Zechariah 14 (IRVO)
1 ଦେଖ, ସଦାପ୍ରଭୁଙ୍କର ଏକ ଦିନ ଆସୁଅଛି, ସେହି ସମୟରେ ତୁମ୍ଭ ସମ୍ପତ୍ତି ତୁମ୍ଭ ମଧ୍ୟରେ ବିଭକ୍ତ କରାଯିବ। 2 କାରଣ ଯିରୂଶାଲମ ବିରୁଦ୍ଧରେ ସଂଗ୍ରାମ ପାଇଁ ସମସ୍ତ ଗୋଷ୍ଠୀଙ୍କୁ ଆମ୍ଭେ ସଂଗ୍ରହ କରିବା; ପୁଣି, ନଗର ଶତ୍ରୁହସ୍ତଗତ ଓ ଗୃହସକଳ ଲୁଟିତ ହେବ ଓ ସ୍ତ୍ରୀମାନେ ବଳାତ୍କୃତ ହେବେ; ଆଉ, ନଗରର ଅର୍ଦ୍ଧେକ ଲୋକ ବନ୍ଦୀ ହୋଇଯିବେ ମାତ୍ର ଅବଶିଷ୍ଟ ଲୋକ ନଗରରୁ ଉଚ୍ଛିନ୍ନ ହେବେ ନାହିଁ। 3 ସେତେବେଳେ ସଦାପ୍ରଭୁ ବାହାର ହେବେ ଓ ସଂଗ୍ରାମ ଦିନରେ ଯେପରି ଯୁଦ୍ଧ କଲେ, ସେହିପରି ସେହି ସବୁ ଗୋଷ୍ଠୀ ବିରୁଦ୍ଧରେ ଯୁଦ୍ଧ କରିବେ। 4 ପୁଣି, ସେହି ଦିନ ପୂର୍ବ ଦିଗରେ ଯିରୂଶାଲମର ସମ୍ମୁଖସ୍ଥ ଜୈତୁନ ପର୍ବତରେ ତାହାଙ୍କର ଚରଣ ଥୁଆ ହେବ ଓ ଜୈତୁନ ପର୍ବତର ମଧ୍ୟଦେଶ ପୂର୍ବ ଓ ପଶ୍ଚିମ ଦିଗରେ ବିଦୀର୍ଣ୍ଣ ହୋଇ ଅତି ବୃହତ ଏକ ଉପତ୍ୟକା ହେବ; ଆଉ, ପର୍ବତର ଅର୍ଦ୍ଧେକ ଉତ୍ତର ଦିଗ ଆଡ଼େ ଓ ଅର୍ଦ୍ଧେକ ଦକ୍ଷିଣ ଦିଗ ଆଡ଼େ ଘୁଞ୍ଚିଯିବ। 5 ଆଉ, ତୁମ୍ଭେମାନେ ଆମ୍ଭ ପର୍ବତଗଣର ଉପତ୍ୟକା ଦେଇ ପଳାୟନ କରିବ; କାରଣ ପର୍ବତଗଣର ଉପତ୍ୟକା ଆତ୍ସେଲ ପର୍ଯ୍ୟନ୍ତ ଯିବ; ହଁ, ତୁମ୍ଭେମାନେ ଯିହୁଦାର ରାଜା ଉଷୀୟର ସମୟରେ ଯେପରି ଭୂମିକମ୍ପର ଆଗରୁ ପଳାୟନ କଲେ, ସେପରି ପଳାୟନ କରିବ। ଆଉ, ସଦାପ୍ରଭୁ ମୋʼ ପରମେଶ୍ୱର ଆସିବେ ଓ ତାହାଙ୍କ ସଙ୍ଗେ ସବୁ ପବିତ୍ର ପ୍ରାଣୀମାନେ ଆସିବେ। 6 ପୁଣି, ସେହି ଦିନ ଏପରି ଘଟିବ ଯେ, ଦୀପ୍ତି, ଥଣ୍ଡା, ବା ବରଫ ହେବ ନାହିଁ। 7 ମାତ୍ର ତାହା ଗୋଟିଏ ଦିନ ହେବ, ତହିଁର ତତ୍ତ୍ୱ ସଦାପ୍ରଭୁଙ୍କୁ ଜଣା; ତାହା ଦିନ ନୁହେଁ କି ରାତ୍ରି ନୁହେଁ; ମାତ୍ର ସନ୍ଧ୍ୟାକାଳରେ ଦୀପ୍ତି ହେବ। 8 ପୁଣି, ସେହି ଦିନ ଯିରୂଶାଲମରୁ ଅମୃତ ଜଳ ନିର୍ଗତ ହେବ; ତହିଁର ଅର୍ଦ୍ଧେକ ପୂର୍ବ ସମୁଦ୍ର ଆଡ଼େ ଓ ଅର୍ଦ୍ଧେକ ପଶ୍ଚିମ ସମୁଦ୍ର ଆଡ଼େ ଯିବ; ଗ୍ରୀଷ୍ମକାଳରେ ଓ ଶୀତକାଳରେ ତାହା ରହିବ। 9 ଆଉ, ସଦାପ୍ରଭୁ ସମୁଦାୟ ପୃଥିବୀ ଉପରେ ରାଜା ହେବେ; ସେହି ଦିନ ସଦାପ୍ରଭୁ ଅଦ୍ୱିତୀୟ ହେବେ ଓ ତାହାଙ୍କର ନାମ ଅଦ୍ୱିତୀୟ ହେବ। 10 ଗେବାଠାରୁ ଯିରୂଶାଲମର ଦକ୍ଷିଣସ୍ଥ ରିମ୍ମୋନ୍ ପର୍ଯ୍ୟନ୍ତ ସମସ୍ତ ଦେଶ ଆରବା ତୁଲ୍ୟ ପରିବର୍ତ୍ତିତ ହେବ; ଆଉ, ନଗର ଉନ୍ନତ ହୋଇ ବିନ୍ୟାମୀନ୍ର ଦ୍ୱାରଠାରୁ ପ୍ରଥମ ଦ୍ୱାରର ସ୍ଥାନ, ଅର୍ଥାତ୍, କୋଣର ଦ୍ୱାର ପର୍ଯ୍ୟନ୍ତ ଓ ହନନେଲର ଦୁର୍ଗଠାରୁ ରାଜାର ଦ୍ରାକ୍ଷାଯନ୍ତ୍ର ପର୍ଯ୍ୟନ୍ତ ଆପଣା ସ୍ଥାନରେ ବାସ କରିବ। 11 ପୁଣି, ମନୁଷ୍ୟମାନେ ତହିଁ ମଧ୍ୟରେ ବାସ କରିବେ, ପୁଣି ଅଭିଶାପ ଆଉ ରହିବ ନାହିଁ; ମାତ୍ର ଯିରୂଶାଲମ ନିରାପଦରେ ବାସ କରିବ। 12 ଆଉ, ଯେଉଁ ସକଳ ଗୋଷ୍ଠୀ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିଅଛନ୍ତି, ସଦାପ୍ରଭୁ ସେମାନଙ୍କୁ ଯେଉଁ ମହାମାରୀରେ ଆଘାତ କରିବେ, ତାହା ଏହି; ସେମାନେ ଆପଣା ଆପଣା ଚରଣରେ ଠିଆ ହେବା ବେଳେ ସେମାନଙ୍କର ମାଂସ କ୍ଷୟ ପାଇବ ଓ ସେମାନଙ୍କର ଚକ୍ଷୁ ଆପଣା ଆପଣା କୋରଡ଼ରେ କ୍ଷୟ ପାଇବ ଓ ସେମାନଙ୍କ ମୁଖରେ ସେମାନଙ୍କର ଜିହ୍ୱା କ୍ଷୟ ପାଇବ। 