Proverbs 26 (IRVO)
1 ଯେପରି ଗ୍ରୀଷ୍ମକାଳରେ ହିମ ଓ ଫସଲ ସମୟରେ ବୃଷ୍ଟି,ସେପରି ମୂର୍ଖକୁ ସମ୍ମାନ ଅନୁପଯୁକ୍ତ। 2 ଯେପରି ଘରଚଟିଆ ଭ୍ରମଣ କରୁଥିବା ବେଳେ ଓ ତାଳଚୋଞ୍ଚ ଉଡ଼ୁଥିବା ବେଳେ,ସେପରି ଅକାରଣରେ ଦତ୍ତ ଅଭିଶାପ ନିକଟକୁ ଆସେ ନାହିଁ। 3 ଅଶ୍ୱ ପାଇଁ କୋରଡ଼ା ଗର୍ଦ୍ଦଭ ପାଇଁ ଲଗାମ,ପୁଣି, ମୂର୍ଖର ପିଠି ପାଇଁ ବାଡ଼ି। 4 ମୂର୍ଖକୁ ତାହାର ଅଜ୍ଞାନତାନୁସାରେ ଉତ୍ତର ଦିଅ ନାହିଁ,ଦେଲେ ତୁମ୍ଭେ ମଧ୍ୟ ତାହାର ସମାନ ହେବ। 5 ମୂର୍ଖକୁ ତାହାର ଅଜ୍ଞାନତାନୁସାରେ ଉତ୍ତର ଦିଅ,ନୋହିଲେ ସେ ଆପଣା ଦୃଷ୍ଟିରେ ଆପଣାକୁ ଜ୍ଞାନୀ ବୋଧ କରିବ। 6 ମୂର୍ଖ ହାତରେ ଯେ ସମାଚାର ପଠାଏ,ସେ ଆପଣା ପାଦ ଆପେ କାଟି କ୍ଷତି ଭୋଗ କରେ। 7 ନେଙ୍ଗଡ଼ାର ଚରଣ ଯେପରି ନଡ଼ନଡ଼,ଅଜ୍ଞାନର ମୁଖରେ ସେପରି ହିତୋପଦେଶ ବାକ୍ୟ। 8 ଯେପରି ପ୍ରସ୍ତରରାଶିରେ ମଣିର ଥଳୀ,ସେପରି ସେ, ଯେ ମୂର୍ଖକୁ ସମ୍ମାନ ଦିଏ। 9 ମତ୍ତ ଲୋକର ହସ୍ତରେ ଉଠାଯିବା କଣ୍ଟକ ଯେପରି,ମୂର୍ଖମାନଙ୍କ ମୁଖରେ ହିତୋପଦେଶ ବାକ୍ୟ ସେପରି। 10 ବାଣୁଆ ଯେପରି ସମସ୍ତଙ୍କୁ କ୍ଷତବିକ୍ଷତ କରେ,ସେପରି ସେହି ଲୋକ, ଯେ ମୂର୍ଖକୁ ବେତନ ଦିଏ ଓ ଯେ ପଥିକକୁ ବେତନ ଦିଏ। 11 ଆପଣା ବାନ୍ତି ପ୍ରତି ଫେରିବା କୁକ୍କୁର ଯେପରି,ପୁନଃ ପୁନଃ ଆପଣା ଅଜ୍ଞାନତାର କର୍ମ କରିବା ମୂର୍ଖ ସେପରି। 12 ଯେ ଆପଣା ଦୃଷ୍ଟିରେ ଜ୍ଞାନୀ, ଏପରି ଲୋକକୁ ଦେଖୁଅଛ କି?ତାହା ଅପେକ୍ଷା ମୂର୍ଖ ବିଷୟରେ ଅଧିକ ଭରସା ଅଛି। 13 ଅଳସୁଆ କହେ, “ବାଟରେ ସିଂହ ଅଛି,ସଡ଼କରେ ସିଂହ ଅଛି।” 14 ଯେପରି କବ୍ଜାରେ କବାଟ ବୁଲେ,ସେପରି ଅଳସୁଆ ଆପଣା ଶଯ୍ୟାରେ ଥାଇ କରେ। 15 ଅଳସୁଆ ଥାଳୀରେ ହାତ ବୁଡ଼ାଇଆଉ ଥରେ ତାହା ମୁଖକୁ ନେବାକୁ ଥକିଯାଏ। 16 ସାତ ଜଣ ସୁବିଚାରସିଦ୍ଧ ଉତ୍ତରକାରୀ ଅପେକ୍ଷାଅଳସୁଆ ଆପଣା ଦୃଷ୍ଟିରେ ଜ୍ଞାନବାନ। 17 ଯେଉଁ ଲୋକ ପଥରେ ଯାଉ ଯାଉ ଆପଣାର ଅସମ୍ପର୍କୀୟ ବିବାଦରେ ରାଗାନ୍ୱିତ ହୁଏ,ସେ କୁକ୍କୁର କାନ ଧରିବା ଲୋକ ତୁଲ୍ୟ। 18 ଅଗ୍ନିବାଣ, ତୀର ଓ ମୃତ୍ୟୁୁ ନିକ୍ଷେପକାରୀ ବାତୁଳ ଯେପରି; 19 ଆପଣା ପ୍ରତିବାସୀକୁ ଯେଉଁ ଲୋକ ଭୁଲାଇ କହେ,“ମୁଁ କʼଣ କୌତୁକ କରୁ ନାହିଁ?” ସେ ସେପରି। 20 କାଷ୍ଠ ଶେଷ ହେଲେ ଅଗ୍ନି ଲିଭିଯାଏ,କର୍ଣ୍ଣେଜପ ନ ଥିଲେ କଳି ନିବୃତ୍ତ ହୁଏ। 21 ଯେପରି ଜ୍ୱଳନ୍ତା ଅଙ୍ଗାରକୁ ଅଙ୍ଗାରଓ ଅଗ୍ନିକୁ କାଷ୍ଠ, ସେପରି ବିବାଦ ବଢ଼ାଇବାକୁ କଳିହୁଡ଼ା ଲୋକ। 22 କର୍ଣ୍ଣେଜପର ବାକ୍ୟ ଅମୃତ ତୁଲ୍ୟ,ତାହା ଉଦରର ଅନ୍ତରାଳୟକୁ ଚାଲିଯାଏ। 23 ଅନୁରାଗୀ ଓଷ୍ଠ ଓ ମନ୍ଦ ହୃଦୟରୂପା ଖାଦରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ୟ। 24 ଘୃଣାକାରୀ ଆପଣା ଓଷ୍ଠରେ କପଟ କରେ,ମାତ୍ର ମନରେ ପ୍ରବଞ୍ଚନା ରଖେ। 25 ସେ ମିଷ୍ଟ ସ୍ୱରରେ କହିଲେ, ତାହାକୁ ବିଶ୍ୱାସ କର ନାହିଁ,ଯେହେତୁ ତାହାର ହୃଦୟରେ ସାତୋଟି ଘୃଣ୍ୟ ବିଷୟ ଥାଏ। 26 ତାହାର ଘୃଣା କପଟରେ ଆପଣାକୁ ଆବୃତ କଲେ ହେଁତାହାର ମନ୍ଦତା ସଭାରେ ପ୍ରକାଶ ପାଇବ। 27 ଯେ ଖାତ ଖୋଳେ, ସେ ଆପେ ତହିଁ ଭିତରେ ପଡ଼ିବ;ପୁଣି, ଯେ ପଥର ଗଡ଼ାଏ, ତାହା ତାହାର ଉପରକୁ ନେଉଟିବ। 28 ମିଥ୍ୟାବାଦୀ ଜିହ୍ୱା ଯାହାକୁ ଚୂର୍ଣ୍ଣ କରେ, ତାହାକୁ ହିଁ ଘୃଣା କରେ;ପୁଣି, ଚାଟୁବାଦୀ ମୁଖ ସର୍ବନାଶ ଜନ୍ମାଏ।
