Jeremiah 46 (IRVO)

1 ଗୋଷ୍ଠୀଗଣ ବିଷୟରେ ଯିରିମୀୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ। 2 ମିସର ବିଷୟ। ଯୋଶୀୟର ପୁତ୍ର ଯିହୁଦାର ରାଜା ଯିହୋୟାକୀମ୍‍ଙ୍କ ରାଜତ୍ଵର ଚତୁର୍ଥ ବର୍ଷରେ ବାବିଲର ରାଜା ନବୂଖଦ୍‍ନିତ୍ସର, ମିସରର ରାଜା ଫାରୋ ନଖୋର ଯେଉଁ ସୈନ୍ୟସାମନ୍ତକୁ ପରାଜୟ କଲା, ଫରାତ୍‍ ନଦୀ ନିକଟସ୍ଥ କର୍କମୀଶରେ ଉପସ୍ଥିତ ସେହି ସୈନ୍ୟସାମନ୍ତ ବିଷୟକ କଥା। 3 “ତୁମ୍ଭେମାନେ ଚର୍ମର ଢାଲ ଓ ଫଳକ ପ୍ରସ୍ତୁତ କରଓ ଯୁଦ୍ଧ କରିବା ଲାଗି ନିକଟକୁ ଆସ। 4 ହେ ଅଶ୍ୱାରୋହୀମାନେ, ତୁମ୍ଭେମାନେ ଅଶ୍ୱଗଣକୁ ସଜ୍ଜିତ କରି ଆରୋହଣ କରଓ ମସ୍ତକର ଟୋପର ପିନ୍ଧି ସମ୍ମୁଖରେ ଠିଆ ହୁଅ; ବର୍ଚ୍ଛା ଚିକ୍କଣ କର, ସାଞ୍ଜୁଆ ପିନ୍ଧ। 5 ଆମ୍ଭେ ସେମାନଙ୍କୁ ଉଦ୍‍ବିଗ୍ନ ଓ ପଛକୁ ଫେରି ଯିବାର କାହିଁକି ଦେଖିଅଛୁ?ସେମାନଙ୍କର ବୀରଗଣ ପରାସ୍ତ ହୋଇଅଛନ୍ତିଓ ଶୀଘ୍ର ଶୀଘ୍ର ପଳାଇ ପଛକୁ ଅନାଉ ନାହାନ୍ତି;ଚତୁର୍ଦ୍ଦିଗରେ ଆଶଙ୍କା ଅଛି, ଏହା ସଦାପ୍ରଭୁ କହନ୍ତି। 6 ଦ୍ରୁତଗାମୀ ପଳାୟନ ନ କରୁ, କିଅବା ବୀର ରକ୍ଷା ନ ପାଉ;ଉତ୍ତର ଦିଗରେ ଫରାତ୍‍ ନଦୀ ନିକଟରେ ସେମାନେ ଝୁଣ୍ଟି ପଡ଼ିଅଛନ୍ତି। 7 ନୀଳ ନଦୀ ପରି ଯେ ଉଠୁଅଛି,ଯାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍‍କ୍ଷିପ୍ତ ହେଉଅଛି, ସେ କିଏ? 8 ମିସର ନୀଳ ନଦୀ ତୁଲ୍ୟ ଉଠୁଅଛି,ତାହାର ଜଳରାଶି ନଦୀସମୂହର ତୁଲ୍ୟ ଉତ୍‍କ୍ଷିପ୍ତ ହେଉଅଛି,ଆଉ ସେ କହୁଅଛି, ମୁଁ ଉଚ୍ଛୁଳି ଉଠିବି, ମୁଁ ପୃଥିବୀକୁ ପ୍ଲାବିତ କରିବି;ମୁଁ ନଗର ଓ ତନ୍ନିବାସୀମାନଙ୍କୁ ନଷ୍ଟ କରିବି। 9 ହେ ଅଶ୍ୱଗଣ, ଉଠିଯାଅ; ହେ ରଥସକଳ, ଗର୍ଜ୍ଜନ କର;ଆଉ, ବୀରମାନେ ବାହାର ହେଉନ୍ତୁ; ଢାଲବାହକ କୂଶ ଓ ପୂଟ୍‍,ଆଉ ଧନୁର୍ଦ୍ଧାରୀ ଓ ଧନୁରେ ଗୁଣଦାୟୀ ଲୁଦୀୟମାନେ, ବାହାର ହେଉନ୍ତୁ। 10 କାରଣ ସେଦିନ ପ୍ରଭୁଙ୍କର, ସୈନ୍ୟାଧିପତି ସଦାପ୍ରଭୁଙ୍କରପ୍ରତିଶୋଧ ନେବାର ଓ ତାହାଙ୍କ ବିପକ୍ଷମାନଙ୍କୁ ପ୍ରତିଫଳ ଦେବାର ଦିନ ଅଟେ;ଖଡ୍ଗ ଗ୍ରାସ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନ କରି ପରିତୃପ୍ତ ହେବ;କାରଣ ଫରାତ୍‍ ନଦୀ ନିକଟସ୍ଥ ଉତ୍ତର ଦେଶରେପ୍ରଭୁଙ୍କର ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞ ଅଛି। 11 ଗୋ ମିସରର ଅନୁଢ଼ା କନ୍ୟେ, ତୁମ୍ଭେ ଗିଲୀୟଦକୁ ଉଠିଯାଇ ଔଷଧ ନିଅ।ତୁମ୍ଭେ ବ୍ୟର୍ଥରେ ଅନେକ ଔଷଧ ବ୍ୟବହାର କରୁଅଛ; ତୁମ୍ଭ ପାଇଁ ଆରୋଗ୍ୟ ନାହିଁ। 12 ସମସ୍ତ ଜାତିଗଣ ତୁମ୍ଭ ଅପମାନର କଥା ଶୁଣିଅଛନ୍ତି,ତୁମ୍ଭର କାତରୋକ୍ତିରେ ପୃଥିବୀ ପରିପୂର୍ଣ୍ଣ;କାରଣ ବୀର ବୀର ଉପରେ ଝୁଣ୍ଟି ପଡ଼ିଅଛି; ସେ ଦୁହେଁ ଏକତ୍ର ପଡ଼ିଅଛନ୍ତି।” 13 ବାବିଲର ରାଜା ନବୂଖଦ୍‍ନିତ୍ସର ମିସର ଦେଶକୁ ଆସି ତାହା ପରାସ୍ତ କରିବା ବିଷୟରେ ସଦାପ୍ରଭୁ ଯିରିମୀୟଙ୍କୁ ଯେଉଁ କଥା କହିଲେ, ତାହା ଏହି, ଯଥା, 14 “ତୁମ୍ଭେମାନେ ମିସରରେ ପ୍ରଚାର କର, ମିଗ୍‍ଦୋଲରେ ଘୋଷଣା କର,ଆଉ ନୋଫ ଓ ତଫନ୍‍ହେଷରରେ ଘୋଷଣା କର;ତୁମ୍ଭେମାନେ କୁହ, ତୁମ୍ଭେ ଠିଆ ହୁଅ, ଆପଣାକୁ ପ୍ରସ୍ତୁତ କର,କାରଣ ଖଡ୍ଗ ତୁମ୍ଭ ଚାରିଆଡ଼େ ସବୁ ଗ୍ରାସ କରିଅଛି। 15 ତୁମ୍ଭର ବଳବାନ ଲୋକମାନେ କାହିଁକି ଭାସିଗଲେ?ସେମାନେ ସ୍ଥିର ରହି ପାରିଲେ ନାହିଁ, କାରଣ ସଦାପ୍ରଭୁ ସେମାନଙ୍କୁ ତଡ଼ିଦେଲେ। 16 ସେ ଅନେକଙ୍କୁ ଝୁଣ୍ଟାଇ ପକାଇଲେ,ସେମାନେ ପରସ୍ପର ଉପରେ ପଡ଼ିଲେ;ପୁଣି, ସେମାନେ କହିଲେ,‘ଉଠ, ଆମ୍ଭେମାନେ ଉତ୍ପୀଡ଼କ ଖଡ୍ଗରୁ ପଳାଇଆପଣା ଲୋକମାନଙ୍କ ନିକଟକୁ ଓ ଆପଣା ଜନ୍ମ ଦେଶକୁ ପୁନର୍ବାର ଯାଉ।’ 17 ସେସ୍ଥାନରେ ଲୋକମାନେ ଉଚ୍ଚସ୍ୱରରେ କହିଲେ,‘ମିସରର ରାଜା ଫାରୋ ଶବ୍ଦ ମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି।’ 18 ରାଜା ସୈନ୍ୟାଧିପତି ସଦାପ୍ରଭୁ ଯାହାଙ୍କ ନାମ, ସେ ଏହି କଥା କହନ୍ତି,ଆମ୍ଭେ ଜୀବିତ ଥିବା ପ୍ରମାଣେ ପର୍ବତଗଣ ମଧ୍ୟରେତାବୋରର ସଦୃଶ କିଅବା ସମୁଦ୍ର ନିକଟସ୍ଥ କର୍ମିଲର ସଦୃଶ ସେ ନିଶ୍ଚୟ ଆସିବ। 19 ଆଗୋ ମିସର ନିବାସିନୀ କନ୍ୟେ,ତୁମ୍ଭେ ବନ୍ଦୀତ୍ୱକୁ ଯିବା ପାଇଁ ଆପଣାର ସମ୍ବଳ ପ୍ରସ୍ତୁତ କର;କାରଣ ନୋଫ ଧ୍ୱଂସିତ, ଦଗ୍ଧ ଓ ନିବାସୀବିହୀନ ହେବ। 20 ମିସର ଅତି ସୁନ୍ଦରୀ ତରୁଣୀ ଗାଭୀ;ମାତ୍ର ଉତ୍ତର ଦିଗରୁ ବିନାଶ ଆସିଅଛି, ତାହା ଆସିଅଛି। 21 ଆହୁରି, ମିସରର ମଧ୍ୟବର୍ତ୍ତୀ ବେତନଗ୍ରାହୀ ଲୋକମାନେ ଗୋଶାଳାର ଗୋବତ୍ସ ତୁଲ୍ୟ;କାରଣ ସେମାନେ ମଧ୍ୟ ଫେରି ଯାଇଅଛନ୍ତି,ସେମାନେ ଏକତ୍ର ପଳାଇଅଛନ୍ତି, ସେମାନେ ସ୍ଥିର ହୋଇ ରହିଲେ ନାହିଁ,କାରଣ ସେମାନଙ୍କର ବିପଦର ଦିନ, ପ୍ରତିଫଳ ପାଇବାର ସମୟସେମାନଙ୍କର ନିକଟରେ ଉପସ୍ଥିତ ହେଲା। 