Joshua 23 (IRVO)

1 ଏଥିଉତ୍ତାରେ ବହୁ ଦିନ ଉତ୍ତାରେ ସଦାପ୍ରଭୁ ଇସ୍ରାଏଲଙ୍କୁ ସେମାନଙ୍କ ଚତୁର୍ଦ୍ଦିଗସ୍ଥିତ ସମସ୍ତ ଶତ୍ରୁଙ୍କଠାରୁ ବିଶ୍ରାମ ଦିଅନ୍ତେ; ପୁଣି ଯିହୋଶୂୟ ବୃଦ୍ଧ ଓ ଗତବୟସ୍କ ହୁଅନ୍ତେ, ଏପରି ଘଟିଲା, 2 ଯେ ଯିହୋଶୂୟ ସମସ୍ତ ଇସ୍ରାଏଲଙ୍କୁ, ସେମାନଙ୍କ ପ୍ରାଚୀନବର୍ଗଙ୍କୁ ଓ ସେମାନଙ୍କ ପ୍ରଧାନମାନଙ୍କୁ, ପୁଣି ସେମାନଙ୍କ ବିଚାରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ମୁଁ ବୃଦ୍ଧ ଓ ଗତବୟସ୍କ ହେଲି। 3 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ସକାଶୁ ଏହିସବୁ ଦେଶୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ତାହାସବୁ ତୁମ୍ଭେମାନେ ଦେଖିଅଛ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିଅଛନ୍ତି। 4 ଦେଖ, ଯର୍ଦ୍ଦନ ଅବଧି ସୂର୍ଯ୍ୟାସ୍ତ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଯେସମସ୍ତ ଦେଶୀୟମାନଙ୍କୁ ମୁଁ ଉଚ୍ଛିନ୍ନ କରିଅଛି, ଆଉ ଯେଉଁ ଦେଶୀୟମାନେ ଅବଶିଷ୍ଟ ଅଛନ୍ତି, ସେମାନଙ୍କ ଦେଶ ଅଧିକାର କରିବାକୁ ମୁଁ ତୁମ୍ଭମାନଙ୍କ ବଂଶାନୁସାରେ ଗୁଲିବାଣ୍ଟ ଦ୍ୱାରା ବିଭାଗ କରି ତୁମ୍ଭମାନଙ୍କୁ ଦେଲି। 5 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପେ ତୁମ୍ଭମାନଙ୍କ ସମ୍ମୁଖରୁ ସେମାନଙ୍କୁ ଘଉଡ଼ାଇ ଦେବେ ଓ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରୁ ତଡ଼ି ଦେବେ; ତହିଁରେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟାନୁସାରେ ସେମାନଙ୍କ ଦେଶ ଅଧିକାର କରିବ। 6 ଏନିମନ୍ତେ ତୁମ୍ଭେମାନେ ମୋଶାଙ୍କର ବ୍ୟବସ୍ଥା ଗ୍ରନ୍ଥରେ ଲିଖିତ ସମସ୍ତ କଥା ମାନିବାକୁ ଓ କରିବାକୁ ସାହସିକ ହୁଅ, ତହିଁର ଦକ୍ଷିଣରେ କି ବାମରେ ନ ଫେର; 7 ପୁଣି ସେହି ଗୋଷ୍ଠୀୟମାନଙ୍କର ଯେ ଅବଶିଷ୍ଟ ଲୋକ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ସେମାନଙ୍କ ମଧ୍ୟରେ ପ୍ରବେଶ ନ କର; କି ସେମାନଙ୍କ ଦେବତାମାନଙ୍କ ନାମ ଉଚ୍ଚାରଣ ନ କର, କି ସେମାନଙ୍କ ନାମରେ ଶପଥ ନ କରାଅ, କି ସେମାନଙ୍କ ସେବା ନ କର, କିଅବା ସେମାନଙ୍କୁ ପ୍ରଣାମ ନ କର। 8 ମାତ୍ର ଯେପରି ଆଜି ପର୍ଯ୍ୟନ୍ତ କରି ଆସୁଅଛ, ସେପରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କଠାରେ ଆସକ୍ତ ଥାଅ। 9 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରୁ ମହାନ ଓ ବଳବାନ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇଅଛନ୍ତି; ପୁଣି ଆଜି ପର୍ଯ୍ୟନ୍ତ କୌଣସି ମନୁଷ୍ୟ ତୁମ୍ଭମାନଙ୍କ ସମ୍ମୁଖରେ ଠିଆ ହୋଇ ପାରି ନାହିଁ। 