Nehemiah 8 (IRVO)
1 ପୁଣି, ସମସ୍ତ ଲୋକ ଏକ ଉଦ୍ଦେଶ୍ୟରେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ଏକତ୍ରିତ ହେଲେ; ଆଉ, ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା-ପୁସ୍ତକ ଆଜ୍ଞା କରିଥିଲେ, ତାହା ଆଣିବା ପାଇଁ ସେମାନେ ଏଜ୍ରା ଅଧ୍ୟାପକକୁ କହିଲେ। 2 ତହିଁରେ ସପ୍ତମ ମାସର ପ୍ରଥମ ଦିନରେ, ଏଜ୍ରା ଯାଜକ ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ଶୁଣି ବୁଝି ପାରନ୍ତି, ସେ ସମସ୍ତ ସମାଜ ସାକ୍ଷାତକୁ ସେହି ବ୍ୟବସ୍ଥା-ପୁସ୍ତକ ଆଣିଲେ। 3 ତହୁଁ ସେ ଜଳଦ୍ୱାର ସମ୍ମୁଖସ୍ଥ ଛକରେ, ପୁରୁଷ ଓ ସ୍ତ୍ରୀ ଆଦି ଯେତେ ଲୋକ ବୁଝି ପାରନ୍ତି, ସେ ସମସ୍ତଙ୍କ ସାକ୍ଷାତରେ ପ୍ରଭାତରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ସେହି ପୁସ୍ତକରୁ ପାଠ କଲେ; ଆଉ, ସମସ୍ତ ଲୋକଙ୍କର କର୍ଣ୍ଣ ସେହି ବ୍ୟବସ୍ଥା-ପୁସ୍ତକ ପ୍ରତି ନିବିଷ୍ଟ ରହିଲା। 4 ଆଉ, ଏଜ୍ରା ଅଧ୍ୟାପକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଠର ମଞ୍ଚ ଉପରେ ଠିଆ ହେଲେ; ଆଉ, ଦକ୍ଷିଣ ପାର୍ଶ୍ୱରେ ତାହା ନିକଟରେ ମତ୍ତଥୀୟ, ଶେମା, ଅନାୟ, ଊରୀୟ, ହିଲ୍କୀୟ ଓ ମାସେୟ ଠିଆ ହେଲେ; ପୁଣି, ତାହାର ବାମ ପାର୍ଶ୍ଵରେ ପଦାୟ, ମୀଶାୟେଲ, ମଲ୍କୀୟ, ହଶୂମ, ହଶ୍ବଦ୍ଦାନା, ଜିଖରୀୟ ଓ ମଶୁଲ୍ଲମ୍ ଠିଆ ହେଲେ। 5 ଏଉତ୍ତାରେ ଏଜ୍ରା ସମସ୍ତ ଲୋକଙ୍କ ଦୃଷ୍ଟିରେ ସେହି ପୁସ୍ତକ ଫିଟାଇଲେ; କାରଣ ସେ ସମସ୍ତ ଲୋକଙ୍କ ଊର୍ଦ୍ଧ୍ୱରେ ଠିଆ ହୋଇଥିଲେ; ପୁଣି, ସେ ପୁସ୍ତକ ଫିଟାନ୍ତେ, ସମସ୍ତ ଲୋକ ଠିଆ ହେଲେ। 6 ତହୁଁ ଏଜ୍ରା ମହାନ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲେ। ପୁଣି, ସମସ୍ତ ଲୋକ ଆପଣା ଆପଣା ହସ୍ତ ଉଠାଇ ଆମେନ୍, ଆମେନ୍ ବୋଲି ଉତ୍ତର କଲେ; ଆଉ, ସେମାନେ ଆପଣା ଆପଣା ମସ୍ତକ ନତ କରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ। 7 ଆହୁରି, ଯେଶୂୟ ଓ ବାନି ଓ ଶେରେବୀୟ, ଯାମୀନ୍, ଅକ୍କୂବ, ଶବ୍ବଥୟ, ହୋଦୀୟ, ମାସେୟ, କଲିଟ, ଅସରୀୟ, ଯୋଷାବଦ୍, ହାନନ୍, ପଲାୟ ଓ ଲେବୀୟମାନେ ଲୋକମାନଙ୍କୁ ବ୍ୟବସ୍ଥା ବୁଝାଇଦେଲେ; ଆଉ, ଲୋକମାନେ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ। 8 ପୁଣି, ସେମାନେ ସ୍ପଷ୍ଟରୂପେ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ସେମାନେ ତହିଁର ଭାବ ବୁଝାଇଦେଲେ, ତହୁଁ ଲୋକମାନେ ପଠନ ବୁଝି ପାରିଲେ। 9 ପୁଣି, ଶାସନକର୍ତ୍ତା ନିହିମୀୟା ଓ ଅଧ୍ୟାପକ ଓ ଯାଜକ ଏଜ୍ରା ଓ ଲୋକମାନଙ୍କର ଶିକ୍ଷକ ଲେବୀୟମାନେ ସମସ୍ତ ଲୋକଙ୍କୁ କହିଲେ, “ଆଜି ଦିନ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ; ଶୋକ ନ କର କି ରୋଦନ ନ କର।” କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ, ସମସ୍ତ ଲୋକ ରୋଦନ କଲେ। 