Ezekiel 38 (IRVO)

1 ଏଥିଉତ୍ତାରେ ସଦାପ୍ରଭୁଙ୍କର ଏହି ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା; 2 “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଗେଶର, ମେଶକ୍‍ର ଓ ତୁବଲ୍‍ର ଅଧିପତି ମାଗୋଗ୍‍ ଦେଶୀୟ ଗୋଗ୍‍ ପ୍ରତି ମୁଖ ରଖି ତାହା ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି କୁହ, 3 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ଗେଶର, ମେଶକ୍‍ର ଓ ତୁବଲ୍‍ର ଅଧିପତି ଗୋଗ୍‍, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ। 4 ପୁଣି, ଆମ୍ଭେ ତୁମ୍ଭକୁ ବୁଲାଇବା ଓ ତୁମ୍ଭ କଳପାଟିରେ ଅଙ୍କୁଶ ଦେବା, ଆଉ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ସୈନ୍ୟ ସମସ୍ତଙ୍କୁ, ଅଶ୍ୱ ଓ ଅଶ୍ୱାରୋହୀଗଣଙ୍କୁ ବାହାର କରି ଆଣିବା, ସେମାନେ ସମସ୍ତେ ସମ୍ପୂର୍ଣ୍ଣ ଯୁଦ୍ଧ ସଜ୍ଜାରେ ସୁସଜ୍ଜିତ, ଫଳକ ଓ ଢାଲଧାରୀ ମହାସମାଜ, ସେମାନଙ୍କର ସମସ୍ତେ ଖଡ୍ଗଧାରୀ ଅଟନ୍ତି; 5 ସେମାନଙ୍କ ସଙ୍ଗେ ପାରସ୍ୟ, କୂଶ ଓ ପୂଟ୍‍; ସେମାନେ ସମସ୍ତେ ଢାଲ ଓ ଟୋପରଧାରୀ; 6 ଗୋମର ଓ ତାହାର ସମସ୍ତ ଲୋକଦଳ; ଉତ୍ତର ଦିଗର ପ୍ରାନ୍ତସୀମାସ୍ଥିତ ତୋଗର୍ମାର ବଂଶ ଓ ତାହାର ସମସ୍ତ ଲୋକଦଳକୁ; ଏହି ପ୍ରକାର ଅନେକ ଗୋଷ୍ଠୀୟମାନଙ୍କୁ ତୁମ୍ଭ ସଙ୍ଗେ ଆଣିବା। 7 ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ଆପଣାକୁ ଓ ତୁମ୍ଭ ନିକଟରେ ଏକତ୍ରିତ ତୁମ୍ଭର ସମସ୍ତ ସମାଜକୁ ପ୍ରସ୍ତୁତ କର, ଆଉ ତୁମ୍ଭେ ସେମାନଙ୍କର ରକ୍ଷକ ହୁଅ। 8 ଅନେକ ଦିନ ଉତ୍ତାରେ ତୁମ୍ଭର ତତ୍ତ୍ୱାନୁସନ୍ଧାନ କରାଯିବ; ଶେଷ ବର୍ଷମାନର ମଧ୍ୟରେ ତୁମ୍ଭେ, ଖଡ୍ଗରୁ ପୁନରାନୀତ, ଅନେକ ଗୋଷ୍ଠୀ ମଧ୍ୟରୁ ସଂଗୃହୀତ ଦେଶକୁ, ଇସ୍ରାଏଲର ଚିର ଉତ୍ସନ୍ନ ପର୍ବତ ସକଳକୁ ଆସିବ; ମାତ୍ର ତାହା ନାନା ଗୋଷ୍ଠୀ ମଧ୍ୟରୁ ବାହାରେ ଆନୀତ ହୋଇଅଛି, ଆଉ ସେମାନେ, ସେମାନଙ୍କର ସମସ୍ତେ ନିରାପଦରେ ବାସ କରିବେ। 9 ପୁଣି, ତୁମ୍ଭେ ଉପରକୁ ଉଠି, ବତାସ ପରି ଆସିବ, ଦେଶକୁ ଆଚ୍ଛନ୍ନ କରିବା ପାଇଁ ତୁମ୍ଭେ, ଆଉ ତୁମ୍ଭର ସମସ୍ତ ସୈନ୍ୟଦଳ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ମେଘ ତୁଲ୍ୟ ହେବେ। 