1 Chronicles 22 (IRVO)
1 ସେତେବେଳେ ଦାଉଦ କହିଲେ, “ଏହି ଗୃହ ସଦାପ୍ରଭୁ ପରମେଶ୍ୱରଙ୍କର ଓ ଏହି ହୋମବଳିର ବେଦି ଇସ୍ରାଏଲର।” 2 ଏଥିଉତ୍ତାରେ ଦାଉଦ ଇସ୍ରାଏଲ-ଦେଶସ୍ଥ ବିଦେଶୀମାନଙ୍କୁ ଏକତ୍ର କରିବାକୁ ଆଜ୍ଞା ଦେଲେ; ପୁଣି, ପରମେଶ୍ୱରଙ୍କ ଗୃହ ନିର୍ମାଣ କରିବା ପାଇଁ ଖୋଦିତ ପ୍ରସ୍ତର ପ୍ରସ୍ତୁତ କରିବାକୁ ରାଜମିସ୍ତ୍ରୀମାନଙ୍କୁ ନିଯୁକ୍ତ କଲେ। 3 ଆଉ, ଦାଉଦ ଦ୍ୱାର-କବାଟର କଣ୍ଟା ନିମନ୍ତେ ଓ କବ୍ଜା ନିମନ୍ତେ ଅଧିକ ପରିମାଣର ଲୁହା ଓ ଅପରିମିତ ଅଧିକ ପରିମାଣର ପିତ୍ତଳ ପ୍ରସ୍ତୁତ କଲେ। 4 ଆଉ, ଅସଂଖ୍ୟ ଏରସ କାଷ୍ଠ ପ୍ରସ୍ତୁତ କଲେ, କାରଣ ସୀଦୋନୀୟ ଓ ସୋରୀୟ ଲୋକମାନେ ଦାଉଦଙ୍କ ନିକଟକୁ ଅଧିକ ପରିମାଣର ଏରସ କାଷ୍ଠ ଆଣିଲେ। 5 ଆଉ ଦାଉଦ କହିଲେ, “ମୋʼ ପୁତ୍ର ଶଲୋମନ ଅଳ୍ପ ବୟସ୍କ ଓ କୋମଳ, ପୁଣି, ସଦାପ୍ରଭୁଙ୍କ ନିମନ୍ତେ ଯେଉଁ ଗୃହ ନିର୍ମାଣ କରାଯିବ, ତାହା କୀର୍ତ୍ତି ଓ ଗୌରବ ସକାଶୁ ସମଗ୍ର ଦେଶରେ ଅତିଶୟ ପ୍ରତାପାନ୍ୱିତ ହେବ; ଏହେତୁ ମୁଁ ତହିଁ ପାଇଁ ଆୟୋଜନ କରିବି।” ଏହିପରି ଦାଉଦ ଆପଣା ମୃତ୍ୟୁୁ ପୂର୍ବେ ଅଧିକ ପ୍ରଚୁର ପରିମାଣରେ ରୂପେ ଆୟୋଜନ କଲେ। 6 ଏଥିଉତ୍ତାରେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ଡକାଇ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନିମନ୍ତେ ଗୃହ ନିର୍ମାଣ କରିବାକୁ ଆଜ୍ଞା ଦେଲେ। 7 ଆଉ, ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା। 8 ମାତ୍ର, ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ‘ତୁମ୍ଭେ ଅଧିକ ପରିମାଣର ରକ୍ତପାତ ଓ ବଡ଼ ବଡ଼ ଯୁଦ୍ଧ କରିଅଛ; ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଆମ୍ଭ ସାକ୍ଷାତରେ ଭୂମିରେ ଅଧିକ ପରିମାଣର ରକ୍ତପାତ କରିଅଛ। 9 ଦେଖ, ତୁମ୍ଭର ଏକ ପୁତ୍ର ଜାତ ହେବ, ସେ ବିଶ୍ରାମପ୍ରାପ୍ତ ମନୁଷ୍ୟ ହେବ; ପୁଣି, ଆମ୍ଭେ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଶତ୍ରୁଠାରୁ ତାହାକୁ ବିଶ୍ରାମ ଦେବା; କାରଣ ତାହାର ନାମ ଶଲୋମନ ହେବ ଓ ଆମ୍ଭେ ତାହାର ସମୟରେ ଇସ୍ରାଏଲକୁ ଶାନ୍ତି ଓ ନିର୍ବିଘ୍ନତା ଦେବା; 10 ସେ ଆମ୍ଭ ନାମ ପାଇଁ ଗୃହ ନିର୍ମାଣ କରିବ; ସେ ଆମ୍ଭର ପୁତ୍ର ହେବ ଓ ଆମ୍ଭେ ତାହାର ପିତା ହେବା; ପୁଣି, ଆମ୍ଭେ ଇସ୍ରାଏଲ ଉପରେ ତାହାର ରାଜସିଂହାସନ ଅନନ୍ତକାଳ ସ୍ଥାପନ କରିବା।’ 11 ଏବେ ହେ ମୋହର ପୁତ୍ର, ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହେଉନ୍ତୁ; ତୁମ୍ଭେ କୃତକାର୍ଯ୍ୟ ହୁଅ ଓ ତୁମ୍ଭ ବିଷୟରେ ଉକ୍ତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ବାକ୍ୟାନୁସାରେ ତାହାଙ୍କର ଗୃହ ନିର୍ମାଣ କର। 12 କେବଳ ସଦାପ୍ରଭୁ ତୁମ୍ଭକୁ ବୁଦ୍ଧି ଓ ବିବେଚନା ଦିଅନ୍ତୁ ଓ ଇସ୍ରାଏଲ ଉପରେ ତୁମ୍ଭକୁ ନିଯୁକ୍ତ କରନ୍ତୁ; ତାହାହେଲେ, ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ବ୍ୟବସ୍ଥା ପାଳନ କରି ପାରିବ। 