10 ଆଉ, ନିହିମୀୟା ସେମାନଙ୍କୁ କହିଲା, “ଆପଣା ଆପଣା ପଥରେ ଯାଅ, ଚିକଣ ଦ୍ରବ୍ୟ ଭୋଜନ କର ଓ ମିଠା ଦ୍ରବ୍ୟ ପାନ କର ଓ ଯାହା ନିମନ୍ତେ କିଛି ପ୍ରସ୍ତୁତ ହୋଇ ନାହିଁ, ତାହା ନିକଟକୁ କିଛି ଅଂଶ ପଠାଅ; କାରଣ ଆଜିର ଦିନ ଆମ୍ଭମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ, ତୁମ୍ଭେମାନେ ଦୁଃଖିତ ନ ହୁଅ; ଯେଣୁ ସଦାପ୍ରଭୁ ବିଷୟକ ଆନନ୍ଦ ତୁମ୍ଭମାନଙ୍କର ବଳ ଅଟେ।” 11 ଏହିରୂପେ ଲେବୀୟମାନେ ସମସ୍ତ ଲୋକଙ୍କୁ ତୁନି କରାଇ କହିଲେ, “ନୀରବ ହୁଅ, ଆଜି ପବିତ୍ର ଦିନ! ତୁମ୍ଭେମାନେ ଦୁଃଖିତ ନ ହୁଅ।” 12 ଏଉତ୍ତାରେ ଲୋକମାନେ ଆପଣାମାନଙ୍କ ନିକଟରେ ପ୍ରକାଶିତ ବାକ୍ୟସବୁ ବୁଝିବାରୁ ସେମାନେ ସମସ୍ତେ ଭୋଜନପାନ କରିବାକୁ ଓ କିଛି ଅଂଶ ପଠାଇବାକୁ ଓ ଅତିଶୟ ଆନନ୍ଦ କରିବାକୁ ଆପଣା ଆପଣା ପଥରେ ଗମନ କଲେ। 13 ପୁଣି, ଦ୍ୱିତୀୟ ଦିନ ସମଗ୍ର ଲୋକଙ୍କର ପିତୃବଂଶୀୟ ପ୍ରଧାନବର୍ଗ, ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଅଧ୍ୟାପକ ଏଜ୍ରା ନିକଟରେ ଏକତ୍ରିତ ହେଲେ। 14 ସେମାନେ ମୋଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କର ଏହି ଆଜ୍ଞା ବ୍ୟବସ୍ଥାରେ ଲେଖା ଥିବାର ଦେଖିଲେ ଯେ, ସପ୍ତମ ମାସର ପର୍ବ ସମୟରେ ଇସ୍ରାଏଲ-ସନ୍ତାନଗଣ ପତ୍ରକୁଟୀରରେ କିପରି ବାସ କରିବେ; 15 ପୁଣି, ସେମାନେ ଆପଣାମାନଙ୍କ ସମସ୍ତ ନଗରରେ ଓ ଯିରୂଶାଲମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ, ଯଥା, “ତୁମ୍ଭେମାନେ ଲିଖନାନୁସାରେ ପତ୍ରକୁଟୀର ନିର୍ମାଣ କରିବା ପାଇଁ ପର୍ବତକୁ ଯାଇ ଜୀତଶାଖା ଓ ବନ୍ୟ ଜୀତଶାଖା ଓ ମେହେନ୍ଦି ଶାଖା ଓ ଖର୍ଜ୍ଜୁର ଶାଖା ଓ ଗହଳିଆ ବୃକ୍ଷର ଶାଖା ଆଣ।” 16 ତହିଁରେ ଲୋକମାନେ ବାହାରକୁ ଯାଇ ତାହାସବୁ ଆଣି ଆପଣା ପାଇଁ ପତ୍ରକୁଟୀର ନିର୍ମାଣ କଲେ, ପ୍ରତ୍ୟେକେ ଆପଣା ଆପଣା ଗୃହର ଛାତ ଉପରେ ଓ ପ୍ରାଙ୍ଗଣରେ ଓ ପରମେଶ୍ୱରଙ୍କ ଗୃହର ସକଳ ପ୍ରାଙ୍ଗଣରେ ଓ ଜଳଦ୍ୱାରର ଛକରେ ଓ ଇଫ୍ରୟିମ-ଦ୍ୱାରର ଛକରେ ନିର୍ମାଣ କଲେ। 17 ପୁଣି, ବନ୍ଦୀତ୍ୱରୁ ଫେରି ଆସିଥିବା ଲୋକଙ୍କର ସମସ୍ତ ସମାଜ ପତ୍ରକୁଟୀର ନିର୍ମାଣ କରି ତହିଁ ମଧ୍ୟରେ ବାସ କଲେ; ନୂନର ପୁତ୍ର ଯେଶୂୟର ସମୟଠାରୁ ସେହି ଦିନ ପର୍ଯ୍ୟନ୍ତ ଇସ୍ରାଏଲ-ସନ୍ତାନଗଣ ସେପରି ଆନନ୍ଦ କରି ନ ଥିଲେ। ଏଣୁ ଅତି ବଡ଼ ଆନନ୍ଦ ହେଲା। 18 ଆହୁରି, ଏଜ୍ରା ପ୍ରଥମ ଦିନଠାରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ। ପୁଣି, ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ; ଆଉ, ବ୍ୟବସ୍ଥାନୁସାରେ ଅଷ୍ଟମ ଦିନ ମହାସଭା ହେଲା।
In Other Versions
Nehemiah 8 in the ANGEFD
Nehemiah 8 in the ANTPNG2D