13 ପୁଣି, ସେହି ଦିନ ସେମାନଙ୍କ ମଧ୍ୟରେ ସଦାପ୍ରଭୁଙ୍କ ଆଡ଼ରୁ ମହା କୋଳାହଳ ହେବ; ଆଉ, ସେମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ପ୍ରତିବାସୀର ହସ୍ତ ଧରିବେ ଓ ପ୍ରତ୍ୟେକର ହସ୍ତ ଆପଣା ଆପଣା ପ୍ରତିବାସୀର ହସ୍ତ ବିରୁଦ୍ଧରେ ଉଠିବ। 14 ଯିହୁଦା ମଧ୍ୟ ଯିରୂଶାଲମ ବିରୁଦ୍ଧରେ ଯୁଦ୍ଧ କରିବ ଓ ଚତୁର୍ଦ୍ଦିଗସ୍ଥିତ ସବୁ ଗୋଷ୍ଠୀଙ୍କ ସମ୍ପତ୍ତି, ସୁନା, ରୂପା ଓ ବସ୍ତ୍ର ଅତିଶୟ ପ୍ରଚୁର ରୂପେ ସଞ୍ଚୟ କରାଯିବ। 15 ପୁଣି, ସେହି ସବୁ ଛାଉଣିରେ ଯେଉଁ ଅଶ୍ୱ, ଖଚର, ଓଟ ଓ ଗଧ ଓ ସବୁ ପ୍ରକାର ପଶୁ ଥିବେ, ସେମାନଙ୍କ ପ୍ରତି ଯେଉଁ ମହାମାରୀ ଘଟିବ, ତାହା ସେହି ମହାମାରୀ ପରି ହେବ। 16 ଆଉ, ଯେଉଁ ଗୋଷ୍ଠୀସବୁ ଯିରୂଶାଲମ ବିରୁଦ୍ଧରେ ଆସିଲେ, ସେମାନଙ୍କ ମଧ୍ୟରୁ ଯେଉଁମାନେ ଅବଶିଷ୍ଟ ରହିବେ, ସେ ପ୍ରତ୍ୟେକେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଓ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ବର୍ଷକୁ ବର୍ଷ ଆସିବେ। 17 ପୁଣି, ପୃଥିବୀସ୍ଥ ସବୁ ଗୋଷ୍ଠୀ ମଧ୍ୟରୁ ଯେଉଁମାନେ ସୈନ୍ୟାଧିପତି ସଦାପ୍ରଭୁ ରାଜାଙ୍କ ନିକଟରେ ପ୍ରଣାମ କରିବା ପାଇଁ ଯିରୂଶାଲମକୁ ଆସିବେ ନାହିଁ, ସେମାନଙ୍କ ଉପରେ କିଛି ଜଳ ବୃଷ୍ଟି ହେବ ନାହିଁ। 18 ଆଉ, ମିସରର ଗୋଷ୍ଠୀ ଯଦି ନ ଆସେ, ତେବେ ସେମାନଙ୍କ ଉପରେ ଜଳ ବୃଷ୍ଟି ହେବ ନାହିଁ; ଯେଉଁ ଗୋଷ୍ଠୀଗଣ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ଆସିବେ ନାହିଁ, ସେମାନଙ୍କୁ ସଦାପ୍ରଭୁ ମହାମାରୀରେ ଆଘାତ କରିବେ। 19 ଏହା ମିସରର ଦଣ୍ଡ ହେବ ଓ ଯେଉଁସବୁ ଗୋଷ୍ଠୀ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ ନାହିଁ, ସେମାନଙ୍କ ପ୍ରତି ଏହି ଦଣ୍ଡ ହେବ। 20 ସେହି ଦିନ ଅଶ୍ୱଗଣର ଘଣ୍ଟି ଏହି କଥା କହିବ, “ସଦାପ୍ରଭୁ ପବିତ୍ର” ଓ ସଦାପ୍ରଭୁଙ୍କ ଗୃହର ହାଣ୍ଡିସବୁ ଯଜ୍ଞବେଦି ସମ୍ମୁଖସ୍ଥ ପାତ୍ରସବୁର ପରି ହେବ। 21 ହଁ, ଯିରୂଶାଲମର ଓ ଯିହୁଦାର ହାଣ୍ଡିସବୁ ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ଆଉ, ଯଜ୍ଞକାରୀ ସମସ୍ତେ ଆସି ସେହି ହାଣ୍ଡି ମଧ୍ୟରୁ ନେଇ ରୋଷେଇ କରିବେ ଓ ତହିଁରେ ପାକ କରିବେ; ପୁଣି, ସେହି ଦିନ ସୈନ୍ୟାଧିପତି ସଦାପ୍ରଭୁଙ୍କ ଗୃହରେ କିଣାନୀୟ କୌଣସି ଲୋକ ଆଉ ନ ଥିବ।
In Other Versions
Zechariah 14 in the ANGEFD
Zechariah 14 in the ANTPNG2D
Zechariah 14 in the AS21
Zechariah 14 in the BAGH
Zechariah 14 in the BBPNG
Zechariah 14 in the BBT1E
Zechariah 14 in the BDS
Zechariah 14 in the BEV
Zechariah 14 in the BHAD
Zechariah 14 in the BIB