22 ଶତ୍ରୁମାନେ ସୈନ୍ୟ ସହିତ ଅଗ୍ରସର ହେବେଓ କାଠକଟାଳୀମାନଙ୍କ ପରି କୁହ୍ରାଡ଼ି ନେଇ ତାହା ବିରୁଦ୍ଧରେ ଆସିବେ,ତହିଁରେ ତାହାର ଶବ୍ଦ ସର୍ପ ତୁଲ୍ୟ ଅଗ୍ରସର ହେବ। 23 ସଦାପ୍ରଭୁ କହନ୍ତି, ତାହାର ଅରଣ୍ୟ ଅଗମ୍ୟ ହେଲେ ହେଁସେମାନେ ତାହା ହାଣି ପକାଇବେ;କାରଣ ସେମାନେ ପଙ୍ଗପାଳ ଅପେକ୍ଷା ଅନେକ ଓ ଅସଂଖ୍ୟ ଅଟନ୍ତି। 24 ମିସରର କନ୍ୟା ଲଜ୍ଜିତା ହେବ;ସେ ଉତ୍ତର ଦେଶୀୟ ଲୋକମାନଙ୍କ ହସ୍ତରେ ସମର୍ପିତା ହେବ।” 25 ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: “ଦେଖ, ଆମ୍ଭେ ନୋ ଦେଶୀୟ ଆମୋନ୍‍କୁ, ଆଉ ଫାରୋ, ମିସର ଓ ତାହାର ଦେବଗଣ ଓ ରାଜାଗଣଙ୍କୁ; ହଁ, ଫାରୋ ଓ ତାହାର ଶରଣାପନ୍ନ ସମସ୍ତଙ୍କୁ ଦଣ୍ଡ ଦେବା; 26 ପୁଣି, ସେମାନଙ୍କର ପ୍ରାଣନାଶର ଚେଷ୍ଟାକାରୀ ଲୋକମାନଙ୍କ ହସ୍ତରେ ଓ ବାବିଲର ରାଜା ନବୂଖଦ୍‍ନିତ୍ସର ଓ ତାହାର ଦାସମାନଙ୍କ ହସ୍ତରେ ଆମ୍ଭେ ସେମାନଙ୍କୁ ସମର୍ପଣ କରିବା। ପୁଣି, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ସେ ଦେଶ ପୂର୍ବକାଳର ନ୍ୟାୟ ବସତି ସ୍ଥାନ ହେବ। 27 ମାତ୍ର ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ, କିଅବା ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ: କାରଣ ଦେଖ, ଆମ୍ଭେ ଦୂରରୁ ତୁମ୍ଭକୁ ଓ ବନ୍ଦୀତ୍ୱ ଦେଶରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା; ତହିଁରେ ଯାକୁବ ଫେରିଆସି ନିର୍ଭୟ ଓ ନିଶ୍ଚିନ୍ତରେ ରହିବ ଓ କେହି ତାହାକୁ ଭୟ ଦେଖାଇବ ନାହିଁ। 28 ସଦାପ୍ରଭୁ କହନ୍ତି, ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ; କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ: ଯେଉଁମାନଙ୍କ ମଧ୍ୟକୁ ଆମ୍ଭେ ତୁମ୍ଭକୁ ତଡ଼ି ଦେଇଅଛୁ, ସେହି ସବୁ ଗୋଷ୍ଠୀଙ୍କୁ ଆମ୍ଭେ ନିଃଶେଷ ରୂପେ ସଂହାର କରିବା, ମାତ୍ର ଆମ୍ଭେ ତୁମ୍ଭକୁ ନିଃଶେଷ ରୂପେ ସଂହାର କରିବା ନାହିଁ; ତଥାପି ଆମ୍ଭେ ତୁମ୍ଭକୁ ବିବେଚନାପୂର୍ବକ ଶାସ୍ତି ଦେବା ଓ କୌଣସିମତେ ତୁମ୍ଭକୁ ଅଦଣ୍ଡିତ କରି ଛାଡ଼ିବା ନାହିଁ।”

