2 Kings 11 (IRVO)

1 ଏଥିମଧ୍ୟରେ ଅହସୀୟଙ୍କର ମାତା ଅଥଲୀୟା ଆପଣା ପୁତ୍ରକୁ ମୃତ ଦେଖନ୍ତେ, ସେ ଉଠି ସମସ୍ତ ରାଜବଂଶ ବିନାଶ କଲା। 2 ମାତ୍ର ଯୋରାମ୍‍ ରାଜାଙ୍କର କନ୍ୟା, ଅହସୀୟଙ୍କର ଭଗିନୀ ଯିହୋଶେବା ଅହସୀୟଙ୍କର ପୁତ୍ର ଯୋୟାଶ୍‍କୁ ନେଇଗଲା ଓ ଯେଉଁ ରାଜପୁତ୍ରମାନେ ହତ ହେଲେ, ସେମାନଙ୍କ ମଧ୍ୟରୁ ତାହାକୁ ଚୋରାଇ ନେଇ ତାହାକୁ ଓ ତାହାର ଧାତ୍ରୀକୁ ଶୟନାଗାରରେ ରଖିଲା; ଆଉ ସେମାନେ ତାହାକୁ ଅଥଲୀୟାଠାରୁ ଲୁଚାଇ ରଖିବାରୁ ସେ ହତ ହେଲା ନାହିଁ। 3 ଆଉ ସେ ତାହା ସହିତ ସଦାପ୍ରଭୁଙ୍କ ଗୃହରେ ଛଅ ବର୍ଷ ଗୋପନରେ ରହିଲା; ପୁଣି ଅଥଲୀୟା ଦେଶରେ ରାଜ୍ୟ କଲା। 4 ଏଥିଉତ୍ତାରେ ସପ୍ତମ ବର୍ଷରେ ଯିହୋୟାଦା ଲୋକ ପଠାଇ କରୀୟମାନଙ୍କର ଓ ପ୍ରହରୀବର୍ଗର ଶତପତିମାନଙ୍କୁ ଅଣାଇ ସଦାପ୍ରଭୁଙ୍କ ଗୃହକୁ ଆପଣା ନିକଟକୁ ନେଲା; ଆଉ ସେ ସେମାନଙ୍କ ସହିତ ନିୟମ କରି ସଦାପ୍ରଭୁଙ୍କ ଗୃହରେ ସେମାନଙ୍କୁ ଶପଥ କରାଇ ରାଜପୁତ୍ରଙ୍କୁ ଦେଖାଇଲା। 5 ଆଉ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଏହି କର୍ମ କରିବ; ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ରାମବାରରେ ଆସନ୍ତି, ସେମାନଙ୍କ ତୃତୀୟାଂଶ ରାଜଗୃହର ରକ୍ଷଣୀୟ ରକ୍ଷା କରିବେ, 6 ଓ ତୃତୀୟାଂଶ ସୂର ଦ୍ୱାରରେ ରହିବେ ଓ ତୃତୀୟାଂଶ ପ୍ରହରୀବର୍ଗର ପଶ୍ଚାତ୍‍ ଦ୍ୱାରରେ ରହିବେ; ଏହିରୂପେ ତୁମ୍ଭେମାନେ ଗୃହର ରକ୍ଷଣୀୟ ରକ୍ଷା କରି ପ୍ରତିରୋଧକ ହେବ। 7 ଆଉ ତୁମ୍ଭମାନଙ୍କର ଦୁଇ ଦଳ, ଅର୍ଥାତ୍‍, ବିଶ୍ରାମବାରରେ ବାହାରକୁ ଯିବା ଲୋକ ସମସ୍ତେ ରାଜାଙ୍କ ସମୀପରେ ସଦାପ୍ରଭୁଙ୍କ ଗୃହର ରକ୍ଷଣୀୟ ରକ୍ଷା କରିବେ। 