Isaiah 6 (IRVO)
1 ଉଷୀୟ ରାଜା ମୃତ ହେବା ବର୍ଷ ମୁଁ ପ୍ରଭୁଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲି, ତାହାଙ୍କ ରାଜବସ୍ତ୍ରର ଅଞ୍ଚଳ ମନ୍ଦିରକୁ ପରିପୂର୍ଣ୍ଣ କଲା। 2 ତାହାଙ୍କ ନିକଟରେ ସରାଫଗଣ ଠିଆ ହେଲେ; ସେ ପ୍ରତ୍ୟେକର ଛଅ ଛଅ ପକ୍ଷ ଥିଲା; ପ୍ରତ୍ୟେକେ ଦୁଇ ପକ୍ଷରେ ଆପଣା ଆପଣା ମୁଖ ଆଚ୍ଛାଦନ କଲେ, ଦୁଇ ପକ୍ଷରେ ଚରଣ ଆଚ୍ଛାଦନ କଲେ ଓ ଦୁଇ ପକ୍ଷରେ ଉଡ଼ିଲେ। 3 ଆଉ, ସେମାନେ ପରସ୍ପର ଡାକି କହିଲେ,“ସୈନ୍ୟାଧିପତି ସଦାପ୍ରଭୁ ପବିତ୍ର, ପବିତ୍ର, ପବିତ୍ର; ସମୁଦାୟ ପୃଥିବୀ ତାହାଙ୍କ ମହିମାରେ ପରିପୂର୍ଣ୍ଣ।” 4 ସେତେବେଳେ ଘୋଷଣାକାରୀର ରବରେ ଦ୍ୱାର ସମ୍ମୁଖ ସ୍ଥାନର ମୂଳଦୁଆ କମ୍ପିତ ହେଲା ଓ ମନ୍ଦିର ଧୂମରେ ପରିପୂର୍ଣ୍ଣ ହେଲା। 5 ତେବେ ମୁଁ କହିଲି, “ହାୟ ହାୟ! ମୁଁ ନଷ୍ଟ ହେଲି; କାରଣ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ମନୁଷ୍ୟ ଓ ମୁଁ ଅଶୁଚି ଓଷ୍ଠାଧରବିଶିଷ୍ଟ ଗୋଷ୍ଠୀ ମଧ୍ୟରେ ବାସ କରୁଅଛି; ତଥାପି ମୋହର ଚକ୍ଷୁ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କୁ ଦେଖିଅଛି!” 6 ଏଥିଉତ୍ତାରେ ସେହି ସରାଫଗଣ ମଧ୍ୟରୁ ଏକ ଜଣ ମୋʼ ନିକଟକୁ ଉଡ଼ି ଆସିଲେ, ତାଙ୍କ ହସ୍ତରେ ଖଣ୍ଡେ ଜ୍ୱଳନ୍ତ ଅଙ୍ଗାର ଥିଲା, ସେ ଯଜ୍ଞବେଦିରୁ ଚିମୁଟା ଦ୍ୱାରା ତାହା ନେଇଥିଲେ; 7 ପୁଣି, ସେ ତଦ୍ଦ୍ୱାରା ମୋର ମୁଖ ସ୍ପର୍ଶ କରି କହିଲେ, “ଦେଖ, ଏହା ତୁମ୍ଭ ଓଷ୍ଠାଧରକୁ ସ୍ପର୍ଶ କରିଅଛି; ଏଣୁ ତୁମ୍ଭର ଅପରାଧ ଦୂରୀକୃତ ହେଲା ଓ ତୁମ୍ଭର ପାପ ମୋଚନ ହେଲା।” 8 ଏଥିଉତ୍ତାରେ “ମୁଁ କାହାକୁ ପଠାଇବି? ଓ କିଏ ଆମ୍ଭମାନଙ୍କ ପାଇଁ ଯିବ?” ପ୍ରଭୁଙ୍କର ଏହି ରବ ମୁଁ ଶୁଣିଲି। ତେବେ ମୁଁ କହିଲି, “ମୁଁ ଅଛି; ମୋତେ ପଠାଅ।” 9 ତହିଁରେ ସେ କହିଲେ, “ଯାଅ ଓ ଏହି ଗୋଷ୍ଠୀକୁ କୁହ,‘ତୁମ୍ଭେମାନେ ଶୁଣୁଅଛ ନିଶ୍ଚୟ, ମାତ୍ର ବୁଝୁ ନାହଁ ଓ ଦେଖୁଅଛ ନିଶ୍ଚୟ, ମାତ୍ର ଜାଣୁ ନାହଁ।’ 10 ଏହି ଲୋକମାନେ ଆପଣା ଆପଣା ଚକ୍ଷୁରେ ଦେଖି ଓ କର୍ଣ୍ଣରେ ଶୁଣି ଓ ଅନ୍ତଃକରଣରେ ବୁଝି ମନ ଫେରାଇ ଯେପରି ସୁସ୍ଥ ନ ହୁଅନ୍ତି,ଏଥିପାଇଁ ତୁମ୍ଭେ ସେମାନଙ୍କ ଅନ୍ତଃକରଣ ସ୍ଥୂଳ କର ଓ ସେମାନଙ୍କ କର୍ଣ୍ଣ ଭାରୀ କର ଓ ସେମାନଙ୍କ ଚକ୍ଷୁ ମୁଦି ଦିଅ।” 11 ତେବେ ମୁଁ ପଚାରିଲି, “ହେ ପ୍ରଭୋ, କେତେ କାଳ ଯାଏ?” ତହିଁରେ ସେ ଉତ୍ତର କଲେ,“ଯେପର୍ଯ୍ୟନ୍ତ ନଗରସବୁ ନିବାସୀବିହୀନଓ ଗୃହସବୁ ନରଶୂନ୍ୟ ହୋଇ ଉଜାଡ଼ ନ ହୁଏ ଓ ଭୂମି ସମ୍ପୂର୍ଣ୍ଣ ରୂପେ ଉଜାଡ଼ ନ ହୁଏ, 12 ପୁଣି, ସଦାପ୍ରଭୁ ଲୋକମାନଙ୍କୁ ଅତି ଦୂର କରି ନ ଦିଅନ୍ତି ଓ ଦେଶ ମଧ୍ୟରେ ପରିତ୍ୟକ୍ତ ସ୍ଥାନ ଅନେକ ନ ହୁଏ, ସେପର୍ଯ୍ୟନ୍ତ। 13 ଆଉ, ଯଦିବା ତହିଁରେ ଦଶମାଂଶ ରହେ, ତଥାପି ତାହା ପୁନର୍ବାର ବିନଷ୍ଟ ହେବ;ଏଲା ଓ ଅଲୋନ ବୃକ୍ଷ ହଣା ଗଲେ ହେଁ ଯେପରି ତାହାର ଗଣ୍ଡି ରହେ;ସେହିପରି ସେହି ପବିତ୍ର ବଂଶ ଏହି ଗୋଷ୍ଠୀର ଗଣ୍ଡିସ୍ୱରୂପ ଅଟେ।”
