Isaiah 8 (IRVO)

1 ପୁଣି, ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଏକ ଖଣ୍ଡ ବୃହତ ଫଳକ ନେଇ ପ୍ରଚଳିତ ଅକ୍ଷରରେ ତହିଁ ଉପରେ ଏହି କଥା ଲେଖ, ମହେର-ଶାଲଲହାଶ୍‍-ବସ୍‍ (ଲୁଟିତ ଶୀଘ୍ର ଆସୁଅଛି, ଲୁଟିତ ଦ୍ରବ୍ୟ ଶୀଘ୍ର ଗମନ କରୁଅଛି)” 2 ଆଉ, ମୁଁ ପ୍ରମାଣର ନିମନ୍ତେ ଊରୀୟ ଯାଜକ ଓ ଯିବୋରିଖୀୟର ପୁତ୍ର ଜିଖରୀୟକୁ ଆପଣାର ବିଶ୍ୱସ୍ତ ସାକ୍ଷୀ କରିବି। 3 ଏଥିଉତ୍ତାରେ ମୁଁ ଭବିଷ୍ୟଦ୍‍ବକ୍ତ୍ରୀ ସହ ଶୟନ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା। ତେବେ ସଦାପ୍ରଭୁ ମୋତେ କହିଲେ, “ତାହାର ନାମ ମହେର-ଶାଲଲହାଶ୍‍-ବସ୍‍ ରଖ। 4 କାରଣ ବାଳକ ମୋହର ପିତା ଓ ମୋହର ମାତା ବୋଲି ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବେ ଦମ୍ମେଶକ ଧନ ଓ ଶମରୀୟାର ଲୁଟିତ ଅଶୂର ରାଜାର ଆଗେ ଆଗେ ବହି ନିଆଯିବ।” 5 ଏଥିଉତ୍ତାରେ ସଦାପ୍ରଭୁ ମୋତେ ପୁନର୍ବାର କହିଲେ, 6 “ଏହି ଲୋକମାନେ ଶୀଲୋହର ମନ୍ଦଗାମୀ ସ୍ରୋତ ଅଗ୍ରାହ୍ୟ କରିରତ୍ସୀନ ଓ ରମଲୀୟର ପୁତ୍ରଠାରେ ଆନନ୍ଦ କରୁଅଛନ୍ତି; 7 ଏହେତୁ ଦେଖ, ପ୍ରଭୁ ଏବେ ନଦୀର ପ୍ରବଳ, ଅପାର ଜଳ ସ୍ୱରୂପ ଅଶୂରର ରାଜାକୁ ଓ ତାହାର ସମସ୍ତ ପ୍ରତାପକୁ ସେମାନଙ୍କ ଉପରେ ଆଣୁଅଛନ୍ତି;ତହୁଁ ସେ ଆପଣାର ସମସ୍ତ ଜଳପ୍ରଣାଳୀ ଉପରେ ବଢ଼ି ଆପଣାର ବନ୍ଧ ଉପର ଦେଇ ଚାଲିଯିବ; 8 ଆଉ, ସେ ପ୍ରବଳ ରୂପେ ଆଗକୁ ବଢ଼ି ଯିହୁଦା ପର୍ଯ୍ୟନ୍ତ ଯିବ; ସେ ଉଚ୍ଛୁଳି ଉଠି ବ୍ୟାପି ଯିବ; ସେ କଣ୍ଠସରିକି ଉଠିବ;ପୁଣି, ହେ ଇମ୍ମାନୁୟେଲ, ତାହାର ପକ୍ଷର ବିସ୍ତୃତି ଦ୍ୱାରା ତୁମ୍ଭ ଦେଶର ପ୍ରସ୍ଥ ବ୍ୟାପ୍ତ ହେବ।” 