Zechariah 14 in the BLPT
Zechariah 14 in the BNT
Zechariah 14 in the BNTABOOT
Zechariah 14 in the BNTLV
Zechariah 14 in the BOATCB
Zechariah 14 in the BOATCB2
Zechariah 14 in the BOBCV
Zechariah 14 in the BOCNT
Zechariah 14 in the BOECS
Zechariah 14 in the BOGWICC
Zechariah 14 in the BOHCB
Zechariah 14 in the BOHCV
Zechariah 14 in the BOHLNT
Zechariah 14 in the BOHNTLTAL
Zechariah 14 in the BOICB
Zechariah 14 in the BOILNTAP
Zechariah 14 in the BOITCV
Zechariah 14 in the BOKCV
Zechariah 14 in the BOKCV2
Zechariah 14 in the BOKHWOG
Zechariah 14 in the BOKSSV
Zechariah 14 in the BOLCB
Zechariah 14 in the BOLCB2
Zechariah 14 in the BOMCV
Zechariah 14 in the BONAV
Zechariah 14 in the BONCB
Zechariah 14 in the BONLT
Zechariah 14 in the BONUT2
Zechariah 14 in the BOPLNT
Zechariah 14 in the BOSCB
Zechariah 14 in the BOSNC
Zechariah 14 in the BOTLNT
Zechariah 14 in the BOVCB
Zechariah 14 in the BOYCB
Zechariah 14 in the BPBB
Zechariah 14 in the BPH
Zechariah 14 in the BSB
Zechariah 14 in the CCB
Zechariah 14 in the CUV
Zechariah 14 in the CUVS
Zechariah 14 in the DBT
Zechariah 14 in the DGDNT
Zechariah 14 in the DHNT
Zechariah 14 in the DNT
Zechariah 14 in the ELBE
Zechariah 14 in the EMTV
Zechariah 14 in the ESV
Zechariah 14 in the FBV
Zechariah 14 in the FEB
Zechariah 14 in the GGMNT
Zechariah 14 in the GNT
Zechariah 14 in the HARY
Zechariah 14 in the HNT
Zechariah 14 in the IRVA
Zechariah 14 in the IRVB
Zechariah 14 in the IRVG
Zechariah 14 in the IRVH
Zechariah 14 in the IRVK
Zechariah 14 in the IRVM
Zechariah 14 in the IRVM2
Zechariah 14 in the IRVP
Zechariah 14 in the IRVT
Zechariah 14 in the IRVT2
Zechariah 14 in the IRVU
Zechariah 14 in the ISVN
Zechariah 14 in the JSNT
Zechariah 14 in the KAPI
Zechariah 14 in the KBT1ETNIK
Zechariah 14 in the KBV
Zechariah 14 in the KJV
Zechariah 14 in the KNFD
Zechariah 14 in the LBA
Zechariah 14 in the LBLA
Zechariah 14 in the LNT
Zechariah 14 in the LSV
Zechariah 14 in the MAAL
