1 Kings 4 (IRVO)

1 ଏହିରୂପେ ଶଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜା ହେଲେ। 2 ଏମାନେ ତାଙ୍କର ଅଧିପତି ଥିଲେ, ଯଥା, ସାଦୋକର ପୁତ୍ର ଅସରୀୟ ଯାଜକ ଥିଲେ। 3 ଶୀଶାର ପୁତ୍ର ଇଲୀହୋରଫ ଓ ଅହୀୟ ସମ୍ପାଦକ; ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ 4 ଓ ଯିହୋୟାଦାର ପୁତ୍ର ବନାୟ ସେନାପତି ଥିଲା; ପୁଣି, ସାଦୋକ ଓ ଅବୀୟାଥର ଯାଜକ ଥିଲେ; 5 ନାଥନର ପୁତ୍ର ଅସରୀୟ ଦେଶାଧ୍ୟକ୍ଷମାନଙ୍କର ପ୍ରଧାନ ଥିଲା ଓ ନାଥନର ପୁତ୍ର ସାବୁଦ୍‍ ଯାଜକ ଓ ରାଜାଙ୍କ ମିତ୍ର ଥିଲା। 6 ପୁଣି, ଅହୀଶାର୍‍ ଗୃହାଧ୍ୟକ୍ଷ ଥିଲା ଓ ଅବ୍‍ଦର ପୁତ୍ର ଅଦୋନୀରାମ୍‍ ବେଠିକର୍ମର ଅଧ୍ୟକ୍ଷ ଥିଲା। 7 ଆଉ ସମଗ୍ର ଇସ୍ରାଏଲ ଉପରେ ଶଲୋମନଙ୍କର ବାର ଜଣ ଦେଶାଧ୍ୟକ୍ଷ ଥିଲେ, ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ପ୍ରତି ଜଣ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଦ୍ରବ୍ୟ ଯୋଗାଇଲେ। 8 ଆଉ ସେମାନଙ୍କର ନାମ ଏହି; ଇଫ୍ରୟିମର ପର୍ବତମୟ ଦେଶରେ ବିନ୍‍-ହୂର। 9 ମାକସ୍‍, ଶାଲବୀମ୍‍, ବେଥ୍-ଶେମଶ ଓ ଏଲୋନ-ବେଥ୍-ହାନନ୍‍ରେ ବିନ୍‍-ଦେକର; 10 ଅରୁବୋତରେ ବିନ୍‍-ହେଷଦ୍‍; ସୋଖୋ ଓ ସମୁଦାୟ ହେଫର ପ୍ରଦେଶ ତାହାର ଅଧୀନ ଥିଲା; 11 ସମୁଦାୟ ଦୋର ଉପପର୍ବତରେ ବିନ୍‍-ଅବୀନାଦବ୍‍; ତାହାର ଭାର୍ଯ୍ୟା ଶଲୋମନଙ୍କର କନ୍ୟା ଟାଫତ୍‍ ଥିଲା। 12 ତାନକ୍‍, ମଗିଦ୍ଦୋ, ବେଥ୍-ଶାନ୍‍ ଠାରୁ ଆବେଲ୍‍-ମହୋଲା ଓ ଯକମୀୟାମ୍‍ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଯିଷ୍ରିୟେଲ ତଳେ ଥିବା ସମଗ୍ର ବେଥ୍-ଶାନରେ ଅହୀଲୂଦର ପୁତ୍ର ବାନା। 13 ରାମୋତ୍‍-ଗିଲୀୟଦରେ ବିନ୍‍-ଗେବର; ମନଃଶିର ପୁତ୍ର ଯାୟୀରର ଗିଲୀୟଦସ୍ଥିତ ସମସ୍ତ ଗ୍ରାମ ତାହାର ଅଧୀନ ଥିଲା, ଅର୍ଥାତ୍‍ ବାଶନସ୍ଥ ଅର୍ଗୋବ-ଅଞ୍ଚଳରେ ଥିବା ପ୍ରାଚୀର-ବେଷ୍ଟିତ ଓ ପିତ୍ତଳ ଅର୍ଗଳବିଶିଷ୍ଟ ଷାଠିଏ ବୃହତ ନଗର ତାହାର ଅଧୀନ ଥିଲା; 14 ମହନୟିମରେ ଇଦ୍ଦୋର ପୁତ୍ର ଅହୀନାଦବ୍‍। 