2 Chronicles 1 (IRVO)
1 ଏଥିଉତ୍ତାରେ ଦାଉଦଙ୍କର ପୁତ୍ର ଶଲୋମନ ଆପଣା ରାଜ୍ୟରେ ଦୃଢ଼ୀକୃତ ହେଲେ, ପୁଣି ସଦାପ୍ରଭୁ ତାଙ୍କର ପରମେଶ୍ୱର ତାଙ୍କର ସହବର୍ତ୍ତୀ ହୋଇ ତାଙ୍କୁ ଅତିଶୟ ମହାନ କଲେ। 2 ପୁଣି ଶଲୋମନ ସମଗ୍ର ଇସ୍ରାଏଲକୁ, ସହସ୍ର ଓ ଶତପତିମାନଙ୍କୁ, ବିଚାରକର୍ତ୍ତୃଗଣକୁ ଓ ସମୁଦାୟ ଇସ୍ରାଏଲ ମଧ୍ୟରେ ପିତୃବଂଶର ପ୍ରଧାନ ପ୍ରତ୍ୟେକ ଅଧିପତିଙ୍କୁ ଆଜ୍ଞା ଦେଲେ। 3 ତହୁଁ ଶଲୋମନ ଓ ତାଙ୍କ ସଙ୍ଗେ ସମଗ୍ର ସମାଜ ଗିବୀୟୋନ୍ସ୍ଥିତ ଉଚ୍ଚସ୍ଥଳୀକି ଗଲେ; କାରଣ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ପ୍ରାନ୍ତରରେ ନିର୍ମିତ ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା। 4 ମାତ୍ର ଦାଉଦ କିରୀୟଥ୍-ଯିୟାରୀମ୍ଠାରୁ ପରମେଶ୍ୱରଙ୍କ ସିନ୍ଦୁକ ନିମନ୍ତେ ଆପଣାର ପ୍ରସ୍ତୁତ ସ୍ଥାନକୁ ତାହା ଆଣିଥିଲେ, କାରଣ ସେ ତହିଁ ନିମନ୍ତେ ଯିରୂଶାଲମରେ ଏକ ତମ୍ବୁ ସ୍ଥାପନ କରିଥିଲେ। 5 ଆଉ ହୂରର ପୌତ୍ର ଊରିର ପୁତ୍ର ବତ୍ସଲେଲ ଯେଉଁ ପିତ୍ତଳମୟ ଯଜ୍ଞବେଦି ନିର୍ମାଣ କରିଥିଲା, ତାହା ସେଠାସ୍ଥିତ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ଥିଲା; ପୁଣି ଶଲୋମନ ଓ ସମାଜ ତହିଁ ନିକଟରେ ଅନ୍ୱେଷଣ କଲେ। 6 ପୁଣି, ଶଲୋମନ ସେଠାକୁ, ସମାଗମ-ତମ୍ବୁ ନିକଟସ୍ଥ ସଦାପ୍ରଭୁଙ୍କ ସମ୍ମୁଖବର୍ତ୍ତୀ ପିତ୍ତଳମୟ ଯଜ୍ଞବେଦିକୁ ଯାଇ ତହିଁ ଉପରେ ଏକ ସହସ୍ର ହୋମବଳି ଉତ୍ସର୍ଗ କଲେ। 7 ସେହି ରାତ୍ରି ପରମେଶ୍ୱର ଶଲୋମନଙ୍କୁ ଦର୍ଶନ ଦେଇ କହିଲେ, “ଆମ୍ଭେ ତୁମ୍ଭକୁ କʼଣ ଦେବା, ତାହା ମାଗ।” 8 ତହିଁରେ ଶଲୋମନ ପରମେଶ୍ୱରଙ୍କୁ କହିଲେ, “ତୁମ୍ଭେ ମୋʼ ପିତା ଦାଉଦଙ୍କ ପ୍ରତି ମହାଦୟା ପ୍ରକାଶ କରିଅଛ ଓ ତାଙ୍କର ପଦରେ ମୋତେ ରାଜା କରିଅଛ। 9 ଏବେ, ହେ ସଦାପ୍ରଭୋ ପରମେଶ୍ୱର, ମୋʼ ପିତା ଦାଉଦଙ୍କ ପ୍ରତି ତୁମ୍ଭର ପ୍ରତିଜ୍ଞା ସ୍ଥିରୀକୃତ ହେଉ; କାରଣ ତୁମ୍ଭେ ପୃଥିବୀର ଧୂଳି ତୁଲ୍ୟ ବହୁସଂଖ୍ୟକ ଏକ ଗୋଷ୍ଠୀ ଉପରେ ମୋତେ ରାଜା କରିଅଛ। 10 ମୁଁ ଯେପରି ଏହି ଲୋକମାନଙ୍କ ସମ୍ମୁଖରେ ବାହାରେ ଯିବାକୁ ଭିତରେ ଆସିବାକୁ ପାରିବି, ଏଥିପାଇଁ ମୋତେ ଜ୍ଞାନ ଓ ବୁଦ୍ଧି ଦିଅ; କାରଣ ଏପରି ବୃହତ ତୁମ୍ଭର ଏହି ଗୋଷ୍ଠୀକୁ କିଏ ବିଚାର କରି ପାରିବ?” 11 ତହିଁରେ ପରମେଶ୍ୱର ଶଲୋମନଙ୍କୁ କହିଲେ, “ତୁମ୍ଭେ ଧନ, ସମ୍ପତ୍ତି, କି ସମ୍ଭ୍ରମ, କିଅବା ତୁମ୍ଭ ଘୃଣାକାରୀମାନଙ୍କ ପ୍ରାଣ, ଅଥବା ଦୀର୍ଘାୟୁ ହିଁ ମାଗି ନାହଁ; ମାତ୍ର ଆମ୍ଭେ ଆପଣାର ଯେଉଁ ଲୋକମାନଙ୍କ ଉପରେ ତୁମ୍ଭକୁ ରାଜା କରିଅଛୁ, ସେମାନଙ୍କ ବିଚାର କରିବା ନିମନ୍ତେ ଆପଣା ପାଇଁ ଜ୍ଞାନ ବୁଦ୍ଧି ମାଗିଅଛ; 12 ଏଣୁ ଏହି କଥା ତୁମ୍ଭର ହୃଦ୍ଗତ ହେବାରୁ ଜ୍ଞାନ ଓ ବୁଦ୍ଧି ତୁମ୍ଭକୁ ଦତ୍ତ ହେଲା; ପୁଣି ଆମ୍ଭେ ତୁମ୍ଭକୁ ଏପରି ଧନ ଓ ସମ୍ପତ୍ତି ଓ ସମ୍ଭ୍ରମ ଦେବା ଯେ, ତୁମ୍ଭର ପୂର୍ବବର୍ତ୍ତୀ ରାଜାମାନଙ୍କ ମଧ୍ୟରୁ କେହି ସେପରି ପାଇ ନାହିଁ, କି ତୁମ୍ଭ ଉତ୍ତାରେ ଆଉ କେହି ସେପରି ପାଇବ ନାହିଁ।” 