Judges 21 (IRVO)
1 ଇସ୍ରାଏଲୀୟ ଲୋକମାନେ ମିସ୍ପାରେ ଶପଥ କରି କହିଥିଲେ, “ଆମ୍ଭମାନଙ୍କର କେହି ବିନ୍ୟାମୀନ୍ ସହିତ ଆପଣା କନ୍ୟାର ବିବାହ ଦେବ ନାହିଁ।” 2 ତେଣୁ ଲୋକମାନେ ବେଥେଲ୍କୁ ଆସି ସନ୍ଧ୍ୟା ପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସମ୍ମୁଖରେ ବସି ରବ ଉଠାଇ ଅତ୍ୟନ୍ତ ରୋଦନ କଲେ। 3 ଆଉ ସେମାନେ କହିଲେ, “ହେ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୋ, ଆଜି ଯେ ଇସ୍ରାଏଲ ମଧ୍ୟରୁ ଏକ ବଂଶର ଊଣା ହେଲା, ଇସ୍ରାଏଲ ମଧ୍ୟରେ ଏପରି କାହିଁକି ଘଟିଲା?” 4 ତହୁଁ ଆରଦିନ ଲୋକମାନେ ଅତି ପ୍ରଭାତରେ ଉଠି ଏକ ଯଜ୍ଞବେଦି ନିର୍ମାଣ କରି ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। 5 ପୁଣି ଇସ୍ରାଏଲ ସନ୍ତାନମାନେ କହିଲେ, “ସମାଜ ସହିତ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ଏପରି କିଏ ଅଛି?” କାରଣ ମିସ୍ପାକୁ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିବ, “ସେ ଅବଶ୍ୟ ହତ ହେବ,” ଏହା କହି ସେମାନେ ମହା ଶପଥ କରିଥିଲେ। 6 ପୁଣି ଇସ୍ରାଏଲ ସନ୍ତାନମାନେ ଆପଣା ଭାଇ ବିନ୍ୟାମୀନ୍ ପାଇଁ ଅନୁତାପ କରି କହିଲେ, “ଆଜି ଇସ୍ରାଏଲ ମଧ୍ୟରୁ ଗୋଟିଏ ବଂଶ ଉଚ୍ଛିନ୍ନ ହେଲା। 7 ସେମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଅଣ କରିବା? କାରଣ ସେମାନଙ୍କ ସହିତ ଆପଣା ଆପଣା କନ୍ୟାର ବିବାହ ଦେବୁ ନାହିଁ ବୋଲି ସଦାପ୍ରଭୁଙ୍କ ନାମରେ ଆମ୍ଭେମାନେ ଶପଥ କରିଅଛୁ।” 8 ପୁଣି ସେମାନେ କହିଲେ, “ମିସ୍ପାକୁ ସଦାପ୍ରଭୁଙ୍କ ନିକଟକୁ ଯେ ନ ଆସିଲା, ଇସ୍ରାଏଲ ବଂଶସମୂହ ମଧ୍ୟରେ ଏପରି କେଉଁ ବଂଶ ଅଛି?” ତହିଁରେ ଦେଖ, ଯାବେଶ-ଗିଲୀୟଦରୁ କେହି ଛାଉଣିସ୍ଥ ସମାଜକୁ ଆସି ନ ଥିଲେ। 9 କାରଣ ଲୋକମାନେ ଗଣିତ ହେବା ବେଳେ, ଦେଖ, ସେଠାରେ ଯାବେଶ-ଗିଲୀୟଦ ନିବାସୀମାନଙ୍କ ମଧ୍ୟରୁ କେହି ନ ଥିଲେ। 10 ତହୁଁ ମଣ୍ଡଳୀ ସେ ସ୍ଥାନକୁ ବାର ହଜାର ମହାବୀର ପୁରୁଷ ପଠାଇ ସେମାନଙ୍କୁ ଆଜ୍ଞା ଦେଇ କହିଲେ, “ଯାଇ ସ୍ତ୍ରୀ ବାଳକ ସମେତ ଯାବେଶ-ଗିଲୀୟଦ ନିବାସୀମାନଙ୍କୁ ଖଡ୍ଗଧାରରେ ଆଘାତ କର। 11 ଆହୁରି ତୁମ୍ଭେମାନେ ଏହା କରିବ; ତୁମ୍ଭେମାନେ ପ୍ରତ୍ୟେକ ପୁରୁଷକୁ ଓ ପୁରୁଷ-ସହବାସିନୀ ପ୍ରତ୍ୟେକ ସ୍ତ୍ରୀକୁ ବର୍ଜିତ ରୂପେ ବିନାଶ କରିବ।” 12 ତହୁଁ ସେମାନେ ଯାବେଶ-ଗିଲୀୟଦ ନିବାସୀମାନଙ୍କ ମଧ୍ୟରେ ପୁରୁଷ-ସହବାସରହିତା ଚାରି ଶହ ଅବିବାହିତା କନ୍ୟା ପାଇଲେ; ଆଉ ସେମାନଙ୍କୁ କିଣାନ ଦେଶସ୍ଥ ଶୀଲୋ ଛାଉଣିକୁ ଆଣିଲେ। 13 ଏଥିଉତ୍ତାରେ ସମଗ୍ର ମଣ୍ଡଳୀ ରିମ୍ମୋନ୍ ଶୈଳସ୍ଥିତ ବିନ୍ୟାମୀନ୍-ସନ୍ତାନଗଣ ସହିତ ଆଳାପ କଲେ ଓ ଦୂତ ପଠାଇ ସେମାନଙ୍କ ନିକଟରେ ଶାନ୍ତି ପ୍ରଚାର କଲେ। 