Proverbs 28 (IRVO)
1 କେହି ନ ଗୋଡ଼ାଇଲେ ହେଁ ଦୁଷ୍ଟ ପଳାଏ;ମାତ୍ର ଧାର୍ମିକମାନେ ସିଂହ ପରି ସାହସିକ। 2 ଦେଶର ଅଧର୍ମ ସକାଶୁ ତହିଁର ଅଧିପତି ଅନେକ ହୁଅନ୍ତି;ମାତ୍ର ବୁଦ୍ଧିମାନ ଓ ଜ୍ଞାନବାନ ଲୋକମାନଙ୍କ ଦ୍ୱାରା ତହିଁର ସ୍ଥିରତା ଦୀର୍ଘ ହୁଏ। 3 ଯେଉଁ ଦରିଦ୍ର ଲୋକ ଦୀନହୀନକୁ ଉପଦ୍ରବ କରେ,ସେ ପ୍ଲାବନକାରୀ ବୃଷ୍ଟି ପରି; ତହିଁରେ ଭକ୍ଷ୍ୟର ଅଭାବ ଘଟେ। 4 ବ୍ୟବସ୍ଥାତ୍ୟାଗକାରୀମାନେ ଦୁଷ୍ଟମାନଙ୍କୁ ପ୍ରଶଂସା କରନ୍ତି,ପୁଣି, ଆଜ୍ଞା ପାଳିବା ଲୋକମାନେ ସେମାନଙ୍କ ସହିତ ବିରୋଧ କରନ୍ତି। 5 ମନ୍ଦ ଲୋକମାନେ ନ୍ୟାୟ ବୁଝନ୍ତି ନାହିଁ,ମାତ୍ର ସଦାପ୍ରଭୁଙ୍କ ଅନ୍ୱେଷଣକାରୀମାନେ ସବୁ ବିଷୟ ବୁଝନ୍ତି। 6 ଦ୍ୱିପଥଗାମୀ କୁଟିଳ ଲୋକ ଧନୀ ହେଲେ ହେଁତାହା ଅପେକ୍ଷା ଆପଣା ସିଦ୍ଧତାରେ ଗମନକାରୀ ଦରିଦ୍ର ଲୋକ ଭଲ। 7 ଯେ ବ୍ୟବସ୍ଥା ମାନେ, ସେ ବୁଦ୍ଧିମାନ ପୁତ୍ର;ପୁଣି, ଯେ ପେଟାର୍ଥୀମାନଙ୍କର ସଙ୍ଗୀ ହୁଏ, ସେ ଆପଣା ପିତାକୁ ଲଜ୍ଜା ଦିଏ। 8 ଯେଉଁ ଲୋକ ସୁଧ ଓ ବୃଦ୍ଧି ଦ୍ୱାରା ଆପଣା ସମ୍ପତ୍ତି ବୃଦ୍ଧି କରେ,ସେ ଦୀନହୀନ ପ୍ରତି ଦୟାକାରୀ ପାଇଁ ତାହା ସଞ୍ଚୟ କରେ। 9 ଯେଉଁ ଲୋକ ବ୍ୟବସ୍ଥା ଶୁଣିବାରୁ ଆପଣା କର୍ଣ୍ଣ ଫେରାଏ,ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ। 10 ଯେଉଁ ଲୋକ ସରଳ ଲୋକକୁ ମନ୍ଦ ପଥରେ ଯିବାକୁ ଭୁଲାଏ,ସେ ସ୍ୱକୃତ ଖାତରେ ଆପେ ପଡ଼ିବ;ମାତ୍ର ସିଦ୍ଧ ଲୋକେ ମଙ୍ଗଳ ଅଧିକାର କରିବେ। 11 ଧନବାନ ଆପଣା ଦୃଷ୍ଟିରେ ଜ୍ଞାନବାନ;ମାତ୍ର ବୁଦ୍ଧିମାନ ଦୀନହୀନ ଲୋକ ତାହାର ପରିଚୟ ନିଏ। 12 ଧାର୍ମିକମାନେ ଜୟ କଲେ ମହାଗୌରବ ହୁଏ;ମାତ୍ର ଦୁଷ୍ଟମାନଙ୍କର ଉନ୍ନତି ହେଲେ ଲୋକେ ଆପଣାକୁ ଲୁଚାନ୍ତି। 13 ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ;ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ। 14 ଯେଉଁ ଲୋକ ସବୁବେଳେ କୁକର୍ମ କରିବାକୁ ଭୟ ରଖେ, ସେ ଧନ୍ୟ;ମାତ୍ର ଯେ ଆପଣା ମନକୁ କଠିନ କରେ, ସେ ଆପଦରେ ପଡ଼ିବ। 15 ଯେପରି ଗର୍ଜ୍ଜନକାରୀ ସିଂହ ଓ ଭ୍ରମଣକାରୀ ଭାଲୁ;ସେପରି ଦୀନହୀନ ପ୍ରଜାଙ୍କ ଉପରେ ଦୁଷ୍ଟ କର୍ତ୍ତା। 16 ଯେଉଁ ଅଧ୍ୟକ୍ଷ ବୁଦ୍ଧିହୀନ, ସେ ମଧ୍ୟ ଅତି ଉପଦ୍ରବୀ ହୁଏ,ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ। 17 ଯେଉଁ ଲୋକ କୌଣସି ଲୋକର ରକ୍ତରେ ଭାରଗ୍ରସ୍ତ ହୁଏ,ସେ ଗର୍ତ୍ତ ପର୍ଯ୍ୟନ୍ତ ପଳାଇବ;କେହି ତାହାକୁ ନ ଅଟକାଉ। 