Ezekiel 5 (IRVO)
1 “ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଏକ ତୀକ୍ଷ୍ଣ ଖଡ୍ଗ, ବାରିକର କ୍ଷୁର ପରି ନେଇ ଆପଣା ମସ୍ତକ ଓ ଦାଢ଼ି ଉପରେ ଚଳାଇବ; ତହୁଁ ନିକିତି ନେଇ ସେହି କେଶ ତୌଲି ଭାଗ ଭାଗ କରିବ। 2 ତହିଁର ତୃତୀୟାଂଶ ନେଇ ଅବରୋଧ କାଳ ସମାପ୍ତ ହେଲେ ନଗରର ମଧ୍ୟସ୍ଥାନରେ ଅଗ୍ନିରେ ଦଗ୍ଧ କରିବ; ପୁଣି, ତୃତୀୟାଂଶ ନେଇ ତହିଁର ଚତୁର୍ଦ୍ଦିଗରେ ଖଡ୍ଗରେ କାଟିବ; ଆଉ, ତୃତୀୟାଂଶ ନେଇ ବାୟୁରେ ଉଡ଼ାଇ ଦେବ ଓ ଆମ୍ଭେ ତହିଁର ପଛେ ପଛେ ଖଡ୍ଗ ନିଷ୍କୋଷ କରିବା। 3 ପୁଣି, ତୁମ୍ଭେ ଅଳ୍ପସଂଖ୍ୟକ କେଶ ନେଇ ଆପଣା ବସ୍ତ୍ରର ଅଞ୍ଚଳରେ ବାନ୍ଧିବ 4 ଓ ତହିଁ ମଧ୍ୟରୁ ହିଁ କିଛି ନେଇ ଅଗ୍ନି ମଧ୍ୟରେ ପକାଇ ଦଗ୍ଧ କରିବ, ତହିଁରୁ ଅଗ୍ନି ନିର୍ଗତ ହୋଇ ଇସ୍ରାଏଲ ବଂଶ ମଧ୍ୟକୁ ଆସିବ। 5 ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ଏ ଯିରୂଶାଲମ; ଆମ୍ଭେ ଏହାକୁ ଗୋଷ୍ଠୀଗଣ ମଧ୍ୟରେ ସ୍ଥାପନ କରିଅଛୁ ଓ ତାହାର ଚତୁର୍ଦ୍ଦିଗରେ ନାନା ଦେଶ ଅଛି। 6 ଆଉ, ସେ ଦୁଷ୍ଟତା କରି ସେହି ଗୋଷ୍ଠୀଗଣ ଅପେକ୍ଷା ଆମ୍ଭ ଶାସନାବଳି ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥିତ ଦେଶସମୂହର ଅପେକ୍ଷା ଆମ୍ଭ ବିଧିସକଳର ବିରୁଦ୍ଧରେ ବିଦ୍ରୋହାଚରଣ କରିଅଛି; କାରଣ ସେମାନେ ଆମ୍ଭର ଶାସନାବଳି ଅଗ୍ରାହ୍ୟ କରିଅଛନ୍ତି ଓ ଆମ୍ଭର ବିଧିରୂପ ପଥରେ ଗମନ କରି ନାହାନ୍ତି! 7 ଏହେତୁ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ତୁମ୍ଭେମାନେ ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ଅପେକ୍ଷା ଅଧିକ ଗଣ୍ଡଗୋଳକାରୀ ଅଟ ଓ ଆମ୍ଭ ବିଧିରୂପ ପଥରେ ଗମନ କରି ନାହଁ, କିଅବା ଆମ୍ଭର ଶାସନସକଳ ପାଳନ କରି ନାହଁ, ଅଥବା ଆପଣା ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣର ବିଧାନାନୁସାରେ କର୍ମ କରି ନାହଁ 8 ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ, ଆମ୍ଭେ ହିଁ ତୁମ୍ଭର ବିପକ୍ଷ ଅଟୁ ଓ ଆମ୍ଭେ ଗୋଷ୍ଠୀଗଣର ସାକ୍ଷାତରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା। 9 ପୁଣି, ଯାହା ଆମ୍ଭେ କରି ନାହୁଁ ଓ ଯହିଁର ତୁଲ୍ୟ ଆଉ ଆମ୍ଭେ କରିବା ନାହିଁ, ଏପରି କର୍ମ, ତୁମ୍ଭମାନଙ୍କର ଘୃଣାଯୋଗ୍ୟ ସକଳ କ୍ରିୟା ସକାଶୁ ଆମ୍ଭେ ତୁମ୍ଭମାନଙ୍କ ମଧ୍ୟରେ କରିବା। 10 ଏଥିପାଇଁ ତୁମ୍ଭମାନଙ୍କ ମଧ୍ୟରେ ପିତୃଗଣ ସନ୍ତାନଗଣକୁ ଭୋଜନ କରିବେ ଓ ସନ୍ତାନମାନେ ଆପଣା ଆପଣା ପିତାକୁ ଭୋଜନ କରିବେ; ପୁଣି, ଆମ୍ଭେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା ଓ ତୁମ୍ଭର ସମଗ୍ର ଅବଶିଷ୍ଟାଂଶକୁ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା। 