Deuteronomy 19 (IRVO)
1 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁମାନଙ୍କର ଦେଶ ଦେବେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହି ଦେଶୀୟ ଲୋକମାନଙ୍କୁ ଉଚ୍ଛିନ୍ନ କଲେ ଓ ତୁମ୍ଭେ ସେମାନଙ୍କୁ ଅଧିକାର କରି ସେମାନଙ୍କ ନଗରରେ ଓ ସେମାନଙ୍କ ଗୃହରେ ବାସ କଲେ, 2 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ଅଧିକାରାର୍ଥେ ଯେଉଁ ଦେଶ ଦିଅନ୍ତି, ତୁମ୍ଭର ସେହି ଦେଶ ମଧ୍ୟରେ ତୁମ୍ଭେ ଆପଣା ପାଇଁ ତିନୋଟି ନଗର ପୃଥକ କରିବ। 3 ତୁମ୍ଭେ ଆପଣା ପାଇଁ ପଥ ପ୍ରସ୍ତୁତ କରିବ ଓ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାର କରାଇବେ, ତୁମ୍ଭେ ସେହି ଦେଶର ଭୂମି ତିନି ଭାଗ କରିବ, ତହିଁରେ ପ୍ରତ୍ୟେକ ନରହତ୍ୟାକାରୀ ସେଠାକୁ ପଳାଇ ଯାଇ ପାରିବ। 4 ଯେଉଁ ନରହତ୍ୟାକାରୀ ସେହି ସ୍ଥାନକୁ ପଳାଇ ବଞ୍ଚିପାରେ, ତାହାର କଥା ଏହି କେହି ଯେବେ ପୂର୍ବେ ହିଂସା ନ କରି ଆପଣା ପ୍ରତିବାସୀକୁ ଅଜ୍ଞାତସାରରେ ବଧ କରେ; 5 ଯଥା, କେହି ଆପଣା ପ୍ରତିବାସୀ ସଙ୍ଗରେ କାଠ ହାଣିବାକୁ ବନକୁ ଗଲା, ପୁଣି ଗଛ ହାଣିବା ପାଇଁ ତାହାର ହସ୍ତ କୁହ୍ରାଡ଼ି ଉଞ୍ଚାନ୍ତେ, କୁହ୍ରାଡ଼ି-ମୁଣ୍ଡ ବେଣ୍ଟରୁ ଖସି ପ୍ରତିବାସୀ ଉପରେ ପଡ଼ିଲା, ତହିଁରେ ସେ ମଲା; ଏପରି ଲୋକ ସେହି ନଗରମାନ ମଧ୍ୟରୁ ଏକ ନଗରକୁ ପଳାଇ ବଞ୍ଚିବ। 6 ନୋହିଲେ ରକ୍ତର ପ୍ରତିହନ୍ତା ତପ୍ତଚିତ୍ତ ହୋଇ ନରହତ୍ୟାକାରୀର ପଛେ ଗୋଡ଼ାଇ ଦୂର ପଥ ସକାଶୁ ତାହାକୁ ଧରି ପ୍ରାଣରେ ମାରି ପକାଇବ; ମାତ୍ର ସେ ଲୋକ ପ୍ରାଣଦଣ୍ଡ ଯୋଗ୍ୟ ନୁହେଁ, କାରଣ ସେ ପୂର୍ବେ ତାହାକୁ ହିଂସା କରି ନ ଥିଲା। 7 ଏନିମନ୍ତେ ମୁଁ ତୁମ୍ଭକୁ ଆପଣା ନିମନ୍ତେ ତିନୋଟି ନଗର ପୃଥକ କରିବାକୁ କହି ଆଜ୍ଞା ଦେଉଅଛି। 8 ଆଉ ମୁଁ ଆଜି ତୁମ୍ଭକୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି, ତୁମ୍ଭେ ତାହାସବୁ ପାଳନ କରି ଯାବଜ୍ଜୀବନ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କଲେ ଓ ତାହାଙ୍କ ପଥରେ ଚାଲିଲେ, 9 ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଆପଣା ଶପଥ ଅନୁସାରେ ତୁମ୍ଭ ସୀମା ବୃଦ୍ଧି କରନ୍ତି ଓ ତୁମ୍ଭ ପୂର୍ବପୁରୁଷମାନଙ୍କ ନିକଟରେ ପ୍ରତିଜ୍ଞାତ ସମସ୍ତ ଦେଶ ତୁମ୍ଭକୁ ଦିଅନ୍ତି; ତେବେ ତୁମ୍ଭେ ସେହି ତିନି ନଗର ବ୍ୟତୀତ ତୁମ୍ଭ ପାଇଁ ଆଉ ତିନୋଟି ନଗର ନିରୂପଣ କରିବ; 10 ନୋହିଲେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଅଧିକାରାର୍ଥେ ଦିଅନ୍ତି, ତହିଁ ମଧ୍ୟରେ ନିର୍ଦ୍ଦୋଷର ରକ୍ତପାତ ହେବ, ତହୁଁ ତୁମ୍ଭ ଉପରେ ରକ୍ତପାତର ଅପରାଧ ବର୍ତ୍ତିବ। 11 ମାତ୍ର କେହି ଯେବେ ଆପଣା ପ୍ରତିବାସୀକୁ ହିଂସା କରି ତାହା ପାଇଁ ଛକି ବସେ ଓ ତାହାର ପ୍ରତିକୂଳରେ ଉଠି ତାହାକୁ ପ୍ରାଣରେ ମାରେ ଓ ସେ ମରନ୍ତେ, ଏହି ନଗରମାନ ମଧ୍ୟରୁ କୌଣସି ଏକ ନଗରକୁ ପଳାଏ; 12 ତେବେ ତାହାର ନଗରସ୍ଥ ପ୍ରାଚୀନମାନେ ଲୋକ ପଠାଇ ସେସ୍ଥାନରୁ ତାହାକୁ ଅଣାଇବେ ଓ ତାହାକୁ ବଧ କରିବା ପାଇଁ ରକ୍ତର ପ୍ରତିହନ୍ତା ହସ୍ତରେ ସମର୍ପଣ କରିବେ। 