9 ହେ ଗୋଷ୍ଠୀସମୂହ, ତୁମ୍ଭେମାନେ କୋଳାହଳ କର, ମଧ୍ୟ ତୁମ୍ଭେମାନେ ଭଗ୍ନ ହେବ; ପୁଣି, ହେ ଦୂରଦେଶୀୟ ଲୋକ ସମସ୍ତେ,ତୁମ୍ଭେମାନେ କର୍ଣ୍ଣପାତ କର; ତୁମ୍ଭେମାନେ କଟିବନ୍ଧନ କର, ମଧ୍ୟ ଭଗ୍ନ ହେବ। 10 ଏକତ୍ର ମନ୍ତ୍ରଣା କର, ମଧ୍ୟ ତାହା ନିଷ୍ଫଳ ହେବ; କଥା କୁହ, ମଧ୍ୟ ତାହା ସ୍ଥିର ହେବ ନାହିଁ;ଯେହେତୁ ପରମେଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି। 11 କାରଣ ସଦାପ୍ରଭୁ ପ୍ରବଳ ହସ୍ତରେ ଧରି ମୋତେ ଏହିପରି କହିଲେ ଓ ମୁଁ ଯେପରି ଏହି ଲୋକମାନଙ୍କ ପଥରେ ଗମନ ନ କରିବି, ଏଥିପାଇଁ ମୋତେ ଆଦେଶ ଦେଇ କହିଲେ, 12 ଏହି ଲୋକମାନେ ଯେଉଁସବୁ ବିଷୟକୁ ଚକ୍ରାନ୍ତ ବୋଲି କହିବେ; “ତୁମ୍ଭେମାନେ ସେହି ସବୁକୁ ଚକ୍ରାନ୍ତ ବୋଲି କୁହ ନାହିଁ;କିଅବା ସେମାନଙ୍କର ଭୟ ବିଷୟକୁ ତୁମ୍ଭେମାନେ ଭୟ କର ନାହିଁ, ଅବା ତହିଁ ବିଷୟରେ ତ୍ରାସଯୁକ୍ତ ହୁଅ ନାହିଁ। 13 ସୈନ୍ୟାଧିପତି ସଦାପ୍ରଭୁଙ୍କୁ ହିଁ ତୁମ୍ଭେମାନେ ପବିତ୍ର ରୂପେ ମାନ୍ୟ କରିବ, ପୁଣି, ସେ ତୁମ୍ଭମାନଙ୍କର ଭୟସ୍ଥାନ ହେଉନ୍ତୁ ଓ ସେ ତୁମ୍ଭମାନଙ୍କର ତ୍ରାସଭୂମି ହେଉନ୍ତୁ। 14 ତହିଁରେ ସେ ପବିତ୍ର ଆଶ୍ରୟ ସ୍ୱରୂପ ହେବେ,ମାତ୍ର ଇସ୍ରାଏଲର ଉଭୟ ବଂଶ ପ୍ରତି ବିଘ୍ନଜନକ ପ୍ରସ୍ତର ଓ ବାଧାଜନକ ପାଷାଣ ହେବେ, ଯିରୂଶାଲମ ନିବାସୀମାନଙ୍କ ପ୍ରତି ଫାଶ ଓ ଫାନ୍ଦ ସ୍ୱରୂପ ହେବେ। 15 ଆଉ, ଅନେକ ଲୋକ ତଦ୍ଦ୍ୱାରା ବିଘ୍ନ ପାଇ ପତିତ ଓ ଭଗ୍ନ ହେବେ ଓ ଫାନ୍ଦରେ ପଡ଼ି ଧରାଯିବେ।” 16 ତୁମ୍ଭେ ଏହି ପ୍ରମାଣ-ବାକ୍ୟ ବାନ୍ଧ, ମୋʼ ଶିଷ୍ୟମାନଙ୍କ ମଧ୍ୟରେ ବ୍ୟବସ୍ଥା ମୁଦ୍ରାଙ୍କିତ କର। 