Nehemiah 8 in the AS21
Nehemiah 8 in the BAGH
Nehemiah 8 in the BBPNG
Nehemiah 8 in the BBT1E
Nehemiah 8 in the BDS
Nehemiah 8 in the BEV
Nehemiah 8 in the BHAD
Nehemiah 8 in the BIB
Nehemiah 8 in the BLPT
Nehemiah 8 in the BNT
Nehemiah 8 in the BNTABOOT
Nehemiah 8 in the BNTLV
Nehemiah 8 in the BOATCB
Nehemiah 8 in the BOATCB2
Nehemiah 8 in the BOBCV
Nehemiah 8 in the BOCNT
Nehemiah 8 in the BOECS
Nehemiah 8 in the BOGWICC
Nehemiah 8 in the BOHCB
Nehemiah 8 in the BOHCV
Nehemiah 8 in the BOHLNT
Nehemiah 8 in the BOHNTLTAL
Nehemiah 8 in the BOICB
Nehemiah 8 in the BOILNTAP
Nehemiah 8 in the BOITCV
Nehemiah 8 in the BOKCV
Nehemiah 8 in the BOKCV2
Nehemiah 8 in the BOKHWOG
Nehemiah 8 in the BOKSSV
Nehemiah 8 in the BOLCB
Nehemiah 8 in the BOLCB2
Nehemiah 8 in the BOMCV
Nehemiah 8 in the BONAV
Nehemiah 8 in the BONCB
Nehemiah 8 in the BONLT
Nehemiah 8 in the BONUT2
Nehemiah 8 in the BOPLNT
Nehemiah 8 in the BOSCB
Nehemiah 8 in the BOSNC
Nehemiah 8 in the BOTLNT
Nehemiah 8 in the BOVCB
Nehemiah 8 in the BOYCB
Nehemiah 8 in the BPBB
Nehemiah 8 in the BPH
Nehemiah 8 in the BSB
Nehemiah 8 in the CCB
Nehemiah 8 in the CUV
Nehemiah 8 in the CUVS
Nehemiah 8 in the DBT
Nehemiah 8 in the DGDNT
Nehemiah 8 in the DHNT
Nehemiah 8 in the DNT
Nehemiah 8 in the ELBE
Nehemiah 8 in the EMTV
Nehemiah 8 in the ESV
Nehemiah 8 in the FBV
Nehemiah 8 in the FEB
Nehemiah 8 in the GGMNT
Nehemiah 8 in the GNT
Nehemiah 8 in the HARY
Nehemiah 8 in the HNT
Nehemiah 8 in the IRVA
Nehemiah 8 in the IRVB
Nehemiah 8 in the IRVG
Nehemiah 8 in the IRVH
Nehemiah 8 in the IRVK
Nehemiah 8 in the IRVM
Nehemiah 8 in the IRVM2
Nehemiah 8 in the IRVP
Nehemiah 8 in the IRVT
Nehemiah 8 in the IRVT2
Nehemiah 8 in the IRVU
Nehemiah 8 in the ISVN
Nehemiah 8 in the JSNT
Nehemiah 8 in the KAPI
Nehemiah 8 in the KBT1ETNIK
Nehemiah 8 in the KBV
Nehemiah 8 in the KJV
Nehemiah 8 in the KNFD
Nehemiah 8 in the LBA