13 ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ମୋଶାଙ୍କୁ ଯେଉଁ ଯେଉଁ ବିଧି ଓ ଶାସନ ଦେଇଅଛନ୍ତି, ସେହି ସବୁ ଯଦି ତୁମ୍ଭେ ପାଳିବାକୁ ମନୋଯୋଗ କରିବ, ତେବେ ତୁମ୍ଭେ କୃତକାର୍ଯ୍ୟ ହେବ; ବଳବାନ ଓ ସାହସିକ ହୁଅ; ଭୀତ କି ନିରାଶ ନ ହୁଅ। 14 ଆଉ ଦେଖ, ମୁଁ ଆପଣା କଷ୍ଟରେ ସଦାପ୍ରଭୁଙ୍କ ଗୃହ ନିମନ୍ତେ ଏକ ଲକ୍ଷ ତାଳନ୍ତ ସୁନା ଓ ଦଶ ଲକ୍ଷ ତାଳନ୍ତ ରୂପା; ଆଉ ଅପରିମିତ ଅଧିକ ପରିମାଣର ପିତ୍ତଳ ଓ ଲୁହା ଆୟୋଜନ କରିଅଛି; ମଧ୍ୟ କଡ଼ି ଓ ପ୍ରସ୍ତର ପ୍ରସ୍ତୁତ କରିଅଛି, ତୁମ୍ଭେ ସେଥିରେ ଆହୁରି ଯୋଗ କରିବ। 15 ଆହୁରି, ତୁମ୍ଭ ନିକଟରେ ଅନେକ ଶିଳ୍ପକାର ଓ ପଥର-କଟାଳି, ପୁଣି, ପଥର ଓ କାଷ୍ଠର କର୍ମକାର ଓ ସର୍ବପ୍ରକାର କର୍ମରେ ବହୁତ ନିପୁଣ ଲୋକ ଅଛନ୍ତି; 16 ସୁନା, ରୂପା ଓ ପିତ୍ତଳ ଓ ଲୁହାର କିଛି ସଂଖ୍ୟା ନାହିଁ; ଉଠ, କର୍ମ କର ଓ ସଦାପ୍ରଭୁ ତୁମ୍ଭର ସହବର୍ତ୍ତୀ ହେଉନ୍ତୁ।” 17 ମଧ୍ୟ ଦାଉଦ ଇସ୍ରାଏଲର ସମସ୍ତ ଅଧିପତିଙ୍କୁ ଆପଣା ପୁତ୍ର ଶଲୋମନଙ୍କର ସାହାଯ୍ୟ କରିବାକୁ ଆଜ୍ଞା ଦେଇ କହିଲେ, 18 “ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର କʼଣ ତୁମ୍ଭମାନଙ୍କର ସହବର୍ତ୍ତୀ ନୁହନ୍ତି? ଓ ସେ କʼଣ ଚତୁର୍ଦ୍ଦିଗରେ ତୁମ୍ଭମାନଙ୍କୁ ବିଶ୍ରାମ ଦେଇ ନାହାନ୍ତି? ସେ ଦେଶ ନିବାସୀମାନଙ୍କୁ ମୋʼ ହସ୍ତରେ ସମର୍ପଣ କରିଅଛନ୍ତି; ଆଉ ସଦାପ୍ରଭୁଙ୍କ ଓ ତାହାଙ୍କ ଲୋକମାନଙ୍କ ସମ୍ମୁଖରେ ଦେଶ ବଶୀଭୂତ ରହିଅଛି। 19 ଏଣୁ, ଏବେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଅନ୍ୱେଷଣ କରିବା ପାଇଁ ଆପଣା ଆପଣା ଅନ୍ତଃକରଣ ଓ ପ୍ରାଣ ନିବେଶ କର; ଆଉ ଉଠ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯେଉଁ ଗୃହ ନିର୍ମିତ ହେବ, ସେଠାକୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଓ ପରମେଶ୍ୱରଙ୍କ ପବିତ୍ର ପାତ୍ରସକଳ ଆଣିବା ପାଇଁ ସଦାପ୍ରଭୁ ପରମେଶ୍ୱରଙ୍କର ଆବାସ ନିର୍ମାଣ କର।”
In Other Versions
1 Chronicles 22 in the ANGEFD
1 Chronicles 22 in the ANTPNG2D
1 Chronicles 22 in the AS21
1 Chronicles 22 in the BAGH
1 Chronicles 22 in the BBPNG
1 Chronicles 22 in the BBT1E
1 Chronicles 22 in the BDS
1 Chronicles 22 in the BEV
1 Chronicles 22 in the BHAD
1 Chronicles 22 in the BIB
1 Chronicles 22 in the BLPT
1 Chronicles 22 in the BNT
1 Chronicles 22 in the BNTABOOT
1 Chronicles 22 in the BNTLV
1 Chronicles 22 in the BOATCB
1 Chronicles 22 in the BOATCB2
1 Chronicles 22 in the BOBCV
1 Chronicles 22 in the BOCNT
1 Chronicles 22 in the BOECS
1 Chronicles 22 in the BOGWICC
1 Chronicles 22 in the BOHCB
1 Chronicles 22 in the BOHCV
