Luke 21 (SNT)
1 ତାର୍ ପଚେ ଜିସୁ ଚାରିବେଡ୍ତି ଦେକ୍ଲା ଆରି ସାଉକାର୍ ଲକ୍ମନ୍ ମନ୍ଦିରର୍ ପେଟିଆଟାନେ ଦାନ୍ ଦେବାଟା ଦେକ୍ଲା । 2 ସେବେଲା ଗଟେକ୍ ଅର୍କିତ୍ ରାଣ୍ଡି ମାଇଜି ମିସା ଜଡେକ୍ ତାମାକାସୁ ଦେବାଟା ଜିସୁ ଦେକ୍ଲା । 3 “ମୁଇ ତମ୍କେ ସତ୍ କାତା କଇଲିନି, ସବୁ ଲକର୍ଟାନେଅନି ଏ ରାଣ୍ଡିମାଇଜି ଅଦିକ୍ ଦେଲା ଆଚେ । 4 କାଇକେ ବଇଲେ ସାଉକାର୍ ଲକ୍ମନ୍ ନିଜର୍ ନିଜର୍ ଅଗଲ୍ଲା ଦନ୍ତେଇଅନି ଅଲପ୍ ଅଲପ୍ ଦେଲାଇ ଆଚତ୍ । ମାତର୍ ଏ, ନିଜେ ବଁଚ୍ବା ପାଇ ତାର୍ ଜେତ୍କି ରଇଲା ସବୁ ଦେଲା ଆଚେ ।” 5 କେତେଟା ସିସ୍ମନ୍ ମନ୍ଦିରର୍ ବିସଇ ନେଇକରି ନିଆଇ କର୍ତେ ରଇଲାଇ । “ତେଇ ଲାଦିରଇବା ସୁନ୍ଦର୍ ସୁନ୍ଦର୍ ପାକ୍ନା ଆରି ପର୍ମେସର୍କେ ସର୍ପି ଦେଲା ଦାନ୍ ସଙ୍ଗ୍ କେତେକ୍ ସୁନ୍ଦର୍ ଗର୍ ବାନ୍ଦ୍ଲାଇ ଆଚତ୍” ବଲି କାତାଅଇତେ ରଇଲାଇ । 6 “ଏନ୍ତି ଦିନ୍ ଆଇସି, ଏବେ ତମେ କାଇ କାଇଟା ଦେକ୍ଲାସ୍ନି ସେଟା ସବୁ କୁରୁପ୍ନାସ୍ ଜାଇସି । ଗଟେକ୍ ପାକ୍ନା ମିସା ତାର୍ ଜାଗାଇ ନ ରଏ । ସବୁ ମାଟିତେଇ ମିସି ଜାଇସି ।” 7 ତାର୍ ପଚେ ସେମନ୍ ଜିସୁକେ ପାଚାର୍ଲାଇ, “ଏ ଗୁରୁ, ଏଟା ସବୁ କେବେ ଅଇସି ? ଆରି ଏ ସବୁ ଗଟ୍ନା କେଟ୍ବା ଆଗ୍ତୁ ସେଟା କେଡେବଲ୍ ଅଇସି ବଲି କେନ୍ତି ଚିନି ଅଇସି ?” 8 ଜିସୁ ସେମନ୍କେ କଇଲା, “ଜାଗ୍ରତ୍ଅଇକରି ରୁଆ, ନାଡାଇ ଉଆ ନାଇ । ବେସି ଲକ୍ ମର୍ ନାଉଁଦାରି ଆସି କଇବାଇ, ‘ମୁଇ ସେ ଆକା ।’ ବେଲା କେଟ୍ଲା ଆଚେ, ମାତର୍ ତମେ ସେମନର୍ ପଚେ ଜାଆ ନାଇ । 9 ଆରି କେବେ ତମେ ଜୁଇଦ୍ ଆରି କିରମାର ଅଇବାଟା ସୁନ୍ସା, ସେବେଲା ଡରା ନାଇ । କାଇକେ ବଇଲେ ଏ ସବୁ ଗଟ୍ନା ଆଗ୍ତୁ ଅଇସିସେ । ମାତର୍ ଏ ଦୁନିଆର୍ ସେସ୍ ଦିନ୍ ସେଦାପ୍ରେ ନ ଆସେ ।” 