Genesis 21 (IRVO)
1 ଏଥିଉତ୍ତାରେ ସଦାପ୍ରଭୁ ଆପଣା ବାକ୍ୟାନୁସାରେ ସାରାର ତତ୍ତ୍ୱାବଧାନ କଲେ; ପୁଣି, ସଦାପ୍ରଭୁ ଯାହା କହିଥିଲେ, ସାରା ପ୍ରତି ତାହା କଲେ। 2 ତହିଁରେ ସାରା ଅବ୍ରହାମଙ୍କର ବୃଦ୍ଧାବସ୍ଥାରେ ଗର୍ଭବତୀ ହୋଇ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ସମୟରେ ପୁତ୍ର ପ୍ରସବ କଲେ। 3 ସେତେବେଳେ ଅବ୍ରହାମ ସାରାର ଗର୍ଭଜାତ ନିଜ ପୁତ୍ରର ନାମ ଇସ୍ହାକ ରଖିଲେ। 4 ପୁଣି, ଅବ୍ରହାମ ପରମେଶ୍ୱରଙ୍କ ଆଜ୍ଞାନୁସାରେ ଆପଣା ପୁତ୍ର ଇସ୍ହାକକୁ ଅଷ୍ଟମ ଦିନରେ ସୁନ୍ନତ କଲେ। 5 ଅବ୍ରହାମଙ୍କର ଶହେ ବର୍ଷ ବୟସରେ ତାଙ୍କର ପୁତ୍ର ଇସ୍ହାକ ଜାତ ହେଲା। 6 ଆଉ ସାରା କହିଲେ, “ପରମେଶ୍ୱର ମୋତେ ହସାଇଲେ, ଏହା ଶୁଣି ସମସ୍ତେ ମୋʼ ସହିତ ହସିବେ।” 7 ସେ ଆହୁରି କହିଲେ, “ସାରା ସନ୍ତାନମାନଙ୍କୁ ସ୍ତନପାନ କରାଇବ, ଏ କଥା ଅବ୍ରହାମଙ୍କୁ କିଏ କହିପାରନ୍ତା? ଯେହେତୁ ମୁଁ ଏବେ ତାଙ୍କର ବୃଦ୍ଧାବସ୍ଥାରେ ପୁତ୍ର ପ୍ରସବ କଲି।” 8 ଆଉ ବାଳକ ବଡ଼ ହୁଅନ୍ତେ, ସେମାନେ ତାକୁ ସ୍ତନପାନ ତ୍ୟାଗ କରାଇଲେ; ପୁଣି, ଯେଉଁ ଦିନ ଇସ୍ହାକକୁ ସ୍ତନପାନ ତ୍ୟାଗ କରାଇଲେ, ସେହି ଦିନ ଅବ୍ରହାମ ମହାଭୋଜ ପ୍ରସ୍ତୁତ କଲେ। 9 ଏଥିଉତ୍ତାରେ ମିସରୀୟା ହାଗାର ଅବ୍ରହାମଙ୍କ ନିମନ୍ତେ ଯେଉଁ ପୁତ୍ର ଜନ୍ମ କରିଥିଲା, ସାରା ଦେଖିଲା, ସେ ପରିହାସ କରୁଅଛି। 10 ଏହେତୁ ସେ ଅବ୍ରହାମଙ୍କୁ କହିଲା, “ତୁମ୍ଭେ ଏହି ଦାସୀକୁ ଓ ଏହାର ପୁତ୍ରକୁ ଦୂର କରିଦିଅ; କାରଣ ଏହି ଦାସୀର ପୁତ୍ର ମୋହର ପୁତ୍ର ଇସ୍ହାକ ସହିତ ଉତ୍ତରାଧିକାରୀ ହେବ ନାହିଁ।” 11 ଏହି କଥା ଶୁଣି ଅବ୍ରହାମ ଆପଣା ପୁତ୍ର ସକାଶୁ ଅତି ଦୁଃଖିତ ହେଲେ। 12 ସେତେବେଳେ ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ତୁମ୍ଭେ ଏହି ବାଳକ ଓ ତୁମ୍ଭ ଦାସୀ ନିମନ୍ତେ ଦୁଃଖିତ ହୁଅ ନାହିଁ; ସାରା ତୁମ୍ଭକୁ ଯାହା କହୁଅଛି, ତାହାର ସେହି କଥାରେ ମନୋଯୋଗ କର; ଯେହେତୁ ଇସ୍ହାକଠାରୁ ତୁମ୍ଭର ବଂଶ ବିଖ୍ୟାତ ହେବ। 13 ଆଉ ଏହି ଦାସୀର ପୁତ୍ର ତୁମ୍ଭର ବଂଶ, ଏଣୁ ଆମ୍ଭେ ତାହାଠାରୁ ଏକ ଗୋଷ୍ଠୀ ଉତ୍ପନ୍ନ କରିବା।” 14 ଏଥିଉତ୍ତାରେ ଅବ୍ରହାମ ପ୍ରଭାତରେ ଉଠି ରୁଟି ଓ ଜଳପୂର୍ଣ୍ଣ କୁମ୍ପା ଘେନି ହାଗାରର ସ୍କନ୍ଧରେ ଦେଇ ବାଳକଙ୍କୁ ସମର୍ପଣ କରି ତାହାଙ୍କୁ ବିଦାୟ କଲେ; ତହିଁରେ ସେ ପ୍ରସ୍ଥାନ କରି ବେର୍ଶେବା ନାମକ ପ୍ରାନ୍ତରରେ ପଥ ହରାଇଲା। 15 ପୁଣି, କୁମ୍ପାର ଜଳ ଶେଷ ହୁଅନ୍ତେ, ହାଗାର ଗୋଟିଏ ବୁଦାର ମୂଳରେ ବାଳକଙ୍କୁ ଛାଡ଼ିଦେଲା। 16 ପୁଣି, ସେ ତାହା ଆଗରୁ ଦୂରକୁ ତୀରେକ ପରିମାଣ ଯାଇ ବସିଲା; କାରଣ ସେ କହିଲା, “ବାଳକର ମରଣ ମୁଁ ଦେଖିବି ନାହିଁ।” ପୁଣି, ସେ ତାହା ଆଗରେ ବସି ଉଚ୍ଚସ୍ୱରରେ ରୋଦନ କଲା। 17 ସେତେବେଳେ ପରମେଶ୍ୱର ବାଳକର ରବ ଶୁଣିଲେ; ପୁଣି, ପରମେଶ୍ୱରଙ୍କ ଦୂତ ଆକାଶରୁ ଡାକି ହାଗାରଙ୍କୁ କହିଲେ, “ଆଗୋ ହାଗାର, ତୁମ୍ଭର କଅଣ ହେଲା? ଭୟ କର ନାହିଁ; କାରଣ, ଯେଉଁ ସ୍ଥାନରେ ବାଳକ ଅଛି, ସେହି ସ୍ଥାନରେ ପରମେଶ୍ୱର ତାହାର ରବ ଶୁଣିଅଛନ୍ତି। 