15 ନପ୍ତାଲିରେ ଅହୀମାସ୍‍; ସେ ଶଲୋମନଙ୍କର କନ୍ୟା ବାସମତ୍‍କୁ ବିବାହ କରିଥିଲା। 16 ଆଶେର ଓ ବାଲୋତ୍‍ରେ ହୂଶୟର ପୁତ୍ର ବାନା। 17 ଇଷାଖରରେ ପାରୁହର ପୁତ୍ର ଯିହୋଶାଫଟ୍‍; 18 ବିନ୍ୟାମୀନ୍‍ରେ ଏଲାର ପୁତ୍ର ଶିମୀୟି; 19 ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓଗ୍‍ର ଗିଲୀୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା। 20 ଯିହୁଦା ଓ ଇସ୍ରାଏଲ ଭୋଜନପାନ ଓ ଆମୋଦ ପ୍ରମୋଦ କରି ବାହୁଲ୍ୟ ହେତୁରୁ ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ବହୁସଂଖ୍ୟକ ଥିଲେ। 21 ପୁଣି, ଶଲୋମନ (ଫରାତ୍‍) ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିସର-ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ରାଜତ୍ୱ କଲେ; ଶଲୋମନଙ୍କର ଯାବଜ୍ଜୀବନ ସେମାନେ ଭେଟି ଆଣିଲେ ଓ ତାଙ୍କର ସେବା କଲେ। 22 ଶଲୋମନଙ୍କର ପ୍ରାତ୍ୟହିକ ଆୟୋଜନୀୟ ଦ୍ରବ୍ୟ ତିରିଶ ମହଣ ସରୁ ମଇଦା ଓ ଷାଠିଏ ମହଣ ସୁଜି, 23 ଆଉ ଦଶ ପୁଷ୍ଟ ଗୋରୁ ଓ ଚରାସ୍ଥାନରୁ କୋଡ଼ିଏ ଗୋରୁ ଓ ଏକ ଶହ ମେଷ, ଏହାଛଡ଼ା ଅନେକ ହରିଣ ଓ କୃଷ୍ଣସାର ଓ ବନଗୋରୁ ଓ ପୁଷ୍ଟ ପକ୍ଷୀ ଥିଲା। 24 କାରଣ, ସେ ତିପ୍ସହଠାରୁ ଘସା ପର୍ଯ୍ୟନ୍ତ (ଫରାତ୍‍) ନଦୀର ଏପାରିସ୍ଥିତ ସମସ୍ତ ଅଞ୍ଚଳର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କଲେ; ପୁଣି, ତାଙ୍କର ଚତୁର୍ଦ୍ଦିଗସ୍ଥ ସବୁଆଡ଼େ ଶାନ୍ତି ଥିଲା। 25 ଏଣୁ ଶଲୋମନଙ୍କର ଯାବଜ୍ଜୀବନ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ଦ୍ରାକ୍ଷାଲତା ଓ ଆପଣା ଆପଣା ଡିମ୍ବିରିବୃକ୍ଷ ମୂଳରେ ନିରାପଦରେ ବାସ କଲେ। 26 ଆଉ ଶଲୋମନଙ୍କର ରଥ ନିମନ୍ତେ ଚାଳିଶ ସହସ୍ର ଅଶ୍ୱଶାଳା ଓ ବାର ସହସ୍ର ଅଶ୍ୱାରୋହୀ ଥିଲେ। 