18 ଯେଉଁ ଲୋକ ସିଦ୍ଧ ଭାବରେ ଚାଲେ, ସେ ରକ୍ଷା ପାଏ;ମାତ୍ର ଆପଣା ପଥରେ କୁଟିଳ ଲୋକ ଅକସ୍ମାତ୍ ପଡ଼ିବ। 19 ଆପଣା ଭୂମି ଯେ ଚଷେ, ସେ ଯଥେଷ୍ଟ ଆହାର ପାଇବ;ପୁଣି, ଯେ ଅସାର ଲୋକଙ୍କର ଅନୁଗାମୀ ହୁଏ, ତାହାର ଯଥେଷ୍ଟ ଦରିଦ୍ରତା ହେବ। 20 ବିଶ୍ୱସ୍ତ ଲୋକ ଆଶୀର୍ବାଦରେ ବର୍ଦ୍ଧିଷ୍ଣୁ ହେବ;ମାତ୍ର ଯେ ଧନବାନ ହେବାକୁ ଅତି ଉଦ୍ୟମ କରେ, ସେ ଅଦଣ୍ଡିତ ନୋହିବ। 21 ମୁଖାପେକ୍ଷା କରିବା ଭଲ ନୁହେଁ।କିଅବା ଖଣ୍ଡେ ରୁଟି ପାଇଁ ଅଧର୍ମ କରିବା ଭଲ ନୁହେଁ। 22 କୁଦୃଷ୍ଟି ଲୋକ ସମ୍ପତ୍ତି ପଛେ ଦୌଡ଼େ,ମାତ୍ର ତାହାକୁ ଅଭାବ ଆକ୍ରମଣ କରିବ ବୋଲି ସେ ଜାଣେ ନାହିଁ। 23 ଜିହ୍ୱାରେ ଚାଟୁବାଦ କରିବା ଲୋକ ଅପେକ୍ଷାମନୁଷ୍ୟକୁ ଅନୁଯୋଗ କରିବା ଲୋକ ଶେଷରେ ଅଧିକ ଅନୁଗ୍ରହ ପାଏ। 24 ଯେ ଆପଣା ପିତା କିମ୍ବା ମାତାର ଦ୍ରବ୍ୟ ଅପହରଣ କରି କହେ, ଏଥିରେ କିଛି ଅଧର୍ମ ନାହିଁ,ସେ ସଂହାର କର ସଙ୍ଗୀ। 25 ବହୁପ୍ରତ୍ୟାଶୀ ପ୍ରାଣ ବିବାଦ ଜନ୍ମାଏ,ମାତ୍ର ଯେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖେ, ସେ ହୃଷ୍ଟପୁଷ୍ଟ ହେବ। 26 ଯେ ଆପଣା ଅନ୍ତଃକରଣରେ ନିର୍ଭର ରଖେ, ସେ ମୂର୍ଖ;ମାତ୍ର ଯେ ଜ୍ଞାନରେ ଚାଲେ, ସେ ରକ୍ଷା ପାଇବ। 27 ଯେ ଦରିଦ୍ରକୁ ଦାନ କରେ, ତାହାର ଅଭାବ ହେବ ନାହିଁ;ମାତ୍ର ଯେ ଆପଣା ଚକ୍ଷୁ ମୁଦେ, ସେ ଅନେକ ଅଭିଶାପ ପାଇବ। 28 ଦୁଷ୍ଟମାନେ ଉନ୍ନତ ହେଲେ, ଲୋକେ ଆପଣାମାନଙ୍କୁ ଲୁଚାନ୍ତି;ମାତ୍ର ସେମାନେ ବିନଷ୍ଟ ହେଲେ, ଧାର୍ମିକଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି।
In Other Versions
Proverbs 28 in the ANGEFD
Proverbs 28 in the ANTPNG2D
Proverbs 28 in the AS21
Proverbs 28 in the BAGH
Proverbs 28 in the BBPNG
Proverbs 28 in the BBT1E
Proverbs 28 in the BDS
Proverbs 28 in the BEV
Proverbs 28 in the BHAD
Proverbs 28 in the BIB
Proverbs 28 in the BLPT
Proverbs 28 in the BNT
Proverbs 28 in the BNTABOOT
Proverbs 28 in the BNTLV
Proverbs 28 in the BOATCB
Proverbs 28 in the BOATCB2
Proverbs 28 in the BOBCV
Proverbs 28 in the BOCNT
Proverbs 28 in the BOECS
Proverbs 28 in the BOGWICC
Proverbs 28 in the BOHCB
Proverbs 28 in the BOHCV
Proverbs 28 in the BOHLNT
Proverbs 28 in the BOHNTLTAL
Proverbs 28 in the BOICB