10 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସେହି ସମୟରେ ନାନା ବିଷୟ ତୁମ୍ଭ ମନରେ ପଡ଼ିବ ଓ ତୁମ୍ଭେ ଗୋଟିଏ ଅନିଷ୍ଟ ସଂକଳ୍ପ କରିବ; 11 ପୁଣି, ତୁମ୍ଭେ କହିବ, ଆମ୍ଭେ ପ୍ରାଚୀରହୀନ ଗ୍ରାମ ବିଶିଷ୍ଟ ଦେଶକୁ ଯିବା; ଯେଉଁମାନେ ଶାନ୍ତିରେ ଅଛନ୍ତି, ନିରାପଦରେ ଓ ପ୍ରାଚୀରହୀନ ସ୍ଥାନରେ ବାସ କରନ୍ତି ଓ ଯେଉଁମାନଙ୍କର ଅର୍ଗଳ କି କବାଟ ନାହିଁ; 12 ଲୁଟିବାକୁ ଓ ଦ୍ରବ୍ୟ ଅପହରଣ କରିବାକୁ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯାତ୍ରା କରିବା; ଯେଉଁ ସକଳ ଉତ୍ସନ୍ନ ସ୍ଥାନ ଏବେ ବସତିବିଶିଷ୍ଟ ହୋଇଅଛି, ତହିଁର ବିରୁଦ୍ଧରେ ଓ ଯେଉଁ ଗୋଷ୍ଠୀ ନାନା ଦେଶୀୟମାନଙ୍କ ମଧ୍ୟରୁ ସଂଗୃହୀତ ହୋଇଅଛନ୍ତି, ପଶୁ ଓ ଦ୍ରବ୍ୟାଦି ପ୍ରାପ୍ତ ହୋଇ ପୃଥିବୀର ମଧ୍ୟଭାଗରେ ବାସ କରୁଅଛନ୍ତି, ସେମାନଙ୍କ ବିରୁଦ୍ଧରେ ହସ୍ତାର୍ପଣ କରିବା ପାଇଁ (ତୁମ୍ଭେ ଯିବ)। 13 ଶିବା, ଦଦାନ ଓ ତର୍ଶୀଶର ବଣିକଗଣ, ଆଉ ସେଠାସ୍ଥିତ ସକଳ ଗ୍ରାମ ତୁମ୍ଭକୁ କହିବେ, ‘ତୁମ୍ଭେ କି ଲୁଟିବାକୁ ଆସିଅଛ? ତୁମ୍ଭେ କି ଦ୍ରବ୍ୟ ଅପହରଣ କରିବା ପାଇଁ ଆପଣାର ଜନସମାଜ ଏକତ୍ର କରିଅଛ? ରୂପା, ସୁନା ବୋହି ନେବାର, ପଶୁ ଓ ଦ୍ରବ୍ୟାଦି ପ୍ରଚୁର ଲୁଟି ନେଇଯିବାର କି ତୁମ୍ଭର ଅଭିପ୍ରାୟ?’ 14 ଏଥିପାଇଁ ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ଗୋଗ୍‍କୁ କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ସେହି ଦିନ ଯେତେବେଳେ ଆମ୍ଭ ଇସ୍ରାଏଲର ଲୋକମାନେ ନିରାପଦରେ ବାସ କରିବେ, ସେତେବେଳେ ତୁମ୍ଭେ କି ତାହା ଜାଣିବ ନାହିଁ? 15 ପୁଣି, ତୁମ୍ଭେ ଆପଣା ସ୍ଥାନ, ଉତ୍ତର ଦିଗସ୍ଥ ପ୍ରାନ୍ତଭାଗରୁ ଆସିବ, ତୁମ୍ଭେ ଓ ତୁମ୍ଭ ସଙ୍ଗେ ଅନେକ ଗୋଷ୍ଠୀ ଆସିବେ, ସେମାନେ ସମସ୍ତେ ଅଶ୍ୱାରୋହୀ ମହାସମାଜ ଓ ବିକ୍ରମୀ ସୈନ୍ୟସାମନ୍ତ; 16 ଆଉ, ତୁମ୍ଭେ ଦେଶକୁ ମେଘ ତୁଲ୍ୟ ଆଚ୍ଛାଦନ କରିବା ପାଇଁ ଆମ୍ଭ ଇସ୍ରାଏଲ ଲୋକଙ୍କ ବିରୁଦ୍ଧରେ ଆସିବ; ହେ ଗୋଗ୍‍, ଶେଷ କାଳରେ ଏହା ଘଟିବ ଯେ, ଗୋଷ୍ଠୀୟମାନେ ଯେପରି ଆମ୍ଭକୁ ଜାଣିବେ, ଏଥିପାଇଁ ଆମ୍ଭେ ତୁମ୍ଭକୁ ଆମ୍ଭ ଦେଶ ବିରୁଦ୍ଧରେ ଆଣିବା, ସେତେବେଳେ ଆମ୍ଭେ ଗୋଷ୍ଠୀୟମାନଙ୍କ ଦୃଷ୍ଟିରେ ତୁମ୍ଭ ମଧ୍ୟରେ ପବିତ୍ରୀକୃତ ହେବା। 