In Other Versions
Proverbs 26 in the ANGEFD
Proverbs 26 in the ANTPNG2D
Proverbs 26 in the AS21
Proverbs 26 in the BAGH
Proverbs 26 in the BBPNG
Proverbs 26 in the BBT1E
Proverbs 26 in the BDS
Proverbs 26 in the BEV
Proverbs 26 in the BHAD
Proverbs 26 in the BIB
Proverbs 26 in the BLPT
Proverbs 26 in the BNT
Proverbs 26 in the BNTABOOT
Proverbs 26 in the BNTLV
Proverbs 26 in the BOATCB
Proverbs 26 in the BOATCB2
Proverbs 26 in the BOBCV
Proverbs 26 in the BOCNT
Proverbs 26 in the BOECS
Proverbs 26 in the BOGWICC
Proverbs 26 in the BOHCB
Proverbs 26 in the BOHCV
Proverbs 26 in the BOHLNT
Proverbs 26 in the BOHNTLTAL
Proverbs 26 in the BOICB
Proverbs 26 in the BOILNTAP
Proverbs 26 in the BOITCV
Proverbs 26 in the BOKCV
Proverbs 26 in the BOKCV2
Proverbs 26 in the BOKHWOG
Proverbs 26 in the BOKSSV
Proverbs 26 in the BOLCB
Proverbs 26 in the BOLCB2
Proverbs 26 in the BOMCV
Proverbs 26 in the BONAV
Proverbs 26 in the BONCB
Proverbs 26 in the BONLT
Proverbs 26 in the BONUT2
Proverbs 26 in the BOPLNT
Proverbs 26 in the BOSCB
Proverbs 26 in the BOSNC
Proverbs 26 in the BOTLNT
Proverbs 26 in the BOVCB
Proverbs 26 in the BOYCB
Proverbs 26 in the BPBB
Proverbs 26 in the BPH
Proverbs 26 in the BSB
Proverbs 26 in the CCB
Proverbs 26 in the CUV
Proverbs 26 in the CUVS
Proverbs 26 in the DBT
Proverbs 26 in the DGDNT
Proverbs 26 in the DHNT
Proverbs 26 in the DNT
Proverbs 26 in the ELBE
Proverbs 26 in the EMTV
Proverbs 26 in the ESV
Proverbs 26 in the FBV
Proverbs 26 in the FEB
Proverbs 26 in the GGMNT
Proverbs 26 in the GNT
Proverbs 26 in the HARY
Proverbs 26 in the HNT
Proverbs 26 in the IRVA
Proverbs 26 in the IRVB
Proverbs 26 in the IRVG
Proverbs 26 in the IRVH
Proverbs 26 in the IRVK
Proverbs 26 in the IRVM
Proverbs 26 in the IRVM2
Proverbs 26 in the IRVP
Proverbs 26 in the IRVT
Proverbs 26 in the IRVT2
Proverbs 26 in the IRVU
Proverbs 26 in the ISVN
Proverbs 26 in the JSNT
Proverbs 26 in the KAPI
Proverbs 26 in the KBT1ETNIK