18 ତୁମ୍ଭେ ଠିଆ ହୋଇ ବାଳକଙ୍କୁ ଉଠାଇ ହସ୍ତରେ ଧର; ଆମ୍ଭେ ତାହାଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା।” 19 ସେତେବେଳେ ପରମେଶ୍ୱର ତାହାର ଚକ୍ଷୁ ପ୍ରସନ୍ନ କରନ୍ତେ, ସେ ସଜଳ କୂପ ଦେଖିବାକୁ ପାଇ ସେଠାକୁ ଯାଇ କୁମ୍ପାରେ ଜଳ ପୂରାଇ ବାଳକକୁ ପାନ କରାଇଲା। 20 ଏଥିଉତ୍ତାରେ ପରମେଶ୍ୱର ବାଳକର ସହାୟ ହୁଅନ୍ତେ, ସେ ବଡ଼ ହେଲା, ପୁଣି, ପ୍ରାନ୍ତରରେ ଥାଇ ଧନୁର୍ଦ୍ଧର ହେଲା। 21 ସେ ପାରଣ ନାମକ ପ୍ରାନ୍ତରରେ ବସତି କଲା; ତହିଁ ଉତ୍ତାରେ ତାହାର ମାତା ଏକ ମିସର ଦେଶୀୟା କନ୍ୟା ସଙ୍ଗେ ତାହାର ବିବାହ କଲା। 22 ଏହି ସମୟରେ ଅବିମେଲକ ଓ ଫୀଖୋଲ ନାମକ ତାଙ୍କର ସେନାପତି ଅବ୍ରହାମଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ସବୁ କାର୍ଯ୍ୟରେ ସହାୟ ଅଟନ୍ତି। 23 ଏଥିପାଇଁ ତୁମ୍ଭେ ଆମ୍ଭ ପ୍ରତି ଓ ଆମ୍ଭର ପୁତ୍ରପୌତ୍ର ପ୍ରତି ବିଶ୍ୱାସଘାତକତା କରିବ ନାହିଁ; ପୁଣି, ଆମ୍ଭେ ତୁମ୍ଭ ପ୍ରତି ଯେପରି ଅନୁଗ୍ରହ କରିଅଛୁ, ତଦନୁସାରେ ତୁମ୍ଭେ ଆମ୍ଭ ପ୍ରତି ଓ ତୁମ୍ଭର ପ୍ରବାସ ସ୍ଥାନ ଏହି ଦେଶ ପ୍ରତି ଅନୁଗ୍ରହ କରିବ, ଆମ୍ଭ ଆଗରେ ପରମେଶ୍ୱରଙ୍କ ଶପଥ କରି ଏହି କଥା କୁହ।” 24 ତହିଁରେ ଅବ୍ରହାମ କହିଲେ, “ମୁଁ ଶପଥ କରିବି।” 25 ଆଉ ଅବିମେଲକଙ୍କ ଦାସଗଣ ଅବ୍ରହାମଙ୍କର ଏକ ସଜଳ କୂପ ବଳରେ ଅଧିକାର କରିଥିଲେ, ତେଣୁକରି ଅବ୍ରହାମ ଅବିମେଲକଙ୍କୁ ଅନୁଯୋଗ କଲେ। 26 ତହିଁରେ ଅବିମେଲକ କହିଲେ, “ଏ କର୍ମ କିଏ କଲା, ତାହା ଆମ୍ଭେ ଜାଣି ନାହୁଁ; ପୁଣି, ତୁମ୍ଭେ ହିଁ ଆମ୍ଭକୁ ଜଣାଇ ନାହଁ; ଆମ୍ଭେ କେବଳ ଆଜି ଏ କଥା ଶୁଣିଲୁ।” 27 ଏଥିଉତ୍ତାରେ ଅବ୍ରହାମ ମେଷ ଓ ଗୋରୁ ଘେନି ଅବିମେଲକଙ୍କୁ ଦେଲେ, ପୁଣି, ଦୁହେଁ ଗୋଟିଏ ନିୟମ ସ୍ଥିର କଲେ। 28 ଆଉ ଅବ୍ରହାମ ପଲରୁ ସାତଗୋଟି ମେଷବତ୍ସା ପୃଥକ କରି ରଖିଲେ। 29 ତହିଁରେ ଅବିମେଲକ ଅବ୍ରହାମଙ୍କୁ ପଚାରିଲେ, “ତୁମ୍ଭେ କି ଅଭିପ୍ରାୟରେ ଏହି ସାତଗୋଟି ମେଷବତ୍ସା ପୃଥକ କରି ରଖିଲ?” 30 ଅବ୍ରହାମ କହିଲେ, “ମୁଁ ଯେ ଏହି କୂପ ଖୋଳିଅଛି, ତହିଁର ପ୍ରମାଣ ନିମନ୍ତେ ମୋʼ ଠାରୁ ଏହି ସାତଗୋଟି ମେଷବତ୍ସା ନେବାକୁ ହେବ।” 31 ଏଣୁ ସେହି ସ୍ଥାନର ନାମ ବେର୍ଶେବା (ଶପଥ-କୂପ) ହେଲା, ଯେହେତୁ ସେହିଠାରେ ସେ ଦୁହେଁ ଶପଥ କଲେ। 32 ଏହିରୂପେ ସେମାନେ ବେର୍ଶେବା ନିକଟରେ ନିୟମ ସ୍ଥିର କରନ୍ତେ, ଅବିମେଲକ ଓ ଫୀଖୋଲ ନାମକ ତାଙ୍କର ସେନାପତି ଉଠି ପଲେଷ୍ଟୀୟମାନଙ୍କ ଦେଶକୁ ଫେରିଗଲେ। 33 ଏଥିଉତ୍ତାରେ ଅବ୍ରହାମ ସେହି ବେର୍ଶେବା ନିକଟରେ ଏକ ଝାଉଁ ବୃକ୍ଷ ରୋପଣ କରି ସେହି ସ୍ଥାନରେ ଅନାଦି ଅନନ୍ତ ପରମେଶ୍ୱର ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। 34 ପୁଣି, ଅବ୍ରହାମ ପଲେଷ୍ଟୀୟମାନଙ୍କ ଦେଶରେ ବହୁ ଦିନ ପ୍ରବାସ କଲେ।
