1 Samuel 7 (IRVO)
1 ଏଥିଉତ୍ତାରେ କିରୀୟଥ୍-ଯିୟାରୀମୀୟ ଲୋକମାନେ ଆସି ସଦାପ୍ରଭୁଙ୍କ ସିନ୍ଦୁକ ନେଇଯାଇ ପର୍ବତସ୍ଥିତ ଅବୀନାଦବର ଗୃହରେ ରଖିଲେ; ପୁଣି, ସଦାପ୍ରଭୁଙ୍କ ସିନ୍ଦୁକରକ୍ଷାର୍ଥେ ତାହାର ପୁତ୍ର ଇଲୀୟାସରକୁ ପବିତ୍ର କଲେ। 2 ସିନ୍ଦୁକ କିରୀୟଥ୍-ଯିୟାରୀମ୍ରେ ବାସ କରିବା ଦିନାବଧି ଦୀର୍ଘ କାଳ, ଅର୍ଥାତ୍, କୋଡ଼ିଏ ବର୍ଷ ଗତ ହେଲା; ଏଥିରେ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍ ବିଳାପ କଲେ। 3 ତହିଁରେ ଶାମୁୟେଲ ସମୁଦାୟ ଇସ୍ରାଏଲ ବଂଶକୁ କହିଲେ, “ଯେବେ ତୁମ୍ଭେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣାମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର; ତହିଁରେ ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବେ।” 4 ତେବେ ଇସ୍ରାଏଲ-ସନ୍ତାନଗଣ ବାଲ୍-ଦେବତାମାନଙ୍କୁ ଓ ଅଷ୍ଟାରୋତ୍ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ। 5 ଏଥିଉତ୍ତାରେ ଶାମୁୟେଲ କହିଲେ, “ତୁମ୍ଭେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପାରେ ଏକତ୍ର କର, ତହିଁରେ ମୁଁ ତୁମ୍ଭମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି।” 6 ତହୁଁ ସେମାନେ ମିସ୍ପାରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହି ଦିନ ଉପବାସ କରି ସେହିଠାରେ କହିଲେ, “ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ।” ଏଉତ୍ତାରେ ଶାମୁୟେଲ ମିସ୍ପାରେ ଇସ୍ରାଏଲ-ସନ୍ତାନଗଣର ବିଚାର କଲେ। 7 ଏଥିମଧ୍ୟରେ ଇସ୍ରାଏଲ-ସନ୍ତାନଗଣ ମିସ୍ପାରେ ଏକତ୍ରିତ ହୋଇଅଛନ୍ତି, ପଲେଷ୍ଟୀୟମାନେ ଏହି କଥା ଶୁଣନ୍ତେ, ପଲେଷ୍ଟୀୟମାନଙ୍କ ଅଧିପତିଗଣ ଇସ୍ରାଏଲ ବିରୁଦ୍ଧରେ ଉଠି ଆସିଲେ। ତହିଁରେ ଇସ୍ରାଏଲ-ସନ୍ତାନଗଣ ତାହା ଶୁଣି ପଲେଷ୍ଟୀୟମାନଙ୍କ ସମ୍ମୁଖରେ ଭୀତ ହେଲେ। 8 ପୁଣି, ଇସ୍ରାଏଲ-ସନ୍ତାନଗଣ ଶାମୁୟେଲଙ୍କୁ କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କୁ ପଲେଷ୍ଟୀୟମାନଙ୍କ ହସ୍ତରୁ ରକ୍ଷା କରିବେ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ନ ହୁଅ।” 9 ତହୁଁ ଶାମୁୟେଲ ଏକ ଦୁଗ୍ଧପୋଷ୍ୟ ମେଷବତ୍ସ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁଦାୟ ହୋମବଳି ଉତ୍ସର୍ଗ କଲେ; ଆଉ ଶାମୁୟେଲ ଇସ୍ରାଏଲ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ ଓ ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ। 10 ପୁଣି, ଶାମୁୟେଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ସେଦିନ ପଲେଷ୍ଟୀୟମାନଙ୍କ ଉପରେ ମହାରବରେ ମେଘ ଗର୍ଜ୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ; ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ। 11 ତହୁଁ ଇସ୍ରାଏଲ ଲୋକମାନେ ମିସ୍ପାରୁ ବାହାରି ପଲେଷ୍ଟୀୟମାନଙ୍କ ପଛେ ପଛେ ଗୋଡ଼ାଇ ବେଥ୍-କର ତଳ ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ। 12 ତହିଁରେ ଶାମୁୟେଲ ଖଣ୍ଡେ ପଥର ନେଇ ମିସ୍ପା ଓ ଶେନ ମଧ୍ୟସ୍ଥାନରେ ସ୍ଥାପନ କରି ତହିଁର ନାମ ଏବନ୍-ଏଜର (ଉପକାର ସ୍ମରଣାର୍ଥକ ପ୍ରସ୍ତର) ରଖି କହିଲେ, “ଏପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କର ଉପକାର କରିଅଛନ୍ତି।” 13 ଏହି ପ୍ରକାରେ ପଲେଷ୍ଟୀୟମାନେ ବଶୀଭୂତ ହୋଇ ଇସ୍ରାଏଲର ଅଞ୍ଚଳ ମଧ୍ୟକୁ ଆଉ ଆସିଲେ ନାହିଁ; ପୁଣି, ଶାମୁୟେଲଙ୍କର ଯାବଜ୍ଜୀବନ ସଦାପ୍ରଭୁଙ୍କ ହସ୍ତ ପଲେଷ୍ଟୀୟମାନଙ୍କର ପ୍ରତିକୂଳ ହେଲା। 14 ଆଉ ପଲେଷ୍ଟୀୟମାନେ ଇସ୍ରାଏଲଠାରୁ ଯେସମସ୍ତ ନଗର ହରଣ କରିଥିଲେ, ଇକ୍ରୋଣଠାରୁ ଗାଥ୍ ପର୍ଯ୍ୟନ୍ତ ସେସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା; ପୁଣି, ଇସ୍ରାଏଲ ପଲେଷ୍ଟୀୟମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ। ଏଉତ୍ତାରେ ଇସ୍ରାଏଲ ଓ ଇମୋରୀୟମାନଙ୍କ ମଧ୍ୟରେ ସନ୍ଧି ହେଲା। 15 ଶାମୁୟେଲ ଆପଣାର ଯାବଜ୍ଜୀବନ ଇସ୍ରାଏଲର ବିଚାର କଲେ। 16 ସେ ପ୍ରତି ବର୍ଷ ବେଥେଲ୍ ଓ ଗିଲ୍ଗଲ୍ ଓ ମିସ୍ପାରେ ଭ୍ରମଣ କରି ସେସବୁ ସ୍ଥାନରେ ଇସ୍ରାଏଲର ବିଚାର କରୁଥିଲେ। 17 ପୁଣି, ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରି ଆସୁଥିଲେ ଓ ସେଠାରେ ଇସ୍ରାଏଲ ବଂଶର ବିଚାର କରୁଥିଲେ; ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ।
In Other Versions
1 Samuel 7 in the ANGEFD
1 Samuel 7 in the ANTPNG2D
1 Samuel 7 in the AS21
1 Samuel 7 in the BAGH
1 Samuel 7 in the BBPNG
1 Samuel 7 in the BBT1E
1 Samuel 7 in the BDS
1 Samuel 7 in the BEV
1 Samuel 7 in the BHAD
1 Samuel 7 in the BIB
1 Samuel 7 in the BLPT
1 Samuel 7 in the BNT
1 Samuel 7 in the BNTABOOT
1 Samuel 7 in the BNTLV
1 Samuel 7 in the BOATCB
1 Samuel 7 in the BOATCB2
1 Samuel 7 in the BOBCV
1 Samuel 7 in the BOCNT
1 Samuel 7 in the BOECS
1 Samuel 7 in the BOGWICC
1 Samuel 7 in the BOHCB
1 Samuel 7 in the BOHCV
1 Samuel 7 in the BOHLNT
1 Samuel 7 in the BOHNTLTAL
1 Samuel 7 in the BOICB
1 Samuel 7 in the BOILNTAP
1 Samuel 7 in the BOITCV
1 Samuel 7 in the BOKCV
1 Samuel 7 in the BOKCV2
1 Samuel 7 in the BOKHWOG
1 Samuel 7 in the BOKSSV
1 Samuel 7 in the BOLCB
1 Samuel 7 in the BOLCB2
1 Samuel 7 in the BOMCV
1 Samuel 7 in the BONAV
1 Samuel 7 in the BONCB
1 Samuel 7 in the BONLT
1 Samuel 7 in the BONUT2
1 Samuel 7 in the BOPLNT
1 Samuel 7 in the BOSCB
1 Samuel 7 in the BOSNC
1 Samuel 7 in the BOTLNT
1 Samuel 7 in the BOVCB
1 Samuel 7 in the BOYCB
1 Samuel 7 in the BPBB
1 Samuel 7 in the BPH
1 Samuel 7 in the BSB
1 Samuel 7 in the CCB
1 Samuel 7 in the CUV
1 Samuel 7 in the CUVS
1 Samuel 7 in the DBT
1 Samuel 7 in the DGDNT
1 Samuel 7 in the DHNT
1 Samuel 7 in the DNT
1 Samuel 7 in the ELBE
1 Samuel 7 in the EMTV
1 Samuel 7 in the ESV
1 Samuel 7 in the FBV
1 Samuel 7 in the FEB
1 Samuel 7 in the GGMNT
1 Samuel 7 in the GNT
1 Samuel 7 in the HARY
1 Samuel 7 in the HNT
1 Samuel 7 in the IRVA
1 Samuel 7 in the IRVB
