1 Chronicles 28 (IRVO)

1 ଏଥିଉତ୍ତାରେ ଦାଉଦ ଇସ୍ରାଏଲର ସମଗ୍ର ଅଧିପତିଙ୍କୁ, ବଂଶାଧିପତିଗଣଙ୍କୁ ଓ ପାଳିକ୍ରମେ ରାଜାଙ୍କର ସେବାକାରୀ ଦଳର ଅଧ୍ୟକ୍ଷମାନଙ୍କୁ, ପୁଣି, ସହସ୍ରପତି ଓ ଶତପତିମାନଙ୍କୁ, ଆଉ ରାଜାଙ୍କର ଓ ରାଜପୁତ୍ରମାନଙ୍କର ସକଳ ସମ୍ପତ୍ତି ଓ ଅଧିକାରର ଅଧ୍ୟକ୍ଷମାନଙ୍କୁ ଓ ନପୁଂସକଗଣକୁ ଓ ବୀରମାନଙ୍କୁ ଓ ମହାବିକ୍ରମଶାଳୀ ଲୋକଙ୍କୁ ଯିରୂଶାଲମରେ ଏକତ୍ର କଲେ। 2 ତହୁଁ ଦାଉଦ ରାଜା ଆପଣା ପାଦରେ ଠିଆ ହୋଇ କହିଲେ, “ହେ ମୋହର ଭ୍ରାତୃଗଣ, ମୋହର ଲୋକମାନେ, ମୋହର କଥା ଶୁଣ; ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ନିମନ୍ତେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପାଦପୀଠ ନିମନ୍ତେ ଏକ ବିଶ୍ରାମର ଗୃହ ନିର୍ମାଣ କରିବା ମୋହର ମନସ୍ଥ ଥିଲା ଓ ମୁଁ ନିର୍ମାଣାର୍ଥେ ଆୟୋଜନ କରିଥିଲି। 3 ମାତ୍ର ପରମେଶ୍ୱର ମୋତେ କହିଲେ, ‘ତୁମ୍ଭେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ ନାହିଁ, କାରଣ ତୁମ୍ଭେ ଯୁଦ୍ଧକାରୀ ଓ ରକ୍ତପାତ କରିଅଛ।’ 4 ଯାହାହେଉ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ମୋହର ସମୁଦାୟ ପିତୃବଂଶ ମଧ୍ୟରୁ ମୋତେ ଇସ୍ରାଏଲ ଉପରେ ନିତ୍ୟ ରାଜା ହେବା ପାଇଁ ମନୋନୀତ କରିଅଛନ୍ତି; କାରଣ ସେ ଅଗ୍ରଣୀ ହେବା ପାଇଁ ଯିହୁଦାକୁ ଓ ଯିହୁଦା ବଂଶ ମଧ୍ୟରୁ ମୋʼ ପିତୃବଂଶକୁ ମନୋନୀତ କରିଅଛନ୍ତି; ସେ ମୋʼ ପିତାଙ୍କ ପୁତ୍ରଗଣ ମଧ୍ୟରୁ ମୋତେ ସମୁଦାୟ ଇସ୍ରାଏଲ ଉପରେ ରାଜା କରିବା ପାଇଁ ମୋʼ ଠାରେ ସନ୍ତୁଷ୍ଟ ହେଲେ; 5 ସଦାପ୍ରଭୁ ମୋତେ ଅନେକ ପୁତ୍ର ଦେଇଅଛନ୍ତି, ମାତ୍ର ମୋହର ସବୁ ପୁତ୍ର ମଧ୍ୟରୁ ଇସ୍ରାଏଲ ଉପରେ ସଦାପ୍ରଭୁଙ୍କ ରାଜ୍ୟର ସିଂହାସନରେ ବସିବା ପାଇଁ ସେ ମୋʼ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। 6 ଆଉ, ସେ ମୋତେ କହିଅଛନ୍ତି, ‘ତୁମ୍ଭ ପୁତ୍ର ଶଲୋମନ ଆମ୍ଭର ଗୃହ ଓ ଆମ୍ଭର ପ୍ରାଙ୍ଗଣସବୁ ନିର୍ମାଣ କରିବ; କାରଣ ଆମ୍ଭେ ତାହାକୁ ଆମ୍ଭର ପୁତ୍ର ହେବା ପାଇଁ ମନୋନୀତ କରିଅଛୁ ଓ ଆମ୍ଭେ ତାହାର ପିତା ହେବା। 7 ଆଉ, ଆଜିର ନ୍ୟାୟ ଯଦି ସେ ଆମ୍ଭର ଆଜ୍ଞା ଓ ଶାସନସବୁ ପାଳନ କରିବାକୁ ଦୃଢ଼ଚିତ୍ତ ହେବ, ତେବେ ଆମ୍ଭେ ତାହାର ରାଜ୍ୟ ଚିରକାଳ ସ୍ଥିର କରିବା।’ 