17 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଆମ୍ଭେ ତୁମ୍ଭକୁ ସେମାନଙ୍କ ବିରୁଦ୍ଧରେ ଆଣିବା ବୋଲି ଯାହାର ବିଷୟରେ ପ୍ରାଚୀନ କାଳରେ ଆପଣା ଦାସଗଣ ଦ୍ୱାରା, ଅର୍ଥାତ୍‍, ଯେଉଁମାନେ ସେହି କାଳରେ ଅନେକ ବର୍ଷ ଯାଏ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରିଥିଲେ, ଏପରି ଯେ ଇସ୍ରାଏଲ ଭବିଷ୍ୟଦ୍‍ବକ୍ତାଗଣ, ସେମାନଙ୍କ ଦ୍ୱାରା ଆମ୍ଭେ କହିଥିଲୁ, ତୁମ୍ଭେ କି ସେହି ବ୍ୟକ୍ତି? 18 ପୁଣି, ପ୍ରଭୁ, ସଦାପ୍ରଭୁ କହନ୍ତି, ଯେଉଁ ଦିନ ଗୋଗ୍‍ ଇସ୍ରାଏଲ ଦେଶ ବିରୁଦ୍ଧରେ ଆସିବ, ସେହି ସମୟରେ ଆମ୍ଭର କୋପ ଆମ୍ଭର ନାସାରନ୍ଧ୍ରକୁ ଉଠିବ। 19 କାରଣ ଆମ୍ଭେ ଆପଣା ଅନ୍ତର୍ଜ୍ୱାଳା ଓ କୋପାନଳରେ କହିଅଛୁ, ଅବଶ୍ୟ ସେହି ଦିନ ଇସ୍ରାଏଲ ଦେଶରେ ମହାକମ୍ପ ହେବ; 20 ତହିଁରେ ସମୁଦ୍ରର ମତ୍ସ୍ୟଗଣ, ଆକାଶର ପକ୍ଷୀଗଣ ଓ କ୍ଷେତ୍ରର ପଶୁଗଣ ଓ ଭୂଚର ଉରୋଗାମୀ ଜନ୍ତୁସମସ୍ତ, ଆଉ ପୃଥିବୀସ୍ଥ ମନୁଷ୍ୟ ସକଳ ଆମ୍ଭ ସାକ୍ଷାତରେ କମ୍ପମାନ ହେବେ ଓ ପର୍ବତସବୁ ଉତ୍ପାଟିତ ହେବେ, ଆଉ ଗଡ଼ନ୍ତି ସ୍ଥାନସବୁ ପଡ଼ିଯିବ ଓ ପ୍ରତ୍ୟେକ ପ୍ରାଚୀର ଭୂମିସାତ୍‍ ହେବ। 21 ପୁଣି, ଆମ୍ଭେ ତାହାର ବିରୁଦ୍ଧରେ ଖଡ୍ଗ ପାଇଁ ଆମ୍ଭର ପର୍ବତ ସକଳକୁ ଆହ୍ୱାନ କରିବା; ଏହା ପ୍ରଭୁ, ସଦାପ୍ରଭୁ କହନ୍ତି; ପ୍ରତ୍ୟେକ ଲୋକର ଖଡ୍ଗ ତାହାର ଭ୍ରାତାର ପ୍ରତିକୂଳ ହେବ। 22 ପୁଣି, ଆମ୍ଭେ ମହାମାରୀ ଓ ରକ୍ତ ଦ୍ୱାରା ତାହା ବିରୁଦ୍ଧରେ ପ୍ରତିବାଦ କରିବା; ଆଉ, ଆମ୍ଭେ ତାହା ଉପରେ ଓ ତାହାର ସୈନ୍ୟଦଳର ଉପରେ ଓ ତାହାର ସଙ୍ଗୀ ଅନେକ ଗୋଷ୍ଠୀର ଉପରେ ପ୍ଲାବନକାରୀ ବୃଷ୍ଟି, ବୃହତ ବୃହତ ଶିଳା, ଅଗ୍ନି ଓ ଗନ୍ଧକ ବର୍ଷାଇବା। 23 ପୁଣି, ଆମ୍ଭେ ଆପଣାକୁ ମହାନ କରିବା ଓ ଆପଣାକୁ ପବିତ୍ରୀକୃତ କରିବା, ଆଉ ଅନେକ ଗୋଷ୍ଠୀର ସାକ୍ଷାତରେ ଆପଣାର ପରିଚୟ ଦେବା; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”

