Joshua 3 (IRVO)

1 ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠିଲେ; ପୁଣି ସେ ଓ ଇସ୍ରାଏଲର ସମସ୍ତ ସନ୍ତାନ ଶିଟୀମରୁ ଯାତ୍ରା କରି ଯର୍ଦ୍ଦନରେ ଉପସ୍ଥିତ ହେଲେ; ମାତ୍ର ସେମାନେ ପାର ହେବା ପୂର୍ବେ ସେଠାରେ ବସା କଲେ। 2 ତହୁଁ ତିନି ଦିନ ଉତ୍ତାରେ ଅଧ୍ୟକ୍ଷମାନେ ଛାଉଣି ମଧ୍ୟଦେଇ ଗଲେ; 3 ପୁଣି ସେମାନେ ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, “ଯେତେବେଳେ ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ଓ ତହିଁର ବାହକ ଲେବୀୟ ଯାଜକମାନଙ୍କୁ ଦେଖିବ, ସେତେବେଳେ ତୁମ୍ଭେମାନେ ଆପଣା ଆପଣା ସ୍ଥାନରୁ ଉଠି ତହିଁର ପଛେ ପଛେ ଗମନ କରିବ। 4 ତଥାପି ପରିମାଣାନୁସାରେ ତୁମ୍ଭମାନଙ୍କର ଓ ତାହାର ମଧ୍ୟରେ ପ୍ରାୟ ଦୁଇ ହଜାର ହାତ ଅନ୍ତର ରହିବ; ତୁମ୍ଭେମାନେ ଆପଣାମାନଙ୍କ ଗମନର ପଥ ଜାଣିବା ନିମନ୍ତେ ତାହା ନିକଟକୁ ଆସିବ ନାହିଁ, କାରଣ ଏଥିପୂର୍ବେ ତୁମ୍ଭେମାନେ ଏହି ପଥ ପାର ହୋଇଯାଇ ନାହଁ।” 5 ଏଥିଉତ୍ତାରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଆପଣା ଆପଣାକୁ ପବିତ୍ର କର, କାରଣ କାଲି ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟକ୍ରିୟା କରିବେ।” 6 ପୁଣି ଯିହୋଶୂୟ ଯାଜକମାନଙ୍କୁ କହିଲେ, “ନିୟମ-ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କର।” ତହିଁରେ ସେମାନେ ନିୟମ-ସିନ୍ଦୁକ ଘେନି ଲୋକମାନଙ୍କ ଆଗେ ଆଗେ ଗମନ କଲେ। 7 ଏଥିରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଆମ୍ଭେ ଆଜି ଦିନ ସମୁଦାୟ ଇସ୍ରାଏଲଙ୍କ ସାକ୍ଷାତରେ ତୁମ୍ଭକୁ ସମ୍ଭ୍ରାନ୍ତ କରିବାକୁ ଆରମ୍ଭ କରିବା, ତହିଁରେ ଆମ୍ଭେ ଯେପରି ମୋଶା ସଙ୍ଗରେ ଥିଲୁ, ସେହିପରି ତୁମ୍ଭ ସଙ୍ଗରେ ହେବା, ଏହା ସେମାନେ ଜ୍ଞାତ ହେବେ। 8 ଏନିମନ୍ତେ ତୁମ୍ଭେ ନିୟମ-ସିନ୍ଦୁକବାହକ ଯାଜକମାନଙ୍କୁ ଆଜ୍ଞା ଦେଇ କୁହ, ‘ତୁମ୍ଭେମାନେ ଯର୍ଦ୍ଦନ ଜଳଧାରରେ ଉପସ୍ଥିତ ହେଲେ, ସେଠାରେ ଯର୍ଦ୍ଦନ ତୀରରେ ଠିଆ ହୋଇ ରହିବ।’” 