1 Samuel 7 in the IRVG
1 Samuel 7 in the IRVH
1 Samuel 7 in the IRVK
1 Samuel 7 in the IRVM
1 Samuel 7 in the IRVM2
1 Samuel 7 in the IRVP
1 Samuel 7 in the IRVT
1 Samuel 7 in the IRVT2
1 Samuel 7 in the IRVU
1 Samuel 7 in the ISVN
1 Samuel 7 in the JSNT
1 Samuel 7 in the KAPI
1 Samuel 7 in the KBT1ETNIK
1 Samuel 7 in the KBV
1 Samuel 7 in the KJV
1 Samuel 7 in the KNFD
1 Samuel 7 in the LBA
1 Samuel 7 in the LBLA
1 Samuel 7 in the LNT
1 Samuel 7 in the LSV
1 Samuel 7 in the MAAL
1 Samuel 7 in the MBV
1 Samuel 7 in the MBV2
1 Samuel 7 in the MHNT
1 Samuel 7 in the MKNFD
1 Samuel 7 in the MNG
1 Samuel 7 in the MNT
1 Samuel 7 in the MNT2
1 Samuel 7 in the MRS1T
1 Samuel 7 in the NAA
1 Samuel 7 in the NASB
1 Samuel 7 in the NBLA
1 Samuel 7 in the NBS
1 Samuel 7 in the NBVTP
1 Samuel 7 in the NET2
1 Samuel 7 in the NIV11
1 Samuel 7 in the NNT
1 Samuel 7 in the NNT2
1 Samuel 7 in the NNT3
1 Samuel 7 in the PDDPT
1 Samuel 7 in the PFNT
1 Samuel 7 in the RMNT
1 Samuel 7 in the SBIAS
1 Samuel 7 in the SBIBS
1 Samuel 7 in the SBIBS2
1 Samuel 7 in the SBICS
1 Samuel 7 in the SBIDS
1 Samuel 7 in the SBIGS
1 Samuel 7 in the SBIHS
1 Samuel 7 in the SBIIS
1 Samuel 7 in the SBIIS2
1 Samuel 7 in the SBIIS3
1 Samuel 7 in the SBIKS
1 Samuel 7 in the SBIKS2
1 Samuel 7 in the SBIMS
1 Samuel 7 in the SBIOS
1 Samuel 7 in the SBIPS
1 Samuel 7 in the SBISS
1 Samuel 7 in the SBITS
1 Samuel 7 in the SBITS2
1 Samuel 7 in the SBITS3
1 Samuel 7 in the SBITS4
1 Samuel 7 in the SBIUS
1 Samuel 7 in the SBIVS
1 Samuel 7 in the SBT
1 Samuel 7 in the SBT1E
1 Samuel 7 in the SCHL
1 Samuel 7 in the SNT
1 Samuel 7 in the SUSU
1 Samuel 7 in the SUSU2
1 Samuel 7 in the SYNO
1 Samuel 7 in the TBIAOTANT
1 Samuel 7 in the TBT1E
1 Samuel 7 in the TBT1E2
1 Samuel 7 in the TFTIP
1 Samuel 7 in the TFTU
1 Samuel 7 in the TGNTATF3T
1 Samuel 7 in the THAI
1 Samuel 7 in the TNFD
1 Samuel 7 in the TNT
1 Samuel 7 in the TNTIK
1 Samuel 7 in the TNTIL
1 Samuel 7 in the TNTIN
1 Samuel 7 in the TNTIP
1 Samuel 7 in the TNTIZ
1 Samuel 7 in the TOMA
1 Samuel 7 in the TTENT
1 Samuel 7 in the UBG
1 Samuel 7 in the UGV
1 Samuel 7 in the UGV2
1 Samuel 7 in the UGV3
1 Samuel 7 in the VBL
1 Samuel 7 in the VDCC
1 Samuel 7 in the YALU
1 Samuel 7 in the YAPE
1 Samuel 7 in the YBVTP
1 Samuel 7 in the ZBP