Numbers 8 (IRVO)

1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ତୁମ୍ଭେ ହାରୋଣକୁ କୁହ, ‘ତୁମ୍ଭେ ପ୍ରଦୀପ ଜାଳିବା ସମୟରେ ସେହି ସପ୍ତ ପ୍ରଦୀପ ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ଦେବ।’” 3 ତହିଁରେ ହାରୋଣ ସେହିରୂପ କଲେ; ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, ଯେପରି ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ହେବ, ସେ ସେହିପରି ଦୀପମାନ ଜ୍ୱଳାଇଲେ। 4 ସେହି ଦୀପବୃକ୍ଷର କର୍ମ ସ୍ୱର୍ଣ୍ଣର ପିଟାକର୍ମ ଥିଲା; ତହିଁର ଗଣ୍ଡି ଓ ପୁଷ୍ପ ପର୍ଯ୍ୟନ୍ତ ପିଟାକର୍ମ ଥିଲା; ସଦାପ୍ରଭୁ ମୋଶାଙ୍କୁ ଯେଉଁ ଆଦର୍ଶ ଦେଖାଇଥିଲେ, ତଦନୁସାରେ ସେ ଦୀପବୃକ୍ଷ ନିର୍ମାଣ କଲେ। 5 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 6 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ନେଇ ଶୁଚି କର। 7 ତୁମ୍ଭେ ସେମାନଙ୍କୁ ଶୁଚି କରିବା ନିମନ୍ତେ ଏହିରୂପ କରିବ; ସେମାନଙ୍କ ଉପରେ ପବିତ୍ରୀକରଣ ଜଳ ପ୍ରକ୍ଷେପ କର ଓ ସେମାନେ ଆପଣା ଆପଣାର ସମସ୍ତ ଶରୀରରେ କ୍ଷୁର ଚଳାନ୍ତୁ ଓ ସେମାନେ ଆପଣା ଆପଣା ବସ୍ତ୍ର ଧୋଇ ଆପଣା ଆପଣାକୁ ଶୁଚି କରନ୍ତୁ। 8 ତହିଁ ଉତ୍ତାରେ ସେମାନେ ଏକ ଗୋବତ୍ସ ଓ ତହିଁର ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ଆଣନ୍ତୁ, ପୁଣି, ତୁମ୍ଭେ ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ନେବ। 9 ତହୁଁ ତୁମ୍ଭେ ଲେବୀୟମାନଙ୍କୁ ସମାଗମ-ତମ୍ବୁ ସମ୍ମୁଖରେ ଉପସ୍ଥିତ କରାଇବ; ପୁଣି, ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ଡଳୀକୁ ଏକତ୍ର କରିବ। 10 ଆଉ ତୁମ୍ଭେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ; ତହୁଁ ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କ ଉପରେ ଆପଣାମାନଙ୍କ ହସ୍ତ ରଖିବେ। 11 ଆଉ ହାରୋଣ ଇସ୍ରାଏଲ-ସନ୍ତାନଗଣ ପକ୍ଷରେ ଲେବୀୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ, ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରି ପାରିବେ। 12 ତହିଁ ଉତ୍ତାରେ ଲେବୀୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତ ରଖିବେ; ତହୁଁ ତୁମ୍ଭେ ଲେବୀୟମାନଙ୍କ ପାଇଁ ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିଏକୁ ପାପାର୍ଥକ ବଳି ରୂପେ ଓ ଅନ୍ୟଟିକୁ ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ। 13 ପୁଣି, ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବୀୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। 14 ଏହିରୂପେ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଠାରୁ ଲେବୀୟମାନଙ୍କୁ ପୃଥକ କରିବ; ତହିଁରେ ଲେବୀୟମାନେ ଆମ୍ଭର ହେବେ। 