In Other Versions

Jeremiah 46 in the ANGEFD

Jeremiah 46 in the ANTPNG2D

Jeremiah 46 in the AS21

Jeremiah 46 in the BAGH

Jeremiah 46 in the BBPNG

Jeremiah 46 in the BBT1E

Jeremiah 46 in the BDS

Jeremiah 46 in the BEV

Jeremiah 46 in the BHAD

Jeremiah 46 in the BIB

Jeremiah 46 in the BLPT

Jeremiah 46 in the BNT

Jeremiah 46 in the BNTABOOT

Jeremiah 46 in the BNTLV

Jeremiah 46 in the BOATCB

Jeremiah 46 in the BOATCB2

Jeremiah 46 in the BOBCV

Jeremiah 46 in the BOCNT

Jeremiah 46 in the BOECS

Jeremiah 46 in the BOGWICC

Jeremiah 46 in the BOHCB

Jeremiah 46 in the BOHCV

Jeremiah 46 in the BOHLNT

Jeremiah 46 in the BOHNTLTAL

Jeremiah 46 in the BOICB

Jeremiah 46 in the BOILNTAP

Jeremiah 46 in the BOITCV

Jeremiah 46 in the BOKCV

Jeremiah 46 in the BOKCV2

Jeremiah 46 in the BOKHWOG

Jeremiah 46 in the BOKSSV

Jeremiah 46 in the BOLCB

Jeremiah 46 in the BOLCB2

Jeremiah 46 in the BOMCV

Jeremiah 46 in the BONAV

Jeremiah 46 in the BONCB

Jeremiah 46 in the BONLT

Jeremiah 46 in the BONUT2

Jeremiah 46 in the BOPLNT

Jeremiah 46 in the BOSCB

Jeremiah 46 in the BOSNC

Jeremiah 46 in the BOTLNT

Jeremiah 46 in the BOVCB

Jeremiah 46 in the BOYCB

Jeremiah 46 in the BPBB

Jeremiah 46 in the BPH

Jeremiah 46 in the BSB

Jeremiah 46 in the CCB

Jeremiah 46 in the CUV

Jeremiah 46 in the CUVS

Jeremiah 46 in the DBT

Jeremiah 46 in the DGDNT

Jeremiah 46 in the DHNT

Jeremiah 46 in the DNT

Jeremiah 46 in the ELBE

Jeremiah 46 in the EMTV

Jeremiah 46 in the ESV

Jeremiah 46 in the FBV

Jeremiah 46 in the FEB

Jeremiah 46 in the GGMNT

Jeremiah 46 in the GNT

Jeremiah 46 in the HARY

Jeremiah 46 in the HNT

Jeremiah 46 in the IRVA

Jeremiah 46 in the IRVB

Jeremiah 46 in the IRVG

Jeremiah 46 in the IRVH

Jeremiah 46 in the IRVK

Jeremiah 46 in the IRVM

Jeremiah 46 in the IRVM2

Jeremiah 46 in the IRVP

Jeremiah 46 in the IRVT

Jeremiah 46 in the IRVT2

Jeremiah 46 in the IRVU

Jeremiah 46 in the ISVN

Jeremiah 46 in the JSNT

Jeremiah 46 in the KAPI

Jeremiah 46 in the KBT1ETNIK

Jeremiah 46 in the KBV

Jeremiah 46 in the KJV