27 ଆଉ ଶଲୋମନ ରାଜାଙ୍କ ନିମନ୍ତେ ଓ ଶଲୋମନ ରାଜାଙ୍କର ମେଜରେ ଭୋଜନକାରୀ ସମସ୍ତଙ୍କ ନିମନ୍ତେ ପୂର୍ବୋକ୍ତ ଦେଶାଧ୍ୟକ୍ଷମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ନିରୂପିତ ମାସରେ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ସେମାନେ କିଛି ଊଣା କଲେ ନାହିଁ। 28 ସେମାନଙ୍କର ପ୍ରତ୍ୟେକ ଜଣ ମଧ୍ୟ ଆପଣା ଆପଣା ନିରୂପିତ କର୍ମାନୁସାରେ ଅଶ୍ୱ ଓ ଦ୍ରୁତଗାମୀ ବାହନସକଳ ନିମନ୍ତେ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଯବ ଓ ତୃଣ ଆଣିଲେ। 29 ଆହୁରି ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି, ପୁଣି, ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ମନର ବିସ୍ତୀର୍ଣ୍ଣତା ପ୍ରଦାନ କଲେ। 30 ପୂର୍ବଦେଶୀୟ ଓ ମିସରୀୟ ସମସ୍ତ ଲୋକଙ୍କର ସମୁଦାୟ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ହେଲା। 31 କାରଣ, ସେ ସମସ୍ତ ଲୋକଙ୍କଠାରୁ, ଇଷ୍ରାହୀୟ ଏଥନ୍‍ ଓ ମାହୋଲର ପୁତ୍ର ହେମନ ଓ କଲ୍‍କୋଲ୍‍ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନବାନ ଥିଲେ ଓ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଲା। 32 ସେ ତିନି ସହସ୍ର ନୀତିକଥା କହିଲେ ଓ ତାଙ୍କର ଗୀତ ଏକ ସହସ୍ର ପାଞ୍ଚ ଥିଲା। 33 ପୁଣି, ସେ ଲିବାନୋନର ଏରସ ବୃକ୍ଷଠାରୁ ପ୍ରାଚୀରରେ ଉତ୍ପନ୍ନ ଏସୋବ ତୃଣ ପର୍ଯ୍ୟନ୍ତ ବୃକ୍ଷମାନର ବର୍ଣ୍ଣନା କଲେ; ସେ ପଶୁ ଓ ପକ୍ଷୀ ଓ ଉରୋଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ମଧ୍ୟ ବର୍ଣ୍ଣନା କଲେ। 34 ପୁଣି, ପୃଥିବୀସ୍ଥ ଯେଉଁ ଯେଉଁ ରାଜା ଶଲୋମନଙ୍କର ଜ୍ଞାନ ବିଷୟ ଶୁଣିଥିଲେ, ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନର କଥା ଶୁଣିବାକୁ ଆସିଲେ।