15 ତହିଁ ଉତ୍ତାରେ ଲେବୀୟମାନେ ସେବା କରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କରିବେ; ପୁଣି, ତୁମ୍ଭେ ସେମାନଙ୍କୁ ଶୁଚି କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ। 16 କାରଣ ସେମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ; ଆମ୍ଭେ ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ଗର୍ଭଫଳ ବଦଳେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ। 17 ଯେହେତୁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ମନୁଷ୍ୟ ଓ ପଶୁ, ଉଭୟର ସମସ୍ତ ପ୍ରଥମଜାତ ଆମ୍ଭର ମିସର ଦେଶର ସମସ୍ତ ପ୍ରଥମଜାତଙ୍କୁ ଆଘାତ କରିବା ଦିନ ଆମ୍ଭେ ସେମାନଙ୍କୁ ଆପଣା ନିମନ୍ତେ ପବିତ୍ର କଲୁ। 18 ପୁଣି, ଇସ୍ରାଏଲ-ସନ୍ତାନଗଣର ସମସ୍ତ ପ୍ରଥମଜାତ ବଦଳେ ଆମ୍ଭେ ଲେବୀୟମାନଙ୍କୁ ଗ୍ରହଣ କଲୁ। 19 ଆଉ ଇସ୍ରାଏଲ-ସନ୍ତାନଗଣ ପବିତ୍ର ସ୍ଥାନ ନିକଟକୁ ଆସିବା ସମୟରେ ଯେପରି ସେମାନଙ୍କ ମଧ୍ୟରେ ମହାମାରୀ ଉପସ୍ଥିତ ନ ହୁଏ, ଏଥିପାଇଁ ଆମ୍ଭେ ସମାଗମ-ତମ୍ବୁରେ ଇସ୍ରାଏଲ-ସନ୍ତାନଗଣ ବଦଳେ ସେବା ଓ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଦାନ ରୂପେ ହାରୋଣ ଓ ତାହାର ପୁତ୍ରଗଣଙ୍କୁ ଦେଲୁ।” 20 ଏହିରୂପେ ମୋଶା, ହାରୋଣ ଓ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ଲେବୀୟମାନଙ୍କ ପ୍ରତି କଲେ; ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେଉଁ ସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ ସେମାନଙ୍କ ପ୍ରତି କଲେ। 21 ପୁଣି, ଲେବୀୟମାନେ ଆପଣା ଆପଣାକୁ ପାପରୁ ପରିଷ୍କାର କଲେ ଓ ଆପଣା ଆପଣା ବସ୍ତ୍ର ଧୌତ କଲେ; ତହୁଁ ହାରୋଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ; ଆଉ ହାରୋଣ ସେମାନଙ୍କୁ ଶୁଚି କରିବା ନିମନ୍ତେ ପ୍ରାୟଶ୍ଚିତ୍ତ କଲେ। 22 ତହିଁ ଉତ୍ତାରେ ଲେବୀୟମାନେ ହାରୋଣର ସମ୍ମୁଖରେ ଓ ତାହାର ପୁତ୍ରଗଣ ସମ୍ମୁଖରେ ଆପଣା ଆପଣା ସେବାକର୍ମ କରିବା ନିମନ୍ତେ ସମାଗମ-ତମ୍ବୁରେ ପ୍ରବେଶ କଲେ; ସଦାପ୍ରଭୁ ଲେବୀୟମାନଙ୍କ ବିଷୟରେ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନଙ୍କ ପ୍ରତି କଲେ। 23 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 24 “ଲେବୀୟମାନଙ୍କ ବିଷୟରେ ଏହି ବ୍ୟବସ୍ଥା ପଚିଶ ବର୍ଷ ବୟସରୁ ଲେବୀୟମାନେ ସମାଗମ-ତମ୍ବୁରେ ସେବାକର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେବେ। 25 ପୁଣି, ସେମାନେ ପଚାଶ ବର୍ଷ ବୟସ୍କ ହେଲେ, ସେବାକର୍ମରୁ ନିବୃତ୍ତ ହୋଇ ଆଉ ସେବା କରିବେ ନାହିଁ; 26 ତଥାପି ସେମାନେ ରକ୍ଷଣୀୟ ରକ୍ଷା କରିବାରେ ସମାଗମ-ତମ୍ବୁରେ ଆପଣା ଆପଣା ଭ୍ରାତା ସହିତ ସେବାକର୍ମ କରିବେ ଓ ଅନ୍ୟ ସେବା କରିବେ ନାହିଁ; ଲେବୀୟମାନଙ୍କ ରକ୍ଷଣୀୟ ବିଷୟରେ ତୁମ୍ଭେ ସେମାନଙ୍କ ପ୍ରତି ଏରୂପ କରିବ।”