13 ତୁମ୍ଭର ଚକ୍ଷୁ ତାହାକୁ ଦୟା କରିବ ନାହିଁ, ମାତ୍ର ତୁମ୍ଭେ ଇସ୍ରାଏଲ ମଧ୍ୟରୁ ନିର୍ଦ୍ଦୋଷ ରକ୍ତପାତର ଅପରାଧ ଦୂର କରିବ, ତହିଁରେ ତୁମ୍ଭର ମଙ୍ଗଳ ହେବ। 14 ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଦେଶ ଦେବେ, ସେହି ଦେଶରେ ତୁମ୍ଭେ ଯାହା ଅଧିକାର କରିବ, ତୁମ୍ଭର ସେହି ଅଧିକାରରେ ପୂର୍ବକାଳର ଲୋକମାନଙ୍କ ଦ୍ୱାରା ସ୍ଥାପିତ ତୁମ୍ଭ ସୀମାର ଚିହ୍ନ ଘୁଞ୍ଚାଇବ ନାହିଁ। 15 ମନୁଷ୍ୟ କୌଣସି ଅପରାଧ କି କୌଣସି ପାପ କଲେ, ତାହାର କୃତ ସେହି ପାପ ଲାଗି ଏକ ସାକ୍ଷୀ ତାହାର ପ୍ରତିକୂଳରେ ଉଠିବ ନାହିଁ; ଦୁଇ ସାକ୍ଷୀଙ୍କ ମୁଖ ଦ୍ୱାରା କିଅବା ତିନି ସାକ୍ଷୀଙ୍କ ମୁଖ ଦ୍ୱାରା ବିଚାର ନିଷ୍ପନ୍ନ ହେବ। 16 ଯେବେ ଅଧର୍ମୀ ସାକ୍ଷୀ କାହାରି ବିରୁଦ୍ଧରେ ଉଠି ଅବିଧି କାର୍ଯ୍ୟ ବିଷୟରେ ସାକ୍ଷ୍ୟ ଦିଏ, 17 ତେବେ ଯେଉଁ ଦୁଇ ବ୍ୟକ୍ତି ମଧ୍ୟରେ ବିରୋଧ ଥାଏ, ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମୟର ଯାଜକ ଓ ବିଚାରକର୍ତ୍ତାମାନଙ୍କ ଆଗରେ ଠିଆ ହେବେ। 18 ତହୁଁ ବିଚାରକର୍ତ୍ତାମାନେ ଯତ୍ନପୂର୍ବକ ଅନୁସନ୍ଧାନ କରିବେ; ଆଉ ଦେଖ, ସେ ସାକ୍ଷୀ ଯେବେ ମିଥ୍ୟାସାକ୍ଷୀ ଓ ଆପଣା ଭାଇ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇଥାଏ; 19 ତେବେ ସେ ଆପଣା ଭାଇ ପ୍ରତି ଯେପରି କରିବାକୁ କଳ୍ପନା କରିଥିଲା, ତାହା ପ୍ରତି ତୁମ୍ଭେମାନେ ସେହିପରି କରିବ; ଏହିରୂପେ ତୁମ୍ଭେ ଆପଣା ମଧ୍ୟରୁ ଦୁଷ୍ଟତା ଦୂର କରିବ। 20 ପୁଣି ଅବଶିଷ୍ଟ ଲୋକମାନେ ତାହା ଶୁଣି ଭୟ କରିବେ ଓ ସେହି ସମୟାବଧି ତୁମ୍ଭ ମଧ୍ୟରେ ଆଉ ସେରୂପ ମନ୍ଦ କର୍ମ କରିବେ ନାହିଁ। 21 ତୁମ୍ଭର ଚକ୍ଷୁ ଦୟା କରିବ ନାହିଁ; ପ୍ରାଣ ପରିଶୋଧରେ ପ୍ରାଣ, ଚକ୍ଷୁ ପରିଶୋଧରେ ଚକ୍ଷୁ, ଦନ୍ତ ପରିଶୋଧରେ ଦନ୍ତ, ହସ୍ତ ପରିଶୋଧରେ ହସ୍ତ, ପାଦ ପରିଶୋଧରେ ପାଦ ନିଆଯିବ।
In Other Versions
Deuteronomy 19 in the ANGEFD
Deuteronomy 19 in the ANTPNG2D
Deuteronomy 19 in the AS21
Deuteronomy 19 in the BAGH
Deuteronomy 19 in the BBPNG
Deuteronomy 19 in the BBT1E
Deuteronomy 19 in the BDS
Deuteronomy 19 in the BEV
Deuteronomy 19 in the BHAD
Deuteronomy 19 in the BIB
Deuteronomy 19 in the BLPT
Deuteronomy 19 in the BNT
Deuteronomy 19 in the BNTABOOT
Deuteronomy 19 in the BNTLV
Deuteronomy 19 in the BOATCB
Deuteronomy 19 in the BOATCB2
Deuteronomy 19 in the BOBCV
Deuteronomy 19 in the BOCNT
Deuteronomy 19 in the BOECS
Deuteronomy 19 in the BOGWICC
