2 Samuel 10 (IRVO)
1 ଏଥିଉତ୍ତାରେ ଅମ୍ମୋନ-ସନ୍ତାନଗଣର ରାଜା ମରନ୍ତେ, ତାହାର ପୁତ୍ର ହାନୂନ୍ ତାହାର ବଦଳରେ ରାଜା ହେଲା। 2 ତହିଁରେ ଦାଉଦ କହିଲେ, “ହାନୂନ୍ର ପିତା ନାହଶ୍ ଯେପରି ମୋʼ ପ୍ରତି ଦୟା ପ୍ରକାଶ କରିଥିଲା, ସେପରି ମୁଁ ହାନୂନ୍ ପ୍ରତି ଦୟା ପ୍ରକାଶ କରିବି।” ତେଣୁ ତାହାକୁ ପିତୃଶୋକରୁ ସାନ୍ତ୍ୱନା କରିବା ନିମନ୍ତେ ଦାଉଦ ଆପଣା ଦାସମାନଙ୍କୁ ପଠାଇଲେ। ତହୁଁ ଦାଉଦଙ୍କର ଦାସମାନେ ଅମ୍ମୋନ-ସନ୍ତାନଗଣର ଦେଶରେ ଉପସ୍ଥିତ ହେଲେ। 3 ମାତ୍ର ଅମ୍ମୋନ-ସନ୍ତାନଗଣର ଅଧିପତିମାନେ ସେମାନଙ୍କ ପ୍ରଭୁ ହାନୂନ୍କୁ କହିଲେ, “ଦାଉଦ ଆପଣଙ୍କ ନିକଟକୁ ସାନ୍ତ୍ୱନାକାରୀମାନଙ୍କୁ ପଠାଇଅଛି ବୋଲି ସେ ଯେ ଆପଣଙ୍କ ପିତାଙ୍କର ସମ୍ଭ୍ରମ କରୁଅଛି, ଏହା କି ଆପଣ ବିଚାର କରନ୍ତି? ଦାଉଦ କି ନଗର ଅନୁସନ୍ଧାନ କରିବା ଅଭିପ୍ରାୟରେ ତହିଁରେ ଭ୍ରମଣ କରିବାକୁ ଓ ତାହା ନାଶ କରିବାକୁ ଆପଣା ଦାସମାନଙ୍କୁ ତୁମ୍ଭ କତିକି ପଠାଇ ନାହିଁ?” 4 ତହିଁରେ ହାନୂନ୍ ଦାଉଦଙ୍କର ଦାସମାନଙ୍କୁ ଧରି ସେମାନଙ୍କ ଦାଢ଼ିର ଅଧେ କ୍ଷୌର କଲା ଓ ସେମାନଙ୍କ ପିଚା ପାଖ ବସ୍ତ୍ର ମଝିରୁ କାଟି ପକାଇ ସେମାନଙ୍କୁ ବିଦାୟ କରିଦେଲା। 5 ତହୁଁ ସେମାନେ ଦାଉଦଙ୍କୁ ଏହା ଜ୍ଞାତ କରାନ୍ତେ, ସେ ସେମାନଙ୍କୁ ଭେଟିବା ପାଇଁ ଲୋକ ପଠାଇଲେ; କାରଣ ସେମାନେ ଅତିଶୟ ଲଜ୍ଜିତ ଥିଲେ। ପୁଣି ରାଜା କହିଲେ, “ତୁମ୍ଭମାନଙ୍କ ଦାଢ଼ି ବଢ଼ିବା ପର୍ଯ୍ୟନ୍ତ ଯିରୀହୋ ନଗରରେ ଥାଅ, ତହିଁ ଉତ୍ତାରେ ଫେରି ଆସିବ।” 6 ଏଥିରେ ଅମ୍ମୋନ-ସନ୍ତାନମାନେ ଦେଖିଲେ ଯେ, ସେମାନେ ଦାଉଦଙ୍କ ସମ୍ମୁଖରେ ଦୁର୍ଗନ୍ଧ ସ୍ୱରୂପ ହୋଇଅଛନ୍ତି, ଏହେତୁ ଅମ୍ମୋନ-ସନ୍ତାନଗଣ ଲୋକ ପଠାଇ ବେଥ୍-ରହୋବସ୍ଥ ଓ ସୋବାସ୍ଥିତ ଅରାମୀୟ କୋଡ଼ିଏ ହଜାର ପଦାତିକକୁ ଓ ଏକ ହଜାର ଲୋକ ସହିତ ମାଖାର ରାଜାକୁ ଓ ଟୋବର ବାର ହଜାର ଲୋକଙ୍କୁ ବେତନ ଦେଇ ରଖିଲେ। 7 ଆଉ ଦାଉଦ ଏହା ଶୁଣି ଯୋୟାବକୁ ଓ ବୀର ସୈନ୍ୟ ସମସ୍ତଙ୍କୁ ପଠାଇଲେ। 8 ତହିଁରେ ଅମ୍ମୋନ-ସନ୍ତାନଗଣ ବାହାର ହୋଇ ଆସି ଦ୍ୱାର-ପ୍ରବେଶ ସ୍ଥାନ ନିକଟରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ; ପୁଣି ସୋବା ଓ ରହୋବର ଅରାମୀୟ ଲୋକମାନେ, ଆଉ ଟୋବର ଓ ମାଖାର ଲୋକମାନେ କ୍ଷେତ୍ରରେ ଅଲଗା ରହିଲେ। 9 ଏହିରୂପେ ଯୋୟାବ ଆପଣା ବିରୁଦ୍ଧରେ ଆଗେ ଓ ପଛେ ଯୁଦ୍ଧ ପ୍ରସ୍ତୁତ ହେବାର ଦେଖି ଇସ୍ରାଏଲର ସମୁଦାୟ ବଛା ଲୋକ ମଧ୍ୟରୁ ଲୋକ ବାଛି ଅରାମୀୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲା। 10 ପୁଣି ସେ ଅବଶିଷ୍ଟ ଲୋକମାନଙ୍କୁ ଆପଣା ଭାଇ ଅବୀଶୟ ହସ୍ତରେ ସମର୍ପଣ କଲା; ତହିଁରେ ସେ ସେମାନଙ୍କୁ ନେଇ ଅମ୍ମୋନ-ସନ୍ତାନଗଣ ବିରୁଦ୍ଧରେ ସୈନ୍ୟ ସଜାଇଲା। 