8 ପୁଣି ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ହସ୍ତରେ ଅସ୍ତ୍ର ନେଇ ରାଜାଙ୍କୁ ଚତୁର୍ଦ୍ଦିଗରେ ବେଷ୍ଟନ କରିବ; ଆଉ ଯେକେହି ଶ୍ରେଣୀ ଭିତରକୁ ଆସେ, ସେ ହତ ହେଉ ଓ ରାଜା ବାହାରକୁ ଯିବା ବେଳେ ଓ ଭିତରକୁ ଆସିବା ବେଳେ ତୁମ୍ଭେମାନେ ତାଙ୍କ ସଙ୍ଗେ ଥାଅ।” 9 ତହିଁରେ ଯିହୋୟାଦା ଯାଜକ ଯାହାସବୁ ଆଜ୍ଞା କଲା, ତଦନୁସାରେ ଶତପତିମାନେ କଲେ; ପୁଣି ସେମାନେ ପ୍ରତ୍ୟେକେ ବିଶ୍ରାମବାରରେ ଅନ୍ତର୍ଗାମୀ ଓ ବିଶ୍ରାମବାରରେ ବହିର୍ଗାମୀ ଆପଣା ଆପଣା ଲୋକମାନଙ୍କୁ ନେଇ ଯିହୋୟାଦା ଯାଜକ ନିକଟକୁ ଆସିଲେ। 10 ତହିଁରେ ଦାଉଦ ରାଜାଙ୍କର ଯେ ଯେ ବର୍ଚ୍ଛା ଓ ଢାଲ ସଦାପ୍ରଭୁଙ୍କ ଗୃହରେ ଥିଲା, ତାହାସବୁ ଯାଜକ ସେହି ଶତପତିମାନଙ୍କୁ ଦେଲା। 11 ତହୁଁ ଗୃହର ଦକ୍ଷିଣ ପାର୍ଶ୍ୱରୁ ବାମ ପାର୍ଶ୍ୱ ପର୍ଯ୍ୟନ୍ତ ଯଜ୍ଞବେଦି ଓ ଗୃହ ନିକଟରେ ପ୍ରହରୀବର୍ଗର ପ୍ରତ୍ୟେକ ଲୋକ ହସ୍ତରେ ଆପଣା ଆପଣା ଅସ୍ତ୍ର ଧରି ରାଜାଙ୍କର ଚତୁର୍ଦ୍ଦିଗରେ ଠିଆ ହେଲେ। 12 ସେତେବେଳେ ସେ ରାଜପୁତ୍ର ଯୋୟାଶ୍‍ଙ୍କୁ ବାହାରକୁ ଆଣି ତାଙ୍କର ମସ୍ତକରେ ମୁକୁଟ ପିନ୍ଧାଇ ତାଙ୍କୁ ସାକ୍ଷ୍ୟ ପୁସ୍ତକ ଦେଲା; ତହିଁରେ ସେମାନେ ତାଙ୍କୁ ରାଜା କରି ଅଭିଷେକ କଲେ; ଆଉ ସେମାନେ କରତାଳି ଦେଇ କହିଲେ, “ରାଜା ଚିରଜୀବୀ ହେଉନ୍ତୁ।” 13 ଏଥିରେ ଅଥଲୀୟା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ଗୃହକୁ ଲୋକମାନଙ୍କ ନିକଟକୁ ଆସିଲା। 14 ପୁଣି ସେ ଦୃଷ୍ଟିପାତ କରନ୍ତେ, ଦେଖ, ରାଜା ବିଧି ଅନୁସାରେ ସ୍ତମ୍ଭ ନିକଟରେ ଠିଆ ହୋଇଅଛନ୍ତି ଓ ରାଜାଙ୍କ ନିକଟରେ ସେନାପତିମାନେ ଓ ତୂରୀବାଦକମାନେ ଅଛନ୍ତି; ପୁଣି ଦେଶର ସମଗ୍ର ଲୋକ ଆନନ୍ଦ କରୁଅଛନ୍ତି ଓ ତୂରୀ ବଜାଉଅଛନ୍ତି। ଏଥିରେ ଅଥଲୀୟା ଆପଣା ବସ୍ତ୍ର ଚିରି “ରାଜଦ୍ରୋହ ରାଜଦ୍ରୋହ!” ବୋଲି ଡାକ ପକାଇଲା। 