Esther 3 (IRVO)
1 ଏହି ସକଳ ଘଟଣା ଉତ୍ତାରେ ଅକ୍ଷଶ୍ୱେରଶ ରାଜା ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଉନ୍ନତ କରି ଉଚ୍ଚପଦାନ୍ୱିତ କଲେ, ଆଉ ତାହାଙ୍କ ସଙ୍ଗୀ ସମସ୍ତ ଅଧିପତିର ଆସନ ଅପେକ୍ଷା ତାହାଙ୍କୁ ଶ୍ରେଷ୍ଠ ଆସନ ଦେଲେ। 2 ତହିଁରେ ରାଜାଙ୍କ ଯେତେ ଦାସ ରାଜଦ୍ୱାରରେ ଥିଲେ, ସେସମସ୍ତେ ନତ ହୋଇ ହାମନ୍କୁ ପ୍ରଣାମ କଲେ; କାରଣ ରାଜା ତାହା ବିଷୟରେ ସେରୂପ ଆଜ୍ଞା ଦେଇଥିଲେ; ମାତ୍ର ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ। 3 ଏଣୁ ରାଜଦ୍ୱାରବର୍ତ୍ତୀ ରାଜାଙ୍କ ଦାସଗଣ ମର୍ଦ୍ଦଖୟଙ୍କୁ କହିଲେ, “ତୁମ୍ଭେ କାହିଁକି ରାଜାଜ୍ଞା ଲଙ୍ଘନ କରୁଅଛ?” 4 ଏହିରୂପେ ସେମାନେ ପ୍ରତିଦିନ ତାହାଙ୍କୁ କହିଲେ, ତଥାପି ସେ ସେମାନଙ୍କର କଥା ମାନିଲେ ନାହିଁ; ଏଣୁ ଏହି ମର୍ଦ୍ଦଖୟର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମନ୍କୁ ତାହା ଜଣାଇଲେ; କାରଣ ମର୍ଦ୍ଦଖୟ ଯେ ଯିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲେ। 5 ଯେତେବେଳେ ହାମନ୍ ଦେଖିଲେ ଯେ, ମର୍ଦ୍ଦଖୟ ନତ ହେଲେ ନାହିଁ କିଅବା ତାହାଙ୍କୁ ପ୍ରଣାମ କଲେ ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲେ। 6 ମାତ୍ର ସେ କେବଳ ମର୍ଦ୍ଦଖୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ଜ୍ଞାନ କଲେ; କାରଣ ସେମାନେ ତାହାଙ୍କୁ ମର୍ଦ୍ଦଖୟର ବଂଶୀୟ ଲୋକଙ୍କ କଥା ଜଣାଇଥିଲେ, ତେଣୁ ହାମନ୍ ଅକ୍ଷଶ୍ୱେରଶର ସମୁଦାୟ ରାଜ୍ୟରେ ସମସ୍ତ ଯିହୁଦୀୟଙ୍କୁ, ଅର୍ଥାତ୍, ମର୍ଦ୍ଦଖୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲେ, 7 ଆଉ, ସେହି ବିଷୟରେ ଅକ୍ଷଶ୍ୱେରଶ ରାଜାଙ୍କ ରାଜତ୍ଵର ଦ୍ୱାଦଶ ବର୍ଷର ନୀସନ୍ ନାମକ ପ୍ରଥମ ମାସରେ ହାମନ୍ର ସାକ୍ଷାତରେ ଅଦର ନାମକ ଦ୍ୱାଦଶ ମାସ ପର୍ଯ୍ୟନ୍ତ (କ୍ରମାଗତ) ସେମାନେ ପ୍ରତିଦିନ ଓ ପ୍ରତି ମାସ “ପୂର,” ଅର୍ଥାତ୍, ଗୁଲିବାଣ୍ଟ କଲେ। 8 ଏଥିଉତ୍ତାରେ ହାମନ୍ ଅକ୍ଷଶ୍ୱେରଶ ରାଜାଙ୍କୁ କହିଲେ, “ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଛିନ୍ନଭିନ୍ନ ଓ ପୃଥକୀକୃତ ଏକ ଦେଶୀୟ ଲୋକ ଅଛନ୍ତି; ଅନ୍ୟ ସକଳ ଲୋକଙ୍କର ବ୍ୟବସ୍ଥାଠାରୁ ସେମାନଙ୍କ ବ୍ୟବସ୍ଥା ଭିନ୍ନ, ମଧ୍ୟ ସେମାନେ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ; ଏଣୁ ସେମାନଙ୍କ ବ୍ୟବହାର ସହ୍ୟ କରିବା ମହାରାଜାଙ୍କର ଉଚିତ ନୁହେଁ। 9 ମହାରାଜା ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ, ତହିଁରେ ମୁଁ ରାଜକାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ଡାରକୁ ଆଣିବା ପାଇଁ ଦଶ ହଜାର ତାଳନ୍ତ ରୂପା ଦେବି।” 10 ଏଥିରେ ରାଜା ଆପଣା ହସ୍ତରୁ ସନ୍ତକ-ଅଙ୍ଗୁରୀୟ କାଢ଼ି ଯିହୁଦୀୟମାନଙ୍କର ଶତ୍ରୁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍କୁ ଦେଲେ। 11 “ପୁଣି, ରାଜା ହାମନ୍କୁ କହିଲେ, ସେହି ରୂପା ଓ ସେହି ଦେଶୀୟ ଲୋକ ତୁମ୍ଭକୁ ଦିଆଗଲା, ସେମାନଙ୍କ ପ୍ରତି ଯାହା ତୁମ୍ଭର ଇଚ୍ଛା, ତାହା କର।” 