1 Chronicles 22 in the BOHLNT
1 Chronicles 22 in the BOHNTLTAL
1 Chronicles 22 in the BOICB
1 Chronicles 22 in the BOILNTAP
1 Chronicles 22 in the BOITCV
1 Chronicles 22 in the BOKCV
1 Chronicles 22 in the BOKCV2
1 Chronicles 22 in the BOKHWOG
1 Chronicles 22 in the BOKSSV
1 Chronicles 22 in the BOLCB
1 Chronicles 22 in the BOLCB2
1 Chronicles 22 in the BOMCV
1 Chronicles 22 in the BONAV
1 Chronicles 22 in the BONCB
1 Chronicles 22 in the BONLT
1 Chronicles 22 in the BONUT2
1 Chronicles 22 in the BOPLNT
1 Chronicles 22 in the BOSCB
1 Chronicles 22 in the BOSNC
1 Chronicles 22 in the BOTLNT
1 Chronicles 22 in the BOVCB
1 Chronicles 22 in the BOYCB
1 Chronicles 22 in the BPBB
1 Chronicles 22 in the BPH
1 Chronicles 22 in the BSB
1 Chronicles 22 in the CCB
1 Chronicles 22 in the CUV
1 Chronicles 22 in the CUVS
1 Chronicles 22 in the DBT
1 Chronicles 22 in the DGDNT
1 Chronicles 22 in the DHNT
1 Chronicles 22 in the DNT
1 Chronicles 22 in the ELBE
1 Chronicles 22 in the EMTV
1 Chronicles 22 in the ESV
1 Chronicles 22 in the FBV
1 Chronicles 22 in the FEB
1 Chronicles 22 in the GGMNT
1 Chronicles 22 in the GNT
1 Chronicles 22 in the HARY
1 Chronicles 22 in the HNT
1 Chronicles 22 in the IRVA
1 Chronicles 22 in the IRVB
1 Chronicles 22 in the IRVG
1 Chronicles 22 in the IRVH
1 Chronicles 22 in the IRVK
1 Chronicles 22 in the IRVM
1 Chronicles 22 in the IRVM2
1 Chronicles 22 in the IRVP
1 Chronicles 22 in the IRVT
1 Chronicles 22 in the IRVT2
1 Chronicles 22 in the IRVU
1 Chronicles 22 in the ISVN
1 Chronicles 22 in the JSNT
1 Chronicles 22 in the KAPI
1 Chronicles 22 in the KBT1ETNIK
1 Chronicles 22 in the KBV
1 Chronicles 22 in the KJV
1 Chronicles 22 in the KNFD
1 Chronicles 22 in the LBA
1 Chronicles 22 in the LBLA
1 Chronicles 22 in the LNT
1 Chronicles 22 in the LSV
1 Chronicles 22 in the MAAL
1 Chronicles 22 in the MBV
1 Chronicles 22 in the MBV2
1 Chronicles 22 in the MHNT
1 Chronicles 22 in the MKNFD
1 Chronicles 22 in the MNG
1 Chronicles 22 in the MNT
