Exodus 37 (IRVO)
1 ଏଥିଉତ୍ତାରେ ବତ୍ସଲେଲ ଶିଟୀମ୍ କାଷ୍ଠରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ, ଏକ ସିନ୍ଦୁକ ନିର୍ମାଣ କଲେ 2 ଓ ତହିଁର ଭିତର ଓ ବାହାର ନିର୍ମଳ ସୁବର୍ଣ୍ଣରେ ମଡ଼ାଇ ତହିଁର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ। 3 ପୁଣି, ତହିଁର ଚାରି କୋଣ ନିମନ୍ତେ ଚାରି ସ୍ୱର୍ଣ୍ଣକଡ଼ା ଢାଳିଲେ; ତହିଁର ଏକ ପାର୍ଶ୍ୱରେ ଦୁଇ କଡ଼ା ଓ ଅନ୍ୟ ପାର୍ଶ୍ୱରେ ଦୁଇ କଡ଼ା ଦେଲେ। 4 ଆଉ ସେ ଶିଟୀମ୍ କାଷ୍ଠରେ ସାଙ୍ଗୀ କରି ସୁବର୍ଣ୍ଣ ମଡ଼ାଇଲେ 5 ଓ ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗୀ ପ୍ରବେଶ କରାଇଲେ। 6 ଏଉତ୍ତାରେ ସେ ନିର୍ମଳ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କଲେ। 7 ପୁଣି, ପିଟା ସୁବର୍ଣ୍ଣରେ ଦୁଇ କିରୂବ ନିର୍ମାଣ କରି ପାପାଚ୍ଛାଦନର ଦୁଇ ମୁଣ୍ଡରେ ରଖିଲେ। 8 ତହିଁର ଏକ ମୁଣ୍ଡରେ ଏକ କିରୂବ ଓ ଅନ୍ୟ ମୁଣ୍ଡରେ ଅନ୍ୟ କିରୂବ ସ୍ଥାପନ କଲେ; ପାପାଚ୍ଛାଦନର ଦୁଇ ମୁଣ୍ଡରେ ଦୁଇ କିରୂବକୁ ତହିଁର ଅଂଶ କରି ରଖିଲେ। 9 ପୁଣି, କିରୂବମାନଙ୍କର ପକ୍ଷ ଉର୍ଦ୍ଧ୍ବକୁ ବିସ୍ତାରିତ ହୋଇ ପାପାଚ୍ଛାଦନକୁ ଆବରଣ କଲା ଓ ସେମାନଙ୍କର ମୁଖ ପରସ୍ପର ସମ୍ମୁଖୀନ ହେଲା; ମାତ୍ର ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିଲା। 10 ତହିଁ ଉତ୍ତାରେ ସେ ଶିଟୀମ୍ କାଷ୍ଠରେ ଦୁଇ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କଲେ। 11 ପୁଣି, ତାହା ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ ଓ ତହିଁର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ। 12 ପୁଣି, ସେ ତହିଁର ଚତୁର୍ଦ୍ଦିଗରେ ଚତୁରଙ୍ଗୁଳି ପରିମିତ ଏକ ବେଷ୍ଟନ କଲେ ଓ ସେହି ବେଷ୍ଟନର ଚତୁର୍ଦ୍ଦିଗରେ ସୁବର୍ଣ୍ଣର କାନ୍ଥି କଲେ। 13 ଆଉ ସୁବର୍ଣ୍ଣରେ ଚାରି କଡ଼ା ଢାଳି ତହିଁର ଚାରି ପାହ୍ୟାର ଚାରି କୋଣରେ ରଖିଲେ। 14 ସେହି କଡ଼ା ପାର୍ଶ୍ୱ-କାଷ୍ଠର ସନ୍ନିକଟ ଓ ମେଜ ବହିବା ନିମନ୍ତେ ସାଙ୍ଗୀର ଘରା ଥିଲା। 15 ପୁଣି, ସେ ସେହି ମେଜ ବହନାର୍ଥେ ଶିଟୀମ୍ କାଷ୍ଠରେ ସାଙ୍ଗୀ ନିର୍ମାଣ କରି ସୁବର୍ଣ୍ଣରେ ମଡ଼ାଇଲେ। 16 ଆହୁରି, ସେ ମେଜର ଉପରିସ୍ଥିତ ପାତ୍ରସକଳ, ଅର୍ଥାତ୍, ତହିଁର ଥାଳୀ ଓ ଚାମଚ ଓ ପାତ୍ର, ଢାଳିବା ନିମନ୍ତେ ଗଡ଼ୁସକଳ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ। 