11 ପୁଣି ସେ କହିଲା, “ଯଦି ଅରାମୀୟମାନେ ମୋ ନିମନ୍ତେ ଅଧିକ ଶକ୍ତିଶାଳୀ ହେବେ, ତେବେ ତୁମ୍ଭେ ମୋତେ ସାହାଯ୍ୟ କରିବ; ମାତ୍ର ଯଦି ଅମ୍ମୋନ-ସନ୍ତାନମାନେ ତୁମ୍ଭ ନିମନ୍ତେ ଅଧିକ ଶକ୍ତିଶାଳୀ ହେବେ, ତେବେ ମୁଁ ଆସି ତୁମ୍ଭକୁ ସାହାଯ୍ୟ କରିବି। 12 ବଳବାନ ହୁଅ, ଆମ୍ଭେମାନେ ଆପଣା ଲୋକମାନଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରମାନଙ୍କ ନିମନ୍ତେ ଆପଣାମାନଙ୍କୁ ବଳବାନ କରୁ; ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଭଲ, ସେ ତାହା କରନ୍ତୁ।” 13 ତହିଁରେ ଯୋୟାବ ଓ ତାହାର ସଙ୍ଗୀ ଲୋକମାନେ ଅରାମୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ନିକଟକୁ ଆସନ୍ତେ, ସେମାନେ ତାଙ୍କ ସମ୍ମୁଖରୁ ପଳାଇଲେ। 14 ଏଥିରେ ଅରାମୀୟମାନଙ୍କୁ ପଳାଇବାର ଦେଖି ଅମ୍ମୋନ-ସନ୍ତାନଗଣ ମଧ୍ୟ ଅବୀଶୟ ସମ୍ମୁଖରୁ ପଳାଇ ନଗରରେ ପ୍ରବେଶ କଲେ। ତେବେ ଯୋୟାବ ଅମ୍ମୋନ-ସନ୍ତାନମାନଙ୍କ ନିକଟରୁ ଯିରୂଶାଲମକୁ ଫେରି ଆସିଲା। 15 ଏଉତ୍ତାରେ ଅରାମୀୟମାନେ ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଏକତ୍ର ହେଲେ। 16 ପୁଣି ହଦଦେଷର ଲୋକ ପଠାଇ ଫରାତ୍ ନଦୀର ସେପାରିସ୍ଥିତ ଅରାମୀୟମାନଙ୍କୁ ଅଣାଇଲା; ତହୁଁ ସେମାନେ ହେଲମକୁ ଆସିଲେ; ହଦଦେଷରର ସେନାପତି ଶୋବକ ସେମାନଙ୍କର ଅଗ୍ରଗାମୀ ଥିଲା। 17 ଏଉତ୍ତାରେ ଦାଉଦଙ୍କୁ ଏହା ଜ୍ଞାତ କରାଯାʼନ୍ତେ, ସେ ସମୁଦାୟ ଇସ୍ରାଏଲକୁ ଏକତ୍ର କରି ଯର୍ଦ୍ଦନ ପାର ହୋଇ ହେଲମକୁ ଆସିଲେ। ତହିଁରେ ଅରାମୀୟମାନେ ଦାଉଦଙ୍କ ସମ୍ମୁଖରେ ସୈନ୍ୟ ସଜାଇ ତାଙ୍କ ସଙ୍ଗେ ଯୁଦ୍ଧ କଲେ। 18 ମାତ୍ର ଅରାମୀୟମାନେ ଇସ୍ରାଏଲ ସମ୍ମୁଖରୁ ପଳାଇଲେ; ପୁଣି ଦାଉଦ ଅରାମୀୟମାନଙ୍କ ସାତ ଶହ ରଥାରୂଢ଼ ଓ ଚାଳିଶ ହଜାର ଅଶ୍ୱାରୂଢ଼ ସୈନ୍ୟ ବଧ କଲେ, ପୁଣି ସେ ସେମାନଙ୍କ ସେନାପତି ଶୋବକକୁ ଆଘାତ କରନ୍ତେ, ସେ ସେହିଠାରେ ମଲା। 19 ତହୁଁ ହଦଦେଷରର ଅଧୀନ ସମସ୍ତ ରାଜା ଇସ୍ରାଏଲ ସମ୍ମୁଖରେ ଆପଣାମାନଙ୍କୁ ପରାସ୍ତ ଦେଖି ଇସ୍ରାଏଲ ସହିତ ଶାନ୍ତିର ଚୁକ୍ତି କରି ସେମାନଙ୍କର ଦାସ ହେଲେ। ଏହେତୁ ଅରାମୀୟମାନେ ଅମ୍ମୋନ-ସନ୍ତାନଗଣକୁ ଆଉ ସାହାଯ୍ୟ କରିବାକୁ ଭୟ କଲେ।
In Other Versions
2 Samuel 10 in the ANGEFD
2 Samuel 10 in the ANTPNG2D
2 Samuel 10 in the AS21
2 Samuel 10 in the BAGH
2 Samuel 10 in the BBPNG
2 Samuel 10 in the BBT1E
2 Samuel 10 in the BDS
2 Samuel 10 in the BEV
2 Samuel 10 in the BHAD
2 Samuel 10 in the BIB
2 Samuel 10 in the BLPT
2 Samuel 10 in the BNT
2 Samuel 10 in the BNTABOOT
2 Samuel 10 in the BNTLV