9 ତହିଁରେ ଯିହୋଶୂୟ ଇସ୍ରାଏଲ-ସନ୍ତାନଗଣକୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନକୁ ଆସି ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ବାକ୍ୟ ଶୁଣ। 10 ଯିହୋଶୂୟ ଆହୁରି କହିଲେ, ଜୀବିତ ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ପୁଣି କିଣାନୀୟ ଓ ହିତ୍ତୀୟ ଓ ହିବ୍ବୀୟ ଓ ପରିଷୀୟ ଓ ଗିର୍ଗାଶୀୟ ଓ ଇମୋରୀୟ ଓ ଯିବୂଷୀୟ ଲୋକମାନଙ୍କୁ ଯେ ତୁମ୍ଭମାନଙ୍କ ସମ୍ମୁଖରୁ ନିତାନ୍ତ ତଡ଼ି ଦେବେ, ତାହା ତୁମ୍ଭେମାନେ ଏହା ଦ୍ୱାରା ଜାଣି ପାରିବ। 11 ଦେଖ, ସମଗ୍ର ଜଗତର ପ୍ରଭୁଙ୍କ ନିୟମ-ସିନ୍ଦୁକ ତୁମ୍ଭମାନଙ୍କ ସମ୍ମୁଖରେ ଯର୍ଦ୍ଦନକୁ ଯାଉଅଛି। 12 ଏନିମନ୍ତେ ତୁମ୍ଭେମାନେ ଇସ୍ରାଏଲର ଏକ ବଂଶରୁ ଏକ ଏକ ଜଣ, ଏରୂପେ ବାର ବଂଶରୁ ବାର ଜଣ ଗ୍ରହଣ କର। 13 ସମଗ୍ର ଜଗତର ପ୍ରଭୁ ସଦାପ୍ରଭୁଙ୍କର ସିନ୍ଦୁକ-ବାହକ ଯାଜକମାନଙ୍କ ପଦତଳ ଯର୍ଦ୍ଦନ ଜଳରେ ପ୍ରବିଷ୍ଟ ହେବାମାତ୍ର ସେହି ଯର୍ଦ୍ଦନର ଜଳ, ଅର୍ଥାତ୍‍, ଊର୍ଦ୍ଧ୍ୱସ୍ଥାନରୁ ଯେଉଁ ଜଳ ବହି ଆସୁଅଛି, ତାହା କଟା ହେବ ଓ ତାହା ଏକ ରାଶି ହୋଇ ସ୍ଥଗିତ ହେବ।” 14 ସେତେବେଳେ ଲୋକମାନେ ଯର୍ଦ୍ଦନ ପାର ହେବା ନିମନ୍ତେ ଆପଣା ଆପଣା ତମ୍ବୁରୁ ଯାତ୍ରା କରନ୍ତେ, ଯାଜକମାନେ ନିୟମ-ସିନ୍ଦୁକ ବହି ଲୋକମାନଙ୍କ ସମ୍ମୁଖସ୍ଥ ହେଲେ। 15 ଆଉ ଯଦ୍ୟପି ଶସ୍ୟଚ୍ଛେଦନର ସମସ୍ତ କାଳ ଯର୍ଦ୍ଦନର ସବୁ-ତୀର ଉପରକୁ ବଢ଼ି ଉଠେ, ତଥାପି ସିନ୍ଦୁକ-ବାହକମାନେ ଯେତେବେଳେ ଯର୍ଦ୍ଦନ ସମୀପରେ ଉପସ୍ଥିତ ହେଲେ, ସେତେବେଳେ ଜଳଧାରରେ ସିନ୍ଦୁକ-ବାହକ ଯାଜକମାନଙ୍କ ପାଦ ଜଳରେ ଡୁବିବା ମାତ୍ର, 16 ଊର୍ଦ୍ଧ୍ୱରୁ ଆଗତ ସମସ୍ତ ଜଳ ସ୍ଥଗିତ ହୋଇ ସର୍ତ୍ତନ ନିକଟବର୍ତ୍ତୀ ଆଦମ ନଗରଠାରୁ ଅତି ଦୂରରେ ଏକ ରାଶି ହୋଇ ଉଠିଲା; ପୁଣି ପଦାଭୂମିର ସମୁଦ୍ର, ଅର୍ଥାତ୍‍, ଲବଣ ସମୁଦ୍ରଗାମୀ ଜଳ ସମ୍ପୂର୍ଣ୍ଣ ରୂପେ କଟା ହେଲା; ତହିଁରେ ଲୋକମାନେ ଯିରୀହୋ ସମ୍ମୁଖରେ ପାର ହୋଇଗଲେ। 17 ଆଉ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକବାହକ ଯାଜକମାନେ ଯର୍ଦ୍ଦନ ମଧ୍ୟରେ ଶୁଷ୍କ ଭୂମିରେ ସ୍ଥିର ରୂପେ ସ୍ଥଗିତ ରହିଲେ; ତହିଁରେ ସମୁଦାୟ ଇସ୍ରାଏଲ ଗୋଷ୍ଠୀ ନିଃଶେଷ ରୂପେ ଯର୍ଦ୍ଦନ ପାର ହେବା ଯାଏ ସମସ୍ତେ ଶୁଷ୍କ ଭୂମି ଦେଇ ପାର ହୋଇଗଲେ।

