Psalms 3 (IRVO)
undefined ଦାଉଦଙ୍କର ଆପଣା ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ। 1 ହେ ସଦାପ୍ରଭୋ, ମୋହର ବିପକ୍ଷମାନେ କିପରି ବଢ଼ିଅଛନ୍ତି।ମୋʼ ବିରୁଦ୍ଧରେ ଉତ୍ଥିତ ଲୋକ ଅନେକ। 2 ଅନେକେ ମୋʼ ପ୍ରାଣ ବିଷୟରେ କହନ୍ତି, ପରମେଶ୍ୱରଙ୍କନିକଟରେ ତାହା ପାଇଁ ପରିତ୍ରାଣ ନାହିଁ। [ସେଲା] 3 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ମୋʼ ଚତୁର୍ଦ୍ଦିଗରେ ଢାଲ ସ୍ୱରୂପ;ମୋହର ଗୌରବ ଓ ମୋʼ ମସ୍ତକ ଉଠାଇବା କର୍ତ୍ତା ଅଟ। 4 ମୁଁ ଆପଣା ରବରେ ସଦାପ୍ରଭୁଙ୍କୁ ଡାକେ,ପୁଣି, ସେ ଆପଣା ପବିତ୍ର ପର୍ବତରୁ ମୋତେ ଉତ୍ତର ଦିଅନ୍ତି। [ସେଲା] 5 ମୁଁ ଶୟନ କରି ନିଦ୍ରାଗତ ହେଲି; ମୁଁ ଜାଗ୍ରତ ହେଲି;କାରଣ ସଦାପ୍ରଭୁ ମୋତେ ରକ୍ଷା କରନ୍ତି। 6 ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତଅୟୁତ ଅୟୁତ ଲୋକଙ୍କୁ ଭୟ କରିବି ନାହିଁ। 7 ହେ ସଦାପ୍ରଭୋ, ଉଠ; ହେ ମୋହର ପରମେଶ୍ୱର, ମୋତେ ପରିତ୍ରାଣ କର।କାରଣ ତୁମ୍ଭେ ମୋହର ଶତ୍ରୁ ସମସ୍ତଙ୍କ କଳହାଡ଼ରେ ଆଘାତ କରିଅଛ;ତୁମ୍ଭେ ଦୁଷ୍ଟମାନଙ୍କ ଦନ୍ତ ଭାଙ୍ଗି ପକାଇଅଛ। 8 ପରିତ୍ରାଣ ସଦାପ୍ରଭୁଙ୍କର ଅଧିକାର;ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ। [ସେଲା]