11 ଏହେତୁ ପ୍ରଭୁ, ସଦାପ୍ରଭୁ କହନ୍ତି, ତୁମ୍ଭେ ଆପଣାର ତୁଚ୍ଛ ବସ୍ତୁସକଳ ଦ୍ୱାରା ଓ ଆପଣାର ସବୁ ଘୃଣାଯୋଗ୍ୟ କର୍ମ ଦ୍ୱାରା ଆମ୍ଭର ପବିତ୍ର ସ୍ଥାନ ଅଶୁଚି କରିଅଛ, ଏଥିପାଇଁ ଆମ୍ଭେ ଜୀବିତ ଥିବା ପ୍ରମାଣେ ଆମ୍ଭେ ହିଁ ତୁମ୍ଭକୁ ହ୍ରାସ କରିବା; ଆହୁରି, ଚକ୍ଷୁଲଜ୍ଜା କରିବା ନାହିଁ, ମଧ୍ୟ ଆମ୍ଭେ କିଛି ଦୟା କରିବା ନାହିଁ। 12 ତୁମ୍ଭର ତୃତୀୟାଂଶ ମହାମାରୀରେ ମରିବେ, ଆଉ ଦୁର୍ଭିକ୍ଷ ଦ୍ୱାରା ତୁମ୍ଭ ମଧ୍ୟରେ ସେମାନେ କ୍ଷୟ ପାଇବେ; ପୁଣି, ତୃତୀୟାଂଶ ଖଡ୍ଗ ଦ୍ୱାରା ତୁମ୍ଭ ଚତୁର୍ଦ୍ଦିଗରେ ପତିତ ହେବେ; ଆଉ ତୃତୀୟାଂଶକୁ ଆମ୍ଭେ ଚତୁର୍ଦ୍ଦିଗରେ ଛିନ୍ନଭିନ୍ନ କରିବା ଓ ସେମାନଙ୍କର ପଶ୍ଚାତ ଖଡ୍ଗ ନିଷ୍କୋଷ କରିବା। 13 ଏହି ପ୍ରକାରେ ଆମ୍ଭର କ୍ରୋଧ ସଫଳ ହେବ ଓ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସାଧି ଶାନ୍ତ ହେବା; ତହିଁରେ ଆମ୍ଭେ ସେମାନଙ୍କ ଉପରେ ଆପଣା କୋପ ସଫଳ କଲା ଉତ୍ତାରେ ଆମ୍ଭେ ସଦାପ୍ରଭୁ, ଆପଣା ଅନ୍ତର୍ଜ୍ୱାଳାରେ ଯେ ଏ କଥା କହିଅଛୁ, ଏହା ସେମାନେ ଜାଣିବେ। 14 ଆହୁରି, ଆମ୍ଭେ ତୁମ୍ଭର ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ମଧ୍ୟରେ ତୁମ୍ଭକୁ ପଥିକମାନଙ୍କ ଦୃଷ୍ଟିରେ ଉତ୍ସନ୍ନ ସ୍ଥାନ ଓ ନିନ୍ଦାର ପାତ୍ର କରିବା। 15 ଏହିରୂପେ ଯେତେବେଳେ ଆମ୍ଭେ କ୍ରୋଧରେ, କୋପରେ ଓ କୋପଯୁକ୍ତ ଭର୍ତ୍ସନାରେ ତୁମ୍ଭ ମଧ୍ୟରେ ବିଚାର ସାଧନ କରିବା, ସେତେବେଳେ ତୁମ୍ଭ ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀଗଣ ନିକଟରେ ତାହା ନିନ୍ଦାର, ଉପହାସର, ଶିକ୍ଷାର ଓ ଆଶ୍ଚର୍ଯ୍ୟର ବିଷୟ ହେବ; ଆମ୍ଭେ ସଦାପ୍ରଭୁ ଏହା କହିଅଛୁ; 16 ଆମ୍ଭେ ସେଠାସ୍ଥିତ ଲୋକମାନଙ୍କ ପ୍ରତି ବିନାଶାର୍ଥକ ଦୁର୍ଭିକ୍ଷରୂପ କ୍ରୂର ତୀରଗୁଡ଼ିକ ପଠାଇବା, ତୁମ୍ଭମାନଙ୍କୁ ବିନାଶ କରିବା ପାଇଁ ତାହା ପଠାଇବା ଓ ଆମ୍ଭେ ତୁମ୍ଭମାନଙ୍କ ଉପରେ ଦୁର୍ଭିକ୍ଷ ବୃଦ୍ଧି କରିବା ଓ ତୁମ୍ଭମାନଙ୍କର ଅନ୍ନରୂପ ଯଷ୍ଟି ଭାଙ୍ଗି ପକାଇବା; 17 ଆଉ, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଦୁର୍ଭିକ୍ଷ ଓ ହିଂସ୍ରକ ଜନ୍ତୁମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ନିଃସନ୍ତାନ କରିବେ; ମହାମାରୀ ଓ ରକ୍ତ ତୁମ୍ଭମାନଙ୍କର ମଧ୍ୟଦେଇ ଯିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଖଡ୍ଗ ଆଣିବା; ଆମ୍ଭେ ସଦାପ୍ରଭୁ ଏହି କଥା କହିଅଛୁ।”
In Other Versions
Ezekiel 5 in the ANGEFD
Ezekiel 5 in the ANTPNG2D
Ezekiel 5 in the AS21
