Nehemiah 1 (IRVO)

1 ହଖଲୀୟର ପୁତ୍ର ନିହିମୀୟାଙ୍କର ବାକ୍ୟ। କୋଡ଼ିଏତମ ବର୍ଷର କିଶ୍ଲେବ୍‍ ମାସରେ ମୁଁ ଶୂଶନ୍‍ ରାଜଧାନୀରେ ଥିଲି। 2 ତହିଁରେ ହନାନି ନାମରେ ମୋହର ଭ୍ରାତୃଗଣ ମଧ୍ୟରୁ ଏକ ଜଣ ଓ ଯିହୁଦାରୁ କେତେକ ଲୋକ ଆସିଲେ; ତହୁଁ ମୁଁ ସେମାନଙ୍କୁ ବନ୍ଦୀତ୍ୱରୁ ରକ୍ଷାପ୍ରାପ୍ତ ଅବଶିଷ୍ଟ ଯିହୁଦୀୟମାନଙ୍କ ବିଷୟରେ ଓ ଯିରୂଶାଲମ ବିଷୟରେ ପଚାରିଲି। 3 ସେତେବେଳେ ସେମାନେ ମୋତେ କହିଲେ, “ବନ୍ଦୀତ୍ୱରୁ ରକ୍ଷାପ୍ରାପ୍ତ ସେହି ପ୍ରଦେଶର ଅବଶିଷ୍ଟ ଲୋକେ ମହାଦୁଃଖ ଓ ଅପମାନରେ ଅଛନ୍ତି; କାରଣ ଯିରୂଶାଲମର ପ୍ରାଚୀର ଭଗ୍ନ ହୋଇ ରହିଅଛି ଓ ତହିଁର ଦ୍ୱାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି।” 4 ତହୁଁ ମୁଁ ଏହି କଥା ଶୁଣିବାମାତ୍ରେ, ବସି ରୋଦନ କଲି ଓ କେତେକ ଦିନ ପର୍ଯ୍ୟନ୍ତ ବିଳାପ କଲି; ପୁଣି, ମୁଁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କ ଛାମୁରେ ଉପବାସ ଓ ପ୍ରାର୍ଥନା କରି କହିଲି, 5 “ହେ ସଦାପ୍ରଭୋ, ସ୍ୱର୍ଗସ୍ଥ ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭେ ମହାନ ଓ ଭୟଙ୍କର ପରମେଶ୍ୱର ଅଟ, ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ଓ ତୁମ୍ଭର ସବୁ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ; 6 ମୁଁ ତୁମ୍ଭ ବିରୁଦ୍ଧରେ ଆମ୍ଭମାନଙ୍କ କୃତ ଇସ୍ରାଏଲ-ସନ୍ତାନଗଣର ପାପ ସ୍ୱୀକାର କରି ତୁମ୍ଭ ଦାସ ଇସ୍ରାଏଲର ସନ୍ତାନଗଣ ପକ୍ଷରେ ଦିବାରାତ୍ର ଏହି ସମୟରେ ତୁମ୍ଭ ଛାମୁରେ ଯେଉଁ ପ୍ରାର୍ଥନା କରୁଅଛି, ଆପଣା ଦାସର ସେହି ପ୍ରାର୍ଥନା ଶୁଣିବା ପାଇଁ ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ଓ ତୁମ୍ଭର ଚକ୍ଷୁ ମୁକ୍ତ ହେଉ; ମୁଁ ଓ ମୋହର ପିତୃବଂଶ ହିଁ ପାପ କରିଅଛୁ। 