In Other Versions
Isaiah 6 in the ANGEFD
Isaiah 6 in the ANTPNG2D
Isaiah 6 in the AS21
Isaiah 6 in the BAGH
Isaiah 6 in the BBPNG
Isaiah 6 in the BBT1E
Isaiah 6 in the BDS
Isaiah 6 in the BEV
Isaiah 6 in the BHAD
Isaiah 6 in the BIB
Isaiah 6 in the BLPT
Isaiah 6 in the BNT
Isaiah 6 in the BNTABOOT
Isaiah 6 in the BNTLV
Isaiah 6 in the BOATCB
Isaiah 6 in the BOATCB2
Isaiah 6 in the BOBCV
Isaiah 6 in the BOCNT
Isaiah 6 in the BOECS
Isaiah 6 in the BOGWICC
Isaiah 6 in the BOHCB
Isaiah 6 in the BOHCV
Isaiah 6 in the BOHLNT
Isaiah 6 in the BOHNTLTAL
Isaiah 6 in the BOICB
Isaiah 6 in the BOILNTAP
Isaiah 6 in the BOITCV
Isaiah 6 in the BOKCV
Isaiah 6 in the BOKCV2
Isaiah 6 in the BOKHWOG
Isaiah 6 in the BOKSSV
Isaiah 6 in the BOLCB
Isaiah 6 in the BOLCB2
Isaiah 6 in the BOMCV
Isaiah 6 in the BONAV
Isaiah 6 in the BONCB
Isaiah 6 in the BONLT
Isaiah 6 in the BONUT2
Isaiah 6 in the BOPLNT
Isaiah 6 in the BOSCB
Isaiah 6 in the BOSNC
Isaiah 6 in the BOTLNT
Isaiah 6 in the BOVCB
Isaiah 6 in the BOYCB
Isaiah 6 in the BPBB
Isaiah 6 in the BPH
Isaiah 6 in the BSB
Isaiah 6 in the CCB
Isaiah 6 in the CUV
Isaiah 6 in the CUVS
Isaiah 6 in the DBT
Isaiah 6 in the DGDNT
Isaiah 6 in the DHNT
Isaiah 6 in the DNT
Isaiah 6 in the ELBE
Isaiah 6 in the EMTV
Isaiah 6 in the ESV
Isaiah 6 in the FBV
Isaiah 6 in the FEB
Isaiah 6 in the GGMNT
Isaiah 6 in the GNT
Isaiah 6 in the HARY
Isaiah 6 in the HNT
Isaiah 6 in the IRVA
Isaiah 6 in the IRVB
Isaiah 6 in the IRVG
Isaiah 6 in the IRVH
Isaiah 6 in the IRVK
Isaiah 6 in the IRVM
Isaiah 6 in the IRVM2
Isaiah 6 in the IRVP
Isaiah 6 in the IRVT
Isaiah 6 in the IRVT2
Isaiah 6 in the IRVU
Isaiah 6 in the ISVN
Isaiah 6 in the JSNT
Isaiah 6 in the KAPI