12 ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ରାଜାଙ୍କ ଲେଖକମାନେ ଆହୂତ ହୁଅନ୍ତେ, ହାମନ୍ର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶସ୍ଥ ରାଜପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଶାସନକର୍ତ୍ତାଗଣ ପ୍ରତି ପ୍ରତ୍ୟେକ ପ୍ରଦେଶର ଅକ୍ଷରାନୁସାରେ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷାନୁସାରେ ପତ୍ର ଲିଖିତ ହେଲେ, ତାହା ଅକ୍ଷଶ୍ୱେରଶ ରାଜାଙ୍କ ନାମରେ ଲିଖିତ ଓ ରାଜାଙ୍କ ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା। 13 ପୁଣି, ଏକ ଦିନରେ, ଅର୍ଥାତ୍, ଅଦର ନାମକ ଦ୍ୱାଦଶ ମାସର ତ୍ରୟୋଦଶ ଦିନରେ ଯୁବା, ବୃଦ୍ଧ, ଶିଶୁ ଓ ସ୍ତ୍ରୀମାନଙ୍କ ସହିତ ସବୁ ଯିହୁଦୀୟମାନଙ୍କୁ ସଂହାର, ବଧ ଓ ବିନାଶ କରିବାକୁ ଓ ସେମାନଙ୍କ ସମ୍ପତ୍ତି ଲୁଟିବାକୁ ସେହି ପତ୍ର ଧାବକଗଣଙ୍କ ଦ୍ୱାରା ରାଜାଙ୍କ ସବୁ ପ୍ରଦେଶକୁ ପ୍ରେରିତ ହେଲେ। 14 ପୁଣି, ସେହି ଦିନ ନିମନ୍ତେ ସମସ୍ତ ଲୋକ ଯେପରି ପ୍ରସ୍ତୁତ ହୁଅନ୍ତି, ଏଥିପାଇଁ ପ୍ରତ୍ୟେକ ପ୍ରଦେଶରେ ଆଜ୍ଞା ପ୍ରଚାର କରିବାକୁ ଓ ଯାବତୀୟ ଲୋକଙ୍କୁ ଗୋଚର କରାଇବାକୁ ସେହି ଲିଖନର ପ୍ରତିଲିପି ଦିଆଗଲା। 15 ଆଉ, ଧାବକଗଣ ରାଜାଜ୍ଞା ପାଇ ଶୀଘ୍ର ବାହାରିଗଲେ, ପୁଣି ସେହି ଆଜ୍ଞା ଶୂଶନ୍ ରାଜଧାନୀରେ ପ୍ରକାଶିତ ହେଲା, ତହୁଁ ରାଜା ଓ ହାମନ୍ ପାନ କରିବାକୁ ବସିଲେ, ମାତ୍ର ଶୂଶନ୍ ନଗର ଉଦ୍ବିଗ୍ନ ହେଲା।
In Other Versions
Esther 3 in the ANGEFD
Esther 3 in the ANTPNG2D
Esther 3 in the AS21
Esther 3 in the BAGH
Esther 3 in the BBPNG
Esther 3 in the BBT1E
Esther 3 in the BDS
Esther 3 in the BEV
Esther 3 in the BHAD
Esther 3 in the BIB
Esther 3 in the BLPT
Esther 3 in the BNT
Esther 3 in the BNTABOOT
Esther 3 in the BNTLV
Esther 3 in the BOATCB
Esther 3 in the BOATCB2
Esther 3 in the BOBCV
Esther 3 in the BOCNT
Esther 3 in the BOECS
Esther 3 in the BOGWICC
Esther 3 in the BOHCB
Esther 3 in the BOHCV
Esther 3 in the BOHLNT
Esther 3 in the BOHNTLTAL
Esther 3 in the BOICB
Esther 3 in the BOILNTAP
Esther 3 in the BOITCV
Esther 3 in the BOKCV
Esther 3 in the BOKCV2
Esther 3 in the BOKHWOG
Esther 3 in the BOKSSV
Esther 3 in the BOLCB
Esther 3 in the BOLCB2
Esther 3 in the BOMCV
Esther 3 in the BONAV
Esther 3 in the BONCB
Esther 3 in the BONLT
Esther 3 in the BONUT2
Esther 3 in the BOPLNT
Esther 3 in the BOSCB
Esther 3 in the BOSNC
Esther 3 in the BOTLNT
Esther 3 in the BOVCB
Esther 3 in the BOYCB
Esther 3 in the BPBB
Esther 3 in the BPH
Esther 3 in the BSB
Esther 3 in the CCB
Esther 3 in the CUV
Esther 3 in the CUVS
Esther 3 in the DBT
Esther 3 in the DGDNT
Esther 3 in the DHNT
Esther 3 in the DNT
Esther 3 in the ELBE
Esther 3 in the EMTV
Esther 3 in the ESV
Esther 3 in the FBV
Esther 3 in the FEB