Deuteronomy 19 in the BOHCB
Deuteronomy 19 in the BOHCV
Deuteronomy 19 in the BOHLNT
Deuteronomy 19 in the BOHNTLTAL
Deuteronomy 19 in the BOICB
Deuteronomy 19 in the BOILNTAP
Deuteronomy 19 in the BOITCV
Deuteronomy 19 in the BOKCV
Deuteronomy 19 in the BOKCV2
Deuteronomy 19 in the BOKHWOG
Deuteronomy 19 in the BOKSSV
Deuteronomy 19 in the BOLCB
Deuteronomy 19 in the BOLCB2
Deuteronomy 19 in the BOMCV
Deuteronomy 19 in the BONAV
Deuteronomy 19 in the BONCB
Deuteronomy 19 in the BONLT
Deuteronomy 19 in the BONUT2
Deuteronomy 19 in the BOPLNT
Deuteronomy 19 in the BOSCB
Deuteronomy 19 in the BOSNC
Deuteronomy 19 in the BOTLNT
Deuteronomy 19 in the BOVCB
Deuteronomy 19 in the BOYCB
Deuteronomy 19 in the BPBB
Deuteronomy 19 in the BPH
Deuteronomy 19 in the BSB
Deuteronomy 19 in the CCB
Deuteronomy 19 in the CUV
Deuteronomy 19 in the CUVS
Deuteronomy 19 in the DBT
Deuteronomy 19 in the DGDNT
Deuteronomy 19 in the DHNT
Deuteronomy 19 in the DNT
Deuteronomy 19 in the ELBE
Deuteronomy 19 in the EMTV
Deuteronomy 19 in the ESV
Deuteronomy 19 in the FBV
Deuteronomy 19 in the FEB
Deuteronomy 19 in the GGMNT
Deuteronomy 19 in the GNT
Deuteronomy 19 in the HARY
Deuteronomy 19 in the HNT
Deuteronomy 19 in the IRVA
Deuteronomy 19 in the IRVB
Deuteronomy 19 in the IRVG
Deuteronomy 19 in the IRVH
Deuteronomy 19 in the IRVK
Deuteronomy 19 in the IRVM
Deuteronomy 19 in the IRVM2
Deuteronomy 19 in the IRVP
Deuteronomy 19 in the IRVT
Deuteronomy 19 in the IRVT2
Deuteronomy 19 in the IRVU
Deuteronomy 19 in the ISVN
Deuteronomy 19 in the JSNT
Deuteronomy 19 in the KAPI
Deuteronomy 19 in the KBT1ETNIK
Deuteronomy 19 in the KBV
Deuteronomy 19 in the KJV
Deuteronomy 19 in the KNFD
Deuteronomy 19 in the LBA
Deuteronomy 19 in the LBLA
Deuteronomy 19 in the LNT
Deuteronomy 19 in the LSV
Deuteronomy 19 in the MAAL
Deuteronomy 19 in the MBV
Deuteronomy 19 in the MBV2
Deuteronomy 19 in the MHNT
Deuteronomy 19 in the MKNFD
Deuteronomy 19 in the MNG