Zechariah 14 in the MBV
Zechariah 14 in the MBV2
Zechariah 14 in the MHNT
Zechariah 14 in the MKNFD
Zechariah 14 in the MNG
Zechariah 14 in the MNT
Zechariah 14 in the MNT2
Zechariah 14 in the MRS1T
Zechariah 14 in the NAA
Zechariah 14 in the NASB
Zechariah 14 in the NBLA
Zechariah 14 in the NBS
Zechariah 14 in the NBVTP
Zechariah 14 in the NET2
Zechariah 14 in the NIV11
Zechariah 14 in the NNT
Zechariah 14 in the NNT2
Zechariah 14 in the NNT3
Zechariah 14 in the PDDPT
Zechariah 14 in the PFNT
Zechariah 14 in the RMNT
Zechariah 14 in the SBIAS
Zechariah 14 in the SBIBS
Zechariah 14 in the SBIBS2
Zechariah 14 in the SBICS
Zechariah 14 in the SBIDS
Zechariah 14 in the SBIGS
Zechariah 14 in the SBIHS
Zechariah 14 in the SBIIS
Zechariah 14 in the SBIIS2
Zechariah 14 in the SBIIS3
Zechariah 14 in the SBIKS
Zechariah 14 in the SBIKS2
Zechariah 14 in the SBIMS
Zechariah 14 in the SBIOS
Zechariah 14 in the SBIPS
Zechariah 14 in the SBISS
Zechariah 14 in the SBITS
Zechariah 14 in the SBITS2
Zechariah 14 in the SBITS3
Zechariah 14 in the SBITS4
Zechariah 14 in the SBIUS
Zechariah 14 in the SBIVS
Zechariah 14 in the SBT
Zechariah 14 in the SBT1E
Zechariah 14 in the SCHL
Zechariah 14 in the SNT
Zechariah 14 in the SUSU
Zechariah 14 in the SUSU2
Zechariah 14 in the SYNO
Zechariah 14 in the TBIAOTANT
Zechariah 14 in the TBT1E
Zechariah 14 in the TBT1E2
Zechariah 14 in the TFTIP
Zechariah 14 in the TFTU
Zechariah 14 in the TGNTATF3T
Zechariah 14 in the THAI
Zechariah 14 in the TNFD
Zechariah 14 in the TNT
Zechariah 14 in the TNTIK
Zechariah 14 in the TNTIL
Zechariah 14 in the TNTIN
Zechariah 14 in the TNTIP
Zechariah 14 in the TNTIZ
Zechariah 14 in the TOMA
Zechariah 14 in the TTENT
Zechariah 14 in the UBG
Zechariah 14 in the UGV
Zechariah 14 in the UGV2
Zechariah 14 in the UGV3
Zechariah 14 in the VBL
Zechariah 14 in the VDCC
Zechariah 14 in the YALU
Zechariah 14 in the YAPE
Zechariah 14 in the YBVTP
Zechariah 14 in the ZBP