Numbers 6 (IRVO)
1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ପୁରୁଷ କିମ୍ବା ସ୍ତ୍ରୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ହେବା ନିମନ୍ତେ ଯଦି ନାସରୀୟ କୌଣସି ବିଶେଷ ବ୍ରତ କରେ, 3 ତେବେ ସେ ଦ୍ରାକ୍ଷାରସ ଓ ସୁରାରୁ ଆପଣାକୁ ପୃଥକ କରିବ; ସେ ଦ୍ରାକ୍ଷାରସର ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ, କିଅବା ସେ ଦ୍ରାକ୍ଷାଫଳ ଜାତ କୌଣସି ପେୟ ପାନ କରିବ ନାହିଁ ଓ କଞ୍ଚା କିମ୍ବା ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ। 4 ସେ ତାହାର ପୃଥକ ଥିବା ସମସ୍ତ ଦିନ ଦ୍ରାକ୍ଷାଫଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ କିମ୍ବା ତହିଁର ମଞ୍ଜିଠାରୁ ଚୋପା ପର୍ଯ୍ୟନ୍ତ କିଛି ଖାଇବ ନାହିଁ। 5 ତାହାର ବ୍ରତ ହେତୁ ପୃଥକ ଥିବା ସମସ୍ତ ଦିନ ତାହାର ମସ୍ତକରେ କ୍ଷୁର ଲାଗିବ ନାହିଁ; ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ, ସେ ଆପଣା ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ। 6 ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ଥିବା ସମସ୍ତ ଦିନ କୌଣସି ଶବ ନିକଟକୁ ଯିବ ନାହିଁ। 7 ଆପଣା ପିତା କିମ୍ବା ମାତା କିମ୍ବା ଭ୍ରାତା କିମ୍ବା ଭଗିନୀ ମଲେ, ସେ ସେମାନଙ୍କ ସକାଶୁ ଆପଣାକୁ ଅଶୁଚି କରିବ ନାହିଁ; କାରଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ ହେବାର ଚିହ୍ନ ତାହାର ମସ୍ତକରେ ଅଛି। 8 ତାହାର ପୃଥକ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। 9 ଆଉ ଯଦି କୌଣସି ମନୁଷ୍ୟ ହଠାତ୍ ତାହା ନିକଟରେ ମରିବାରୁ ସେ ଆପଣା ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ, ତେବେ ସେ ଶୌଚ-ଦିନରେ ଆପଣା ମସ୍ତକ ମୁଣ୍ଡନ କରିବ, ଅର୍ଥାତ୍, ସେ ସପ୍ତମ ଦିନରେ ତାହା ମୁଣ୍ଡନ କରିବ। 10 ପୁଣି, ଅଷ୍ଟମ ଦିନରେ ସେ ଦୁଇ ଘୁଘୁ ଅବା ଦୁଇ କପୋତ ଛୁଆ ସମାଗମ-ତମ୍ବୁ ଦ୍ୱାରରେ ଯାଜକ ନିକଟକୁ ଆଣିବ। 11 ଆଉ ଯାଜକ ତହିଁରୁ ଗୋଟିକୁ ପାପାର୍ଥେ ଓ ଅନ୍ୟଟିକୁ ହୋମାର୍ଥେ ଉତ୍ସର୍ଗ କରିବ ଓ ସେ ଶବ-ଘଟିତ ଯେଉଁ ପାପ କଲା, ତହିଁ ଲାଗି ପ୍ରାୟଶ୍ଚିତ୍ତ କରିବ ଓ ସେ ସେହି ଦିନ ତାହାର ମସ୍ତକ ପବିତ୍ର କରିବ। 12 ତହୁଁ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ ହୋଇ ରହିବା ଦିନମାନ ପୃଥକ କରିବ, ପୁଣି, ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀୟ ଗୋଟିଏ ମେଷବତ୍ସ ଆଣିବ; ମାତ୍ର ପୂର୍ବ ଦିନସବୁ ବୃଥା ହେବ, କାରଣ ତାହାର ପୃଥକକରଣ ଅଶୁଚି ହେଲା। 13 ଆଉ ପୃଥକ ରହିବା ଦିନ ସମ୍ପୂର୍ଣ୍ଣ ହେଲେ, ନାସରୀୟ ବ୍ରତର ଏହି ବ୍ୟବସ୍ଥା ବ୍ରତକାରୀ ସମାଗମ-ତମ୍ବୁ ଦ୍ୱାର ନିକଟକୁ ଅଣାଯିବ। 14 ପୁଣି, ସେ ହୋମାର୍ଥେ ଏକ ବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ ଓ ପାପାର୍ଥେ ଏକ ବର୍ଷୀୟ ନିଖୁନ୍ତ ଏକ ମେଷବତ୍ସା ଓ ମଙ୍ଗଳାର୍ଥେ ନିଖୁନ୍ତ ଏକ ମେଷ 15 ଓ ଏକ ଡାଲା ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ସରୁ ମଇଦାର ପିଠା, ତାଡ଼ିଶୂନ୍ୟ ତୈଳାକ୍ତ ସରୁ ଚକୁଳି, ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। 16 ତହୁଁ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଏହିସବୁ ଆଣି ତାହାର ପାପାର୍ଥକ ବଳି ଓ ହୋମାର୍ଥକ ବଳି ଉତ୍ସର୍ଗ କରିବ। 