Isaiah 6 in the KBT1ETNIK
Isaiah 6 in the KBV
Isaiah 6 in the KJV
Isaiah 6 in the KNFD
Isaiah 6 in the LBA
Isaiah 6 in the LBLA
Isaiah 6 in the LNT
Isaiah 6 in the LSV
Isaiah 6 in the MAAL
Isaiah 6 in the MBV
Isaiah 6 in the MBV2
Isaiah 6 in the MHNT
Isaiah 6 in the MKNFD
Isaiah 6 in the MNG
Isaiah 6 in the MNT
Isaiah 6 in the MNT2
Isaiah 6 in the MRS1T
Isaiah 6 in the NAA
Isaiah 6 in the NASB
Isaiah 6 in the NBLA
Isaiah 6 in the NBS
Isaiah 6 in the NBVTP
Isaiah 6 in the NET2
Isaiah 6 in the NIV11
Isaiah 6 in the NNT
Isaiah 6 in the NNT2
Isaiah 6 in the NNT3
Isaiah 6 in the PDDPT
Isaiah 6 in the PFNT
Isaiah 6 in the RMNT
Isaiah 6 in the SBIAS
Isaiah 6 in the SBIBS
Isaiah 6 in the SBIBS2
Isaiah 6 in the SBICS
Isaiah 6 in the SBIDS
Isaiah 6 in the SBIGS
Isaiah 6 in the SBIHS
Isaiah 6 in the SBIIS
Isaiah 6 in the SBIIS2
Isaiah 6 in the SBIIS3
Isaiah 6 in the SBIKS
Isaiah 6 in the SBIKS2
Isaiah 6 in the SBIMS
Isaiah 6 in the SBIOS
Isaiah 6 in the SBIPS
Isaiah 6 in the SBISS
Isaiah 6 in the SBITS
Isaiah 6 in the SBITS2
Isaiah 6 in the SBITS3
Isaiah 6 in the SBITS4
Isaiah 6 in the SBIUS
Isaiah 6 in the SBIVS
Isaiah 6 in the SBT
Isaiah 6 in the SBT1E
Isaiah 6 in the SCHL
Isaiah 6 in the SNT
Isaiah 6 in the SUSU
Isaiah 6 in the SUSU2
Isaiah 6 in the SYNO
Isaiah 6 in the TBIAOTANT
Isaiah 6 in the TBT1E
Isaiah 6 in the TBT1E2
Isaiah 6 in the TFTIP
Isaiah 6 in the TFTU
Isaiah 6 in the TGNTATF3T
Isaiah 6 in the THAI
Isaiah 6 in the TNFD
Isaiah 6 in the TNT
Isaiah 6 in the TNTIK
Isaiah 6 in the TNTIL
Isaiah 6 in the TNTIN
Isaiah 6 in the TNTIP
Isaiah 6 in the TNTIZ
Isaiah 6 in the TOMA
Isaiah 6 in the TTENT
Isaiah 6 in the UBG
Isaiah 6 in the UGV
Isaiah 6 in the UGV2
Isaiah 6 in the UGV3
Isaiah 6 in the VBL
Isaiah 6 in the VDCC
Isaiah 6 in the YALU
Isaiah 6 in the YAPE
Isaiah 6 in the YBVTP
Isaiah 6 in the ZBP