2 Chronicles 4 (IRVO)
1 ଆହୁରି ସେ ଏକ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କଲେ, ତହିଁର ଦୈର୍ଘ୍ୟ କୋଡ଼ିଏ ହାତ ଓ ତହିଁର ପ୍ରସ୍ଥ କୋଡ଼ିଏ ହାତ ଓ ତହିଁର ଉଚ୍ଚତା ଦଶ ହାତ। 2 ମଧ୍ୟ ସେ ଛାଞ୍ଚରେ ଢଳା ଗୋଲାକାର ସମୁଦ୍ରରୂପ ପାତ୍ର ନିର୍ମାଣ କଲେ, ତାହା ଫନ୍ଦଠାରୁ ଫନ୍ଦ ପର୍ଯ୍ୟନ୍ତ ଦଶ ହାତ ଓ ତହିଁର ଉଚ୍ଚତା ପାଞ୍ଚ ହାତ; ଆଉ ତହିଁର ପରିଧି ତିରିଶ ହାତ ଥିଲା। 3 ତହିଁ ତଳେ ବଳଦମାନର ଆକୃତି ଥିଲା, ସେମାନେ ତହିଁର ଚତୁର୍ଦ୍ଦିଗ ଘେରିଲେ, ଦଶ ହାତ ଲେଖାଏଁ ଥାଇ ସମୁଦ୍ରରୂପ ପାତ୍ର ବେଷ୍ଟନ କଲେ। ସେହି ବଳଦମାନ ଦୁଇ ଧାଡ଼ିରେ ଥିଲେ, ସମୁଦ୍ରରୂପ ପାତ୍ର ଢଳାଯିବା ସମୟରେ ତାହାସବୁ ଢଳା ଯାଇଥିଲେ। 4 ସେହି ପାତ୍ର ବାର ଗୋରୁ ଉପରେ ସ୍ଥାପିତ ଥିଲା, ତିନିର ମୁଖ ଉତ୍ତରକୁ ଓ ତିନିର ମୁଖ ପଶ୍ଚିମକୁ ଓ ତିନିର ମୁଖ ଦକ୍ଷିଣକୁ ଓ ତିନିର ମୁଖ ପୂର୍ବକୁ ଥିଲା; ପୁଣି ସମୁଦ୍ରରୂପ ପାତ୍ର ସେମାନଙ୍କ ଉପରେ ଅବସ୍ଥାପିତ ଓ ସେମାନଙ୍କ ପଶ୍ଚାଦ୍ଭାଗସବୁ ଭିତରକୁ ଥିଲା। 5 ସେହି ପାତ୍ର ଚାରି ଅଙ୍ଗୁଳି ମୋଟ; ତହିଁର ଫନ୍ଦ ତାଟିଆର ଫନ୍ଦ ପରି ନିର୍ମିତ; କଇଁଫୁଲ ତୁଲ୍ୟ ଥିଲା; ତାହା ତିନି ହଜାର ମହଣ ଧରିଲା। 6 ଆହୁରି ସେ ଦଶ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲେ ଓ ପ୍ରକ୍ଷାଳନାର୍ଥେ ପାଞ୍ଚୋଟି ଦକ୍ଷିଣ ଭାଗରେ ଓ ପାଞ୍ଚୋଟି ବାମ ଭାଗରେ ରଖିଲେ; ସେମାନେ ହୋମବଳି ସମ୍ବନ୍ଧୀୟ ସାମଗ୍ରୀ ସେସବୁରେ ପ୍ରକ୍ଷାଳନ କଲେ; ମାତ୍ର ସମୁଦ୍ରରୂପ ପାତ୍ର ଯାଜକମାନଙ୍କର ସ୍ନାନାର୍ଥେ ଥିଲା। 7 ଆଉ ସେ ଦୀପବୃକ୍ଷ ବିଷୟକ ବିଧାନାନୁସାରେ ଦଶ ସୁବର୍ଣ୍ଣମୟ ଦୀପବୃକ୍ଷ ନିର୍ମାଣ କଲେ; ଆଉ ପାଞ୍ଚୋଟି ଦକ୍ଷିଣ ଭାଗରେ ଓ ପାଞ୍ଚୋଟି ବାମ ଭାଗରେ ମନ୍ଦିରରେ ସ୍ଥାପନ କଲେ। 8 ଆହୁରି ସେ ଦଶ ମେଜ ନିର୍ମାଣ କରି ମନ୍ଦିରର ଦକ୍ଷିଣ ଭାଗରେ ପାଞ୍ଚୋଟି ଓ ବାମ ଭାଗରେ ପାଞ୍ଚୋଟି ରଖିଲେ। ପୁଣି, ସେ ଏକ ଶତ ସୁବର୍ଣ୍ଣ କୁଣ୍ଡ ନିର୍ମାଣ କଲେ। 9 ଆହୁରି ସେ ଯାଜକମାନଙ୍କର ପ୍ରାଙ୍ଗଣ ଓ ବୃହତ ପ୍ରାଙ୍ଗଣ ଓ ପ୍ରାଙ୍ଗଣ-ଦ୍ୱାର ନିର୍ମାଣ କଲେ, ଆଉ ତହିଁର କବାଟସବୁ ପିତ୍ତଳରେ ମଡ଼ାଇଲେ। 10 ପୁଣି ସେ ପୂର୍ବଦିଗସ୍ଥ ଗୃହର ଡାହାଣ ପାଖରେ ଦକ୍ଷିଣ ଆଡ଼କୁ ସମୁଦ୍ରରୂପ ପାତ୍ର ସ୍ଥାପନ କଲେ। 11 ଆଉ ହୂରମ୍ ପାତ୍ର ଓ କୋଦାଳ ଓ କୁଣ୍ଡସବୁ ନିର୍ମାଣ କଲା। ଏହିରୂପେ ହୂରମ୍ ପରମେଶ୍ୱରଙ୍କ ଗୃହରେ ଶଲୋମନ ରାଜାଙ୍କ ନିମନ୍ତେ ଆପଣା କରିବା କାର୍ଯ୍ୟ ସମାପ୍ତ କଲା। 12 ଅର୍ଥାତ୍, ଦୁଇ ସ୍ତମ୍ଭ ଓ ସେହି ସ୍ତମ୍ଭ ଉପରିସ୍ଥ ଗୋଲାକାର ଓ ଦୁଇ ମୁଣ୍ଡାଳି ଓ ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ଦୁଇ ଜାଲିକର୍ମ 13 ଓ ସେହି ଦୁଇ ଜାଲିକର୍ମ ନିମନ୍ତେ ଚାରି ଶହ ଡାଳିମ୍ବ; ଅର୍ଥାତ୍, ସ୍ତମ୍ଭ ଉପରିସ୍ଥ ମୁଣ୍ଡାଳିର ଦୁଇ ଗୋଲାକାର ଆଚ୍ଛାଦନାର୍ଥେ ପ୍ରତ୍ୟେକ ଜାଲିକର୍ମ ପାଇଁ ଦୁଇ ଦୁଇ ଧାଡ଼ି ଡାଳିମ୍ବ କଲା। 