17 ଆହୁରି, ସେ ନିର୍ମଳ ସୁବର୍ଣ୍ଣରେ ଏକ ଦୀପବୃକ୍ଷ ନିର୍ମାଣ କଲେ, ସେ ପିଟାକର୍ମରେ ଦୀପବୃକ୍ଷ, ତହିଁର ଗଣ୍ଡି ଓ ଶାଖା ନିର୍ମାଣ କଲେ, ଆଉ ତହିଁର ଗୋଲାଧାର, କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ହେଲା। 18 ସେହି ଦୀପବୃକ୍ଷର ଏକ ପାର୍ଶ୍ୱରୁ ତିନି ଶାଖା ଓ ଦୀପବୃକ୍ଷର ଅନ୍ୟ ପାର୍ଶ୍ୱରୁ ତିନି ଶାଖା, ଏହି ଛଅ ଶାଖା ତହିଁର ପାର୍ଶ୍ୱରୁ ନିର୍ଗତ ହେଲା। 19 ପୁଣି, ଏକ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ, ପୁଣି, ଅନ୍ୟ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ, ଏହିରୂପେ ଦୀପବୃକ୍ଷରୁ ନିର୍ଗତ ଛଅ ଶାଖାରେ ରହିଲା। 20 ମାତ୍ର ଦୀପବୃକ୍ଷରେ ବାଦାମପୁଷ୍ପାକୃତି ଚାରି ଗୋଲାଧାର ଓ ତହିଁର କଳିକା ଓ ପୁଷ୍ପ ରହିଲା। 21 ଆଉ, ତହିଁରୁ ଯେଉଁ ଛଅ ଶାଖା ନିର୍ଗତ ହେଲା, ତଦନୁସାରେ ଏକ ଶାଖାଦ୍ୱୟର ତଳେ ଏକ କଳିକା ଓ ଅନ୍ୟ ଶାଖାଦ୍ୱୟର ତଳେ ଏକ କଳିକା ଓ ଅନ୍ୟତର ଶାଖାଦ୍ୱୟର ତଳେ ଏକ କଳିକା ରହିଲା। 22 ଏହି କଳିକା ଓ ଶାଖା ତହିଁର ଅଂଶ ହେଲା ଓ ସମସ୍ତ ନିର୍ମଳ ସୁବର୍ଣ୍ଣ ନିର୍ମିତ ଏକ ପିଟାକର୍ମ ହେଲା। 23 ଆଉ, ସେ ତହିଁ ପାଇଁ ସପ୍ତ ପ୍ରଦୀପ, ଚିମୁଟା ଓ ଅଙ୍ଗାରଧାନୀ ନିର୍ମଳ ସୁବର୍ଣ୍ଣରେ ନିର୍ମାଣ କଲେ। 24 ସେ ଏକ ତାଳନ୍ତ ପରିମିତ ନିର୍ମଳ ସୁବର୍ଣ୍ଣରେ ତାହା ଓ ତହିଁର ସମସ୍ତ ପାତ୍ର ନିର୍ମାଣ କଲେ। 25 ଏଥିଉତ୍ତାରେ ସେ ଶିଟୀମ୍ କାଷ୍ଠରେ ଏକ ହସ୍ତ ଦୀର୍ଘ, ଏକ ହସ୍ତ ପ୍ରସ୍ଥ ଓ ଦୁଇ ହସ୍ତ ଉଚ୍ଚ ଚତୁଷ୍କୋଣ ଧୂପବେଦି ନିର୍ମାଣ କଲେ, ତହିଁର ଶୃଙ୍ଗସକଳ ତହିଁର ଅଂଶ ହେଲା। 26 ଆଉ, ତାହା, ତହିଁର ପୃଷ୍ଠ, ତହିଁର ଚାରି ପାର୍ଶ୍ୱ ଓ ତହିଁର ଶୃଙ୍ଗସକଳ ନିର୍ମଳ ସୁବର୍ଣ୍ଣରେ ମଡ଼ାଇଲେ; ପୁଣି, ସେ ତହିଁର ଚାରିଆଡ଼େ ସୁବର୍ଣ୍ଣର କାନ୍ଥି କଲେ। 27 ପୁଣି, ତହିଁର ବହନାର୍ଥକ ସାଙ୍ଗୀର ଘରା ନିମନ୍ତେ ତହିଁର କାନ୍ଥି ତଳେ ଦୁଇ ପାର୍ଶ୍ୱର ଦୁଇ କୋଣରେ ସୁବର୍ଣ୍ଣର ଦୁଇ ଦୁଇ କଡ଼ା ନିର୍ମାଣ କଲେ। 28 ଆଉ ଶିଟୀମ୍ କାଷ୍ଠରେ ସାଙ୍ଗୀ କଲେ ଓ ତାହା ସୁବର୍ଣ୍ଣରେ ମଡ଼ାଇଲେ। 29 ଏଉତ୍ତାରେ ସେ ଅଭିଷେକାର୍ଥକ ପବିତ୍ର ତୈଳ ଓ ଧୂପ ନିମନ୍ତେ ଗନ୍ଧବଣିକର କ୍ରିୟାନୁଯାୟୀ ସୁଗନ୍ଧି ଦ୍ରବ୍ୟ ପ୍ରସ୍ତୁତ କଲେ।
In Other Versions
Exodus 37 in the ANGEFD
Exodus 37 in the ANTPNG2D
Exodus 37 in the AS21
Exodus 37 in the BAGH
Exodus 37 in the BBPNG
Exodus 37 in the BBT1E
Exodus 37 in the BDS
Exodus 37 in the BEV
Exodus 37 in the BHAD
Exodus 37 in the BIB
Exodus 37 in the BLPT