14 ସେସମୟରେ ବିନ୍ୟାମୀନୀୟ ଲୋକମାନେ ଫେରି ଆସିଲେ; ତହୁଁ ଯାବେଶ-ଗିଲୀୟଦର ଯେଉଁ ସ୍ତ୍ରୀମାନଙ୍କୁ ଇସ୍ରାଏଲୀୟମାନେ ବଞ୍ଚାଇ ରଖିଥିଲେ, ସେମାନଙ୍କୁ ସେମାନଙ୍କ ସହିତ ବିବାହ କରିଦେଲେ, ତଥାପି ସେମାନଙ୍କ ପାଇଁ କନ୍ୟା ଅଣ୍ଟିଲେ ନାହିଁ। 15 ଏହେତୁ ସଦାପ୍ରଭୁ ଇସ୍ରାଏଲ ବଂଶସମୂହ ମଧ୍ୟରେ ଛିଦ୍ର କରିବାରୁ ଲୋକମାନେ ବିନ୍ୟାମୀନୀୟମାନଙ୍କ ବିଷୟରେ ଅନୁତାପ କଲେ। 16 ତେବେ ମଣ୍ଡଳୀର ପ୍ରାଚୀନମାନେ କହିଲେ, “ବିନ୍ୟାମୀନ୍ ମଧ୍ୟରୁ ସ୍ତ୍ରୀମାନେ ଉଚ୍ଛିନ୍ନ ହୋଇଅଛନ୍ତି, ଏଣୁ ଅବଶିଷ୍ଟ ଲୋକମାନଙ୍କ ବିବାହ ବିଷୟରେ ଆମ୍ଭେମାନେ କଅଣ କରିବା?” 17 ଆହୁରି ସେମାନେ କହିଲେ, “ଇସ୍ରାଏଲ ମଧ୍ୟରୁ ଏକ ବଂଶର ଲୋପ ଯେପରି ନ ହୁଏ, ଏଥିପାଇଁ ବିନ୍ୟାମୀନ୍ର ଅଧିକାର ସେହି ଅବଶିଷ୍ଟ ଲୋକମାନଙ୍କର ହେଉ। 18 ତଥାପି ଆମ୍ଭେମାନେ ସେମାନଙ୍କ ସହିତ ଆପଣାମାନଙ୍କ କନ୍ୟାର ବିବାହ ଦେଇ ନ ପାରୁ, କାରଣ ଯେକେହି ବିନ୍ୟାମୀନ୍କୁ କନ୍ୟା ଦେବ, ‘ସେ ଶାପଗ୍ରସ୍ତ ହେଉ ବୋଲି କହି ଇସ୍ରାଏଲ-ସନ୍ତାନଗଣ ଶପଥ କରିଅଛନ୍ତି।’” 19 ଆହୁରି ସେମାନେ କହିଲେ, “ଦେଖ, ବେଥେଲ୍ର ଉତ୍ତର ଦିଗରେ, ବେଥେଲ୍ରୁ ଶିଖିମକୁ ଯିବା ସଡ଼କର ପୂର୍ବ ଆଡ଼େ ଓ ଲବୋନାର ଦକ୍ଷିଣ ଦିଗରେ ସ୍ଥିତ ଶୀଲୋରେ ପ୍ରତି ବର୍ଷ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ସବ ହୋଇଥାଏ।” 20 ଏହେତୁ ସେମାନେ ବିନ୍ୟାମୀନ୍-ସନ୍ତାନଗଣକୁ ଆଜ୍ଞା ଦେଇ କହିଲେ, “ତୁମ୍ଭେମାନେ ଯାଇ ଦ୍ରାକ୍ଷାକ୍ଷେତ୍ରରେ ଛକି ବସି ଅନାଅ; 21 ଆଉ ଦେଖ, ଶୀଲୋର କନ୍ୟାମାନେ ମେଳ ମଧ୍ୟରେ ନାଚିବା ପାଇଁ ବାହାର ହୋଇ ଆସିଲେ, ତୁମ୍ଭେମାନେ ଦ୍ରାକ୍ଷାକ୍ଷେତ୍ରରୁ ବାହାରି ପ୍ରତ୍ୟେକେ ଆପଣା ଆପଣା ପାଇଁ ଶୀଲୋ କନ୍ୟାଗଣ ମଧ୍ୟରୁ ଭାର୍ଯ୍ୟା ଧରି ବିନ୍ୟାମୀନ୍ ଦେଶକୁ ଚାଲିଯାଅ। 22 ପୁଣି ସେମାନଙ୍କ ପିତା ଅବା ଭାଇମାନେ ଆମ୍ଭମାନଙ୍କ ନିକଟକୁ ବିବାଦ କରିବାକୁ ଆସିଲେ ଆମ୍ଭେମାନେ ସେମାନଙ୍କୁ କହିବୁ, ‘ଆମ୍ଭମାନଙ୍କୁ ଅନୁଗ୍ରହ କରି ସେମାନଙ୍କୁ ଛାଡ଼ିଦିଅ; କାରଣ ଆମ୍ଭେମାନେ ଯୁଦ୍ଧରେ ସେମାନଙ୍କର ପ୍ରତି ଜଣ ପାଇଁ ଭାର୍ଯ୍ୟା ନେଇ ନାହୁଁ; ଅବା ତୁମ୍ଭେମାନେ ହିଁ ସେମାନଙ୍କୁ ତୁମ୍ଭମାନଙ୍କ କନ୍ୟାଗଣ ବିବାହ ନିମନ୍ତେ ଦେଇ ନାହଁ; ନୋହିଲେ ତୁମ୍ଭେମାନେ ଏବେ ଅପରାଧୀ ହୁଅନ୍ତ।’” 23 ତହିଁରେ ବିନ୍ୟାମୀନ୍-ସନ୍ତାନଗଣ ସେରୂପ କରି ଆପଣାମାନଙ୍କ ସଂଖ୍ୟାନୁସାରେ ନୃତ୍ୟକାରିଣୀମାନଙ୍କ ମଧ୍ୟରୁ ଭାର୍ଯ୍ୟା ନେଇ ଚାଲିଗଲେ ଆଉ ସେମାନେ ଆପଣା ଆପଣା ଅଧିକାରକୁ ଫେରିଯାଇ ନଗର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ। 24 ତହୁଁ ଇସ୍ରାଏଲ-ସନ୍ତାନଗଣ ସେତେବେଳେ ସେଠାରୁ ପ୍ରସ୍ଥାନ କରି ପ୍ରତ୍ୟେକେ ଆପଣା ଆପଣା ବଂଶ ଓ ଗୋଷ୍ଠୀ ନିକଟକୁ ଯାଇ ସେଠାରୁ ଆପଣା ଆପଣା ଅଧିକାରକୁ ଗଲେ। 25 ସେସମୟରେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ନ ଥିଲା; ଯାହା ଦୃଷ୍ଟିରେ ଯାହା ଭଲ, ସେ ତାହା କଲା।