14 ଆହୁରି ସେ ବୈଠିକିମାନ ନିର୍ମାଣ କଲା ଓ ସେ ବୈଠିକି ଉପରିସ୍ଥ ପ୍ରକ୍ଷାଳନ-ପାତ୍ର ନିର୍ମାଣ କଲା; 15 ଏକ ସମୁଦ୍ରରୂପ ପାତ୍ର ଓ ତହିଁ ତଳସ୍ଥ ବାର ଗୋରୁ 16 ମଧ୍ୟ ତାହାର ପିତା ହୂରମ୍ ଶଲୋମନ ରାଜାଙ୍କ ନିମନ୍ତେ ସଦାପ୍ରଭୁଙ୍କ ଗୃହ ପାଇଁ ଉଜ୍ଜ୍ୱଳ ପିତ୍ତଳରେ ହାଣ୍ଡି ଓ କୋଦାଳ ଓ ତ୍ରିଶୂଳ ଓ ତହିଁର ସକଳ ପାତ୍ର ନିର୍ମାଣ କଲା। 17 ରାଜା ଯର୍ଦ୍ଦନ-ପଦାରେ ସୁକ୍କୋତ ଓ ସରେଦା ମଧ୍ୟସ୍ଥିତ ଚିକ୍କଣ ଭୂମିରେ ତାହାସବୁ ଢଳାଇଲେ। 18 ଏହି ପ୍ରକାରେ ଶଲୋମନ ଅତି ବହୁଳ ରୂପେ ଏହିସବୁ ପାତ୍ର ନିର୍ମାଣ କଲେ; ପିତ୍ତଳର ପରିମାଣ ଜଣାଯାଇ ପାରିଲା ନାହିଁ। 19 ପୁଣି ଶଲୋମନ ପରମେଶ୍ୱରଙ୍କ ଗୃହସ୍ଥିତ ସମସ୍ତ ସାମଗ୍ରୀ, ମଧ୍ୟ ସ୍ୱର୍ଣ୍ଣମୟ ଯଜ୍ଞବେଦି ଓ ଦର୍ଶନୀୟ ରୁଟି ରଖିବାର ମେଜ; 20 ଆଉ ବିଧିମତେ ଗର୍ଭାଗାର ସମ୍ମୁଖରେ ଜ୍ୱଳାଇବା ନିମନ୍ତେ ନିର୍ମଳ ସ୍ୱର୍ଣ୍ଣମୟ ଦୀପବୃକ୍ଷ ଓ ତହିଁର ପ୍ରଦୀପସକଳ 21 ଓ ସ୍ୱର୍ଣ୍ଣମୟ ପୁଷ୍ପ, ପ୍ରଦୀପ ଓ ଚିମୁଟାସବୁ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କଲେ; 22 ଆଉ କତୁରୀ ଓ କୁଣ୍ଡ ଓ ଚାମଚ ଓ ଅଙ୍ଗାରଧାନୀଗୁଡ଼ିକ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ; ପୁଣି ଗୃହର ପ୍ରବେଶାର୍ଥକ ମହାପବିତ୍ର ସ୍ଥାନର ଭିତର ଦ୍ୱାର ଓ ଗୃହର, ଅର୍ଥାତ୍, ମନ୍ଦିରର ଦ୍ୱାରସବୁ ସୁବର୍ଣ୍ଣର ଥିଲା।
In Other Versions
2 Chronicles 4 in the ANGEFD
2 Chronicles 4 in the ANTPNG2D
2 Chronicles 4 in the AS21
2 Chronicles 4 in the BAGH
2 Chronicles 4 in the BBPNG
2 Chronicles 4 in the BBT1E
2 Chronicles 4 in the BDS
2 Chronicles 4 in the BEV
2 Chronicles 4 in the BHAD
2 Chronicles 4 in the BIB
2 Chronicles 4 in the BLPT
2 Chronicles 4 in the BNT
2 Chronicles 4 in the BNTABOOT
2 Chronicles 4 in the BNTLV
2 Chronicles 4 in the BOATCB
2 Chronicles 4 in the BOATCB2
2 Chronicles 4 in the BOBCV
2 Chronicles 4 in the BOCNT
2 Chronicles 4 in the BOECS
2 Chronicles 4 in the BOGWICC
2 Chronicles 4 in the BOHCB
2 Chronicles 4 in the BOHCV
2 Chronicles 4 in the BOHLNT
2 Chronicles 4 in the BOHNTLTAL
2 Chronicles 4 in the BOICB
2 Chronicles 4 in the BOILNTAP
2 Chronicles 4 in the BOITCV