Exodus 37 in the BNT
Exodus 37 in the BNTABOOT
Exodus 37 in the BNTLV
Exodus 37 in the BOATCB
Exodus 37 in the BOATCB2
Exodus 37 in the BOBCV
Exodus 37 in the BOCNT
Exodus 37 in the BOECS
Exodus 37 in the BOGWICC
Exodus 37 in the BOHCB
Exodus 37 in the BOHCV
Exodus 37 in the BOHLNT
Exodus 37 in the BOHNTLTAL
Exodus 37 in the BOICB
Exodus 37 in the BOILNTAP
Exodus 37 in the BOITCV
Exodus 37 in the BOKCV
Exodus 37 in the BOKCV2
Exodus 37 in the BOKHWOG
Exodus 37 in the BOKSSV
Exodus 37 in the BOLCB
Exodus 37 in the BOLCB2
Exodus 37 in the BOMCV
Exodus 37 in the BONAV
Exodus 37 in the BONCB
Exodus 37 in the BONLT
Exodus 37 in the BONUT2
Exodus 37 in the BOPLNT
Exodus 37 in the BOSCB
Exodus 37 in the BOSNC
Exodus 37 in the BOTLNT
Exodus 37 in the BOVCB
Exodus 37 in the BOYCB
Exodus 37 in the BPBB
Exodus 37 in the BPH
Exodus 37 in the BSB
Exodus 37 in the CCB
Exodus 37 in the CUV
Exodus 37 in the CUVS
Exodus 37 in the DBT
Exodus 37 in the DGDNT
Exodus 37 in the DHNT
Exodus 37 in the DNT
Exodus 37 in the ELBE
Exodus 37 in the EMTV
Exodus 37 in the ESV
Exodus 37 in the FBV
Exodus 37 in the FEB
Exodus 37 in the GGMNT
Exodus 37 in the GNT
Exodus 37 in the HARY
Exodus 37 in the HNT
Exodus 37 in the IRVA
Exodus 37 in the IRVB
Exodus 37 in the IRVG
Exodus 37 in the IRVH
Exodus 37 in the IRVK
Exodus 37 in the IRVM
Exodus 37 in the IRVM2
Exodus 37 in the IRVP
Exodus 37 in the IRVT
Exodus 37 in the IRVT2
Exodus 37 in the IRVU
Exodus 37 in the ISVN
Exodus 37 in the JSNT
Exodus 37 in the KAPI
Exodus 37 in the KBT1ETNIK
Exodus 37 in the KBV
Exodus 37 in the KJV
Exodus 37 in the KNFD
Exodus 37 in the LBA
Exodus 37 in the LBLA
Exodus 37 in the LNT
Exodus 37 in the LSV
Exodus 37 in the MAAL