In Other Versions
Genesis 21 in the ANGEFD
Genesis 21 in the ANTPNG2D
Genesis 21 in the AS21
Genesis 21 in the BAGH
Genesis 21 in the BBPNG
Genesis 21 in the BBT1E
Genesis 21 in the BDS
Genesis 21 in the BEV
Genesis 21 in the BHAD
Genesis 21 in the BIB
Genesis 21 in the BLPT
Genesis 21 in the BNT
Genesis 21 in the BNTABOOT
Genesis 21 in the BNTLV
Genesis 21 in the BOATCB
Genesis 21 in the BOATCB2
Genesis 21 in the BOBCV
Genesis 21 in the BOCNT
Genesis 21 in the BOECS
Genesis 21 in the BOGWICC
Genesis 21 in the BOHCB
Genesis 21 in the BOHCV
Genesis 21 in the BOHLNT
Genesis 21 in the BOHNTLTAL
Genesis 21 in the BOICB
Genesis 21 in the BOILNTAP
Genesis 21 in the BOITCV
Genesis 21 in the BOKCV
Genesis 21 in the BOKCV2
Genesis 21 in the BOKHWOG
Genesis 21 in the BOKSSV
Genesis 21 in the BOLCB
Genesis 21 in the BOLCB2
Genesis 21 in the BOMCV
Genesis 21 in the BONAV
Genesis 21 in the BONCB
Genesis 21 in the BONLT
Genesis 21 in the BONUT2
Genesis 21 in the BOPLNT
Genesis 21 in the BOSCB
Genesis 21 in the BOSNC
Genesis 21 in the BOTLNT
Genesis 21 in the BOVCB
Genesis 21 in the BOYCB
Genesis 21 in the BPBB
Genesis 21 in the BPH
Genesis 21 in the BSB
Genesis 21 in the CCB
Genesis 21 in the CUV
Genesis 21 in the CUVS
Genesis 21 in the DBT
Genesis 21 in the DGDNT
Genesis 21 in the DHNT
Genesis 21 in the DNT
Genesis 21 in the ELBE
Genesis 21 in the EMTV
Genesis 21 in the ESV
Genesis 21 in the FBV
Genesis 21 in the FEB
Genesis 21 in the GGMNT
Genesis 21 in the GNT
Genesis 21 in the HARY
Genesis 21 in the HNT
Genesis 21 in the IRVA
Genesis 21 in the IRVB
Genesis 21 in the IRVG
Genesis 21 in the IRVH
Genesis 21 in the IRVK
Genesis 21 in the IRVM
Genesis 21 in the IRVM2
Genesis 21 in the IRVP
Genesis 21 in the IRVT
Genesis 21 in the IRVT2
Genesis 21 in the IRVU
Genesis 21 in the ISVN
Genesis 21 in the JSNT
Genesis 21 in the KAPI
Genesis 21 in the KBT1ETNIK
Genesis 21 in the KBV
Genesis 21 in the KJV