Nehemiah 8 in the LBLA
Nehemiah 8 in the LNT
Nehemiah 8 in the LSV
Nehemiah 8 in the MAAL
Nehemiah 8 in the MBV
Nehemiah 8 in the MBV2
Nehemiah 8 in the MHNT
Nehemiah 8 in the MKNFD
Nehemiah 8 in the MNG
Nehemiah 8 in the MNT
Nehemiah 8 in the MNT2
Nehemiah 8 in the MRS1T
Nehemiah 8 in the NAA
Nehemiah 8 in the NASB
Nehemiah 8 in the NBLA
Nehemiah 8 in the NBS
Nehemiah 8 in the NBVTP
Nehemiah 8 in the NET2
Nehemiah 8 in the NIV11
Nehemiah 8 in the NNT
Nehemiah 8 in the NNT2
Nehemiah 8 in the NNT3
Nehemiah 8 in the PDDPT
Nehemiah 8 in the PFNT
Nehemiah 8 in the RMNT
Nehemiah 8 in the SBIAS
Nehemiah 8 in the SBIBS
Nehemiah 8 in the SBIBS2
Nehemiah 8 in the SBICS
Nehemiah 8 in the SBIDS
Nehemiah 8 in the SBIGS
Nehemiah 8 in the SBIHS
Nehemiah 8 in the SBIIS
Nehemiah 8 in the SBIIS2
Nehemiah 8 in the SBIIS3
Nehemiah 8 in the SBIKS
Nehemiah 8 in the SBIKS2
Nehemiah 8 in the SBIMS
Nehemiah 8 in the SBIOS
Nehemiah 8 in the SBIPS
Nehemiah 8 in the SBISS
Nehemiah 8 in the SBITS
Nehemiah 8 in the SBITS2
Nehemiah 8 in the SBITS3
Nehemiah 8 in the SBITS4
Nehemiah 8 in the SBIUS
Nehemiah 8 in the SBIVS
Nehemiah 8 in the SBT
Nehemiah 8 in the SBT1E
Nehemiah 8 in the SCHL
Nehemiah 8 in the SNT
Nehemiah 8 in the SUSU
Nehemiah 8 in the SUSU2
Nehemiah 8 in the SYNO
Nehemiah 8 in the TBIAOTANT
Nehemiah 8 in the TBT1E
Nehemiah 8 in the TBT1E2
Nehemiah 8 in the TFTIP
Nehemiah 8 in the TFTU
Nehemiah 8 in the TGNTATF3T
Nehemiah 8 in the THAI
Nehemiah 8 in the TNFD
Nehemiah 8 in the TNT
Nehemiah 8 in the TNTIK
Nehemiah 8 in the TNTIL
Nehemiah 8 in the TNTIN
Nehemiah 8 in the TNTIP
Nehemiah 8 in the TNTIZ
Nehemiah 8 in the TOMA
Nehemiah 8 in the TTENT
Nehemiah 8 in the UBG
Nehemiah 8 in the UGV
Nehemiah 8 in the UGV2
Nehemiah 8 in the UGV3
Nehemiah 8 in the VBL
Nehemiah 8 in the VDCC
Nehemiah 8 in the YALU
Nehemiah 8 in the YAPE
Nehemiah 8 in the YBVTP
Nehemiah 8 in the ZBP