15 ଏଥିରେ ଯିହୋୟାଦା ଯାଜକ ସୈନ୍ୟ ଉପରେ ନିଯୁକ୍ତ ଶତପତିମାନଙ୍କୁ ଆଜ୍ଞା ଦେଇ କହିଲା, “ସୈନ୍ୟଶ୍ରେଣୀର ମଧ୍ୟଦେଇ ଏହାକୁ ବାହାରକୁ ନେଇଯାଅ ଓ ଯେ ତାହାର ପଶ୍ଚାଦ୍‍ଗାମୀ ହୁଏ, ତାହାକୁ ଖଡ୍ଗରେ ବଧ କର।” କାରଣ ଯାଜକ କହିଲା, “ସେ ସଦାପ୍ରଭୁଙ୍କ ଗୃହ ଭିତରେ ହତ ନ ହେଉ।” 16 ତହୁଁ ସେମାନେ ତାହା ପାଇଁ ପଥ ଛାଡ଼ନ୍ତେ, ସେ ରାଜଗୃହକୁ ଯିବା ଅଶ୍ୱଦ୍ୱାରର ପଥ ଦେଇ ଗଲା ଓ ସେଠାରେ ହତ ହେଲା। 17 ଏଥିଉତ୍ତାରେ ସମସ୍ତେ ଯେପରି ସଦାପ୍ରଭୁଙ୍କର ଲୋକ ହେବେ, ଏଥିପାଇଁ ଯିହୋୟାଦା ସଦାପ୍ରଭୁଙ୍କର ଏବଂ ରାଜା ଓ ଲୋକମାନଙ୍କ ମଧ୍ୟରେ ଏକ ନିୟମ କଲା; ରାଜା ଓ ଲୋକମାନଙ୍କ ମଧ୍ୟରେ ହିଁ ନିୟମ କଲା। 18 ଏଥିଉତ୍ତାରେ ଦେଶର ସମଗ୍ର ଲୋକ ବାଲ୍‍ ମନ୍ଦିରକୁ ଯାଇ ତାହା ଭାଙ୍ଗି ପକାଇଲେ; ସେମାନେ ତାହାର ଯଜ୍ଞବେଦି ଓ ତାହାର ପ୍ରତିମାସବୁ ସମ୍ପୂର୍ଣ୍ଣ ରୂପେ ଚୂର୍ଣ୍ଣ କଲେ ଓ ଯଜ୍ଞବେଦିମାନର ସମ୍ମୁଖରେ ବାଲ୍‍ର ଯାଜକ ମତ୍ତନକୁ ବଧ କଲେ। ପୁଣି ଯାଜକ ସଦାପ୍ରଭୁଙ୍କ ଗୃହରେ କର୍ମଚାରୀମାନଙ୍କୁ ନିଯୁକ୍ତ କଲା। 19 ପୁଣି ଯିହୋୟାଦା ଶତପତିମାନଙ୍କୁ ଓ କରୀୟମାନଙ୍କୁ ଓ ପ୍ରହରୀବର୍ଗକୁ ଓ ଦେଶର ସମଗ୍ର ଲୋକଙ୍କୁ ନେଲା; ତହୁଁ ସେମାନେ ସଦାପ୍ରଭୁଙ୍କ ଗୃହରୁ ରାଜାଙ୍କୁ ଆଣି ପ୍ରହରୀବର୍ଗର ଦ୍ୱାର ଦେଇ ରାଜଗୃହକୁ ଆସିଲେ। ଏଥିରେ ଯୋୟାଶ୍‍ ରାଜସିଂହାସନରେ ଉପବିଷ୍ଟ ହେଲେ। 20 ଏହିରୂପେ ଦେଶର ସମୁଦାୟ ଲୋକ ଆନନ୍ଦ କଲେ ଓ ନଗର ସୁସ୍ଥିର ହେଲା; ଆଉ ସେମାନେ ରାଜଗୃହ ନିକଟରେ ଅଥଲୀୟାଙ୍କୁ ଖଡ୍ଗରେ ବଧ କଲେ। 21 ଯୋୟାଶ୍‍ ସାତ ବର୍ଷ ବୟସରେ ରାଜ୍ୟ କରିବାକୁ ଆରମ୍ଭ କଲେ।