Ezekiel 5 in the BAGH
Ezekiel 5 in the BBPNG
Ezekiel 5 in the BBT1E
Ezekiel 5 in the BDS
Ezekiel 5 in the BEV
Ezekiel 5 in the BHAD
Ezekiel 5 in the BIB
Ezekiel 5 in the BLPT
Ezekiel 5 in the BNT
Ezekiel 5 in the BNTABOOT
Ezekiel 5 in the BNTLV
Ezekiel 5 in the BOATCB
Ezekiel 5 in the BOATCB2
Ezekiel 5 in the BOBCV
Ezekiel 5 in the BOCNT
Ezekiel 5 in the BOECS
Ezekiel 5 in the BOGWICC
Ezekiel 5 in the BOHCB
Ezekiel 5 in the BOHCV
Ezekiel 5 in the BOHLNT
Ezekiel 5 in the BOHNTLTAL
Ezekiel 5 in the BOICB
Ezekiel 5 in the BOILNTAP
Ezekiel 5 in the BOITCV
Ezekiel 5 in the BOKCV
Ezekiel 5 in the BOKCV2
Ezekiel 5 in the BOKHWOG
Ezekiel 5 in the BOKSSV
Ezekiel 5 in the BOLCB
Ezekiel 5 in the BOLCB2
Ezekiel 5 in the BOMCV
Ezekiel 5 in the BONAV
Ezekiel 5 in the BONCB
Ezekiel 5 in the BONLT
Ezekiel 5 in the BONUT2
Ezekiel 5 in the BOPLNT
Ezekiel 5 in the BOSCB
Ezekiel 5 in the BOSNC
Ezekiel 5 in the BOTLNT
Ezekiel 5 in the BOVCB
Ezekiel 5 in the BOYCB
Ezekiel 5 in the BPBB
Ezekiel 5 in the BPH
Ezekiel 5 in the BSB
Ezekiel 5 in the CCB
Ezekiel 5 in the CUV
Ezekiel 5 in the CUVS
Ezekiel 5 in the DBT
Ezekiel 5 in the DGDNT
Ezekiel 5 in the DHNT
Ezekiel 5 in the DNT
Ezekiel 5 in the ELBE
Ezekiel 5 in the EMTV
Ezekiel 5 in the ESV
Ezekiel 5 in the FBV
Ezekiel 5 in the FEB
Ezekiel 5 in the GGMNT
Ezekiel 5 in the GNT
Ezekiel 5 in the HARY
Ezekiel 5 in the HNT
Ezekiel 5 in the IRVA
Ezekiel 5 in the IRVB
Ezekiel 5 in the IRVG
Ezekiel 5 in the IRVH
Ezekiel 5 in the IRVK
Ezekiel 5 in the IRVM
Ezekiel 5 in the IRVM2
Ezekiel 5 in the IRVP
Ezekiel 5 in the IRVT
Ezekiel 5 in the IRVT2
Ezekiel 5 in the IRVU
Ezekiel 5 in the ISVN
Ezekiel 5 in the JSNT
Ezekiel 5 in the KAPI
Ezekiel 5 in the KBT1ETNIK
Ezekiel 5 in the KBV
Ezekiel 5 in the KJV
Ezekiel 5 in the KNFD
Ezekiel 5 in the LBA
Ezekiel 5 in the LBLA