10 ଆରି ଜିସୁ କଇଲା, “ଦେସ୍ ବିରୁଦେ ଦେସ୍ ଆରି ଜାତି ବିରୁଦେ ଜାତି ଉଟ୍ସି । 11 ଦର୍ତନି ଚୁଲ୍ବୁଲ୍ସି । ବଡ୍ ରଗ୍ମନ୍ ଅଇସି ଆରି ଆକାସେ କେବେ ନ ଅଇବା କାବା ଅଇଜିବା ଚିନ୍ମନ୍ ଡିସ୍ସି । 12 ମାତର୍ ଏ ସବୁ ବିସଇ ନ ଅଇବା ଆଗ୍ତୁ, ତମ୍କେ ବାନ୍ଦିକରି ନେଇ ସାସ୍ତି ଦେବାଇ, ପାର୍ତନା ଗର୍ମନ୍କେ ବିଚାର୍ କରି ବନ୍ଦିଗରେ ପାକାଇବାକେ ସର୍ପିଦେବାଇ । ମର୍ପାଇ ତମେ ରାଜା ଆରି ସାସନ୍ କାରିଆମନର୍ ମୁଆଟେ ଟିଆ ଅଇସା । 13 ମର୍ ବିସଇ ତମେ ବିନ୍ ଲକ୍ମନ୍କେ କଇବାକେ ଗଟେକ୍ ସମାନ୍ ବେଲା ଅଇସି । 14 ତେବର୍ ପାଇ ‘ମୁଇ ନିଜ୍କେ କେନ୍ତି ରକିଆ କର୍ବି ?’ ସେ ବିସଇ ବାବିକରି ଆଗେଅନି ଚିନ୍ତା କରା ନାଇ । 15 କାଇକେ ବଇଲେ ମୁଇ ତମ୍କେ ଟିକ୍ପଦ୍ କଇବାକେ ଗିଆନ୍ ଦେବି । ତମ୍କେ ବିରଦ୍ କର୍ବା ଲକ୍ମନ୍ ସେ ଗିଆନର୍ ବାଦୁଲେ କାଇଟା କଇନାପାରତ୍ । 16 ଆରି ତମର୍ ମାଆ ବାବା, ବାଇ, ନିଜର୍ ଲାଗାର୍ ଲିତାର୍ ଲକ୍, ମଇତର୍ମନ୍ ଆରି କୁଟୁମର୍ ଲକ୍ମନ୍, ତମ୍କେ ବିରଦିମନ୍କେ ସର୍ପି ଦେବାଇ ଆରି ତମର୍ ବିତ୍ରେ ଅନି କେତେ ଲକ୍କେ ମରାଇଦେବାଇ । 17 ତମେ ମର୍ତେଇ ବିସ୍ବାସ୍ କଲାସ୍ନି ବଲି ଗୁଲାଇ ଲକ୍ମନ୍ ତମ୍କେ ଇନ୍ କର୍ବାଇ । 18 ମାତର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ନ ନସେ । 19 ତମେ ଡାଟ୍ଅଇ ରଇଲେ ଏ ସବୁ ବିସଇ ମୁର୍ଚିକରି, ତମର୍ ଆତ୍ମାକେ ରକିଆ କର୍ସା ।” 20 “ମାତର୍ ଜେଡେବଲ୍ ତମେ ଜିରୁସାଲମ୍ ଗଡେ ବିରଦି ସନିଅମନ୍ ଚାରିବେଡ୍ତି କିନ୍ଦ୍ରି ରଇବାଟା ଦେକ୍ସା ବଇଲେ, ସେବେଲା ଜିରୁସାଲାମ୍ ନସ୍ଟ ଅଇବା ବେଲା ଲଗେ କେଟ୍ଲା ବଲି ଜାନା । 