8 ଏହେତୁ ଏବେ ସଦାପ୍ରଭୁଙ୍କ ସମାଜ ଓ ସମଗ୍ର ଇସ୍ରାଏଲ ସାକ୍ଷାତରେ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ କର୍ଣ୍ଣଗୋଚରରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସକଳ ଆଜ୍ଞା ମନୋଯୋଗ କରି ଅନ୍ୱେଷଣ କର; ତହିଁରେ ତୁମ୍ଭେମାନେ ଏହି ଉତ୍ତମ ଦେଶ ଅଧିକାର କରିବ ଓ ତୁମ୍ଭମାନଙ୍କ ଉତ୍ତାରେ ଚିରକାଳ ତୁମ୍ଭମାନଙ୍କ ସନ୍ତାନଗଣର ଅଧିକାରାର୍ଥେ ତାହା ଛାଡ଼ିକରି ଯିବ। 9 ଆଉ, ହେ ମୋହର ପୁତ୍ର ଶଲୋମନ, ତୁମ୍ଭେ ଆପଣା ପିତାର ପରମେଶ୍ୱରଙ୍କୁ ଜ୍ଞାତ ହୁଅ ଓ ସିଦ୍ଧ ଅନ୍ତଃକରଣରେ ଓ ଇଚ୍ଛୁକ ମନରେ ତାହାଙ୍କର ସେବା କର; କାରଣ ସଦାପ୍ରଭୁ ସମସ୍ତ ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଓ ଚିନ୍ତାର ସକଳ କଳ୍ପନା ବୁଝନ୍ତି; ଯଦି ତୁମ୍ଭେ ତାହାଙ୍କର ଅନ୍ୱେଷଣ କରିବ, ତେବେ ତୁମ୍ଭେ ତାହାଙ୍କର ଉଦ୍ଦେଶ୍ୟ ପାଇବ; ମାତ୍ର ଯଦି ତୁମ୍ଭେ ତାହାଙ୍କୁ ତ୍ୟାଗ କରିବ, ତେବେ ସେ ତୁମ୍ଭକୁ ଚିରକାଳ ଦୂର କରିବେ। 10 ଏବେ ସାବଧାନ ହୁଅ; କାରଣ ପବିତ୍ର ଆବାସ ନିମନ୍ତେ ଗୋଟିଏ ଗୃହ ନିର୍ମାଣ କରିବାକୁ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି; ବଳବାନ ହୁଅ ଓ ତାହା କର।” 11 ତେବେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ ମନ୍ଦିର-ବରଣ୍ଡାର ଓ ତହିଁ ଗୃହର ଓ ତହିଁ ଭଣ୍ଡାରର ଓ ତହିଁ ଉପର କୋଠରି ଓ ତହିଁ ଭିତର କୋଠରିର ଓ ପାପାଚ୍ଛାଦନ ସ୍ଥାନର ନମୁନା ଦେଲେ; 12 ଆହୁରି, ସେ ଆତ୍ମାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣ ନିମନ୍ତେ ଓ ଚତୁର୍ଦ୍ଦିଗସ୍ଥିତ ସମସ୍ତ କୋଠରି ନିମନ୍ତେ ଓ ପରମେଶ୍ୱରଙ୍କ ଗୃହର ଭଣ୍ଡାର ନିମନ୍ତେ ଓ ପବିତ୍ରୀକୃତ ବସ୍ତୁସବୁର ଭଣ୍ଡାର ନିମନ୍ତେ ପ୍ରାପ୍ତ ସମସ୍ତ ନମୁନା ଦେଲେ; 13 ମଧ୍ୟ ଯାଜକ ଓ ଲେବୀୟମାନଙ୍କ ପାଳି ନିମନ୍ତେ ଓ ସଦାପ୍ରଭୁଙ୍କ ଗୃହର ସେବାର୍ଥକ ସମସ୍ତ କାର୍ଯ୍ୟ ନିମନ୍ତେ ଓ ସଦାପ୍ରଭୁଙ୍କ ଗୃହରେ ସେବାର୍ଥକ ସମସ୍ତ ପାତ୍ର ନିମନ୍ତେ; 14 ଯଥା, ପ୍ରତ୍ୟେକ ପ୍ରକାର ସେବାର୍ଥକ ସମସ୍ତ ପାତ୍ର, ଅର୍ଥାତ୍‍, ସ୍ୱର୍ଣ୍ଣମୟ ପାତ୍ର ନିମନ୍ତେ ସୁନା; ପ୍ରତ୍ୟେକ ପ୍ରକାର ସେବାର୍ଥକ ସମସ୍ତ ପାତ୍ର, ଅର୍ଥାତ୍‍, ରୌପ୍ୟମୟ ପାତ୍ର ନିମନ୍ତେ ରୂପା ତୌଲି ଦେଲେ; 15 ମଧ୍ୟ ସ୍ୱର୍ଣ୍ଣମୟ ଦୀପବୃକ୍ଷସକଳ ନିମନ୍ତେ ଓ ତହିଁର ପ୍ରଦୀପ ନିମନ୍ତେ ତୌଲି ଦେଲେ, ଅର୍ଥାତ୍‍, ପ୍ରତ୍ୟେକ ଦୀପବୃକ୍ଷ ଓ ତହିଁର ପ୍ରଦୀପ ନିମନ୍ତେ ସୁନା ତୌଲି ଦେଲେ; ପୁଣି, ରୌପ୍ୟମୟ ଦୀପବୃକ୍ଷସକଳ, ଅର୍ଥାତ୍‍, ପ୍ରତ୍ୟେକ ଦୀପବୃକ୍ଷର ବ୍ୟବହାରାନୁସାରେ ପ୍ରତ୍ୟେକ ଦୀପବୃକ୍ଷ ଓ ତହିଁର ପ୍ରଦୀପ ନିମନ୍ତେ ରୂପା ତୌଲି ଦେଲେ; 16 ଆଉ, ଦର୍ଶନୀୟ ରୁଟିର ମେଜସକଳ ମଧ୍ୟରୁ ପ୍ରତ୍ୟେକ ସ୍ୱର୍ଣ୍ଣମୟ ମେଜ ନିମନ୍ତେ ସୁନା ଓ ରୌପ୍ୟମୟ ମେଜସକଳ ନିମନ୍ତେ ରୂପା ତୌଲି ଦେଲେ; 17 ଆଉ, ତ୍ରିଶୂଳ ଓ କୁଣ୍ଡ ଓ ପାତ୍ରସକଳ ନିମନ୍ତେ ନିର୍ମଳ ସ୍ୱର୍ଣ୍ଣ; ପୁଣି, ସ୍ୱର୍ଣ୍ଣମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ ଓ ରୌପ୍ୟମୟ ତାଟିଆ ମଧ୍ୟରୁ ପ୍ରତ୍ୟେକ ତାଟିଆର ପରିମାଣ; 18 ଆଉ, ଧୂପବେଦି ନିମନ୍ତେ ନିର୍ମଳ ସ୍ୱର୍ଣ୍ଣର ପରିମାଣ; ଆଉ ରଥ, ଅର୍ଥାତ୍‍, ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଚ୍ଛାଦନକାରୀ ବିସ୍ତୃତପକ୍ଷ କିରୂବମାନଙ୍କ ନମୁନା ନିମନ୍ତେ ସ୍ୱର୍ଣ୍ଣ ଦେଲେ। 19 ଦାଉଦ କହିଲେ, “ଏହିସବୁ, ଅର୍ଥାତ୍‍, ଏହି ନମୁନାର ସମସ୍ତ କର୍ମ ସଦାପ୍ରଭୁଙ୍କ ହସ୍ତ-ଲିଖନରେ ଆମ୍ଭକୁ ବୁଝାଇ ଦିଆଯାଇଅଛି।” 20 ଏଉତ୍ତାରେ ଦାଉଦ ଆପଣା ପୁତ୍ର ଶଲୋମନଙ୍କୁ କହିଲେ, “ବଳବାନ ଓ ସାହସିକ ହୁଅ ଓ ଏହି କର୍ମ କର; ଭୟ ନ କର, ଅବା ନିରାଶ ନ ହୁଅ; କାରଣ ଆମ୍ଭର ପରମେଶ୍ୱର, ସଦାପ୍ରଭୁ ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ଅଛନ୍ତି; ସଦାପ୍ରଭୁଙ୍କ ଗୃହର ସେବାର୍ଥକ ସକଳ କର୍ମ ସମାପ୍ତ ନ ହେବା ପର୍ଯ୍ୟନ୍ତ ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କି ତୁମ୍ଭକୁ ତ୍ୟାଗ କରିବେ ନାହିଁ। 21 ଆଉ ଦେଖ, ପରମେଶ୍ୱରଙ୍କ ଗୃହର ସମସ୍ତ ସେବା ନିମନ୍ତେ ଯାଜକ ଓ ଲେବୀୟମାନଙ୍କର ପାଳି ଅଛି; ଆଉ ସର୍ବପ୍ରକାର ସେବା ନିମନ୍ତେ ସର୍ବପ୍ରକାର କାର୍ଯ୍ୟରେ ଇଚ୍ଛୁକ ଓ ନିପୁଣ ଲୋକେ ତୁମ୍ଭ ନିକଟରେ ରହିବେ; ମଧ୍ୟ ସେନାପତିଗଣ ଓ ସମସ୍ତ ଲୋକ ସମ୍ପୂର୍ଣ୍ଣ ରୂପେ ତୁମ୍ଭର ଆଜ୍ଞାଧୀନ ହେବେ।”