In Other Versions

Joshua 3 in the ANGEFD

Joshua 3 in the ANTPNG2D

Joshua 3 in the AS21

Joshua 3 in the BAGH

Joshua 3 in the BBPNG

Joshua 3 in the BBT1E

Joshua 3 in the BDS

Joshua 3 in the BEV

Joshua 3 in the BHAD

Joshua 3 in the BIB

Joshua 3 in the BLPT

Joshua 3 in the BNT

Joshua 3 in the BNTABOOT

Joshua 3 in the BNTLV

Joshua 3 in the BOATCB

Joshua 3 in the BOATCB2

Joshua 3 in the BOBCV

Joshua 3 in the BOCNT

Joshua 3 in the BOECS

Joshua 3 in the BOGWICC

Joshua 3 in the BOHCB

Joshua 3 in the BOHCV

Joshua 3 in the BOHLNT

Joshua 3 in the BOHNTLTAL

Joshua 3 in the BOICB

Joshua 3 in the BOILNTAP

Joshua 3 in the BOITCV

Joshua 3 in the BOKCV

Joshua 3 in the BOKCV2

Joshua 3 in the BOKHWOG

Joshua 3 in the BOKSSV

Joshua 3 in the BOLCB

Joshua 3 in the BOLCB2

Joshua 3 in the BOMCV

Joshua 3 in the BONAV

Joshua 3 in the BONCB

Joshua 3 in the BONLT

Joshua 3 in the BONUT2

Joshua 3 in the BOPLNT

Joshua 3 in the BOSCB

Joshua 3 in the BOSNC

Joshua 3 in the BOTLNT

Joshua 3 in the BOVCB

Joshua 3 in the BOYCB

Joshua 3 in the BPBB

Joshua 3 in the BPH

Joshua 3 in the BSB

Joshua 3 in the CCB

Joshua 3 in the CUV

Joshua 3 in the CUVS

Joshua 3 in the DBT

Joshua 3 in the DGDNT

Joshua 3 in the DHNT

Joshua 3 in the DNT

Joshua 3 in the ELBE

Joshua 3 in the EMTV

Joshua 3 in the ESV

Joshua 3 in the FBV

Joshua 3 in the FEB

Joshua 3 in the GGMNT

Joshua 3 in the GNT

Joshua 3 in the HARY

Joshua 3 in the HNT

Joshua 3 in the IRVA

Joshua 3 in the IRVB

Joshua 3 in the IRVG

Joshua 3 in the IRVH

Joshua 3 in the IRVK

Joshua 3 in the IRVM

Joshua 3 in the IRVM2

Joshua 3 in the IRVP

Joshua 3 in the IRVT

Joshua 3 in the IRVT2

Joshua 3 in the IRVU

Joshua 3 in the ISVN

Joshua 3 in the JSNT

Joshua 3 in the KAPI

Joshua 3 in the KBT1ETNIK

Joshua 3 in the KBV

Joshua 3 in the KJV

Joshua 3 in the KNFD

Joshua 3 in the LBA

Joshua 3 in the LBLA

Joshua 3 in the LNT

Joshua 3 in the LSV

Joshua 3 in the MAAL

Joshua 3 in the MBV

Joshua 3 in the MBV2

Joshua 3 in the MHNT

Joshua 3 in the MKNFD

Joshua 3 in the MNG

Joshua 3 in the MNT

Joshua 3 in the MNT2

Joshua 3 in the MRS1T

Joshua 3 in the NAA

Joshua 3 in the NASB

Joshua 3 in the NBLA

Joshua 3 in the NBS

Joshua 3 in the NBVTP

Joshua 3 in the NET2

Joshua 3 in the NIV11

Joshua 3 in the NNT

Joshua 3 in the NNT2

Joshua 3 in the NNT3

Joshua 3 in the PDDPT

Joshua 3 in the PFNT

Joshua 3 in the RMNT

Joshua 3 in the SBIAS

Joshua 3 in the SBIBS

Joshua 3 in the SBIBS2

Joshua 3 in the SBICS

Joshua 3 in the SBIDS

Joshua 3 in the SBIGS

Joshua 3 in the SBIHS

Joshua 3 in the SBIIS

Joshua 3 in the SBIIS2

Joshua 3 in the SBIIS3

Joshua 3 in the SBIKS

Joshua 3 in the SBIKS2

Joshua 3 in the SBIMS

Joshua 3 in the SBIOS

Joshua 3 in the SBIPS

Joshua 3 in the SBISS

Joshua 3 in the SBITS

Joshua 3 in the SBITS2

Joshua 3 in the SBITS3

Joshua 3 in the SBITS4

Joshua 3 in the SBIUS

Joshua 3 in the SBIVS

Joshua 3 in the SBT

Joshua 3 in the SBT1E

Joshua 3 in the SCHL

Joshua 3 in the SNT

Joshua 3 in the SUSU

Joshua 3 in the SUSU2

Joshua 3 in the SYNO

Joshua 3 in the TBIAOTANT

Joshua 3 in the TBT1E

Joshua 3 in the TBT1E2

Joshua 3 in the TFTIP

Joshua 3 in the TFTU

Joshua 3 in the TGNTATF3T

Joshua 3 in the THAI

Joshua 3 in the TNFD

Joshua 3 in the TNT

Joshua 3 in the TNTIK

Joshua 3 in the TNTIL

Joshua 3 in the TNTIN

Joshua 3 in the TNTIP

Joshua 3 in the TNTIZ

Joshua 3 in the TOMA

Joshua 3 in the TTENT

Joshua 3 in the UBG

Joshua 3 in the UGV

Joshua 3 in the UGV2

Joshua 3 in the UGV3

Joshua 3 in the VBL

Joshua 3 in the VDCC

Joshua 3 in the YALU

Joshua 3 in the YAPE

Joshua 3 in the YBVTP

Joshua 3 in the ZBP