2 Chronicles 4 in the BOKCV
2 Chronicles 4 in the BOKCV2
2 Chronicles 4 in the BOKHWOG
2 Chronicles 4 in the BOKSSV
2 Chronicles 4 in the BOLCB
2 Chronicles 4 in the BOLCB2
2 Chronicles 4 in the BOMCV
2 Chronicles 4 in the BONAV
2 Chronicles 4 in the BONCB
2 Chronicles 4 in the BONLT
2 Chronicles 4 in the BONUT2
2 Chronicles 4 in the BOPLNT
2 Chronicles 4 in the BOSCB
2 Chronicles 4 in the BOSNC
2 Chronicles 4 in the BOTLNT
2 Chronicles 4 in the BOVCB
2 Chronicles 4 in the BOYCB
2 Chronicles 4 in the BPBB
2 Chronicles 4 in the BPH
2 Chronicles 4 in the BSB
2 Chronicles 4 in the CCB
2 Chronicles 4 in the CUV
2 Chronicles 4 in the CUVS
2 Chronicles 4 in the DBT
2 Chronicles 4 in the DGDNT
2 Chronicles 4 in the DHNT
2 Chronicles 4 in the DNT
2 Chronicles 4 in the ELBE
2 Chronicles 4 in the EMTV
2 Chronicles 4 in the ESV
2 Chronicles 4 in the FBV
2 Chronicles 4 in the FEB
2 Chronicles 4 in the GGMNT
2 Chronicles 4 in the GNT
2 Chronicles 4 in the HARY
2 Chronicles 4 in the HNT
2 Chronicles 4 in the IRVA
2 Chronicles 4 in the IRVB
2 Chronicles 4 in the IRVG
2 Chronicles 4 in the IRVH
2 Chronicles 4 in the IRVK
2 Chronicles 4 in the IRVM
2 Chronicles 4 in the IRVM2
2 Chronicles 4 in the IRVP
2 Chronicles 4 in the IRVT
2 Chronicles 4 in the IRVT2
2 Chronicles 4 in the IRVU
2 Chronicles 4 in the ISVN
2 Chronicles 4 in the JSNT
2 Chronicles 4 in the KAPI
2 Chronicles 4 in the KBT1ETNIK
2 Chronicles 4 in the KBV
2 Chronicles 4 in the KJV
2 Chronicles 4 in the KNFD
2 Chronicles 4 in the LBA
2 Chronicles 4 in the LBLA
2 Chronicles 4 in the LNT
2 Chronicles 4 in the LSV
2 Chronicles 4 in the MAAL
2 Chronicles 4 in the MBV
2 Chronicles 4 in the MBV2
2 Chronicles 4 in the MHNT
2 Chronicles 4 in the MKNFD
2 Chronicles 4 in the MNG
2 Chronicles 4 in the MNT
2 Chronicles 4 in the MNT2
2 Chronicles 4 in the MRS1T
2 Chronicles 4 in the NAA