17 ପୁଣି, ଯେ ଯାକୁବ-ବଂଶଠାରୁ ଆପଣା ମୁଖ ଆଚ୍ଛାଦନ କରନ୍ତି, ମୁଁ ସେହି ସଦାପ୍ରଭୁଙ୍କର ଅପେକ୍ଷା କରିବି ଓ ତାହାଙ୍କ ପାଇଁ ଅନାଇ ରହିବି। 18 ଦେଖ, ମୁଁ ଓ ସଦାପ୍ରଭୁଙ୍କ ଦ୍ୱାରା ମୋତେ ଦତ୍ତ ସନ୍ତାନଗଣ ସିୟୋନ ପର୍ବତ ନିବାସୀ ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁଇସ୍ରାଏଲ ମଧ୍ୟରେ ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ସ୍ୱରୂପ ଅଟୁ। 19 ପୁଣି, ଯେତେବେଳେ ସେମାନେ ତୁମ୍ଭମାନଙ୍କୁ କହିବେ, “ଯେଉଁ ଭୂତୁଡ଼ିଆ ଓ ଗୁଣିଆମାନେ ଗଣ ଗଣ ଓ ଫୁସ୍‍ ଫୁସ୍‍ କରି କହନ୍ତି,” ସେମାନଙ୍କର ଅନ୍ଵେଷଣ କର; (ତୁମ୍ଭେମାନେ କୁହ) “ଲୋକମାନେ କʼଣ ଆପଣାମାନଙ୍କ ପରମେଶ୍ୱରଙ୍କ ଅନ୍ଵେଷଣ କରିବେ ନାହିଁ? ସେମାନେ କʼଣ ଜୀବିତମାନଙ୍କ ସପକ୍ଷରେ ମୃତମାନଙ୍କର ଅନ୍ଵେଷଣ କରିବେ?” 20 ବ୍ୟବସ୍ଥା ଓ ପ୍ରମାଣ-ବାକ୍ୟରେ ଅନ୍ଵେଷଣ କର। ଯଦି ସେମାନେ ଏହି ବାକ୍ୟାନୁସାରେ କଥା ନ କହନ୍ତି, ତେବେ ନିଶ୍ଚୟ ସେମାନଙ୍କ ନିମନ୍ତେ ଅରୁଣୋଦୟ ନାହିଁ। 21 ପୁଣି, ସେମାନେ ଅତି କଠିନ ଓ କ୍ଷୁଧିତ ହୋଇ ଦେଶ ମଧ୍ୟଦେଇ ଗମନ କରିବେ, ଆଉ କ୍ଷୁଧିତ ହେଲେ,ସେମାନେ ବିରକ୍ତ ହୋଇ ଆପଣାମାନଙ୍କ ରାଜାଙ୍କ ଦ୍ୱାରା ଓ ଆପଣାମାନଙ୍କ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଦେଇ ଊର୍ଦ୍ଧ୍ୱ ଆଡ଼କୁ ଆପଣା ଆପଣା ମୁଖ କରିବେ; 22 ପୁଣି, ସେମାନେ ଭୂମି ଆଡ଼େ ନିରୀକ୍ଷଣ କରିବେ,ଆଉ ଦେଖ, ସଙ୍କଟ ଓ ଅନ୍ଧକାର, ଯାତନାରୂପ ତିମିର; ପୁଣି, ସେମାନେ ନିବିଡ଼ ଅନ୍ଧକାରକୁ ତାଡ଼ିତ ହେବେ।