Proverbs 28 in the BOILNTAP
Proverbs 28 in the BOITCV
Proverbs 28 in the BOKCV
Proverbs 28 in the BOKCV2
Proverbs 28 in the BOKHWOG
Proverbs 28 in the BOKSSV
Proverbs 28 in the BOLCB
Proverbs 28 in the BOLCB2
Proverbs 28 in the BOMCV
Proverbs 28 in the BONAV
Proverbs 28 in the BONCB
Proverbs 28 in the BONLT
Proverbs 28 in the BONUT2
Proverbs 28 in the BOPLNT
Proverbs 28 in the BOSCB
Proverbs 28 in the BOSNC
Proverbs 28 in the BOTLNT
Proverbs 28 in the BOVCB
Proverbs 28 in the BOYCB
Proverbs 28 in the BPBB
Proverbs 28 in the BPH
Proverbs 28 in the BSB
Proverbs 28 in the CCB
Proverbs 28 in the CUV
Proverbs 28 in the CUVS
Proverbs 28 in the DBT
Proverbs 28 in the DGDNT
Proverbs 28 in the DHNT
Proverbs 28 in the DNT
Proverbs 28 in the ELBE
Proverbs 28 in the EMTV
Proverbs 28 in the ESV
Proverbs 28 in the FBV
Proverbs 28 in the FEB
Proverbs 28 in the GGMNT
Proverbs 28 in the GNT
Proverbs 28 in the HARY
Proverbs 28 in the HNT
Proverbs 28 in the IRVA
Proverbs 28 in the IRVB
Proverbs 28 in the IRVG
Proverbs 28 in the IRVH
Proverbs 28 in the IRVK
Proverbs 28 in the IRVM
Proverbs 28 in the IRVM2
Proverbs 28 in the IRVP
Proverbs 28 in the IRVT
Proverbs 28 in the IRVT2
Proverbs 28 in the IRVU
Proverbs 28 in the ISVN
Proverbs 28 in the JSNT
Proverbs 28 in the KAPI
Proverbs 28 in the KBT1ETNIK
Proverbs 28 in the KBV
Proverbs 28 in the KJV
Proverbs 28 in the KNFD
Proverbs 28 in the LBA
Proverbs 28 in the LBLA
Proverbs 28 in the LNT
Proverbs 28 in the LSV
Proverbs 28 in the MAAL
Proverbs 28 in the MBV
Proverbs 28 in the MBV2
Proverbs 28 in the MHNT
Proverbs 28 in the MKNFD
Proverbs 28 in the MNG
Proverbs 28 in the MNT
Proverbs 28 in the MNT2
Proverbs 28 in the MRS1T