Ezekiel 5 in the LNT
Ezekiel 5 in the LSV
Ezekiel 5 in the MAAL
Ezekiel 5 in the MBV
Ezekiel 5 in the MBV2
Ezekiel 5 in the MHNT
Ezekiel 5 in the MKNFD
Ezekiel 5 in the MNG
Ezekiel 5 in the MNT
Ezekiel 5 in the MNT2
Ezekiel 5 in the MRS1T
Ezekiel 5 in the NAA
Ezekiel 5 in the NASB
Ezekiel 5 in the NBLA
Ezekiel 5 in the NBS
Ezekiel 5 in the NBVTP
Ezekiel 5 in the NET2
Ezekiel 5 in the NIV11
Ezekiel 5 in the NNT
Ezekiel 5 in the NNT2
Ezekiel 5 in the NNT3
Ezekiel 5 in the PDDPT
Ezekiel 5 in the PFNT
Ezekiel 5 in the RMNT
Ezekiel 5 in the SBIAS
Ezekiel 5 in the SBIBS
Ezekiel 5 in the SBIBS2
Ezekiel 5 in the SBICS
Ezekiel 5 in the SBIDS
Ezekiel 5 in the SBIGS
Ezekiel 5 in the SBIHS
Ezekiel 5 in the SBIIS
Ezekiel 5 in the SBIIS2
Ezekiel 5 in the SBIIS3
Ezekiel 5 in the SBIKS
Ezekiel 5 in the SBIKS2
Ezekiel 5 in the SBIMS
Ezekiel 5 in the SBIOS
Ezekiel 5 in the SBIPS
Ezekiel 5 in the SBISS
Ezekiel 5 in the SBITS
Ezekiel 5 in the SBITS2
Ezekiel 5 in the SBITS3
Ezekiel 5 in the SBITS4
Ezekiel 5 in the SBIUS
Ezekiel 5 in the SBIVS
Ezekiel 5 in the SBT
Ezekiel 5 in the SBT1E
Ezekiel 5 in the SCHL
Ezekiel 5 in the SNT
Ezekiel 5 in the SUSU
Ezekiel 5 in the SUSU2
Ezekiel 5 in the SYNO
Ezekiel 5 in the TBIAOTANT
Ezekiel 5 in the TBT1E
Ezekiel 5 in the TBT1E2
Ezekiel 5 in the TFTIP
Ezekiel 5 in the TFTU
Ezekiel 5 in the TGNTATF3T
Ezekiel 5 in the THAI
Ezekiel 5 in the TNFD
Ezekiel 5 in the TNT
Ezekiel 5 in the TNTIK
Ezekiel 5 in the TNTIL
Ezekiel 5 in the TNTIN
Ezekiel 5 in the TNTIP
Ezekiel 5 in the TNTIZ
Ezekiel 5 in the TOMA
Ezekiel 5 in the TTENT
Ezekiel 5 in the UBG
Ezekiel 5 in the UGV
Ezekiel 5 in the UGV2
Ezekiel 5 in the UGV3
Ezekiel 5 in the VBL
Ezekiel 5 in the VDCC
Ezekiel 5 in the YALU
Ezekiel 5 in the YAPE
Ezekiel 5 in the YBVTP
Ezekiel 5 in the ZBP