In Other Versions

1 Kings 4 in the ANGEFD

1 Kings 4 in the ANTPNG2D

1 Kings 4 in the AS21

1 Kings 4 in the BAGH

1 Kings 4 in the BBPNG

1 Kings 4 in the BBT1E

1 Kings 4 in the BDS

1 Kings 4 in the BEV

1 Kings 4 in the BHAD

1 Kings 4 in the BIB

1 Kings 4 in the BLPT

1 Kings 4 in the BNT

1 Kings 4 in the BNTABOOT

1 Kings 4 in the BNTLV

1 Kings 4 in the BOATCB

1 Kings 4 in the BOATCB2

1 Kings 4 in the BOBCV

1 Kings 4 in the BOCNT

1 Kings 4 in the BOECS

1 Kings 4 in the BOGWICC

1 Kings 4 in the BOHCB

1 Kings 4 in the BOHCV

1 Kings 4 in the BOHLNT

1 Kings 4 in the BOHNTLTAL

1 Kings 4 in the BOICB

1 Kings 4 in the BOILNTAP

1 Kings 4 in the BOITCV

1 Kings 4 in the BOKCV

1 Kings 4 in the BOKCV2

1 Kings 4 in the BOKHWOG

1 Kings 4 in the BOKSSV

1 Kings 4 in the BOLCB

1 Kings 4 in the BOLCB2

1 Kings 4 in the BOMCV

1 Kings 4 in the BONAV

1 Kings 4 in the BONCB

1 Kings 4 in the BONLT

1 Kings 4 in the BONUT2

1 Kings 4 in the BOPLNT

1 Kings 4 in the BOSCB

1 Kings 4 in the BOSNC

1 Kings 4 in the BOTLNT

1 Kings 4 in the BOVCB

1 Kings 4 in the BOYCB

1 Kings 4 in the BPBB

1 Kings 4 in the BPH

1 Kings 4 in the BSB

1 Kings 4 in the CCB

1 Kings 4 in the CUV

1 Kings 4 in the CUVS

1 Kings 4 in the DBT

1 Kings 4 in the DGDNT

1 Kings 4 in the DHNT

1 Kings 4 in the DNT

1 Kings 4 in the ELBE

1 Kings 4 in the EMTV

1 Kings 4 in the ESV

1 Kings 4 in the FBV

1 Kings 4 in the FEB

1 Kings 4 in the GGMNT

1 Kings 4 in the GNT

1 Kings 4 in the HARY

1 Kings 4 in the HNT

1 Kings 4 in the IRVA

1 Kings 4 in the IRVB

1 Kings 4 in the IRVG

1 Kings 4 in the IRVH

1 Kings 4 in the IRVK

1 Kings 4 in the IRVM

1 Kings 4 in the IRVM2

1 Kings 4 in the IRVP

1 Kings 4 in the IRVT

1 Kings 4 in the IRVT2

1 Kings 4 in the IRVU

1 Kings 4 in the ISVN

1 Kings 4 in the JSNT

1 Kings 4 in the KAPI

1 Kings 4 in the KBT1ETNIK

1 Kings 4 in the KBV

1 Kings 4 in the KJV

1 Kings 4 in the KNFD

1 Kings 4 in the LBA

1 Kings 4 in the LBLA

1 Kings 4 in the LNT

1 Kings 4 in the LSV

1 Kings 4 in the MAAL

1 Kings 4 in the MBV

1 Kings 4 in the MBV2

1 Kings 4 in the MHNT

1 Kings 4 in the MKNFD

1 Kings 4 in the MNG

1 Kings 4 in the MNT

1 Kings 4 in the MNT2

1 Kings 4 in the MRS1T

1 Kings 4 in the NAA

1 Kings 4 in the NASB

1 Kings 4 in the NBLA

1 Kings 4 in the NBS

1 Kings 4 in the NBVTP

1 Kings 4 in the NET2

1 Kings 4 in the NIV11

1 Kings 4 in the NNT

1 Kings 4 in the NNT2

1 Kings 4 in the NNT3

1 Kings 4 in the PDDPT

1 Kings 4 in the PFNT

1 Kings 4 in the RMNT

1 Kings 4 in the SBIAS

1 Kings 4 in the SBIBS

1 Kings 4 in the SBIBS2

1 Kings 4 in the SBICS

1 Kings 4 in the SBIDS

1 Kings 4 in the SBIGS

1 Kings 4 in the SBIHS

1 Kings 4 in the SBIIS

1 Kings 4 in the SBIIS2

1 Kings 4 in the SBIIS3

1 Kings 4 in the SBIKS

1 Kings 4 in the SBIKS2

1 Kings 4 in the SBIMS

1 Kings 4 in the SBIOS

1 Kings 4 in the SBIPS

1 Kings 4 in the SBISS

1 Kings 4 in the SBITS

1 Kings 4 in the SBITS2

1 Kings 4 in the SBITS3

1 Kings 4 in the SBITS4

1 Kings 4 in the SBIUS

1 Kings 4 in the SBIVS

1 Kings 4 in the SBT

1 Kings 4 in the SBT1E

1 Kings 4 in the SCHL

1 Kings 4 in the SNT

1 Kings 4 in the SUSU

1 Kings 4 in the SUSU2

1 Kings 4 in the SYNO

1 Kings 4 in the TBIAOTANT

1 Kings 4 in the TBT1E

1 Kings 4 in the TBT1E2

1 Kings 4 in the TFTIP

1 Kings 4 in the TFTU

1 Kings 4 in the TGNTATF3T

1 Kings 4 in the THAI

1 Kings 4 in the TNFD

1 Kings 4 in the TNT

1 Kings 4 in the TNTIK

1 Kings 4 in the TNTIL

1 Kings 4 in the TNTIN

1 Kings 4 in the TNTIP

1 Kings 4 in the TNTIZ

1 Kings 4 in the TOMA

1 Kings 4 in the TTENT

1 Kings 4 in the UBG

1 Kings 4 in the UGV

1 Kings 4 in the UGV2

1 Kings 4 in the UGV3

1 Kings 4 in the VBL

1 Kings 4 in the VDCC

1 Kings 4 in the YALU

1 Kings 4 in the YAPE

1 Kings 4 in the YBVTP

1 Kings 4 in the ZBP