21 ସେବେଲାଇ କେ କେ ଜିଉଦା ଦେସେ ରଇବାଇ, ସେମନ୍ ଡଙ୍ଗର୍ ବିତ୍ରେ ପାଲାଅତ୍ । କେ କେ ଗଡ୍ ବିତ୍ରେ ରଇବାଇ ସେମନ୍ କେନେ ମିସା ବଁଚ୍ବାକେ ପାଲାଅତ୍ । କେ କେ ଗଡ୍ ବାଇରେ ରଇବାଇ ସେମନ୍ ଗଡ୍ ବିତ୍ରେ ନ ପୁରତ୍ । 22 କାଇକେ ବଇଲେ ସେଟା ସାସ୍ତରର୍ ସବୁ ବିସଇ ଜେନ୍ତିକି ସିଦ୍ ଅଇସି, ସେଟାର୍ ପାଇ ସେ ଦିନ୍ମନ୍ ବେସି ଡଣ୍ଡ୍ ପାଇବା ଦିନ୍ମନ୍ ଅଇସି । 23 ସେ ଦିନ୍ମନ୍କେ ଗାଗ୍ଡେ ରଇବା ମାଇଜିମନ୍ ଆରି ଦୁଦ୍ କୁଆଇତେରଇବା ମାଆମନର୍ କେତେକ୍ ଦୁକର୍ ଦିନ୍ ଅଇସି । ଏ ଦେସର୍ ଲକ୍ମନ୍କେ ଅପର୍ବଲ୍ ଦୁକ୍ ଆଇସି ଆରି ସେମନ୍ ଡଣ୍ଡ୍ ପାଇବାଇ । 24 କେତେ ଲକ୍କେ କାଣ୍ଡାର୍ଦାର୍ ସଙ୍ଗ୍ ମରାଇବାଇ ଆରି କେତେ ଲକ୍ମନ୍କେ ବନ୍ଦିକରି ବିନ୍ବିନ୍ ଦେସେ ଦାରିଜିବାଇ । ଜିଉଦି ନଇଲା ଲକ୍ମନର୍ ବେଲା ନ ସାର୍ବାଜାକ ଜିରୁସାଲାମ୍ ବିନାସ୍ କର୍ବାକେ ଚାଡିଦେବାଇ ।” 25 “ବାଦ୍ଲେ, ବେଲ୍ଟାନେ, ଜନ୍ଟାନେ ତାରାମନର୍ଟାନେ କେବେ ନ ଡିସ୍ବା ଚିନ୍ମନ୍ ଡିସ୍ସି । ଦୁନିଆର୍ ସବୁ ଦେସର୍ ଲକ୍, ବେସି ଦୁକ୍ କସ୍ଟ ପାଇବାଇ । ଜେଡେବେଲା ସମ୍ଦୁରର୍ ବଡ୍ ଲଅଡି ଗରଜ୍ଲେ ଲକ୍ମନ୍ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ବାୟାବିକଲ୍ ଅଇଜିବାଇ । 26 ଆରି ଲକ୍ମନ୍ ଦୁନିଆଇ ଆଇବା ସବୁ ଗଟ୍ନା ଦେକିକରି ‘କାଇକେ ଏନ୍ତି ଅଇଲାନି ?’ ବଲି ଡରିକରି କେତେ ଲକ୍ ମୁର୍ଚା ଅଇଜିବାଇ । କାଇକେ ବଇଲେ ଆକାସେ ରଇଲା ସବୁ ବିସଇ ପର୍ମେସର ଚୁଲ୍ବୁଲାଇ ଦେଇସି । 27 ସେବେଲାଇ ଲକ୍ମନ୍ ପର୍ମେସର୍ ତେଇଅନି ଆସିରଇବା ନର୍ପିଲା ମୁଇ, ବେସି ବପୁସଙ୍ଗ୍ ଆରି ଡାକ୍ପୁଟାଅଇକରି ବାଦ୍ଲେ ଆଇବାଟା ଦେକ୍ବାଇ । 