13 ତହୁଁ ଶଲୋମନ ଗିବୀୟୋନ୍ସ୍ଥିତ ଉଚ୍ଚସ୍ଥଳୀର ଯାତ୍ରାରୁ ଓ ସମାଗମ-ତମ୍ବୁ ସମ୍ମୁଖରୁ ଯିରୂଶାଲମକୁ ଆସିଲେ; ଆଉ ସେ ଇସ୍ରାଏଲ ଉପରେ ରାଜ୍ୟ କଲେ। 14 ଏଉତ୍ତାରେ ଶଲୋମନ ରଥ ଓ ଅଶ୍ୱାରୋହୀମାନଙ୍କୁ ସଂଗ୍ରହ କଲେ; ତାଙ୍କର ଏକ ହଜାର ଚାରି ଶହ ରଥ ଓ ବାର ହଜାର ଅଶ୍ୱାରୋହୀ ଥିଲେ; ସେମାନଙ୍କୁ ସେ ରଥ-ନଗରମାନରେ ଓ ରାଜାଙ୍କ ନିକଟରେ ଯିରୂଶାଲମରେ ରଖିଲେ। 15 ପୁଣି ରାଜା ଯିରୂଶାଲମରେ ରୂପା ଓ ସୁନାକୁ ପଥର ପରି ଓ ବାହୁଲ୍ୟ ହେତୁରୁ ଏରସ କାଷ୍ଠକୁ ତଳଭୂମିସ୍ଥ ଡିମ୍ବିରିବୃକ୍ଷ ପରି କଲେ। 16 ଆଉ ଶଲୋମନଙ୍କର ଅଶ୍ୱସବୁ ମିସରରୁ ଅଣାଗଲା; ରାଜାଙ୍କର ବଣିକମାନେ ପ୍ରତ୍ୟେକ ପଲର ମୂଲ୍ୟ ଦେଇ ପଲ ପଲ କରି ପାଇଲେ। 17 ଆଉ ମିସରରୁ କ୍ରୀତ ଓ ଆନୀତ ଏକ ଏକ ରଥର ମୂଲ୍ୟ ଛଅ ଶହ ଶେକଲ ରୌପ୍ୟ ମୁଦ୍ରା ଓ ଏକ ଏକ ଅଶ୍ୱର ମୂଲ୍ୟ ଏକ ଶହ ପଚାଶ ଶେକଲ ରୌପ୍ୟ ମୁଦ୍ରା ଥିଲା; ଏହିରୂପେ ସେମାନଙ୍କ ଦ୍ୱାରା ହିତ୍ତୀୟ ଓ ଅରାମୀୟ ସମସ୍ତ ରାଜାଙ୍କ ନିମନ୍ତେ ହିଁ ସେହି ସବୁ ଅଣାଯିବାର ରୀତି ଥିଲା।
In Other Versions
2 Chronicles 1 in the ANGEFD
2 Chronicles 1 in the ANTPNG2D
2 Chronicles 1 in the AS21
2 Chronicles 1 in the BAGH
2 Chronicles 1 in the BBPNG
2 Chronicles 1 in the BBT1E
2 Chronicles 1 in the BDS
2 Chronicles 1 in the BEV
2 Chronicles 1 in the BHAD
2 Chronicles 1 in the BIB
2 Chronicles 1 in the BLPT
2 Chronicles 1 in the BNT
2 Chronicles 1 in the BNTABOOT
2 Chronicles 1 in the BNTLV
2 Chronicles 1 in the BOATCB
2 Chronicles 1 in the BOATCB2
2 Chronicles 1 in the BOBCV
2 Chronicles 1 in the BOCNT
2 Chronicles 1 in the BOECS
2 Chronicles 1 in the BOGWICC
2 Chronicles 1 in the BOHCB
2 Chronicles 1 in the BOHCV
2 Chronicles 1 in the BOHLNT
2 Chronicles 1 in the BOHNTLTAL
2 Chronicles 1 in the BOICB
2 Chronicles 1 in the BOILNTAP
2 Chronicles 1 in the BOITCV
2 Chronicles 1 in the BOKCV
2 Chronicles 1 in the BOKCV2
2 Chronicles 1 in the BOKHWOG
2 Chronicles 1 in the BOKSSV
