James 4 (IRVO)

1 ବିଶ୍ୱାସୀମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ହୁଏ? କଅଣ ତୁମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରୁଥିବା ସୁଖାଭିଳାଷରୁ ନୁହେଁ? 2 ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ; 3 ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ। 4 ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ବରଙ୍କର ଶତ୍ରୁତା, ଏହା କଅଣ ଜାଣ ନାହିଁ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ବରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ। 5 ନା ତୁମ୍ଭେମାନେ କଅଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି? 6 କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ର‌ରେ ଉକ୍ତ ଅଛି,“ଈଶ୍ବର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି,କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି।” 7 ଅତଏବ, ତୁମ୍ଭେମାନେ ଈଶ୍ବରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ। 8 ଈଶ୍ବରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର। 9 ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ। 10 ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ। 11 ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ। 12 ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର, ସେ ରକ୍ଷା ଓ ବିନାଶ କରିବାକୁ ସମର୍ଥ; କିନ୍ତୁ ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ? 13 ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ; 14 କିନ୍ତୁ କାଲି କଅଣ ଘଟିବ, ତାହା ତ ତୁମ୍ଭେମାନେ ଜାଣ ନାହିଁ। ତୁମ୍ଭମାନଙ୍କର ଜୀବନ କଅଣ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମ୍ଭେମାନେ ତ ତାହା ସଦୃଶ। 15 ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା, ଏହିପରି କହିବା ତୁମ୍ଭମାନଙ୍କର ଉଚିତ। 16 କିନ୍ତୁ ଏବେ ତୁମ୍ଭେମାନେ ଆପଣା ଆପଣା ଅହଂ ଭାବରେ ଗର୍ବ କରୁଅଛ; ଏପ୍ରକାର ଗର୍ବ ମନ୍ଦ ଅଟେ। 17 ଅତଏବ, ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ।

In Other Versions

James 4 in the ANGEFD

James 4 in the ANTPNG2D

James 4 in the AS21

James 4 in the BAGH

James 4 in the BBPNG

James 4 in the BBT1E

James 4 in the BDS

James 4 in the BEV

James 4 in the BHAD

James 4 in the BIB

James 4 in the BLPT

James 4 in the BNT

James 4 in the BNTABOOT

James 4 in the BNTLV

James 4 in the BOATCB

James 4 in the BOATCB2

James 4 in the BOBCV

James 4 in the BOCNT

James 4 in the BOECS

James 4 in the BOGWICC

James 4 in the BOHCB

James 4 in the BOHCV

James 4 in the BOHLNT

James 4 in the BOHNTLTAL

James 4 in the BOICB

James 4 in the BOILNTAP

James 4 in the BOITCV

James 4 in the BOKCV

James 4 in the BOKCV2

James 4 in the BOKHWOG

James 4 in the BOKSSV

James 4 in the BOLCB

James 4 in the BOLCB2

James 4 in the BOMCV

James 4 in the BONAV

James 4 in the BONCB

James 4 in the BONLT

James 4 in the BONUT2

James 4 in the BOPLNT

James 4 in the BOSCB

James 4 in the BOSNC

James 4 in the BOTLNT

James 4 in the BOVCB

James 4 in the BOYCB

James 4 in the BPBB

James 4 in the BPH

James 4 in the BSB

James 4 in the CCB

James 4 in the CUV

James 4 in the CUVS

James 4 in the DBT

James 4 in the DGDNT

James 4 in the DHNT

James 4 in the DNT

James 4 in the ELBE

James 4 in the EMTV

James 4 in the ESV

James 4 in the FBV

James 4 in the FEB

James 4 in the GGMNT

James 4 in the GNT

James 4 in the HARY

James 4 in the HNT

James 4 in the IRVA

James 4 in the IRVB

James 4 in the IRVG

James 4 in the IRVH

James 4 in the IRVK

James 4 in the IRVM

James 4 in the IRVM2

James 4 in the IRVP

James 4 in the IRVT

James 4 in the IRVT2

James 4 in the IRVU

James 4 in the ISVN

James 4 in the JSNT

James 4 in the KAPI

James 4 in the KBT1ETNIK

James 4 in the KBV

James 4 in the KJV

James 4 in the KNFD

James 4 in the LBA

James 4 in the LBLA

James 4 in the LNT

James 4 in the LSV

James 4 in the MAAL

James 4 in the MBV

James 4 in the MBV2

James 4 in the MHNT

James 4 in the MKNFD

James 4 in the MNG

James 4 in the MNT

James 4 in the MNT2

James 4 in the MRS1T

James 4 in the NAA

James 4 in the NASB

James 4 in the NBLA

James 4 in the NBS

James 4 in the NBVTP

James 4 in the NET2

James 4 in the NIV11

James 4 in the NNT

James 4 in the NNT2

James 4 in the NNT3

James 4 in the PDDPT

James 4 in the PFNT

James 4 in the RMNT

James 4 in the SBIAS

James 4 in the SBIBS

James 4 in the SBIBS2

James 4 in the SBICS

James 4 in the SBIDS

James 4 in the SBIGS

James 4 in the SBIHS

James 4 in the SBIIS

James 4 in the SBIIS2

James 4 in the SBIIS3

James 4 in the SBIKS

James 4 in the SBIKS2

James 4 in the SBIMS

James 4 in the SBIOS

James 4 in the SBIPS

James 4 in the SBISS

James 4 in the SBITS

James 4 in the SBITS2

James 4 in the SBITS3

James 4 in the SBITS4

James 4 in the SBIUS

James 4 in the SBIVS

James 4 in the SBT

James 4 in the SBT1E

James 4 in the SCHL

James 4 in the SNT

James 4 in the SUSU

James 4 in the SUSU2

James 4 in the SYNO

James 4 in the TBIAOTANT

James 4 in the TBT1E

James 4 in the TBT1E2

James 4 in the TFTIP

James 4 in the TFTU

James 4 in the TGNTATF3T

James 4 in the THAI

James 4 in the TNFD

James 4 in the TNT

James 4 in the TNTIK

James 4 in the TNTIL

James 4 in the TNTIN

James 4 in the TNTIP

James 4 in the TNTIZ

James 4 in the TOMA

James 4 in the TTENT

James 4 in the UBG

James 4 in the UGV

James 4 in the UGV2

James 4 in the UGV3

James 4 in the VBL

James 4 in the VDCC

James 4 in the YALU

James 4 in the YAPE

James 4 in the YBVTP

James 4 in the ZBP