2 Thessalonians 1 (IRVO)
1 ପାଉଲ, ସିଲ୍ୱାନ ଓ ତୀମଥି ଆମ୍ଭମାନଙ୍କ ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ଥିବା ଥେସଲନୀକୀ ସହରର ମଣ୍ଡଳୀ ନିକଟକୁ ପତ୍ର; 2 ପିତା ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ପ୍ରତି ହେଉ। 3 ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ବରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମ୍ଭମାନଙ୍କ କର୍ତ୍ତବ୍ୟ, ଆଉ ତାହା ଉପଯୁକ୍ତ ଅଟେ। କାରଣ ତୁମ୍ଭମାନଙ୍କ ବିଶ୍ୱାସ ଅତିଶୟ ବୃଦ୍ଧି ପାଉଅଛି, ପୁଣି, ପରସ୍ପର ପ୍ରତି ତୁମ୍ଭ ସମସ୍ତଙ୍କ ପ୍ରତ୍ୟେକର ପ୍ରେମ ବଢ଼ୁଅଛି, 4 ଏପରିକି ତୁମ୍ଭେମାନେ ଯେଉଁ ସମସ୍ତ ତାଡ଼ନା ଓ କଷ୍ଟ ଭୋଗୁଅଛ, ସେଥିମଧ୍ୟରେ ତୁମ୍ଭମାନଙ୍କର ସହିଷ୍ଣୁତା ଓ ବିଶ୍ୱାସ ନିମନ୍ତେ ଆମ୍ଭେମାନେ ନିଜେ ଈଶ୍ବରଙ୍କ ମଣ୍ଡଳୀ-ସମୂହରେ ତୁମ୍ଭମାନଙ୍କ ବିଷୟରେ ଗର୍ବ କରିଥାଉ। 5 ଈଶ୍ବରଙ୍କ ଯେଉଁ ରାଜ୍ୟ ନିମନ୍ତେ ତୁମ୍ଭେମାନେ ଦୁଃଖ ଭୋଗୁଅଛ, ସେଥିର ଯୋଗ୍ୟ ବୋଲି ଗଣିତ ହେବା ପାଇଁ ଏହା ତ ଈଶ୍ବରଙ୍କ ଉଚିତ୍ ବିଚାରର ପ୍ରତ୍ୟକ୍ଷ ପ୍ରମାଣ, 6 କାରଣ ପ୍ରଭୁ ଯୀଶୁ ଯେତେବେଳେ ଆପଣା ଶକ୍ତିମାନ ଦୂତମାନଙ୍କ ସହିତ ଜଳୁଥିବା ଅଗ୍ନି ସହ ସ୍ୱର୍ଗରୁ ପ୍ରକାଶିତ ହେବେ, 7 ସେତେବେଳେ ତୁମ୍ଭମାନଙ୍କୁ କଷ୍ଟ ଦେଉଥିବା ଲୋକମାନଙ୍କୁ ପ୍ରତିଫଳ ଭାବରେ କ୍ଳେଶ ଦେବା ଓ କଷ୍ଟ ଭୋଗ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ସହିତ ବିଶ୍ରାମ ଦେବା, ଏହା ତ ଈଶ୍ବରଙ୍କ ପକ୍ଷରେ ନ୍ୟାୟର ବିଷୟ; 8 ଯେଉଁମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ, ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ସୁସମାଚାର ମାନନ୍ତି ନାହିଁ, ସେମାନଙ୍କୁ ସେ ସେତେବେଳେ ଦଣ୍ଡ ଦେବେ, 9 ଅର୍ଥାତ୍, ଯେଉଁ ଦିନ ସେ ଆପଣା ସାଧୁମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବାକୁ ଓ ବିଶ୍ୱାସ କରିଥିବା ଲୋକସମସ୍ତଙ୍କ ଦ୍ୱାରା ଚମତ୍କାରର ଦୃଶ୍ୟସ୍ୱରୂପ ହେବାକୁ ଆସିବେ (କାରଣ ତୁମ୍ଭମାନଙ୍କ ନିକଟରେ ଆମ୍ଭମାନଙ୍କ ସାକ୍ଷ୍ୟ ତୁମ୍ଭେମାନେ ବିଶ୍ୱାସ କରିଅଛ), 10 ସେହି ଦିନ ସେମାନେ ଦଣ୍ଡ ପାଇବେ, ଅର୍ଥାତ୍ ପ୍ରଭୁଙ୍କ ଛାମୁରୁ ଓ ତାହାଙ୍କ ପରାକ୍ରମର ଗୌରବରୁ ଦୂରେଇ ଯାଇ ଅନନ୍ତ ବିନାଶ ଭୋଗ କରିବେ। 11 ଏଣୁ ଆମ୍ଭମାନଙ୍କ ଈଶ୍ବର ଯେପରି ତୁମ୍ଭମାନଙ୍କୁ ଆପଣା ଆହ୍ୱାନର ଯୋଗ୍ୟ ବୋଲି ଗଣନା କରନ୍ତି, ପୁଣି ସମସ୍ତ ଉତ୍ତମତା ଓ ବିଶ୍ୱାସର କର୍ମ ଶକ୍ତିରେ ସିଦ୍ଧ କରନ୍ତି, ସେଥିପାଇଁ ମଧ୍ୟ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ; 12 ତାହାହେଲେ ଆମ୍ଭମାନଙ୍କ ଈଶ୍ବର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଅନୁସାରେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ନାମ ତୁମ୍ଭମାନଙ୍କଠାରେ ଗୌରବାନ୍ୱିତ ହେବ, ଆଉ ତୁମ୍ଭେମାନେ ତାହାଙ୍କଠାରେ ଗୌରବାନ୍ୱିତ ହେବ।
In Other Versions
2 Thessalonians 1 in the ANGEFD
2 Thessalonians 1 in the ANTPNG2D
2 Thessalonians 1 in the BBPNG
2 Thessalonians 1 in the BBT1E
2 Thessalonians 1 in the BNTABOOT
2 Thessalonians 1 in the BNTLV
2 Thessalonians 1 in the BOATCB
2 Thessalonians 1 in the BOATCB2