In Other Versions

Ezekiel 38 in the ANGEFD

Ezekiel 38 in the ANTPNG2D

Ezekiel 38 in the AS21

Ezekiel 38 in the BAGH

Ezekiel 38 in the BBPNG

Ezekiel 38 in the BBT1E

Ezekiel 38 in the BDS

Ezekiel 38 in the BEV

Ezekiel 38 in the BHAD

Ezekiel 38 in the BIB

Ezekiel 38 in the BLPT

Ezekiel 38 in the BNT

Ezekiel 38 in the BNTABOOT

Ezekiel 38 in the BNTLV

Ezekiel 38 in the BOATCB

Ezekiel 38 in the BOATCB2

Ezekiel 38 in the BOBCV

Ezekiel 38 in the BOCNT

Ezekiel 38 in the BOECS

Ezekiel 38 in the BOGWICC

Ezekiel 38 in the BOHCB

Ezekiel 38 in the BOHCV

Ezekiel 38 in the BOHLNT

Ezekiel 38 in the BOHNTLTAL

Ezekiel 38 in the BOICB

Ezekiel 38 in the BOILNTAP

Ezekiel 38 in the BOITCV

Ezekiel 38 in the BOKCV

Ezekiel 38 in the BOKCV2

Ezekiel 38 in the BOKHWOG

Ezekiel 38 in the BOKSSV

Ezekiel 38 in the BOLCB

Ezekiel 38 in the BOLCB2

Ezekiel 38 in the BOMCV

Ezekiel 38 in the BONAV

Ezekiel 38 in the BONCB

Ezekiel 38 in the BONLT

Ezekiel 38 in the BONUT2

Ezekiel 38 in the BOPLNT

Ezekiel 38 in the BOSCB

Ezekiel 38 in the BOSNC

Ezekiel 38 in the BOTLNT

Ezekiel 38 in the BOVCB

Ezekiel 38 in the BOYCB

Ezekiel 38 in the BPBB

Ezekiel 38 in the BPH

Ezekiel 38 in the BSB

Ezekiel 38 in the CCB

Ezekiel 38 in the CUV

Ezekiel 38 in the CUVS

Ezekiel 38 in the DBT

Ezekiel 38 in the DGDNT

Ezekiel 38 in the DHNT

Ezekiel 38 in the DNT

Ezekiel 38 in the ELBE

Ezekiel 38 in the EMTV

Ezekiel 38 in the ESV

Ezekiel 38 in the FBV

Ezekiel 38 in the FEB

Ezekiel 38 in the GGMNT

Ezekiel 38 in the GNT

Ezekiel 38 in the HARY

Ezekiel 38 in the HNT

Ezekiel 38 in the IRVA

Ezekiel 38 in the IRVB

Ezekiel 38 in the IRVG

Ezekiel 38 in the IRVH

Ezekiel 38 in the IRVK

Ezekiel 38 in the IRVM

Ezekiel 38 in the IRVM2

Ezekiel 38 in the IRVP

Ezekiel 38 in the IRVT

Ezekiel 38 in the IRVT2

Ezekiel 38 in the IRVU

Ezekiel 38 in the ISVN

Ezekiel 38 in the JSNT

Ezekiel 38 in the KAPI

Ezekiel 38 in the KBT1ETNIK

Ezekiel 38 in the KBV

Ezekiel 38 in the KJV