Proverbs 26 in the KBV
Proverbs 26 in the KJV
Proverbs 26 in the KNFD
Proverbs 26 in the LBA
Proverbs 26 in the LBLA
Proverbs 26 in the LNT
Proverbs 26 in the LSV
Proverbs 26 in the MAAL
Proverbs 26 in the MBV
Proverbs 26 in the MBV2
Proverbs 26 in the MHNT
Proverbs 26 in the MKNFD
Proverbs 26 in the MNG
Proverbs 26 in the MNT
Proverbs 26 in the MNT2
Proverbs 26 in the MRS1T
Proverbs 26 in the NAA
Proverbs 26 in the NASB
Proverbs 26 in the NBLA
Proverbs 26 in the NBS
Proverbs 26 in the NBVTP
Proverbs 26 in the NET2
Proverbs 26 in the NIV11
Proverbs 26 in the NNT
Proverbs 26 in the NNT2
Proverbs 26 in the NNT3
Proverbs 26 in the PDDPT
Proverbs 26 in the PFNT
Proverbs 26 in the RMNT
Proverbs 26 in the SBIAS
Proverbs 26 in the SBIBS
Proverbs 26 in the SBIBS2
Proverbs 26 in the SBICS
Proverbs 26 in the SBIDS
Proverbs 26 in the SBIGS
Proverbs 26 in the SBIHS
Proverbs 26 in the SBIIS
Proverbs 26 in the SBIIS2
Proverbs 26 in the SBIIS3
Proverbs 26 in the SBIKS
Proverbs 26 in the SBIKS2
Proverbs 26 in the SBIMS
Proverbs 26 in the SBIOS
Proverbs 26 in the SBIPS
Proverbs 26 in the SBISS
Proverbs 26 in the SBITS
Proverbs 26 in the SBITS2
Proverbs 26 in the SBITS3
Proverbs 26 in the SBITS4
Proverbs 26 in the SBIUS
Proverbs 26 in the SBIVS
Proverbs 26 in the SBT
Proverbs 26 in the SBT1E
Proverbs 26 in the SCHL
Proverbs 26 in the SNT
Proverbs 26 in the SUSU
Proverbs 26 in the SUSU2
Proverbs 26 in the SYNO
Proverbs 26 in the TBIAOTANT
Proverbs 26 in the TBT1E
Proverbs 26 in the TBT1E2
Proverbs 26 in the TFTIP
Proverbs 26 in the TFTU
Proverbs 26 in the TGNTATF3T
Proverbs 26 in the THAI
Proverbs 26 in the TNFD
Proverbs 26 in the TNT
Proverbs 26 in the TNTIK
Proverbs 26 in the TNTIL
Proverbs 26 in the TNTIN
Proverbs 26 in the TNTIP
Proverbs 26 in the TNTIZ
Proverbs 26 in the TOMA
Proverbs 26 in the TTENT
Proverbs 26 in the UBG
Proverbs 26 in the UGV
Proverbs 26 in the UGV2
Proverbs 26 in the UGV3
Proverbs 26 in the VBL
Proverbs 26 in the VDCC
Proverbs 26 in the YALU
Proverbs 26 in the YAPE
Proverbs 26 in the YBVTP
Proverbs 26 in the ZBP