In Other Versions
Judges 21 in the ANGEFD
Judges 21 in the ANTPNG2D
Judges 21 in the AS21
Judges 21 in the BAGH
Judges 21 in the BBPNG
Judges 21 in the BBT1E
Judges 21 in the BDS
Judges 21 in the BEV
Judges 21 in the BHAD
Judges 21 in the BIB
Judges 21 in the BLPT
Judges 21 in the BNT
Judges 21 in the BNTABOOT
Judges 21 in the BNTLV
Judges 21 in the BOATCB
Judges 21 in the BOATCB2
Judges 21 in the BOBCV
Judges 21 in the BOCNT
Judges 21 in the BOECS
Judges 21 in the BOGWICC
Judges 21 in the BOHCB
Judges 21 in the BOHCV
Judges 21 in the BOHLNT
Judges 21 in the BOHNTLTAL
Judges 21 in the BOICB
Judges 21 in the BOILNTAP
Judges 21 in the BOITCV
Judges 21 in the BOKCV
Judges 21 in the BOKCV2
Judges 21 in the BOKHWOG
Judges 21 in the BOKSSV
Judges 21 in the BOLCB
Judges 21 in the BOLCB2
Judges 21 in the BOMCV
Judges 21 in the BONAV
Judges 21 in the BONCB
Judges 21 in the BONLT
Judges 21 in the BONUT2
Judges 21 in the BOPLNT
Judges 21 in the BOSCB
Judges 21 in the BOSNC
Judges 21 in the BOTLNT
Judges 21 in the BOVCB
Judges 21 in the BOYCB
Judges 21 in the BPBB
Judges 21 in the BPH
Judges 21 in the BSB
Judges 21 in the CCB
Judges 21 in the CUV
Judges 21 in the CUVS
Judges 21 in the DBT
Judges 21 in the DGDNT
Judges 21 in the DHNT
Judges 21 in the DNT
Judges 21 in the ELBE
Judges 21 in the EMTV
Judges 21 in the ESV
Judges 21 in the FBV
Judges 21 in the FEB
Judges 21 in the GGMNT
Judges 21 in the GNT
Judges 21 in the HARY
Judges 21 in the HNT
Judges 21 in the IRVA
Judges 21 in the IRVB
Judges 21 in the IRVG
Judges 21 in the IRVH
Judges 21 in the IRVK
Judges 21 in the IRVM
Judges 21 in the IRVM2
Judges 21 in the IRVP
Judges 21 in the IRVT
Judges 21 in the IRVT2
Judges 21 in the IRVU
Judges 21 in the ISVN
Judges 21 in the JSNT
Judges 21 in the KAPI
Judges 21 in the KBT1ETNIK
Judges 21 in the KBV