2 Chronicles 4 in the NASB
2 Chronicles 4 in the NBLA
2 Chronicles 4 in the NBS
2 Chronicles 4 in the NBVTP
2 Chronicles 4 in the NET2
2 Chronicles 4 in the NIV11
2 Chronicles 4 in the NNT
2 Chronicles 4 in the NNT2
2 Chronicles 4 in the NNT3
2 Chronicles 4 in the PDDPT
2 Chronicles 4 in the PFNT
2 Chronicles 4 in the RMNT
2 Chronicles 4 in the SBIAS
2 Chronicles 4 in the SBIBS
2 Chronicles 4 in the SBIBS2
2 Chronicles 4 in the SBICS
2 Chronicles 4 in the SBIDS
2 Chronicles 4 in the SBIGS
2 Chronicles 4 in the SBIHS
2 Chronicles 4 in the SBIIS
2 Chronicles 4 in the SBIIS2
2 Chronicles 4 in the SBIIS3
2 Chronicles 4 in the SBIKS
2 Chronicles 4 in the SBIKS2
2 Chronicles 4 in the SBIMS
2 Chronicles 4 in the SBIOS
2 Chronicles 4 in the SBIPS
2 Chronicles 4 in the SBISS
2 Chronicles 4 in the SBITS
2 Chronicles 4 in the SBITS2
2 Chronicles 4 in the SBITS3
2 Chronicles 4 in the SBITS4
2 Chronicles 4 in the SBIUS
2 Chronicles 4 in the SBIVS
2 Chronicles 4 in the SBT
2 Chronicles 4 in the SBT1E
2 Chronicles 4 in the SCHL
2 Chronicles 4 in the SNT
2 Chronicles 4 in the SUSU
2 Chronicles 4 in the SUSU2
2 Chronicles 4 in the SYNO
2 Chronicles 4 in the TBIAOTANT
2 Chronicles 4 in the TBT1E
2 Chronicles 4 in the TBT1E2
2 Chronicles 4 in the TFTIP
2 Chronicles 4 in the TFTU
2 Chronicles 4 in the TGNTATF3T
2 Chronicles 4 in the THAI
2 Chronicles 4 in the TNFD
2 Chronicles 4 in the TNT
2 Chronicles 4 in the TNTIK
2 Chronicles 4 in the TNTIL
2 Chronicles 4 in the TNTIN
2 Chronicles 4 in the TNTIP
2 Chronicles 4 in the TNTIZ
2 Chronicles 4 in the TOMA
2 Chronicles 4 in the TTENT
2 Chronicles 4 in the UBG
2 Chronicles 4 in the UGV
2 Chronicles 4 in the UGV2
2 Chronicles 4 in the UGV3
2 Chronicles 4 in the VBL
2 Chronicles 4 in the VDCC
2 Chronicles 4 in the YALU
2 Chronicles 4 in the YAPE
2 Chronicles 4 in the YBVTP
2 Chronicles 4 in the ZBP