Jeremiah 46 in the KNFD

Jeremiah 46 in the LBA

Jeremiah 46 in the LBLA

Jeremiah 46 in the LNT

Jeremiah 46 in the LSV

Jeremiah 46 in the MAAL

Jeremiah 46 in the MBV

Jeremiah 46 in the MBV2

Jeremiah 46 in the MHNT

Jeremiah 46 in the MKNFD

Jeremiah 46 in the MNG

Jeremiah 46 in the MNT

Jeremiah 46 in the MNT2

Jeremiah 46 in the MRS1T

Jeremiah 46 in the NAA

Jeremiah 46 in the NASB

Jeremiah 46 in the NBLA

Jeremiah 46 in the NBS

Jeremiah 46 in the NBVTP

Jeremiah 46 in the NET2

Jeremiah 46 in the NIV11

Jeremiah 46 in the NNT

Jeremiah 46 in the NNT2

Jeremiah 46 in the NNT3

Jeremiah 46 in the PDDPT

Jeremiah 46 in the PFNT

Jeremiah 46 in the RMNT

Jeremiah 46 in the SBIAS

Jeremiah 46 in the SBIBS

Jeremiah 46 in the SBIBS2

Jeremiah 46 in the SBICS

Jeremiah 46 in the SBIDS

Jeremiah 46 in the SBIGS

Jeremiah 46 in the SBIHS

Jeremiah 46 in the SBIIS

Jeremiah 46 in the SBIIS2

Jeremiah 46 in the SBIIS3

Jeremiah 46 in the SBIKS

Jeremiah 46 in the SBIKS2

Jeremiah 46 in the SBIMS

Jeremiah 46 in the SBIOS

Jeremiah 46 in the SBIPS

Jeremiah 46 in the SBISS

Jeremiah 46 in the SBITS

Jeremiah 46 in the SBITS2

Jeremiah 46 in the SBITS3

Jeremiah 46 in the SBITS4

Jeremiah 46 in the SBIUS

Jeremiah 46 in the SBIVS

Jeremiah 46 in the SBT

Jeremiah 46 in the SBT1E

Jeremiah 46 in the SCHL

Jeremiah 46 in the SNT

Jeremiah 46 in the SUSU

Jeremiah 46 in the SUSU2

Jeremiah 46 in the SYNO

Jeremiah 46 in the TBIAOTANT

Jeremiah 46 in the TBT1E

Jeremiah 46 in the TBT1E2

Jeremiah 46 in the TFTIP

Jeremiah 46 in the TFTU

Jeremiah 46 in the TGNTATF3T

Jeremiah 46 in the THAI

Jeremiah 46 in the TNFD

Jeremiah 46 in the TNT

Jeremiah 46 in the TNTIK

Jeremiah 46 in the TNTIL

Jeremiah 46 in the TNTIN

Jeremiah 46 in the TNTIP

Jeremiah 46 in the TNTIZ

Jeremiah 46 in the TOMA

Jeremiah 46 in the TTENT

Jeremiah 46 in the UBG

Jeremiah 46 in the UGV

Jeremiah 46 in the UGV2

Jeremiah 46 in the UGV3

Jeremiah 46 in the VBL

Jeremiah 46 in the VDCC

Jeremiah 46 in the YALU

Jeremiah 46 in the YAPE

Jeremiah 46 in the YBVTP

Jeremiah 46 in the ZBP