7 ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ଅତିଶୟ ଦୁଷ୍କର୍ମ କରିଅଛୁ ଓ ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଯେଉଁ ଆଜ୍ଞା ଓ ବିଧି ଓ ଶାସନ ଆଦେଶ କରିଥିଲ, ତାହାସବୁ ଆମ୍ଭେମାନେ ପାଳନ କରି ନାହୁଁ। 8 ତୁମ୍ଭେ ଆପଣା ଦାସ ମୋଶାଙ୍କୁ ଆଜ୍ଞା କରି କହିଥିଲ, ‘ତୁମ୍ଭେମାନେ ସତ୍ୟ-ଲଙ୍ଘନ କଲେ, ଆମ୍ଭେ ତୁମ୍ଭମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଛିନ୍ନଭିନ୍ନ କରିବା; 9 ମାତ୍ର ଯେବେ ତୁମ୍ଭେମାନେ ଆମ୍ଭ ପ୍ରତି ଫେରିବ ଓ ଆମ୍ଭ ଆଜ୍ଞା ପାଳନ କରି ତଦନୁଯାୟୀ କର୍ମ କରିବ, ତେବେ ତୁମ୍ଭମାନଙ୍କର ତ୍ୟକ୍ତ ଲୋକମାନେ ଆକାଶର ପ୍ରାନ୍ତସୀମାରେ ଥିଲେ ହେଁ ଆମ୍ଭେ ସେଠାରୁ ସେମାନଙ୍କୁ ସଂଗ୍ରହ କରିବା ଓ ଆମ୍ଭେ ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିଅଛୁ, ସେହି ସ୍ଥାନକୁ ସେମାନଙ୍କୁ ଆଣିବା; ବିନୟ କରୁଅଛି, ଆପଣାର ଏହି କଥା ସ୍ମରଣ କର।’ 10 ଏମାନେ ତୁମ୍ଭର ଦାସ ଓ ତୁମ୍ଭର ଲୋକ, ତୁମ୍ଭେ ଏମାନଙ୍କୁ ଆପଣାର ମହାପରାକ୍ରମ ଓ ଆପଣାର ବଳବାନ ହସ୍ତ ଦ୍ୱାରା ମୁକ୍ତ କରିଅଛ। 11 ହେ ପ୍ରଭୋ, ବିନୟ କରୁଅଛି, ଯେଉଁମାନେ ତୁମ୍ଭ ନାମକୁ ଭୟ କରିବାକୁ ଆନନ୍ଦ କରନ୍ତି, ଏପରି ତୁମ୍ଭ ଦାସର ପ୍ରାର୍ଥନା ଓ ତୁମ୍ଭ ଦାସମାନଙ୍କ ପ୍ରାର୍ଥନା ପ୍ରତି ଏବେ ତୁମ୍ଭର କର୍ଣ୍ଣ ନିବିଷ୍ଟ ହେଉ; ଆଉ, ପ୍ରାର୍ଥନା କରୁଅଛି, ଆଜି ଆପଣା ଦାସର କାର୍ଯ୍ୟ ସିଦ୍ଧ କର, ପୁଣି ଏହି ବ୍ୟକ୍ତିର ଦୃଷ୍ଟିରେ ତାହାକୁ ଦୟାପ୍ରାପ୍ତ ହେବାକୁ ଦିଅ।”ଏସମୟରେ ମୁଁ ରାଜାଙ୍କର ପାନପାତ୍ରବାହକ ଥିଲି।