28 ମାତର୍ ଏ ସବୁ ଗଟ୍ନା ଆରାମ୍ ଅଇଲେ ତମେ ଡାଟ୍ସଙ୍ଗ୍ ଟିଆଅଇ ଉପ୍ରେ ଦେକା । କାଇକେ ବଇଲେ ତମର୍ ରକିଆ ପାଇବା ଦିନ୍ ଲଗେ ଆଚେ ।” 29 ଆରି ଜିସୁ ସେମନ୍କେ ଗଟେକ୍ ଉଦାଅରନ୍ କଇଲା, “ଡୁମ୍ରି ଗଚ୍ ଆରି ବିନ୍ ସବୁ ଗଚର୍ କାତା ଚିନ୍ତା କରା । 30 ଜେଡେବେଲେ ତାର୍ କେନ୍ଦିଅନି ପତର୍ ପାଲୁଆନି କର୍ସି, ଆରି କାଁଚାପତ୍ରିଆ ଡିସ୍ଲେ କାରାଦିନ୍ କେଟ୍ଲା ବଲି ତମେ ଜାନ୍ସା । 31 ସେନ୍ତାରିସେ ଏ ସବୁ ବିସଇ ଅଇବାଟା ଦେକ୍ଲେ ପର୍ମେସରର୍ ରାଇଜ୍ କେଟି ଆଇଲା ବଲି ଜାନ୍ସା ।” 32 “ମୁଇ ତମ୍କେ ସତ୍କାତା କଇଲିନି । ମନେ ରକା, ଏବେ ଜିବନ୍ ରଇବା ସବୁ ଲକ୍ମନର୍ ମରନ୍ ଅଇବା ଆଗ୍ତୁ ଏ ସବୁ ଗଟ୍ସି । 33 ସରଗ୍ ଆରି ମଚ୍ପୁର୍ ନସି ଜାଇସି, ମାତର୍ ମର୍ ବାକିଅ କେବେ ନ ନସେ ।” 34 “ମାତର୍ ତମେ ନିଜର୍ ନିଜର୍ ବିସଇ ନେଇକରି ଜାଗ୍ରତ୍ ରୁଆ । ତମର୍ ମନ୍ ସବୁବେଲାଇ ବଜିବାତ୍ କରି ମଦ୍ ପେଣ୍ଡମ୍ କାଇବା ବିସଇ ଆରି କେନ୍ତାର୍ ଜିଇବାର୍ ଅଇସି କେନ୍ତାର୍ ନାଇ ବଲି ଚିନ୍ତାକରି ରଇଲାବେଲେ, ସେ ଦିନ୍ ଅଟାତ୍ ପାନ୍ଦ୍ ପାରା ଆସି ଲାଗିଜାଇସି । 35 ସେନ୍ତାରିସେ ଏ ଦୁନିଆର୍ ସବୁ ଲକ୍କେ ସେଟା ଗଟ୍ସି । 36 ସେ ଦିନ୍ମନ୍କେ ଗଟ୍ବା ସବୁ ବିସଇ ଦେଇ, କାଇ ବିପଦ୍ ନ ଅଇ ଜିବାକେ ଆରି ପର୍ମେସର୍ ପାଟାଇରଇବା ନର୍ପିଲା ମର୍ ମୁଆଟେ ଟିଆ ଅଇବାକେ, ପାର୍ତନା କରି ଜାଗରତ୍ ଅଇରୁଆ ।” 37 ଜିସୁ ସେ ଦିନ୍ମନ୍କେ ମନ୍ଦିରେ ଜାଇ ନିମାନ୍ କାତା ସିକାଇ ଦେଇତେ ରଇଲା । ଆରି ତାର୍ ସିସ୍ମନର୍ ସଙ୍ଗ୍ ସବୁ ରାତି ବାରିଜାଇ ଜିତ୍ ନାଉଁର୍ ଡଙ୍ଗ୍ରେ ବିତାଇତେ ରଇଲା । 38 ବେସି ଲକ୍ ଜିସୁର୍ କାତା ସୁନ୍ବାକେ ସବୁ ଦିନ୍ ସାକାଲେ ମନ୍ଦିରେ ଜାଇତେରଇଲାଇ ।