In Other Versions

1 Chronicles 28 in the ANGEFD

1 Chronicles 28 in the ANTPNG2D

1 Chronicles 28 in the AS21

1 Chronicles 28 in the BAGH

1 Chronicles 28 in the BBPNG

1 Chronicles 28 in the BBT1E

1 Chronicles 28 in the BDS

1 Chronicles 28 in the BEV

1 Chronicles 28 in the BHAD

1 Chronicles 28 in the BIB

1 Chronicles 28 in the BLPT

1 Chronicles 28 in the BNT

1 Chronicles 28 in the BNTABOOT

1 Chronicles 28 in the BNTLV

1 Chronicles 28 in the BOATCB

1 Chronicles 28 in the BOATCB2

1 Chronicles 28 in the BOBCV

1 Chronicles 28 in the BOCNT

1 Chronicles 28 in the BOECS

1 Chronicles 28 in the BOGWICC

1 Chronicles 28 in the BOHCB

1 Chronicles 28 in the BOHCV

1 Chronicles 28 in the BOHLNT

1 Chronicles 28 in the BOHNTLTAL

1 Chronicles 28 in the BOICB

1 Chronicles 28 in the BOILNTAP

1 Chronicles 28 in the BOITCV

1 Chronicles 28 in the BOKCV

1 Chronicles 28 in the BOKCV2

1 Chronicles 28 in the BOKHWOG

1 Chronicles 28 in the BOKSSV

1 Chronicles 28 in the BOLCB

1 Chronicles 28 in the BOLCB2

1 Chronicles 28 in the BOMCV

1 Chronicles 28 in the BONAV

1 Chronicles 28 in the BONCB

1 Chronicles 28 in the BONLT

1 Chronicles 28 in the BONUT2

1 Chronicles 28 in the BOPLNT

1 Chronicles 28 in the BOSCB

1 Chronicles 28 in the BOSNC

1 Chronicles 28 in the BOTLNT

1 Chronicles 28 in the BOVCB

1 Chronicles 28 in the BOYCB

1 Chronicles 28 in the BPBB

1 Chronicles 28 in the BPH

1 Chronicles 28 in the BSB

1 Chronicles 28 in the CCB

1 Chronicles 28 in the CUV

1 Chronicles 28 in the CUVS

1 Chronicles 28 in the DBT

1 Chronicles 28 in the DGDNT

1 Chronicles 28 in the DHNT

1 Chronicles 28 in the DNT

1 Chronicles 28 in the ELBE

1 Chronicles 28 in the EMTV

1 Chronicles 28 in the ESV

1 Chronicles 28 in the FBV

1 Chronicles 28 in the FEB

1 Chronicles 28 in the GGMNT

1 Chronicles 28 in the GNT

1 Chronicles 28 in the HARY

1 Chronicles 28 in the HNT

1 Chronicles 28 in the IRVA

1 Chronicles 28 in the IRVB

1 Chronicles 28 in the IRVG

1 Chronicles 28 in the IRVH

1 Chronicles 28 in the IRVK

1 Chronicles 28 in the IRVM

1 Chronicles 28 in the IRVM2

1 Chronicles 28 in the IRVP

1 Chronicles 28 in the IRVT

1 Chronicles 28 in the IRVT2

1 Chronicles 28 in the IRVU

1 Chronicles 28 in the ISVN

1 Chronicles 28 in the JSNT

1 Chronicles 28 in the KAPI

1 Chronicles 28 in the KBT1ETNIK

1 Chronicles 28 in the KBV

1 Chronicles 28 in the KJV