In Other Versions

Numbers 8 in the ANGEFD

Numbers 8 in the ANTPNG2D

Numbers 8 in the AS21

Numbers 8 in the BAGH

Numbers 8 in the BBPNG

Numbers 8 in the BBT1E

Numbers 8 in the BDS

Numbers 8 in the BEV

Numbers 8 in the BHAD

Numbers 8 in the BIB

Numbers 8 in the BLPT

Numbers 8 in the BNT

Numbers 8 in the BNTABOOT

Numbers 8 in the BNTLV

Numbers 8 in the BOATCB

Numbers 8 in the BOATCB2

Numbers 8 in the BOBCV

Numbers 8 in the BOCNT

Numbers 8 in the BOECS

Numbers 8 in the BOGWICC

Numbers 8 in the BOHCB

Numbers 8 in the BOHCV

Numbers 8 in the BOHLNT

Numbers 8 in the BOHNTLTAL

Numbers 8 in the BOICB

Numbers 8 in the BOILNTAP

Numbers 8 in the BOITCV

Numbers 8 in the BOKCV

Numbers 8 in the BOKCV2

Numbers 8 in the BOKHWOG

Numbers 8 in the BOKSSV

Numbers 8 in the BOLCB

Numbers 8 in the BOLCB2

Numbers 8 in the BOMCV

Numbers 8 in the BONAV

Numbers 8 in the BONCB

Numbers 8 in the BONLT

Numbers 8 in the BONUT2

Numbers 8 in the BOPLNT

Numbers 8 in the BOSCB

Numbers 8 in the BOSNC

Numbers 8 in the BOTLNT

Numbers 8 in the BOVCB

Numbers 8 in the BOYCB

Numbers 8 in the BPBB

Numbers 8 in the BPH

Numbers 8 in the BSB

Numbers 8 in the CCB

Numbers 8 in the CUV

Numbers 8 in the CUVS

Numbers 8 in the DBT

Numbers 8 in the DGDNT

Numbers 8 in the DHNT

Numbers 8 in the DNT

Numbers 8 in the ELBE

Numbers 8 in the EMTV

Numbers 8 in the ESV

Numbers 8 in the FBV

Numbers 8 in the FEB

Numbers 8 in the GGMNT

Numbers 8 in the GNT

Numbers 8 in the HARY

Numbers 8 in the HNT

Numbers 8 in the IRVA

Numbers 8 in the IRVB

Numbers 8 in the IRVG

Numbers 8 in the IRVH

Numbers 8 in the IRVK

Numbers 8 in the IRVM

Numbers 8 in the IRVM2

Numbers 8 in the IRVP

Numbers 8 in the IRVT

Numbers 8 in the IRVT2

Numbers 8 in the IRVU

Numbers 8 in the ISVN

Numbers 8 in the JSNT

Numbers 8 in the KAPI

Numbers 8 in the KBT1ETNIK

Numbers 8 in the KBV

Numbers 8 in the KJV

Numbers 8 in the KNFD

Numbers 8 in the LBA

Numbers 8 in the LBLA

Numbers 8 in the LNT

Numbers 8 in the LSV

Numbers 8 in the MAAL

Numbers 8 in the MBV

Numbers 8 in the MBV2

Numbers 8 in the MHNT

Numbers 8 in the MKNFD

Numbers 8 in the MNG

Numbers 8 in the MNT

Numbers 8 in the MNT2

Numbers 8 in the MRS1T

Numbers 8 in the NAA

Numbers 8 in the NASB

Numbers 8 in the NBLA

Numbers 8 in the NBS

Numbers 8 in the NBVTP

Numbers 8 in the NET2

Numbers 8 in the NIV11

Numbers 8 in the NNT

Numbers 8 in the NNT2

Numbers 8 in the NNT3

Numbers 8 in the PDDPT

Numbers 8 in the PFNT

Numbers 8 in the RMNT

Numbers 8 in the SBIAS

Numbers 8 in the SBIBS

Numbers 8 in the SBIBS2

Numbers 8 in the SBICS

Numbers 8 in the SBIDS

Numbers 8 in the SBIGS

Numbers 8 in the SBIHS

Numbers 8 in the SBIIS

Numbers 8 in the SBIIS2

Numbers 8 in the SBIIS3

Numbers 8 in the SBIKS

Numbers 8 in the SBIKS2

Numbers 8 in the SBIMS

Numbers 8 in the SBIOS

Numbers 8 in the SBIPS

Numbers 8 in the SBISS

Numbers 8 in the SBITS

Numbers 8 in the SBITS2

Numbers 8 in the SBITS3

Numbers 8 in the SBITS4

Numbers 8 in the SBIUS

Numbers 8 in the SBIVS

Numbers 8 in the SBT

Numbers 8 in the SBT1E

Numbers 8 in the SCHL

Numbers 8 in the SNT

Numbers 8 in the SUSU

Numbers 8 in the SUSU2

Numbers 8 in the SYNO

Numbers 8 in the TBIAOTANT

Numbers 8 in the TBT1E

Numbers 8 in the TBT1E2

Numbers 8 in the TFTIP

Numbers 8 in the TFTU

Numbers 8 in the TGNTATF3T

Numbers 8 in the THAI

Numbers 8 in the TNFD

Numbers 8 in the TNT

Numbers 8 in the TNTIK

Numbers 8 in the TNTIL

Numbers 8 in the TNTIN

Numbers 8 in the TNTIP

Numbers 8 in the TNTIZ

Numbers 8 in the TOMA

Numbers 8 in the TTENT

Numbers 8 in the UBG

Numbers 8 in the UGV

Numbers 8 in the UGV2

Numbers 8 in the UGV3

Numbers 8 in the VBL

Numbers 8 in the VDCC

Numbers 8 in the YALU

Numbers 8 in the YAPE

Numbers 8 in the YBVTP

Numbers 8 in the ZBP