Jeremiah 40 (IRVO)

1 ଯିରୂଶାଲମ ଓ ଯିହୁଦାର ଯେସମସ୍ତ ବନ୍ଦୀ ଲୋକ ବାବିଲକୁ ନିଆଯାଉଥିଲେ, ସେମାନଙ୍କ ମଧ୍ୟରୁ ଶୃଙ୍ଖଳାବଦ୍ଧ ଯିରିମୀୟଙ୍କୁ ପ୍ରହରୀବର୍ଗର ସେନାପତି ନବୂଷରଦନ୍‍ ନେଇ ରାମା ନଗରରୁ ବିଦାୟ କଲା ଉତ୍ତାରେ ସଦାପ୍ରଭୁଙ୍କଠାରୁ ଯିରିମୀୟଙ୍କ ନିକଟରେ ଯେଉଁ ବାକ୍ୟ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ। 2 ପ୍ରହରୀବର୍ଗର ସେନାପତି ଯିରିମୀୟଙ୍କୁ ନେଇ କହିଲା, “ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ସ୍ଥାନ ବିଷୟରେ ଏହି ଅମଙ୍ଗଳର କଥା କହିଥିଲେ: 3 ଆଉ, ସଦାପ୍ରଭୁ ତାହା ଘଟାଇଅଛନ୍ତି ଓ ଯେପରି କହିଥିଲେ, ସେପରି କରିଅଛନ୍ତି; ତୁମ୍ଭେମାନେ ସଦାପ୍ରଭୁଙ୍କର କଥା ନ ମାନି ତାହାଙ୍କ ବିରୁଦ୍ଧରେ ପାପ କରିଅଛ, ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଏହା ଘଟିଅଛି। 4 ଆଉ, ଏବେ ଦେଖ, ମୁଁ ଆଜି ତୁମ୍ଭ ହସ୍ତରେ ଥିବା ଶୃଙ୍ଖଳରୁ ତୁମ୍ଭକୁ ମୁକ୍ତ କଲି। ମୋʼ ସଙ୍ଗେ ବାବିଲକୁ ଯିବା ପାଇଁ ଯଦି ତୁମ୍ଭକୁ ଭଲ ଦିଶେ, ତେବେ ଆସ, ଆଉ ମୁଁ ଭଲ ରୂପେ ତୁମ୍ଭର ତତ୍ତ୍ୱାବଧାନ କରିବି; ମାତ୍ର ମୋʼ ସଙ୍ଗେ ବାବିଲକୁ ଯିବା ପାଇଁ ଯଦି ତୁମ୍ଭକୁ ଭଲ ନ ଦିଶେ, ତେବେ କ୍ଷାନ୍ତ ହୁଅ; ଦେଖ, ସମୁଦାୟ ଦେଶ ତୁମ୍ଭ ଆଗରେ ପଡ଼ିଛି; ଯେଉଁଠାକୁ ଯିବା ପାଇଁ ତୁମ୍ଭକୁ ଭଲ ଓ ଉପଯୁକ୍ତ ଦିଶେ, ସେଠାକୁ ଯାଅ।” 5 ଯିରିମୀୟ ଫେରି ନ ଯାଉଣୁ ନବୂଷରଦନ୍‍ ତାଙ୍କୁ କହିଲା, “ତେବେ ତୁମ୍ଭେ ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟକୁ ଫେରିଯାଅ, ବାବିଲର ରାଜା ତାହାକୁ ଯିହୁଦାର ନଗରସମୂହର ଉପରେ ଶାସନକର୍ତ୍ତା ପଦରେ ନିଯୁକ୍ତ କରିଅଛି, ଆଉ ତୁମ୍ଭେ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କର; ଅବା ଯେକୌଣସି ସ୍ଥାନକୁ ଯିବା ପାଇଁ ତୁମ୍ଭକୁ ଉପଯୁକ୍ତ ଦିଶେ, ସେ ସ୍ଥାନକୁ ଯାଅ।” ତହିଁରେ ପ୍ରହରୀବର୍ଗର ସେନାପତି ତାଙ୍କୁ ପାଥେୟ ଓ ପାରିତୋଷିକ ଦେଇ ବିଦାୟ କଲା। 