Exodus 37 in the MBV
Exodus 37 in the MBV2
Exodus 37 in the MHNT
Exodus 37 in the MKNFD
Exodus 37 in the MNG
Exodus 37 in the MNT
Exodus 37 in the MNT2
Exodus 37 in the MRS1T
Exodus 37 in the NAA
Exodus 37 in the NASB
Exodus 37 in the NBLA
Exodus 37 in the NBS
Exodus 37 in the NBVTP
Exodus 37 in the NET2
Exodus 37 in the NIV11
Exodus 37 in the NNT
Exodus 37 in the NNT2
Exodus 37 in the NNT3
Exodus 37 in the PDDPT
Exodus 37 in the PFNT
Exodus 37 in the RMNT
Exodus 37 in the SBIAS
Exodus 37 in the SBIBS
Exodus 37 in the SBIBS2
Exodus 37 in the SBICS
Exodus 37 in the SBIDS
Exodus 37 in the SBIGS
Exodus 37 in the SBIHS
Exodus 37 in the SBIIS
Exodus 37 in the SBIIS2
Exodus 37 in the SBIIS3
Exodus 37 in the SBIKS
Exodus 37 in the SBIKS2
Exodus 37 in the SBIMS
Exodus 37 in the SBIOS
Exodus 37 in the SBIPS
Exodus 37 in the SBISS
Exodus 37 in the SBITS
Exodus 37 in the SBITS2
Exodus 37 in the SBITS3
Exodus 37 in the SBITS4
Exodus 37 in the SBIUS
Exodus 37 in the SBIVS
Exodus 37 in the SBT
Exodus 37 in the SBT1E
Exodus 37 in the SCHL
Exodus 37 in the SNT
Exodus 37 in the SUSU
Exodus 37 in the SUSU2
Exodus 37 in the SYNO
Exodus 37 in the TBIAOTANT
Exodus 37 in the TBT1E
Exodus 37 in the TBT1E2
Exodus 37 in the TFTIP
Exodus 37 in the TFTU
Exodus 37 in the TGNTATF3T
Exodus 37 in the THAI
Exodus 37 in the TNFD
Exodus 37 in the TNT
Exodus 37 in the TNTIK
Exodus 37 in the TNTIL
Exodus 37 in the TNTIN
Exodus 37 in the TNTIP
Exodus 37 in the TNTIZ
Exodus 37 in the TOMA
Exodus 37 in the TTENT
Exodus 37 in the UBG
Exodus 37 in the UGV
Exodus 37 in the UGV2
Exodus 37 in the UGV3
Exodus 37 in the VBL
Exodus 37 in the VDCC
Exodus 37 in the YALU
Exodus 37 in the YAPE
Exodus 37 in the YBVTP
Exodus 37 in the ZBP