2 Chronicles 1 in the BOLCB
2 Chronicles 1 in the BOLCB2
2 Chronicles 1 in the BOMCV
2 Chronicles 1 in the BONAV
2 Chronicles 1 in the BONCB
2 Chronicles 1 in the BONLT
2 Chronicles 1 in the BONUT2
2 Chronicles 1 in the BOPLNT
2 Chronicles 1 in the BOSCB
2 Chronicles 1 in the BOSNC
2 Chronicles 1 in the BOTLNT
2 Chronicles 1 in the BOVCB
2 Chronicles 1 in the BOYCB
2 Chronicles 1 in the BPBB
2 Chronicles 1 in the BPH
2 Chronicles 1 in the BSB
2 Chronicles 1 in the CCB
2 Chronicles 1 in the CUV
2 Chronicles 1 in the CUVS
2 Chronicles 1 in the DBT
2 Chronicles 1 in the DGDNT
2 Chronicles 1 in the DHNT
2 Chronicles 1 in the DNT
2 Chronicles 1 in the ELBE
2 Chronicles 1 in the EMTV
2 Chronicles 1 in the ESV
2 Chronicles 1 in the FBV
2 Chronicles 1 in the FEB
2 Chronicles 1 in the GGMNT
2 Chronicles 1 in the GNT
2 Chronicles 1 in the HARY
2 Chronicles 1 in the HNT
2 Chronicles 1 in the IRVA
2 Chronicles 1 in the IRVB
2 Chronicles 1 in the IRVG
2 Chronicles 1 in the IRVH
2 Chronicles 1 in the IRVK
2 Chronicles 1 in the IRVM
2 Chronicles 1 in the IRVM2
2 Chronicles 1 in the IRVP
2 Chronicles 1 in the IRVT
2 Chronicles 1 in the IRVT2
2 Chronicles 1 in the IRVU
2 Chronicles 1 in the ISVN
2 Chronicles 1 in the JSNT
2 Chronicles 1 in the KAPI
2 Chronicles 1 in the KBT1ETNIK
2 Chronicles 1 in the KBV
2 Chronicles 1 in the KJV
2 Chronicles 1 in the KNFD
2 Chronicles 1 in the LBA
2 Chronicles 1 in the LBLA
2 Chronicles 1 in the LNT
2 Chronicles 1 in the LSV
2 Chronicles 1 in the MAAL
2 Chronicles 1 in the MBV
2 Chronicles 1 in the MBV2
2 Chronicles 1 in the MHNT
2 Chronicles 1 in the MKNFD
2 Chronicles 1 in the MNG
2 Chronicles 1 in the MNT
2 Chronicles 1 in the MNT2
2 Chronicles 1 in the MRS1T
2 Chronicles 1 in the NAA
2 Chronicles 1 in the NASB
2 Chronicles 1 in the NBLA