6 ତହିଁରେ ଯିରିମୀୟ ମିସ୍ପାକୁ ଅହୀକାମ୍‍‍ର ପୁତ୍ର ଗଦଲୀୟ ନିକଟକୁ ଯାଇ ଦେଶସ୍ଥ ଅବଶିଷ୍ଟ ଲୋକମାନଙ୍କ ମଧ୍ୟରେ ତାହା ସଙ୍ଗେ ବାସ କଲେ। 7 ଏଥିଉତ୍ତାରେ ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ବାବିଲର ରାଜା ଦେଶର ଶାସନକର୍ତ୍ତା କରି ନିଯୁକ୍ତ କରିଅଛି ଓ ଯେଉଁମାନେ ବନ୍ଦୀ ହୋଇ ବାବିଲକୁ ନୀତ ହୋଇ ନାହାନ୍ତି, ଏପରି ସକଳ ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା ଓ ଦେଶସ୍ଥ ଦରିଦ୍ରମାନଙ୍କର ଭାର ତାହା ହସ୍ତରେ ସମର୍ପଣ କରିଅଛି ବୋଲି ପଦାରେ ସ୍ଥିତ ସେନାପତିଗଣ ଓ ସେମାନଙ୍କର ଲୋକମାନେ ଶୁଣିଲେ। 8 ତହିଁରେ ସେମାନେ, ଅର୍ଥାତ୍‍, ନଥନୀୟର ପୁତ୍ର ଇଶ୍ମାୟେଲ ଓ କାରେହର ପୁତ୍ର ଯୋହାନନ୍‍ ଓ ଯୋନାଥନ, ତନ୍‍ହୂମତର ପୁତ୍ର ସରାୟ ଓ ନଟୋଫାତୀୟ ଏଫର ପୁତ୍ରମାନେ ଆଉ ମାଖାଥୀୟର ପୁତ୍ର ଯାସନୀୟ, ଏମାନେ, ପୁଣି ଏମାନଙ୍କର ଲୋକମାନେ ମିସ୍ପାକୁ ଗଦଲୀୟ ନିକଟକୁ ଗଲେ। 9 ପୁଣି, ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ସେମାନଙ୍କ ଓ ସେମାନଙ୍କ ଲୋକମାନଙ୍କ ନିକଟରେ ଶପଥ କରି କହିଲା, “ତୁମ୍ଭେମାନେ କଲ୍‍ଦୀୟମାନଙ୍କର ଦାସ ହେବା ପାଇଁ ଭୟ କର ନାହିଁ, ବାବିଲ ରାଜାର ଦାସ ହୋଇ ଦେଶରେ ବାସ କର, ତହିଁରେ ତୁମ୍ଭମାନଙ୍କର ମଙ୍ଗଳ ହେବ। 10 ଦେଖ, ଯେଉଁ କଲ୍‍ଦୀୟମାନେ ଆମ୍ଭମାନଙ୍କ ନିକଟକୁ ଆସିବେ, ସେମାନଙ୍କ ସମ୍ମୁଖରେ ଠିଆ ହେବା ପାଇଁ ଆମ୍ଭେ ମିସ୍ପାରେ ବାସ କରିବା; ମାତ୍ର ତୁମ୍ଭେମାନେ ଦ୍ରାକ୍ଷାରସ, ଗ୍ରୀଷ୍ମକାଳୀନ ଫଳ ଓ ତୈଳ ସଞ୍ଚୟ କରି ଆପଣା ଆପଣା ପାତ୍ରରେ ରଖ, ଆଉ ତୁମ୍ଭମାନଙ୍କର ଯେସକଳ ନଗର ତୁମ୍ଭେମାନେ ହସ୍ତଗତ କରିଅଛ, ତହିଁରେ ବାସ କର।” 