17 ତହିଁ ଉତ୍ତାରେ ସେ ତାଡ଼ିଶୂନ୍ୟ ରୁଟିର ଡାଲା ସହିତ ମଙ୍ଗଳାର୍ଥକ ମେଷବଳି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ; ମଧ୍ୟ ଯାଜକ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ଉତ୍ସର୍ଗ କରିବ। 18 ତେବେ ନାସରୀୟ ଲୋକ ସମାଗମ-ତମ୍ବୁ ଦ୍ୱାରରେ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କରିବ ଓ ଆପଣା ପ୍ରତିଷ୍ଠିତ ମସ୍ତକର କେଶ ନେଇ ମଙ୍ଗଳାର୍ଥକ ବଳିର ଅଧଃସ୍ଥିତ ଅଗ୍ନିରେ ପକାଇବ। 19 ପୁଣି, ନାସରୀୟ ଲୋକ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କଲା ଉତ୍ତାରେ, ଯାଜକ ସେହି ମେଷର ଜଳସିଦ୍ଧ ସ୍କନ୍ଧ, ଡାଲାରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତାଡ଼ିଶୂନ୍ୟ ସରୁ ଚକୁଳି ନେଇ ତାହାର ହସ୍ତରେ ଦେବ। 20 ଆଉ, ଯାଜକ ଦୋଳନୀୟ ନୈବେଦ୍ୟାର୍ଥେ ତାହାସବୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ; ତହିଁରେ ଦୋଳନୀୟ ବକ୍ଷ ଓ ଉତ୍ତୋଳନୀୟ ଚଟୁଆ ସହିତ ତାହା ଯାଜକର ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁ ଉତ୍ତାରେ ସେହି ନାସରୀୟ ଲୋକ ଦ୍ରାକ୍ଷାରସ ପାନ କରି ପାରିବ। 21 ନାସରୀୟ ବ୍ରତଧାରୀ ଲୋକ ଯାହା ଦେବାକୁ ସକ୍ଷମ, ତାହା ବ୍ୟତୀତ ଓ ତାହାର ପୃଥକ ରହିବା ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ-ଦାନର ବ୍ୟବସ୍ଥା ଏହି; ସେ ଯେରୂପ ବ୍ରତ କରେ, ପୃଥକ ରହିବା ବ୍ୟବସ୍ଥାନୁସାରେ ତାହା ତାହାକୁ କରିବାକୁ ହେବ।” 22 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 23 “ତୁମ୍ଭେ ହାରୋଣ ଓ ତାହାର ପୁତ୍ରଗଣକୁ କୁହ, ‘ତୁମ୍ଭେମାନେ ଇସ୍ରାଏଲ-ସନ୍ତାନଗଣକୁ ଏହିରୂପେ ଆଶୀର୍ବାଦ କରିବ; ତୁମ୍ଭେମାନେ ସେମାନଙ୍କୁ କହିବ, 24 ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ରକ୍ଷା କରନ୍ତୁ; 25 ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖର ତେଜ ପ୍ରକାଶ କରନ୍ତୁଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ; 26 ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାଉନ୍ତୁ ଓ ତୁମ୍ଭକୁ ଶାନ୍ତି ଦେଉନ୍ତୁ।’” 27 ଏହିରୂପେ ସେମାନେ ଇସ୍ରାଏଲ-ସନ୍ତାନଗଣ ଉପରେ ଆମ୍ଭର ନାମ ରଖିବେ; ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା।
In Other Versions
Numbers 6 in the ANGEFD
Numbers 6 in the ANTPNG2D
Numbers 6 in the AS21
Numbers 6 in the BAGH
Numbers 6 in the BBPNG
Numbers 6 in the BBT1E
Numbers 6 in the BDS
Numbers 6 in the BEV
Numbers 6 in the BHAD
Numbers 6 in the BIB
Numbers 6 in the BLPT
Numbers 6 in the BNT
Numbers 6 in the BNTABOOT
Numbers 6 in the BNTLV
Numbers 6 in the BOATCB
Numbers 6 in the BOATCB2
Numbers 6 in the BOBCV
Numbers 6 in the BOCNT
Numbers 6 in the BOECS
Numbers 6 in the BOGWICC
Numbers 6 in the BOHCB
Numbers 6 in the BOHCV
Numbers 6 in the BOHLNT
Numbers 6 in the BOHNTLTAL
Numbers 6 in the BOICB
Numbers 6 in the BOILNTAP
Numbers 6 in the BOITCV
Numbers 6 in the BOKCV
Numbers 6 in the BOKCV2
Numbers 6 in the BOKHWOG
Numbers 6 in the BOKSSV
Numbers 6 in the BOLCB
Numbers 6 in the BOLCB2
Numbers 6 in the BOMCV
Numbers 6 in the BONAV