In Other Versions

Isaiah 8 in the ANGEFD

Isaiah 8 in the ANTPNG2D

Isaiah 8 in the AS21

Isaiah 8 in the BAGH

Isaiah 8 in the BBPNG

Isaiah 8 in the BBT1E

Isaiah 8 in the BDS

Isaiah 8 in the BEV

Isaiah 8 in the BHAD

Isaiah 8 in the BIB

Isaiah 8 in the BLPT

Isaiah 8 in the BNT

Isaiah 8 in the BNTABOOT

Isaiah 8 in the BNTLV

Isaiah 8 in the BOATCB

Isaiah 8 in the BOATCB2

Isaiah 8 in the BOBCV

Isaiah 8 in the BOCNT

Isaiah 8 in the BOECS

Isaiah 8 in the BOGWICC

Isaiah 8 in the BOHCB

Isaiah 8 in the BOHCV

Isaiah 8 in the BOHLNT

Isaiah 8 in the BOHNTLTAL

Isaiah 8 in the BOICB

Isaiah 8 in the BOILNTAP

Isaiah 8 in the BOITCV

Isaiah 8 in the BOKCV

Isaiah 8 in the BOKCV2

Isaiah 8 in the BOKHWOG

Isaiah 8 in the BOKSSV

Isaiah 8 in the BOLCB

Isaiah 8 in the BOLCB2

Isaiah 8 in the BOMCV

Isaiah 8 in the BONAV

Isaiah 8 in the BONCB

Isaiah 8 in the BONLT

Isaiah 8 in the BONUT2

Isaiah 8 in the BOPLNT

Isaiah 8 in the BOSCB

Isaiah 8 in the BOSNC

Isaiah 8 in the BOTLNT

Isaiah 8 in the BOVCB

Isaiah 8 in the BOYCB

Isaiah 8 in the BPBB

Isaiah 8 in the BPH

Isaiah 8 in the BSB

Isaiah 8 in the CCB

Isaiah 8 in the CUV

Isaiah 8 in the CUVS

Isaiah 8 in the DBT

Isaiah 8 in the DGDNT

Isaiah 8 in the DHNT

Isaiah 8 in the DNT

Isaiah 8 in the ELBE

Isaiah 8 in the EMTV

Isaiah 8 in the ESV

Isaiah 8 in the FBV

Isaiah 8 in the FEB

Isaiah 8 in the GGMNT

Isaiah 8 in the GNT

Isaiah 8 in the HARY

Isaiah 8 in the HNT

Isaiah 8 in the IRVA

Isaiah 8 in the IRVB

Isaiah 8 in the IRVG

Isaiah 8 in the IRVH

Isaiah 8 in the IRVK

Isaiah 8 in the IRVM

Isaiah 8 in the IRVM2

Isaiah 8 in the IRVP

Isaiah 8 in the IRVT

Isaiah 8 in the IRVT2

Isaiah 8 in the IRVU

Isaiah 8 in the ISVN

Isaiah 8 in the JSNT

Isaiah 8 in the KAPI

Isaiah 8 in the KBT1ETNIK

Isaiah 8 in the KBV

Isaiah 8 in the KJV

Isaiah 8 in the KNFD

Isaiah 8 in the LBA

Isaiah 8 in the LBLA

Isaiah 8 in the LNT

Isaiah 8 in the LSV

Isaiah 8 in the MAAL

Isaiah 8 in the MBV

Isaiah 8 in the MBV2

Isaiah 8 in the MHNT

Isaiah 8 in the MKNFD

Isaiah 8 in the MNG

Isaiah 8 in the MNT

Isaiah 8 in the MNT2

Isaiah 8 in the MRS1T

Isaiah 8 in the NAA

Isaiah 8 in the NASB

Isaiah 8 in the NBLA

Isaiah 8 in the NBS

Isaiah 8 in the NBVTP

Isaiah 8 in the NET2

Isaiah 8 in the NIV11

Isaiah 8 in the NNT

Isaiah 8 in the NNT2

Isaiah 8 in the NNT3

Isaiah 8 in the PDDPT

Isaiah 8 in the PFNT

Isaiah 8 in the RMNT

Isaiah 8 in the SBIAS

Isaiah 8 in the SBIBS

Isaiah 8 in the SBIBS2

Isaiah 8 in the SBICS

Isaiah 8 in the SBIDS

Isaiah 8 in the SBIGS

Isaiah 8 in the SBIHS

Isaiah 8 in the SBIIS

Isaiah 8 in the SBIIS2

Isaiah 8 in the SBIIS3

Isaiah 8 in the SBIKS

Isaiah 8 in the SBIKS2

Isaiah 8 in the SBIMS

Isaiah 8 in the SBIOS

Isaiah 8 in the SBIPS

Isaiah 8 in the SBISS

Isaiah 8 in the SBITS

Isaiah 8 in the SBITS2

Isaiah 8 in the SBITS3

Isaiah 8 in the SBITS4

Isaiah 8 in the SBIUS

Isaiah 8 in the SBIVS

Isaiah 8 in the SBT

Isaiah 8 in the SBT1E

Isaiah 8 in the SCHL

Isaiah 8 in the SNT

Isaiah 8 in the SUSU

Isaiah 8 in the SUSU2

Isaiah 8 in the SYNO

Isaiah 8 in the TBIAOTANT

Isaiah 8 in the TBT1E

Isaiah 8 in the TBT1E2

Isaiah 8 in the TFTIP

Isaiah 8 in the TFTU

Isaiah 8 in the TGNTATF3T

Isaiah 8 in the THAI

Isaiah 8 in the TNFD

Isaiah 8 in the TNT

Isaiah 8 in the TNTIK

Isaiah 8 in the TNTIL

Isaiah 8 in the TNTIN

Isaiah 8 in the TNTIP

Isaiah 8 in the TNTIZ

Isaiah 8 in the TOMA

Isaiah 8 in the TTENT

Isaiah 8 in the UBG

Isaiah 8 in the UGV

Isaiah 8 in the UGV2

Isaiah 8 in the UGV3

Isaiah 8 in the VBL

Isaiah 8 in the VDCC

Isaiah 8 in the YALU

Isaiah 8 in the YAPE

Isaiah 8 in the YBVTP

Isaiah 8 in the ZBP