 12 in the TFTU

Judges 12 in the TGNTATF3T

Judges 12 in the THAI

Judges 12 in the TNFD

Judges 12 in the TNT

Judges 12 in the TNTIK

Judges 12 in the TNTIL

Judges 12 in the TNTIN

Judges 12 in the TNTIP

Judges 12 in the TNTIZ

Judges 12 in the TOMA

Judges 12 in the TTENT

Judges 12 in the UBG

Judges 12 in the UGV

Judges 12 in the UGV2

Judges 12 in the UGV3

Judges 12 in the VBL

Judges 12 in the VDCC

Judges 12 in the YALU

Judges 12 in the YAPE

Judges 12 in the YBVTP

Judges 12 in the ZBP