1 Chronicles 22 in the MNT2
1 Chronicles 22 in the MRS1T
1 Chronicles 22 in the NAA
1 Chronicles 22 in the NASB
1 Chronicles 22 in the NBLA
1 Chronicles 22 in the NBS
1 Chronicles 22 in the NBVTP
1 Chronicles 22 in the NET2
1 Chronicles 22 in the NIV11
1 Chronicles 22 in the NNT
1 Chronicles 22 in the NNT2
1 Chronicles 22 in the NNT3
1 Chronicles 22 in the PDDPT
1 Chronicles 22 in the PFNT
1 Chronicles 22 in the RMNT
1 Chronicles 22 in the SBIAS
1 Chronicles 22 in the SBIBS
1 Chronicles 22 in the SBIBS2
1 Chronicles 22 in the SBICS
1 Chronicles 22 in the SBIDS
1 Chronicles 22 in the SBIGS
1 Chronicles 22 in the SBIHS
1 Chronicles 22 in the SBIIS
1 Chronicles 22 in the SBIIS2
1 Chronicles 22 in the SBIIS3
1 Chronicles 22 in the SBIKS
1 Chronicles 22 in the SBIKS2
1 Chronicles 22 in the SBIMS
1 Chronicles 22 in the SBIOS
1 Chronicles 22 in the SBIPS
1 Chronicles 22 in the SBISS
1 Chronicles 22 in the SBITS
1 Chronicles 22 in the SBITS2
1 Chronicles 22 in the SBITS3
1 Chronicles 22 in the SBITS4
1 Chronicles 22 in the SBIUS
1 Chronicles 22 in the SBIVS
1 Chronicles 22 in the SBT
1 Chronicles 22 in the SBT1E
1 Chronicles 22 in the SCHL
1 Chronicles 22 in the SNT
1 Chronicles 22 in the SUSU
1 Chronicles 22 in the SUSU2
1 Chronicles 22 in the SYNO
1 Chronicles 22 in the TBIAOTANT
1 Chronicles 22 in the TBT1E
1 Chronicles 22 in the TBT1E2
1 Chronicles 22 in the TFTIP
1 Chronicles 22 in the TFTU
1 Chronicles 22 in the TGNTATF3T
1 Chronicles 22 in the THAI
1 Chronicles 22 in the TNFD
1 Chronicles 22 in the TNT
1 Chronicles 22 in the TNTIK
1 Chronicles 22 in the TNTIL
1 Chronicles 22 in the TNTIN
1 Chronicles 22 in the TNTIP
1 Chronicles 22 in the TNTIZ
1 Chronicles 22 in the TOMA
1 Chronicles 22 in the TTENT
1 Chronicles 22 in the UBG
1 Chronicles 22 in the UGV
1 Chronicles 22 in the UGV2
1 Chronicles 22 in the UGV3
1 Chronicles 22 in the VBL
1 Chronicles 22 in the VDCC
1 Chronicles 22 in the YALU
1 Chronicles 22 in the YAPE
1 Chronicles 22 in the YBVTP
1 Chronicles 22 in the ZBP