2 Samuel 10 in the BOATCB
2 Samuel 10 in the BOATCB2
2 Samuel 10 in the BOBCV
2 Samuel 10 in the BOCNT
2 Samuel 10 in the BOECS
2 Samuel 10 in the BOGWICC
2 Samuel 10 in the BOHCB
2 Samuel 10 in the BOHCV
2 Samuel 10 in the BOHLNT
2 Samuel 10 in the BOHNTLTAL
2 Samuel 10 in the BOICB
2 Samuel 10 in the BOILNTAP
2 Samuel 10 in the BOITCV
2 Samuel 10 in the BOKCV
2 Samuel 10 in the BOKCV2
2 Samuel 10 in the BOKHWOG
2 Samuel 10 in the BOKSSV
2 Samuel 10 in the BOLCB
2 Samuel 10 in the BOLCB2
2 Samuel 10 in the BOMCV
2 Samuel 10 in the BONAV
2 Samuel 10 in the BONCB
2 Samuel 10 in the BONLT
2 Samuel 10 in the BONUT2
2 Samuel 10 in the BOPLNT
2 Samuel 10 in the BOSCB
2 Samuel 10 in the BOSNC
2 Samuel 10 in the BOTLNT
2 Samuel 10 in the BOVCB
2 Samuel 10 in the BOYCB
2 Samuel 10 in the BPBB
2 Samuel 10 in the BPH
2 Samuel 10 in the BSB
2 Samuel 10 in the CCB
2 Samuel 10 in the CUV
2 Samuel 10 in the CUVS
2 Samuel 10 in the DBT
2 Samuel 10 in the DGDNT
2 Samuel 10 in the DHNT
2 Samuel 10 in the DNT
2 Samuel 10 in the ELBE
2 Samuel 10 in the EMTV
2 Samuel 10 in the ESV
2 Samuel 10 in the FBV
2 Samuel 10 in the FEB
2 Samuel 10 in the GGMNT
2 Samuel 10 in the GNT
2 Samuel 10 in the HARY
2 Samuel 10 in the HNT
2 Samuel 10 in the IRVA
2 Samuel 10 in the IRVB
2 Samuel 10 in the IRVG
2 Samuel 10 in the IRVH
2 Samuel 10 in the IRVK
2 Samuel 10 in the IRVM
2 Samuel 10 in the IRVM2
2 Samuel 10 in the IRVP
2 Samuel 10 in the IRVT
2 Samuel 10 in the IRVT2
2 Samuel 10 in the IRVU
2 Samuel 10 in the ISVN
2 Samuel 10 in the JSNT
2 Samuel 10 in the KAPI
2 Samuel 10 in the KBT1ETNIK
2 Samuel 10 in the KBV
2 Samuel 10 in the KJV
2 Samuel 10 in the KNFD
2 Samuel 10 in the LBA
2 Samuel 10 in the LBLA
2 Samuel 10 in the LNT
2 Samuel 10 in the LSV
2 Samuel 10 in the MAAL
2 Samuel 10 in the MBV
2 Samuel 10 in the MBV2