10 ତୁମ୍ଭମାନଙ୍କର ଏକ ଲୋକ ସହସ୍ର ଲୋକଙ୍କୁ ଘଉଡ଼ାଇ ଦେବ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେରୂପ କହିଅଛନ୍ତି, ତଦନୁସାରେ ସେ ଆପେ ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରୁଅଛନ୍ତି। 11 ଏନିମନ୍ତେ ତୁମ୍ଭେମାନେ ଆପଣା ଆପଣା ପ୍ରାଣ ବିଷୟରେ ଅତି ସାବଧାନ ହୋଇ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ପ୍ରେମ କର। 12 ନୋହିଲେ ଯେବେ ତୁମ୍ଭେମାନେ କୌଣସି ପ୍ରକାରେ ବିମୁଖ ହୁଅ ଓ ଏହି ଗୋଷ୍ଠୀୟମାନଙ୍କ ମଧ୍ୟରୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଅଛନ୍ତି, ସେମାନଙ୍କଠାରେ ଆସକ୍ତ ହୁଅ ଓ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ ରଖି ତୁମ୍ଭେମାନେ ସେମାନଙ୍କର ସହବାସ କର ଓ ସେମାନେ ତୁମ୍ଭମାନଙ୍କର ସହବାସ କରନ୍ତି; 13 ତେବେ ଏହା ନିଶ୍ଚୟ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଏହି ଗୋଷ୍ଠୀୟମାନଙ୍କୁ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରୁ ଆଉ ତଡ଼ି ଦେବେ ନାହିଁ; ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ବିନଷ୍ଟ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କର ଜାଲ ଓ ଫାନ୍ଦ ଓ ପାର୍ଶ୍ୱରେ କୋରଡ଼ା ଓ ଚକ୍ଷୁରେ କଣ୍ଟକ ସ୍ୱରୂପ ହେବେ। 14 ଆଉ ଦେଖ, ଆଜି ମୁଁ ସମଗ୍ର ମର୍ତ୍ତ୍ୟର ମାର୍ଗରେ ଯାଉଅଛି। ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ବୁଦ୍ଧିରେ ଜ୍ଞାତ ଅଛ ଯେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ବିଷୟରେ ଯେତେ ମଙ୍ଗଳ କଥା କହିଥିଲେ, ତହିଁ ମଧ୍ୟରୁ ଗୋଟିଏ ମାତ୍ର କଥା ବିଫଳ ହୋଇ ନାହିଁ; ତୁମ୍ଭମାନଙ୍କ ପକ୍ଷରେ ସବୁ ସଫଳ ହୋଇଅଛି, ତହିଁରୁ ଗୋଟିଏ କଥା ହିଁ ବିଫଳ ହୋଇ ନାହିଁ। 15 ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ପ୍ରତି ଯେସକଳ ମଙ୍ଗଳ କଥା କହିଥିଲେ, ତାହା ଯେପରି ତୁମ୍ଭମାନଙ୍କ ପକ୍ଷରେ ସଫଳ ହେଲା, ସେପରି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ସଦାପ୍ରଭୁ ତୁମ୍ଭମାନଙ୍କୁ ବିନାଶ କରିବା ଯାଏ ତୁମ୍ଭମାନଙ୍କ ପ୍ରତି ଅମଙ୍ଗଳ କଥାସବୁ ସଫଳ କରିବେ। 16 ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ନିୟମ ଆଜ୍ଞା କରିଅଛନ୍ତି, ତାହା ଯେବେ ତୁମ୍ଭେମାନେ ଲଙ୍ଘନ କରିବ ଓ ଯାଇ ଅନ୍ୟ ଦେବତାମାନଙ୍କର ସେବା କରିବ, ପୁଣି ସେମାନଙ୍କୁ ପ୍ରଣାମ କରିବ, ତେବେ ତୁମ୍ଭମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେବ ଓ ସେ ଯେଉଁ ଉତ୍ତମ ଦେଶ ତୁମ୍ଭମାନଙ୍କୁ ଦେଇଅଛନ୍ତି, ତହିଁରୁ ତୁମ୍ଭେମାନେ ଶୀଘ୍ର ବିନଷ୍ଟ ହେବ।”