In Other Versions

Nehemiah 1 in the ANGEFD

Nehemiah 1 in the ANTPNG2D

Nehemiah 1 in the AS21

Nehemiah 1 in the BAGH

Nehemiah 1 in the BBPNG

Nehemiah 1 in the BBT1E

Nehemiah 1 in the BDS

Nehemiah 1 in the BEV

Nehemiah 1 in the BHAD

Nehemiah 1 in the BIB

Nehemiah 1 in the BLPT

Nehemiah 1 in the BNT

Nehemiah 1 in the BNTABOOT

Nehemiah 1 in the BNTLV

Nehemiah 1 in the BOATCB

Nehemiah 1 in the BOATCB2

Nehemiah 1 in the BOBCV

Nehemiah 1 in the BOCNT

Nehemiah 1 in the BOECS

Nehemiah 1 in the BOGWICC

Nehemiah 1 in the BOHCB

Nehemiah 1 in the BOHCV

Nehemiah 1 in the BOHLNT

Nehemiah 1 in the BOHNTLTAL

Nehemiah 1 in the BOICB

Nehemiah 1 in the BOILNTAP

Nehemiah 1 in the BOITCV

Nehemiah 1 in the BOKCV

Nehemiah 1 in the BOKCV2

Nehemiah 1 in the BOKHWOG

Nehemiah 1 in the BOKSSV

Nehemiah 1 in the BOLCB

Nehemiah 1 in the BOLCB2

Nehemiah 1 in the BOMCV

Nehemiah 1 in the BONAV

Nehemiah 1 in the BONCB

Nehemiah 1 in the BONLT

Nehemiah 1 in the BONUT2

Nehemiah 1 in the BOPLNT

Nehemiah 1 in the BOSCB

Nehemiah 1 in the BOSNC

Nehemiah 1 in the BOTLNT

Nehemiah 1 in the BOVCB

Nehemiah 1 in the BOYCB

Nehemiah 1 in the BPBB

Nehemiah 1 in the BPH

Nehemiah 1 in the BSB

Nehemiah 1 in the CCB

Nehemiah 1 in the CUV

Nehemiah 1 in the CUVS

Nehemiah 1 in the DBT

Nehemiah 1 in the DGDNT

Nehemiah 1 in the DHNT

Nehemiah 1 in the DNT

Nehemiah 1 in the ELBE

Nehemiah 1 in the EMTV

Nehemiah 1 in the ESV

Nehemiah 1 in the FBV

Nehemiah 1 in the FEB

Nehemiah 1 in the GGMNT

Nehemiah 1 in the GNT

Nehemiah 1 in the HARY

Nehemiah 1 in the HNT

Nehemiah 1 in the IRVA

Nehemiah 1 in the IRVB

Nehemiah 1 in the IRVG

Nehemiah 1 in the IRVH

Nehemiah 1 in the IRVK

Nehemiah 1 in the IRVM

Nehemiah 1 in the IRVM2

Nehemiah 1 in the IRVP

Nehemiah 1 in the IRVT

Nehemiah 1 in the IRVT2

Nehemiah 1 in the IRVU

Nehemiah 1 in the ISVN

Nehemiah 1 in the JSNT

Nehemiah 1 in the KAPI

Nehemiah 1 in the KBT1ETNIK

Nehemiah 1 in the KBV

Nehemiah 1 in the KJV

Nehemiah 1 in the KNFD

Nehemiah 1 in the LBA

Nehemiah 1 in the LBLA

Nehemiah 1 in the LNT

Nehemiah 1 in the LSV

Nehemiah 1 in the MAAL

Nehemiah 1 in the MBV

Nehemiah 1 in the MBV2

Nehemiah 1 in the MHNT

Nehemiah 1 in the MKNFD

Nehemiah 1 in the MNG

Nehemiah 1 in the MNT

Nehemiah 1 in the MNT2

Nehemiah 1 in the MRS1T

Nehemiah 1 in the NAA

Nehemiah 1 in the NASB

Nehemiah 1 in the NBLA

Nehemiah 1 in the NBS

Nehemiah 1 in the NBVTP

Nehemiah 1 in the NET2

Nehemiah 1 in the NIV11

Nehemiah 1 in the NNT

Nehemiah 1 in the NNT2

Nehemiah 1 in the NNT3

Nehemiah 1 in the PDDPT

Nehemiah 1 in the PFNT

Nehemiah 1 in the RMNT

Nehemiah 1 in the SBIAS

Nehemiah 1 in the SBIBS

Nehemiah 1 in the SBIBS2

Nehemiah 1 in the SBICS

Nehemiah 1 in the SBIDS

Nehemiah 1 in the SBIGS

Nehemiah 1 in the SBIHS

Nehemiah 1 in the SBIIS

Nehemiah 1 in the SBIIS2

Nehemiah 1 in the SBIIS3

Nehemiah 1 in the SBIKS

Nehemiah 1 in the SBIKS2

Nehemiah 1 in the SBIMS

Nehemiah 1 in the SBIOS

Nehemiah 1 in the SBIPS

Nehemiah 1 in the SBISS

Nehemiah 1 in the SBITS

Nehemiah 1 in the SBITS2

Nehemiah 1 in the SBITS3

Nehemiah 1 in the SBITS4

Nehemiah 1 in the SBIUS

Nehemiah 1 in the SBIVS

Nehemiah 1 in the SBT

Nehemiah 1 in the SBT1E

Nehemiah 1 in the SCHL

Nehemiah 1 in the SNT

Nehemiah 1 in the SUSU

Nehemiah 1 in the SUSU2

Nehemiah 1 in the SYNO

Nehemiah 1 in the TBIAOTANT

Nehemiah 1 in the TBT1E

Nehemiah 1 in the TBT1E2

Nehemiah 1 in the TFTIP

Nehemiah 1 in the TFTU

Nehemiah 1 in the TGNTATF3T

Nehemiah 1 in the THAI

Nehemiah 1 in the TNFD

Nehemiah 1 in the TNT

Nehemiah 1 in the TNTIK

Nehemiah 1 in the TNTIL

Nehemiah 1 in the TNTIN

Nehemiah 1 in the TNTIP

Nehemiah 1 in the TNTIZ

Nehemiah 1 in the TOMA

Nehemiah 1 in the TTENT

Nehemiah 1 in the UBG

Nehemiah 1 in the UGV

Nehemiah 1 in the UGV2

Nehemiah 1 in the UGV3

Nehemiah 1 in the VBL

Nehemiah 1 in the VDCC

Nehemiah 1 in the YALU

Nehemiah 1 in the YAPE

Nehemiah 1 in the YBVTP

Nehemiah 1 in the ZBP