2 Chronicles 1 in the NBS
2 Chronicles 1 in the NBVTP
2 Chronicles 1 in the NET2
2 Chronicles 1 in the NIV11
2 Chronicles 1 in the NNT
2 Chronicles 1 in the NNT2
2 Chronicles 1 in the NNT3
2 Chronicles 1 in the PDDPT
2 Chronicles 1 in the PFNT
2 Chronicles 1 in the RMNT
2 Chronicles 1 in the SBIAS
2 Chronicles 1 in the SBIBS
2 Chronicles 1 in the SBIBS2
2 Chronicles 1 in the SBICS
2 Chronicles 1 in the SBIDS
2 Chronicles 1 in the SBIGS
2 Chronicles 1 in the SBIHS
2 Chronicles 1 in the SBIIS
2 Chronicles 1 in the SBIIS2
2 Chronicles 1 in the SBIIS3
2 Chronicles 1 in the SBIKS
2 Chronicles 1 in the SBIKS2
2 Chronicles 1 in the SBIMS
2 Chronicles 1 in the SBIOS
2 Chronicles 1 in the SBIPS
2 Chronicles 1 in the SBISS
2 Chronicles 1 in the SBITS
2 Chronicles 1 in the SBITS2
2 Chronicles 1 in the SBITS3
2 Chronicles 1 in the SBITS4
2 Chronicles 1 in the SBIUS
2 Chronicles 1 in the SBIVS
2 Chronicles 1 in the SBT
2 Chronicles 1 in the SBT1E
2 Chronicles 1 in the SCHL
2 Chronicles 1 in the SNT
2 Chronicles 1 in the SUSU
2 Chronicles 1 in the SUSU2
2 Chronicles 1 in the SYNO
2 Chronicles 1 in the TBIAOTANT
2 Chronicles 1 in the TBT1E
2 Chronicles 1 in the TBT1E2
2 Chronicles 1 in the TFTIP
2 Chronicles 1 in the TFTU
2 Chronicles 1 in the TGNTATF3T
2 Chronicles 1 in the THAI
2 Chronicles 1 in the TNFD
2 Chronicles 1 in the TNT
2 Chronicles 1 in the TNTIK
2 Chronicles 1 in the TNTIL
2 Chronicles 1 in the TNTIN
2 Chronicles 1 in the TNTIP
2 Chronicles 1 in the TNTIZ
2 Chronicles 1 in the TOMA
2 Chronicles 1 in the TTENT
2 Chronicles 1 in the UBG
2 Chronicles 1 in the UGV
2 Chronicles 1 in the UGV2
2 Chronicles 1 in the UGV3
2 Chronicles 1 in the VBL
2 Chronicles 1 in the VDCC
2 Chronicles 1 in the YALU
2 Chronicles 1 in the YAPE
2 Chronicles 1 in the YBVTP
2 Chronicles 1 in the ZBP