11 ଆଉ, ମୋୟାବରେ ଓ ଅମ୍ମୋନ-ସନ୍ତାନଗଣ ମଧ୍ୟରେ, ଆଉ ଇଦୋମରେ ଓ ଅନ୍ୟାନ୍ୟ ସକଳ ଦେଶରେ ଯେଉଁ ଯିହୁଦୀୟମାନେ ଥିଲେ, ସେମାନେ ଯେତେବେଳେ ଶୁଣିଲେ ଯେ, ବାବିଲର ରାଜା ଯିହୁଦାର ଏକ ଅଂଶ ଲୋକ ଅବଶିଷ୍ଟ ରଖିଅଛି ଓ ଶାଫନ୍‍ର ପୌତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟଙ୍କୁ ସେମାନଙ୍କ ଉପରେ ନିଯୁକ୍ତ କରିଅଛି; 12 ସେତେବେଳେ ସେହି ଯିହୁଦୀୟମାନେ ଯେ ଯେଉଁ ସ୍ଥାନକୁ ତାଡ଼ିତ ହୋଇଥିଲେ, ସେସକଳ ସ୍ଥାନରୁ ଫେରି ଯିହୁଦା ଦେଶକୁ ମିସ୍ପାରେ ଗଦଲୀୟ ନିକଟକୁ ଆସିଲେ, ଆଉ ପ୍ରଚୁର ଦ୍ରାକ୍ଷାରସ ଓ ଗ୍ରୀଷ୍ମକାଳୀନ ଫଳ ସଞ୍ଚୟ କଲେ। 13 ଆହୁରି, କାରେହର ପୁତ୍ର ଯୋହାନନ୍‍ ଓ ପଦାରେ ଅବସ୍ଥିତ ସେନାପତିସକଳ ମିସ୍ପାରେ ଗଦଲୀୟ ନିକଟକୁ ଆସିଲେ, 14 ଆଉ ତାହାକୁ କହିଲେ, “ଅମ୍ମୋନ-ସନ୍ତାନଗଣର ରାଜା ବାଲୀସ ଆପଣଙ୍କ ପ୍ରାଣ ନେବା ପାଇଁ ନଥନୀୟର ପୁତ୍ର ଇଶ୍ମାୟେଲକୁ ପଠାଇଅଛି ବୋଲି କି ଆପଣ ଜାଣନ୍ତି?” ମାତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ ସେମାନଙ୍କ କଥାରେ ବିଶ୍ୱାସ କଲା ନାହିଁ। 15 ତହିଁରେ କାରେହର ପୁତ୍ର ଯୋହାନନ୍‍ ମିସ୍ପାରେ ଗଦଲୀୟଙ୍କୁ ଗୋପନରେ କହିଲା, “ଆପଣଙ୍କର ଅନୁମତି ହେଲେ ମୁଁ ଯାଇ ନଥନୀୟର ପୁତ୍ର ଇଶ୍ମାୟେଲକୁ ବଧ କରିବି, ଆଉ କେହି ତାହା ଜାଣିବ ନାହିଁ; ସେ କାହିଁକି ଆପଣଙ୍କୁ ବଧ କରିବ ଓ ତଦ୍ଦ୍ୱାରା ଆପଣଙ୍କ ନିକଟରେ ସଂଗୃହୀତ ଯିହୁଦୀୟ ସମସ୍ତେ ଛିନ୍ନଭିନ୍ନ ହୋଇଯିବେ ଓ ଯିହୁଦାର ଅବଶିଷ୍ଟାଂଶ ବିନଷ୍ଟ ହେବ?” 16 ମାତ୍ର ଅହୀକାମ୍‍‍ର ପୁତ୍ର ଗଦଲୀୟ କାରେହର ପୁତ୍ର ଯୋହାନନ୍‍କୁ କହିଲା, “ତୁମ୍ଭେ ଏ କାର୍ଯ୍ୟ କରିବ ନାହିଁ; କାରଣ ତୁମ୍ଭେ ଇଶ୍ମାୟେଲ ବିଷୟରେ ମିଥ୍ୟା କଥା କହୁଅଛ।”