Ezekiel 38 in the KNFD

Ezekiel 38 in the LBA

Ezekiel 38 in the LBLA

Ezekiel 38 in the LNT

Ezekiel 38 in the LSV

Ezekiel 38 in the MAAL

Ezekiel 38 in the MBV

Ezekiel 38 in the MBV2

Ezekiel 38 in the MHNT

Ezekiel 38 in the MKNFD

Ezekiel 38 in the MNG

Ezekiel 38 in the MNT

Ezekiel 38 in the MNT2

Ezekiel 38 in the MRS1T

Ezekiel 38 in the NAA

Ezekiel 38 in the NASB

Ezekiel 38 in the NBLA

Ezekiel 38 in the NBS

Ezekiel 38 in the NBVTP

Ezekiel 38 in the NET2

Ezekiel 38 in the NIV11

Ezekiel 38 in the NNT

Ezekiel 38 in the NNT2

Ezekiel 38 in the NNT3

Ezekiel 38 in the PDDPT

Ezekiel 38 in the PFNT

Ezekiel 38 in the RMNT

Ezekiel 38 in the SBIAS

Ezekiel 38 in the SBIBS

Ezekiel 38 in the SBIBS2

Ezekiel 38 in the SBICS

Ezekiel 38 in the SBIDS

Ezekiel 38 in the SBIGS

Ezekiel 38 in the SBIHS

Ezekiel 38 in the SBIIS

Ezekiel 38 in the SBIIS2

Ezekiel 38 in the SBIIS3

Ezekiel 38 in the SBIKS

Ezekiel 38 in the SBIKS2

Ezekiel 38 in the SBIMS

Ezekiel 38 in the SBIOS

Ezekiel 38 in the SBIPS

Ezekiel 38 in the SBISS

Ezekiel 38 in the SBITS

Ezekiel 38 in the SBITS2

Ezekiel 38 in the SBITS3

Ezekiel 38 in the SBITS4

Ezekiel 38 in the SBIUS

Ezekiel 38 in the SBIVS

Ezekiel 38 in the SBT

Ezekiel 38 in the SBT1E

Ezekiel 38 in the SCHL

Ezekiel 38 in the SNT

Ezekiel 38 in the SUSU

Ezekiel 38 in the SUSU2

Ezekiel 38 in the SYNO

Ezekiel 38 in the TBIAOTANT

Ezekiel 38 in the TBT1E

Ezekiel 38 in the TBT1E2

Ezekiel 38 in the TFTIP

Ezekiel 38 in the TFTU

Ezekiel 38 in the TGNTATF3T

Ezekiel 38 in the THAI

Ezekiel 38 in the TNFD

Ezekiel 38 in the TNT

Ezekiel 38 in the TNTIK

Ezekiel 38 in the TNTIL

Ezekiel 38 in the TNTIN

Ezekiel 38 in the TNTIP

Ezekiel 38 in the TNTIZ

Ezekiel 38 in the TOMA

Ezekiel 38 in the TTENT

Ezekiel 38 in the UBG

Ezekiel 38 in the UGV

Ezekiel 38 in the UGV2

Ezekiel 38 in the UGV3

Ezekiel 38 in the VBL

Ezekiel 38 in the VDCC

Ezekiel 38 in the YALU

Ezekiel 38 in the YAPE

Ezekiel 38 in the YBVTP

Ezekiel 38 in the ZBP