Genesis 21 in the KNFD
Genesis 21 in the LBA
Genesis 21 in the LBLA
Genesis 21 in the LNT
Genesis 21 in the LSV
Genesis 21 in the MAAL
Genesis 21 in the MBV
Genesis 21 in the MBV2
Genesis 21 in the MHNT
Genesis 21 in the MKNFD
Genesis 21 in the MNG
Genesis 21 in the MNT
Genesis 21 in the MNT2
Genesis 21 in the MRS1T
Genesis 21 in the NAA
Genesis 21 in the NASB
Genesis 21 in the NBLA
Genesis 21 in the NBS
Genesis 21 in the NBVTP
Genesis 21 in the NET2
Genesis 21 in the NIV11
Genesis 21 in the NNT
Genesis 21 in the NNT2
Genesis 21 in the NNT3
Genesis 21 in the PDDPT
Genesis 21 in the PFNT
Genesis 21 in the RMNT
Genesis 21 in the SBIAS
Genesis 21 in the SBIBS
Genesis 21 in the SBIBS2
Genesis 21 in the SBICS
Genesis 21 in the SBIDS
Genesis 21 in the SBIGS
Genesis 21 in the SBIHS
Genesis 21 in the SBIIS
Genesis 21 in the SBIIS2
Genesis 21 in the SBIIS3
Genesis 21 in the SBIKS
Genesis 21 in the SBIKS2
Genesis 21 in the SBIMS
Genesis 21 in the SBIOS
Genesis 21 in the SBIPS
Genesis 21 in the SBISS
Genesis 21 in the SBITS
Genesis 21 in the SBITS2
Genesis 21 in the SBITS3
Genesis 21 in the SBITS4
Genesis 21 in the SBIUS
Genesis 21 in the SBIVS
Genesis 21 in the SBT
Genesis 21 in the SBT1E
Genesis 21 in the SCHL
Genesis 21 in the SNT
Genesis 21 in the SUSU
Genesis 21 in the SUSU2
Genesis 21 in the SYNO
Genesis 21 in the TBIAOTANT
Genesis 21 in the TBT1E
Genesis 21 in the TBT1E2
Genesis 21 in the TFTIP
Genesis 21 in the TFTU
Genesis 21 in the TGNTATF3T
Genesis 21 in the THAI
Genesis 21 in the TNFD
Genesis 21 in the TNT
Genesis 21 in the TNTIK
Genesis 21 in the TNTIL
Genesis 21 in the TNTIN
Genesis 21 in the TNTIP
Genesis 21 in the TNTIZ
Genesis 21 in the TOMA
Genesis 21 in the TTENT
Genesis 21 in the UBG
Genesis 21 in the UGV
Genesis 21 in the UGV2
Genesis 21 in the UGV3
Genesis 21 in the VBL
Genesis 21 in the VDCC
Genesis 21 in the YALU
Genesis 21 in the YAPE
Genesis 21 in the YBVTP
Genesis 21 in the ZBP