In Other Versions

Jeremiah 40 in the ANGEFD

Jeremiah 40 in the ANTPNG2D

Jeremiah 40 in the AS21

Jeremiah 40 in the BAGH

Jeremiah 40 in the BBPNG

Jeremiah 40 in the BBT1E

Jeremiah 40 in the BDS

Jeremiah 40 in the BEV

Jeremiah 40 in the BHAD

Jeremiah 40 in the BIB

Jeremiah 40 in the BLPT

Jeremiah 40 in the BNT

Jeremiah 40 in the BNTABOOT

Jeremiah 40 in the BNTLV

Jeremiah 40 in the BOATCB

Jeremiah 40 in the BOATCB2

Jeremiah 40 in the BOBCV

Jeremiah 40 in the BOCNT

Jeremiah 40 in the BOECS

Jeremiah 40 in the BOGWICC

Jeremiah 40 in the BOHCB

Jeremiah 40 in the BOHCV

Jeremiah 40 in the BOHLNT

Jeremiah 40 in the BOHNTLTAL

Jeremiah 40 in the BOICB

Jeremiah 40 in the BOILNTAP

Jeremiah 40 in the BOITCV

Jeremiah 40 in the BOKCV

Jeremiah 40 in the BOKCV2

Jeremiah 40 in the BOKHWOG

Jeremiah 40 in the BOKSSV

Jeremiah 40 in the BOLCB

Jeremiah 40 in the BOLCB2

Jeremiah 40 in the BOMCV

Jeremiah 40 in the BONAV

Jeremiah 40 in the BONCB

Jeremiah 40 in the BONLT

Jeremiah 40 in the BONUT2

Jeremiah 40 in the BOPLNT

Jeremiah 40 in the BOSCB

Jeremiah 40 in the BOSNC

Jeremiah 40 in the BOTLNT

Jeremiah 40 in the BOVCB

Jeremiah 40 in the BOYCB

Jeremiah 40 in the BPBB

Jeremiah 40 in the BPH

Jeremiah 40 in the BSB

Jeremiah 40 in the CCB

Jeremiah 40 in the CUV

Jeremiah 40 in the CUVS

Jeremiah 40 in the DBT

Jeremiah 40 in the DGDNT

Jeremiah 40 in the DHNT

Jeremiah 40 in the DNT

Jeremiah 40 in the ELBE

Jeremiah 40 in the EMTV

Jeremiah 40 in the ESV

Jeremiah 40 in the FBV

Jeremiah 40 in the FEB

Jeremiah 40 in the GGMNT

Jeremiah 40 in the GNT

Jeremiah 40 in the HARY

Jeremiah 40 in the HNT

Jeremiah 40 in the IRVA

Jeremiah 40 in the IRVB

Jeremiah 40 in the IRVG

Jeremiah 40 in the IRVH

Jeremiah 40 in the IRVK

Jeremiah 40 in the IRVM

Jeremiah 40 in the IRVM2

Jeremiah 40 in the IRVP

Jeremiah 40 in the IRVT

Jeremiah 40 in the IRVT2

Jeremiah 40 in the IRVU

Jeremiah 40 in the ISVN

Jeremiah 40 in the JSNT

Jeremiah 40 in the KAPI

Jeremiah 40 in the KBT1ETNIK

Jeremiah 40 in the KBV

Jeremiah 40 in the KJV

Jeremiah 40 in the KNFD

Jeremiah 40 in the LBA

Jeremiah 40 in the LBLA

Jeremiah 40 in the LNT

Jeremiah 40 in the LSV

Jeremiah 40 in the MAAL

Jeremiah 40 in the MBV

Jeremiah 40 in the MBV2

Jeremiah 40 in the MHNT

Jeremiah 40 in the MKNFD

Jeremiah 40 in the MNG

Jeremiah 40 in the MNT

Jeremiah 40 in the MNT2

Jeremiah 40 in the MRS1T

Jeremiah 40 in the NAA

Jeremiah 40 in the NASB

Jeremiah 40 in the NBLA

Jeremiah 40 in the NBS

Jeremiah 40 in the NBVTP

Jeremiah 40 in the NET2

Jeremiah 40 in the NIV11

Jeremiah 40 in the NNT

Jeremiah 40 in the NNT2

Jeremiah 40 in the NNT3

Jeremiah 40 in the PDDPT

Jeremiah 40 in the PFNT

Jeremiah 40 in the RMNT

Jeremiah 40 in the SBIAS

Jeremiah 40 in the SBIBS

Jeremiah 40 in the SBIBS2

Jeremiah 40 in the SBICS

Jeremiah 40 in the SBIDS

Jeremiah 40 in the SBIGS

Jeremiah 40 in the SBIHS

Jeremiah 40 in the SBIIS

Jeremiah 40 in the SBIIS2

Jeremiah 40 in the SBIIS3

Jeremiah 40 in the SBIKS

Jeremiah 40 in the SBIKS2

Jeremiah 40 in the SBIMS

Jeremiah 40 in the SBIOS

Jeremiah 40 in the SBIPS

Jeremiah 40 in the SBISS

Jeremiah 40 in the SBITS

Jeremiah 40 in the SBITS2

Jeremiah 40 in the SBITS3

Jeremiah 40 in the SBITS4

Jeremiah 40 in the SBIUS

Jeremiah 40 in the SBIVS

Jeremiah 40 in the SBT

Jeremiah 40 in the SBT1E

Jeremiah 40 in the SCHL

Jeremiah 40 in the SNT

Jeremiah 40 in the SUSU

Jeremiah 40 in the SUSU2

Jeremiah 40 in the SYNO

Jeremiah 40 in the TBIAOTANT

Jeremiah 40 in the TBT1E

Jeremiah 40 in the TBT1E2

Jeremiah 40 in the TFTIP

Jeremiah 40 in the TFTU

Jeremiah 40 in the TGNTATF3T

Jeremiah 40 in the THAI

Jeremiah 40 in the TNFD

Jeremiah 40 in the TNT

Jeremiah 40 in the TNTIK

Jeremiah 40 in the TNTIL

Jeremiah 40 in the TNTIN

Jeremiah 40 in the TNTIP

Jeremiah 40 in the TNTIZ

Jeremiah 40 in the TOMA

Jeremiah 40 in the TTENT

Jeremiah 40 in the UBG

Jeremiah 40 in the UGV

Jeremiah 40 in the UGV2

Jeremiah 40 in the UGV3

Jeremiah 40 in the VBL

Jeremiah 40 in the VDCC

Jeremiah 40 in the YALU

Jeremiah 40 in the YAPE

Jeremiah 40 in the YBVTP

Jeremiah 40 in the ZBP