In Other Versions

Joshua 23 in the ANGEFD

Joshua 23 in the ANTPNG2D

Joshua 23 in the AS21

Joshua 23 in the BAGH

Joshua 23 in the BBPNG

Joshua 23 in the BBT1E

Joshua 23 in the BDS

Joshua 23 in the BEV

Joshua 23 in the BHAD

Joshua 23 in the BIB

Joshua 23 in the BLPT

Joshua 23 in the BNT

Joshua 23 in the BNTABOOT

Joshua 23 in the BNTLV

Joshua 23 in the BOATCB

Joshua 23 in the BOATCB2

Joshua 23 in the BOBCV

Joshua 23 in the BOCNT

Joshua 23 in the BOECS

Joshua 23 in the BOGWICC

Joshua 23 in the BOHCB

Joshua 23 in the BOHCV

Joshua 23 in the BOHLNT

Joshua 23 in the BOHNTLTAL

Joshua 23 in the BOICB

Joshua 23 in the BOILNTAP

Joshua 23 in the BOITCV

Joshua 23 in the BOKCV

Joshua 23 in the BOKCV2

Joshua 23 in the BOKHWOG

Joshua 23 in the BOKSSV

Joshua 23 in the BOLCB

Joshua 23 in the BOLCB2

Joshua 23 in the BOMCV

Joshua 23 in the BONAV

Joshua 23 in the BONCB

Joshua 23 in the BONLT

Joshua 23 in the BONUT2

Joshua 23 in the BOPLNT

Joshua 23 in the BOSCB

Joshua 23 in the BOSNC

Joshua 23 in the BOTLNT

Joshua 23 in the BOVCB

Joshua 23 in the BOYCB

Joshua 23 in the BPBB

Joshua 23 in the BPH

Joshua 23 in the BSB

Joshua 23 in the CCB

Joshua 23 in the CUV

Joshua 23 in the CUVS

Joshua 23 in the DBT

Joshua 23 in the DGDNT

Joshua 23 in the DHNT

Joshua 23 in the DNT

Joshua 23 in the ELBE

Joshua 23 in the EMTV

Joshua 23 in the ESV

Joshua 23 in the FBV

Joshua 23 in the FEB

Joshua 23 in the GGMNT

Joshua 23 in the GNT

Joshua 23 in the HARY

Joshua 23 in the HNT

Joshua 23 in the IRVA

Joshua 23 in the IRVB

Joshua 23 in the IRVG

Joshua 23 in the IRVH

Joshua 23 in the IRVK

Joshua 23 in the IRVM

Joshua 23 in the IRVM2

Joshua 23 in the IRVP

Joshua 23 in the IRVT

Joshua 23 in the IRVT2

Joshua 23 in the IRVU

Joshua 23 in the ISVN

Joshua 23 in the JSNT

Joshua 23 in the KAPI

Joshua 23 in the KBT1ETNIK

Joshua 23 in the KBV

Joshua 23 in the KJV

Joshua 23 in the KNFD

Joshua 23 in the LBA

Joshua 23 in the LBLA

Joshua 23 in the LNT

Joshua 23 in the LSV

Joshua 23 in the MAAL

Joshua 23 in the MBV

Joshua 23 in the MBV2

Joshua 23 in the MHNT

Joshua 23 in the MKNFD

Joshua 23 in the MNG

Joshua 23 in the MNT

Joshua 23 in the MNT2

Joshua 23 in the MRS1T

Joshua 23 in the NAA

Joshua 23 in the NASB

Joshua 23 in the NBLA

Joshua 23 in the NBS

Joshua 23 in the NBVTP

Joshua 23 in the NET2

Joshua 23 in the NIV11

Joshua 23 in the NNT

Joshua 23 in the NNT2

Joshua 23 in the NNT3

Joshua 23 in the PDDPT

Joshua 23 in the PFNT

Joshua 23 in the RMNT

Joshua 23 in the SBIAS

Joshua 23 in the SBIBS

Joshua 23 in the SBIBS2

Joshua 23 in the SBICS

Joshua 23 in the SBIDS

Joshua 23 in the SBIGS

Joshua 23 in the SBIHS

Joshua 23 in the SBIIS

Joshua 23 in the SBIIS2

Joshua 23 in the SBIIS3

Joshua 23 in the SBIKS

Joshua 23 in the SBIKS2

Joshua 23 in the SBIMS

Joshua 23 in the SBIOS

Joshua 23 in the SBIPS

Joshua 23 in the SBISS

Joshua 23 in the SBITS

Joshua 23 in the SBITS2

Joshua 23 in the SBITS3

Joshua 23 in the SBITS4

Joshua 23 in the SBIUS

Joshua 23 in the SBIVS

Joshua 23 in the SBT

Joshua 23 in the SBT1E

Joshua 23 in the SCHL

Joshua 23 in the SNT

Joshua 23 in the SUSU

Joshua 23 in the SUSU2

Joshua 23 in the SYNO

Joshua 23 in the TBIAOTANT

Joshua 23 in the TBT1E

Joshua 23 in the TBT1E2

Joshua 23 in the TFTIP

Joshua 23 in the TFTU

Joshua 23 in the TGNTATF3T

Joshua 23 in the THAI

Joshua 23 in the TNFD

Joshua 23 in the TNT

Joshua 23 in the TNTIK

Joshua 23 in the TNTIL

Joshua 23 in the TNTIN

Joshua 23 in the TNTIP

Joshua 23 in the TNTIZ

Joshua 23 in the TOMA

Joshua 23 in the TTENT

Joshua 23 in the UBG

Joshua 23 in the UGV

Joshua 23 in the UGV2

Joshua 23 in the UGV3

Joshua 23 in the VBL

Joshua 23 in the VDCC

Joshua 23 in the YALU

Joshua 23 in the YAPE

Joshua 23 in the YBVTP

Joshua 23 in the ZBP