2 Thessalonians 1 in the BOBCV
2 Thessalonians 1 in the BOCNT
2 Thessalonians 1 in the BOECS
2 Thessalonians 1 in the BOGWICC
2 Thessalonians 1 in the BOHCB
2 Thessalonians 1 in the BOHCV
2 Thessalonians 1 in the BOHLNT
2 Thessalonians 1 in the BOHNTLTAL
2 Thessalonians 1 in the BOICB
2 Thessalonians 1 in the BOILNTAP
2 Thessalonians 1 in the BOITCV
2 Thessalonians 1 in the BOKCV
2 Thessalonians 1 in the BOKCV2
2 Thessalonians 1 in the BOKHWOG
2 Thessalonians 1 in the BOKSSV
2 Thessalonians 1 in the BOLCB
2 Thessalonians 1 in the BOLCB2
2 Thessalonians 1 in the BOMCV
2 Thessalonians 1 in the BONAV
2 Thessalonians 1 in the BONCB
2 Thessalonians 1 in the BONLT
2 Thessalonians 1 in the BONUT2
2 Thessalonians 1 in the BOPLNT
2 Thessalonians 1 in the BOSCB
2 Thessalonians 1 in the BOSNC
2 Thessalonians 1 in the BOTLNT
2 Thessalonians 1 in the BOVCB
2 Thessalonians 1 in the BOYCB
2 Thessalonians 1 in the DGDNT
2 Thessalonians 1 in the GGMNT
2 Thessalonians 1 in the IRVM2
2 Thessalonians 1 in the IRVT2
2 Thessalonians 1 in the KBT1ETNIK
2 Thessalonians 1 in the MKNFD
2 Thessalonians 1 in the MRS1T
2 Thessalonians 1 in the NBVTP
2 Thessalonians 1 in the NIV11
2 Thessalonians 1 in the PDDPT
2 Thessalonians 1 in the SBIAS
2 Thessalonians 1 in the SBIBS
2 Thessalonians 1 in the SBIBS2
2 Thessalonians 1 in the SBICS
2 Thessalonians 1 in the SBIDS
2 Thessalonians 1 in the SBIGS
2 Thessalonians 1 in the SBIHS
2 Thessalonians 1 in the SBIIS
2 Thessalonians 1 in the SBIIS2
2 Thessalonians 1 in the SBIIS3
2 Thessalonians 1 in the SBIKS
2 Thessalonians 1 in the SBIKS2
2 Thessalonians 1 in the SBIMS
2 Thessalonians 1 in the SBIOS
2 Thessalonians 1 in the SBIPS
2 Thessalonians 1 in the SBISS
2 Thessalonians 1 in the SBITS
2 Thessalonians 1 in the SBITS2
2 Thessalonians 1 in the SBITS3
2 Thessalonians 1 in the SBITS4
2 Thessalonians 1 in the SBIUS
2 Thessalonians 1 in the SBIVS
2 Thessalonians 1 in the SBT1E
2 Thessalonians 1 in the SUSU2
2 Thessalonians 1 in the TBIAOTANT
2 Thessalonians 1 in the TBT1E
2 Thessalonians 1 in the TBT1E2
2 Thessalonians 1 in the TFTIP
2 Thessalonians 1 in the TGNTATF3T
2 Thessalonians 1 in the TNTIK
2 Thessalonians 1 in the TNTIL
2 Thessalonians 1 in the TNTIN
2 Thessalonians 1 in the TNTIP
2 Thessalonians 1 in the TNTIZ
2 Thessalonians 1 in the TTENT