In Other Versions

2 Kings 11 in the ANGEFD

2 Kings 11 in the ANTPNG2D

2 Kings 11 in the AS21

2 Kings 11 in the BAGH

2 Kings 11 in the BBPNG

2 Kings 11 in the BBT1E

2 Kings 11 in the BDS

2 Kings 11 in the BEV

2 Kings 11 in the BHAD

2 Kings 11 in the BIB

2 Kings 11 in the BLPT

2 Kings 11 in the BNT

2 Kings 11 in the BNTABOOT

2 Kings 11 in the BNTLV

2 Kings 11 in the BOATCB

2 Kings 11 in the BOATCB2

2 Kings 11 in the BOBCV

2 Kings 11 in the BOCNT

2 Kings 11 in the BOECS

2 Kings 11 in the BOGWICC

2 Kings 11 in the BOHCB

2 Kings 11 in the BOHCV

2 Kings 11 in the BOHLNT

2 Kings 11 in the BOHNTLTAL

2 Kings 11 in the BOICB

2 Kings 11 in the BOILNTAP

2 Kings 11 in the BOITCV

2 Kings 11 in the BOKCV

2 Kings 11 in the BOKCV2

2 Kings 11 in the BOKHWOG

2 Kings 11 in the BOKSSV

2 Kings 11 in the BOLCB

2 Kings 11 in the BOLCB2

2 Kings 11 in the BOMCV

2 Kings 11 in the BONAV

2 Kings 11 in the BONCB

2 Kings 11 in the BONLT

2 Kings 11 in the BONUT2

2 Kings 11 in the BOPLNT

2 Kings 11 in the BOSCB

2 Kings 11 in the BOSNC

2 Kings 11 in the BOTLNT

2 Kings 11 in the BOVCB

2 Kings 11 in the BOYCB

2 Kings 11 in the BPBB

2 Kings 11 in the BPH

2 Kings 11 in the BSB

2 Kings 11 in the CCB

2 Kings 11 in the CUV

2 Kings 11 in the CUVS

2 Kings 11 in the DBT

2 Kings 11 in the DGDNT

2 Kings 11 in the DHNT

2 Kings 11 in the DNT

2 Kings 11 in the ELBE

2 Kings 11 in the EMTV

2 Kings 11 in the ESV

2 Kings 11 in the FBV

2 Kings 11 in the FEB

2 Kings 11 in the GGMNT

2 Kings 11 in the GNT

2 Kings 11 in the HARY

2 Kings 11 in the HNT

2 Kings 11 in the IRVA

2 Kings 11 in the IRVB

2 Kings 11 in the IRVG

2 Kings 11 in the IRVH

2 Kings 11 in the IRVK

2 Kings 11 in the IRVM

2 Kings 11 in the IRVM2

2 Kings 11 in the IRVP

2 Kings 11 in the IRVT

2 Kings 11 in the IRVT2

2 Kings 11 in the IRVU

2 Kings 11 in the ISVN

2 Kings 11 in the JSNT

2 Kings 11 in the KAPI

2 Kings 11 in the KBT1ETNIK

2 Kings 11 in the KBV

2 Kings 11 in the KJV

2 Kings 11 in the KNFD

2 Kings 11 in the LBA

2 Kings 11 in the LBLA

2 Kings 11 in the LNT

2 Kings 11 in the LSV

2 Kings 11 in the MAAL

2 Kings 11 in the MBV

2 Kings 11 in the MBV2

2 Kings 11 in the MHNT

2 Kings 11 in the MKNFD

2 Kings 11 in the MNG

2 Kings 11 in the MNT

2 Kings 11 in the MNT2

2 Kings 11 in the MRS1T

2 Kings 11 in the NAA

2 Kings 11 in the NASB

2 Kings 11 in the NBLA

2 Kings 11 in the NBS

2 Kings 11 in the NBVTP

2 Kings 11 in the NET2

2 Kings 11 in the NIV11

2 Kings 11 in the NNT

2 Kings 11 in the NNT2

2 Kings 11 in the NNT3

2 Kings 11 in the PDDPT

2 Kings 11 in the PFNT

2 Kings 11 in the RMNT

2 Kings 11 in the SBIAS

2 Kings 11 in the SBIBS

2 Kings 11 in the SBIBS2

2 Kings 11 in the SBICS

2 Kings 11 in the SBIDS

2 Kings 11 in the SBIGS

2 Kings 11 in the SBIHS

2 Kings 11 in the SBIIS

2 Kings 11 in the SBIIS2

2 Kings 11 in the SBIIS3

2 Kings 11 in the SBIKS

2 Kings 11 in the SBIKS2

2 Kings 11 in the SBIMS

2 Kings 11 in the SBIOS

2 Kings 11 in the SBIPS

2 Kings 11 in the SBISS

2 Kings 11 in the SBITS

2 Kings 11 in the SBITS2

2 Kings 11 in the SBITS3

2 Kings 11 in the SBITS4

2 Kings 11 in the SBIUS

2 Kings 11 in the SBIVS

2 Kings 11 in the SBT

2 Kings 11 in the SBT1E

2 Kings 11 in the SCHL

2 Kings 11 in the SNT

2 Kings 11 in the SUSU

2 Kings 11 in the SUSU2

2 Kings 11 in the SYNO

2 Kings 11 in the TBIAOTANT

2 Kings 11 in the TBT1E

2 Kings 11 in the TBT1E2

2 Kings 11 in the TFTIP

2 Kings 11 in the TFTU

2 Kings 11 in the TGNTATF3T

2 Kings 11 in the THAI

2 Kings 11 in the TNFD

2 Kings 11 in the TNT

2 Kings 11 in the TNTIK

2 Kings 11 in the TNTIL

2 Kings 11 in the TNTIN

2 Kings 11 in the TNTIP

2 Kings 11 in the TNTIZ

2 Kings 11 in the TOMA

2 Kings 11 in the TTENT

2 Kings 11 in the UBG

2 Kings 11 in the UGV

2 Kings 11 in the UGV2

2 Kings 11 in the UGV3

2 Kings 11 in the VBL

2 Kings 11 in the VDCC

2 Kings 11 in the YALU

2 Kings 11 in the YAPE

2 Kings 11 in the YBVTP

2 Kings 11 in the ZBP