2 Samuel 10 in the MHNT
2 Samuel 10 in the MKNFD
2 Samuel 10 in the MNG
2 Samuel 10 in the MNT
2 Samuel 10 in the MNT2
2 Samuel 10 in the MRS1T
2 Samuel 10 in the NAA
2 Samuel 10 in the NASB
2 Samuel 10 in the NBLA
2 Samuel 10 in the NBS
2 Samuel 10 in the NBVTP
2 Samuel 10 in the NET2
2 Samuel 10 in the NIV11
2 Samuel 10 in the NNT
2 Samuel 10 in the NNT2
2 Samuel 10 in the NNT3
2 Samuel 10 in the PDDPT
2 Samuel 10 in the PFNT
2 Samuel 10 in the RMNT
2 Samuel 10 in the SBIAS
2 Samuel 10 in the SBIBS
2 Samuel 10 in the SBIBS2
2 Samuel 10 in the SBICS
2 Samuel 10 in the SBIDS
2 Samuel 10 in the SBIGS
2 Samuel 10 in the SBIHS
2 Samuel 10 in the SBIIS
2 Samuel 10 in the SBIIS2
2 Samuel 10 in the SBIIS3
2 Samuel 10 in the SBIKS
2 Samuel 10 in the SBIKS2
2 Samuel 10 in the SBIMS
2 Samuel 10 in the SBIOS
2 Samuel 10 in the SBIPS
2 Samuel 10 in the SBISS
2 Samuel 10 in the SBITS
2 Samuel 10 in the SBITS2
2 Samuel 10 in the SBITS3
2 Samuel 10 in the SBITS4
2 Samuel 10 in the SBIUS
2 Samuel 10 in the SBIVS
2 Samuel 10 in the SBT
2 Samuel 10 in the SBT1E
2 Samuel 10 in the SCHL
2 Samuel 10 in the SNT
2 Samuel 10 in the SUSU
2 Samuel 10 in the SUSU2
2 Samuel 10 in the SYNO
2 Samuel 10 in the TBIAOTANT
2 Samuel 10 in the TBT1E
2 Samuel 10 in the TBT1E2
2 Samuel 10 in the TFTIP
2 Samuel 10 in the TFTU
2 Samuel 10 in the TGNTATF3T
2 Samuel 10 in the THAI
2 Samuel 10 in the TNFD
2 Samuel 10 in the TNT
2 Samuel 10 in the TNTIK
2 Samuel 10 in the TNTIL
2 Samuel 10 in the TNTIN
2 Samuel 10 in the TNTIP
2 Samuel 10 in the TNTIZ
2 Samuel 10 in the TOMA
2 Samuel 10 in the TTENT
2 Samuel 10 in the UBG
2 Samuel 10 in the UGV
2 Samuel 10 in the UGV2
2 Samuel 10 in the UGV3
2 Samuel 10 in the VBL
2 Samuel 10 in the VDCC
2 Samuel 10 in the YALU
2 Samuel 10 in the YAPE
2 Samuel 10 in the YBVTP
2 Samuel 10 in the ZBP