Deuteronomy 19 in the MNT
Deuteronomy 19 in the MNT2
Deuteronomy 19 in the MRS1T
Deuteronomy 19 in the NAA
Deuteronomy 19 in the NASB
Deuteronomy 19 in the NBLA
Deuteronomy 19 in the NBS
Deuteronomy 19 in the NBVTP
Deuteronomy 19 in the NET2
Deuteronomy 19 in the NIV11
Deuteronomy 19 in the NNT
Deuteronomy 19 in the NNT2
Deuteronomy 19 in the NNT3
Deuteronomy 19 in the PDDPT
Deuteronomy 19 in the PFNT
Deuteronomy 19 in the RMNT
Deuteronomy 19 in the SBIAS
Deuteronomy 19 in the SBIBS
Deuteronomy 19 in the SBIBS2
Deuteronomy 19 in the SBICS
Deuteronomy 19 in the SBIDS
Deuteronomy 19 in the SBIGS
Deuteronomy 19 in the SBIHS
Deuteronomy 19 in the SBIIS
Deuteronomy 19 in the SBIIS2
Deuteronomy 19 in the SBIIS3
Deuteronomy 19 in the SBIKS
Deuteronomy 19 in the SBIKS2
Deuteronomy 19 in the SBIMS
Deuteronomy 19 in the SBIOS
Deuteronomy 19 in the SBIPS
Deuteronomy 19 in the SBISS
Deuteronomy 19 in the SBITS
Deuteronomy 19 in the SBITS2
Deuteronomy 19 in the SBITS3
Deuteronomy 19 in the SBITS4
Deuteronomy 19 in the SBIUS
Deuteronomy 19 in the SBIVS
Deuteronomy 19 in the SBT
Deuteronomy 19 in the SBT1E
Deuteronomy 19 in the SCHL
Deuteronomy 19 in the SNT
Deuteronomy 19 in the SUSU
Deuteronomy 19 in the SUSU2
Deuteronomy 19 in the SYNO
Deuteronomy 19 in the TBIAOTANT
Deuteronomy 19 in the TBT1E
Deuteronomy 19 in the TBT1E2
Deuteronomy 19 in the TFTIP
Deuteronomy 19 in the TFTU
Deuteronomy 19 in the TGNTATF3T
Deuteronomy 19 in the THAI
Deuteronomy 19 in the TNFD
Deuteronomy 19 in the TNT
Deuteronomy 19 in the TNTIK
Deuteronomy 19 in the TNTIL
Deuteronomy 19 in the TNTIN
Deuteronomy 19 in the TNTIP
Deuteronomy 19 in the TNTIZ
Deuteronomy 19 in the TOMA
Deuteronomy 19 in the TTENT
Deuteronomy 19 in the UBG
Deuteronomy 19 in the UGV
Deuteronomy 19 in the UGV2
Deuteronomy 19 in the UGV3
Deuteronomy 19 in the VBL
Deuteronomy 19 in the VDCC
Deuteronomy 19 in the YALU
Deuteronomy 19 in the YAPE
Deuteronomy 19 in the YBVTP
Deuteronomy 19 in the ZBP