Esther 3 in the GGMNT
Esther 3 in the GNT
Esther 3 in the HARY
Esther 3 in the HNT
Esther 3 in the IRVA
Esther 3 in the IRVB
Esther 3 in the IRVG
Esther 3 in the IRVH
Esther 3 in the IRVK
Esther 3 in the IRVM
Esther 3 in the IRVM2
Esther 3 in the IRVP
Esther 3 in the IRVT
Esther 3 in the IRVT2
Esther 3 in the IRVU
Esther 3 in the ISVN
Esther 3 in the JSNT
Esther 3 in the KAPI
Esther 3 in the KBT1ETNIK
Esther 3 in the KBV
Esther 3 in the KJV
Esther 3 in the KNFD
Esther 3 in the LBA
Esther 3 in the LBLA
Esther 3 in the LNT
Esther 3 in the LSV
Esther 3 in the MAAL
Esther 3 in the MBV
Esther 3 in the MBV2
Esther 3 in the MHNT
Esther 3 in the MKNFD
Esther 3 in the MNG
Esther 3 in the MNT
Esther 3 in the MNT2
Esther 3 in the MRS1T
Esther 3 in the NAA
Esther 3 in the NASB
Esther 3 in the NBLA
Esther 3 in the NBS
Esther 3 in the NBVTP
Esther 3 in the NET2
Esther 3 in the NIV11
Esther 3 in the NNT
Esther 3 in the NNT2
Esther 3 in the NNT3
Esther 3 in the PDDPT
Esther 3 in the PFNT
Esther 3 in the RMNT
Esther 3 in the SBIAS
Esther 3 in the SBIBS
Esther 3 in the SBIBS2
Esther 3 in the SBICS
Esther 3 in the SBIDS
Esther 3 in the SBIGS
Esther 3 in the SBIHS
Esther 3 in the SBIIS
Esther 3 in the SBIIS2
Esther 3 in the SBIIS3
Esther 3 in the SBIKS
Esther 3 in the SBIKS2
Esther 3 in the SBIMS
Esther 3 in the SBIOS
Esther 3 in the SBIPS
Esther 3 in the SBISS
Esther 3 in the SBITS
Esther 3 in the SBITS2
Esther 3 in the SBITS3
Esther 3 in the SBITS4
Esther 3 in the SBIUS
Esther 3 in the SBIVS
Esther 3 in the SBT
Esther 3 in the SBT1E
Esther 3 in the SCHL
Esther 3 in the SNT
Esther 3 in the SUSU
Esther 3 in the SUSU2
Esther 3 in the SYNO
Esther 3 in the TBIAOTANT
Esther 3 in the TBT1E
Esther 3 in the TBT1E2
Esther 3 in the TFTIP
Esther 3 in the TFTU
Esther 3 in the TGNTATF3T
Esther 3 in the THAI
Esther 3 in the TNFD
Esther 3 in the TNT
Esther 3 in the TNTIK
Esther 3 in the TNTIL
Esther 3 in the TNTIN
Esther 3 in the TNTIP
Esther 3 in the TNTIZ
Esther 3 in the TOMA
Esther 3 in the TTENT
Esther 3 in the UBG
Esther 3 in the UGV
Esther 3 in the UGV2
Esther 3 in the UGV3
Esther 3 in the VBL
Esther 3 in the VDCC
Esther 3 in the YALU
Esther 3 in the YAPE
Esther 3 in the YBVTP
Esther 3 in the ZBP