Judges 21 in the KJV
Judges 21 in the KNFD
Judges 21 in the LBA
Judges 21 in the LBLA
Judges 21 in the LNT
Judges 21 in the LSV
Judges 21 in the MAAL
Judges 21 in the MBV
Judges 21 in the MBV2
Judges 21 in the MHNT
Judges 21 in the MKNFD
Judges 21 in the MNG
Judges 21 in the MNT
Judges 21 in the MNT2
Judges 21 in the MRS1T
Judges 21 in the NAA
Judges 21 in the NASB
Judges 21 in the NBLA
Judges 21 in the NBS
Judges 21 in the NBVTP
Judges 21 in the NET2
Judges 21 in the NIV11
Judges 21 in the NNT
Judges 21 in the NNT2
Judges 21 in the NNT3
Judges 21 in the PDDPT
Judges 21 in the PFNT
Judges 21 in the RMNT
Judges 21 in the SBIAS
Judges 21 in the SBIBS
Judges 21 in the SBIBS2
Judges 21 in the SBICS
Judges 21 in the SBIDS
Judges 21 in the SBIGS
Judges 21 in the SBIHS
Judges 21 in the SBIIS
Judges 21 in the SBIIS2
Judges 21 in the SBIIS3
Judges 21 in the SBIKS
Judges 21 in the SBIKS2
Judges 21 in the SBIMS
Judges 21 in the SBIOS
Judges 21 in the SBIPS
Judges 21 in the SBISS
Judges 21 in the SBITS
Judges 21 in the SBITS2
Judges 21 in the SBITS3
Judges 21 in the SBITS4
Judges 21 in the SBIUS
Judges 21 in the SBIVS
Judges 21 in the SBT
Judges 21 in the SBT1E
Judges 21 in the SCHL
Judges 21 in the SNT
Judges 21 in the SUSU
Judges 21 in the SUSU2
Judges 21 in the SYNO
Judges 21 in the TBIAOTANT
Judges 21 in the TBT1E
Judges 21 in the TBT1E2
Judges 21 in the TFTIP
Judges 21 in the TFTU
Judges 21 in the TGNTATF3T
Judges 21 in the THAI
Judges 21 in the TNFD
Judges 21 in the TNT
Judges 21 in the TNTIK
Judges 21 in the TNTIL
Judges 21 in the TNTIN
Judges 21 in the TNTIP
Judges 21 in the TNTIZ
Judges 21 in the TOMA
Judges 21 in the TTENT
Judges 21 in the UBG
Judges 21 in the UGV
Judges 21 in the UGV2
Judges 21 in the UGV3
Judges 21 in the VBL
Judges 21 in the VDCC
Judges 21 in the YALU
Judges 21 in the YAPE
Judges 21 in the YBVTP
Judges 21 in the ZBP