Proverbs 28 in the NAA
Proverbs 28 in the NASB
Proverbs 28 in the NBLA
Proverbs 28 in the NBS
Proverbs 28 in the NBVTP
Proverbs 28 in the NET2
Proverbs 28 in the NIV11
Proverbs 28 in the NNT
Proverbs 28 in the NNT2
Proverbs 28 in the NNT3
Proverbs 28 in the PDDPT
Proverbs 28 in the PFNT
Proverbs 28 in the RMNT
Proverbs 28 in the SBIAS
Proverbs 28 in the SBIBS
Proverbs 28 in the SBIBS2
Proverbs 28 in the SBICS
Proverbs 28 in the SBIDS
Proverbs 28 in the SBIGS
Proverbs 28 in the SBIHS
Proverbs 28 in the SBIIS
Proverbs 28 in the SBIIS2
Proverbs 28 in the SBIIS3
Proverbs 28 in the SBIKS
Proverbs 28 in the SBIKS2
Proverbs 28 in the SBIMS
Proverbs 28 in the SBIOS
Proverbs 28 in the SBIPS
Proverbs 28 in the SBISS
Proverbs 28 in the SBITS
Proverbs 28 in the SBITS2
Proverbs 28 in the SBITS3
Proverbs 28 in the SBITS4
Proverbs 28 in the SBIUS
Proverbs 28 in the SBIVS
Proverbs 28 in the SBT
Proverbs 28 in the SBT1E
Proverbs 28 in the SCHL
Proverbs 28 in the SNT
Proverbs 28 in the SUSU
Proverbs 28 in the SUSU2
Proverbs 28 in the SYNO
Proverbs 28 in the TBIAOTANT
Proverbs 28 in the TBT1E
Proverbs 28 in the TBT1E2
Proverbs 28 in the TFTIP
Proverbs 28 in the TFTU
Proverbs 28 in the TGNTATF3T
Proverbs 28 in the THAI
Proverbs 28 in the TNFD
Proverbs 28 in the TNT
Proverbs 28 in the TNTIK
Proverbs 28 in the TNTIL
Proverbs 28 in the TNTIN
Proverbs 28 in the TNTIP
Proverbs 28 in the TNTIZ
Proverbs 28 in the TOMA
Proverbs 28 in the TTENT
Proverbs 28 in the UBG
Proverbs 28 in the UGV
Proverbs 28 in the UGV2
Proverbs 28 in the UGV3
Proverbs 28 in the VBL
Proverbs 28 in the VDCC
Proverbs 28 in the YALU
Proverbs 28 in the YAPE
Proverbs 28 in the YBVTP
Proverbs 28 in the ZBP