1 Chronicles 28 in the KNFD

1 Chronicles 28 in the LBA

1 Chronicles 28 in the LBLA

1 Chronicles 28 in the LNT

1 Chronicles 28 in the LSV

1 Chronicles 28 in the MAAL

1 Chronicles 28 in the MBV

1 Chronicles 28 in the MBV2

1 Chronicles 28 in the MHNT

1 Chronicles 28 in the MKNFD

1 Chronicles 28 in the MNG

1 Chronicles 28 in the MNT

1 Chronicles 28 in the MNT2

1 Chronicles 28 in the MRS1T

1 Chronicles 28 in the NAA

1 Chronicles 28 in the NASB

1 Chronicles 28 in the NBLA

1 Chronicles 28 in the NBS

1 Chronicles 28 in the NBVTP

1 Chronicles 28 in the NET2

1 Chronicles 28 in the NIV11

1 Chronicles 28 in the NNT

1 Chronicles 28 in the NNT2

1 Chronicles 28 in the NNT3

1 Chronicles 28 in the PDDPT

1 Chronicles 28 in the PFNT

1 Chronicles 28 in the RMNT

1 Chronicles 28 in the SBIAS

1 Chronicles 28 in the SBIBS

1 Chronicles 28 in the SBIBS2

1 Chronicles 28 in the SBICS

1 Chronicles 28 in the SBIDS

1 Chronicles 28 in the SBIGS

1 Chronicles 28 in the SBIHS

1 Chronicles 28 in the SBIIS

1 Chronicles 28 in the SBIIS2

1 Chronicles 28 in the SBIIS3

1 Chronicles 28 in the SBIKS

1 Chronicles 28 in the SBIKS2

1 Chronicles 28 in the SBIMS

1 Chronicles 28 in the SBIOS

1 Chronicles 28 in the SBIPS

1 Chronicles 28 in the SBISS

1 Chronicles 28 in the SBITS

1 Chronicles 28 in the SBITS2

1 Chronicles 28 in the SBITS3

1 Chronicles 28 in the SBITS4

1 Chronicles 28 in the SBIUS

1 Chronicles 28 in the SBIVS

1 Chronicles 28 in the SBT

1 Chronicles 28 in the SBT1E

1 Chronicles 28 in the SCHL

1 Chronicles 28 in the SNT

1 Chronicles 28 in the SUSU

1 Chronicles 28 in the SUSU2

1 Chronicles 28 in the SYNO

1 Chronicles 28 in the TBIAOTANT

1 Chronicles 28 in the TBT1E

1 Chronicles 28 in the TBT1E2

1 Chronicles 28 in the TFTIP

1 Chronicles 28 in the TFTU

1 Chronicles 28 in the TGNTATF3T

1 Chronicles 28 in the THAI

1 Chronicles 28 in the TNFD

1 Chronicles 28 in the TNT

1 Chronicles 28 in the TNTIK

1 Chronicles 28 in the TNTIL

1 Chronicles 28 in the TNTIN

1 Chronicles 28 in the TNTIP

1 Chronicles 28 in the TNTIZ

1 Chronicles 28 in the TOMA

1 Chronicles 28 in the TTENT

1 Chronicles 28 in the UBG

1 Chronicles 28 in the UGV

1 Chronicles 28 in the UGV2

1 Chronicles 28 in the UGV3

1 Chronicles 28 in the VBL

1 Chronicles 28 in the VDCC

1 Chronicles 28 in the YALU

1 Chronicles 28 in the YAPE

1 Chronicles 28 in the YBVTP

1 Chronicles 28 in the ZBP