Numbers 6 in the BONCB
Numbers 6 in the BONLT
Numbers 6 in the BONUT2
Numbers 6 in the BOPLNT
Numbers 6 in the BOSCB
Numbers 6 in the BOSNC
Numbers 6 in the BOTLNT
Numbers 6 in the BOVCB
Numbers 6 in the BOYCB
Numbers 6 in the BPBB
Numbers 6 in the BPH
Numbers 6 in the BSB
Numbers 6 in the CCB
Numbers 6 in the CUV
Numbers 6 in the CUVS
Numbers 6 in the DBT
Numbers 6 in the DGDNT
Numbers 6 in the DHNT
Numbers 6 in the DNT
Numbers 6 in the ELBE
Numbers 6 in the EMTV
Numbers 6 in the ESV
Numbers 6 in the FBV
Numbers 6 in the FEB
Numbers 6 in the GGMNT
Numbers 6 in the GNT
Numbers 6 in the HARY
Numbers 6 in the HNT
Numbers 6 in the IRVA
Numbers 6 in the IRVB
Numbers 6 in the IRVG
Numbers 6 in the IRVH
Numbers 6 in the IRVK
Numbers 6 in the IRVM
Numbers 6 in the IRVM2
Numbers 6 in the IRVP
Numbers 6 in the IRVT
Numbers 6 in the IRVT2
Numbers 6 in the IRVU
Numbers 6 in the ISVN
Numbers 6 in the JSNT
Numbers 6 in the KAPI
Numbers 6 in the KBT1ETNIK
Numbers 6 in the KBV
Numbers 6 in the KJV
Numbers 6 in the KNFD
Numbers 6 in the LBA
Numbers 6 in the LBLA
Numbers 6 in the LNT
Numbers 6 in the LSV
Numbers 6 in the MAAL
Numbers 6 in the MBV
Numbers 6 in the MBV2
Numbers 6 in the MHNT
Numbers 6 in the MKNFD
Numbers 6 in the MNG
Numbers 6 in the MNT
Numbers 6 in the MNT2
Numbers 6 in the MRS1T
Numbers 6 in the NAA
Numbers 6 in the NASB
Numbers 6 in the NBLA
Numbers 6 in the NBS
Numbers 6 in the NBVTP
Numbers 6 in the NET2
Numbers 6 in the NIV11
Numbers 6 in the NNT
Numbers 6 in the NNT2
Numbers 6 in the NNT3
Numbers 6 in the PDDPT
Numbers 6 in the PFNT
Numbers 6 in the RMNT
Numbers 6 in the SBIAS
Numbers 6 in the SBIBS
Numbers 6 in the SBIBS2
Numbers 6 in the SBICS
Numbers 6 in the SBIDS
Numbers 6 in the SBIGS
Numbers 6 in the SBIHS
Numbers 6 in the SBIIS
Numbers 6 in the SBIIS2
Numbers 6 in the SBIIS3
Numbers 6 in the SBIKS
Numbers 6 in the SBIKS2
Numbers 6 in the SBIMS
Numbers 6 in the SBIOS
Numbers 6 in the SBIPS
Numbers 6 in the SBISS
Numbers 6 in the SBITS
Numbers 6 in the SBITS2
Numbers 6 in the SBITS3
Numbers 6 in the SBITS4
Numbers 6 in the SBIUS
Numbers 6 in the SBIVS
Numbers 6 in the SBT
Numbers 6 in the SBT1E
Numbers 6 in the SCHL
Numbers 6 in the SNT
Numbers 6 in the SUSU
Numbers 6 in the SUSU2
Numbers 6 in the SYNO
Numbers 6 in the TBIAOTANT
Numbers 6 in the TBT1E
Numbers 6 in the TBT1E2
Numbers 6 in the TFTIP
Numbers 6 in the TFTU
Numbers 6 in the TGNTATF3T
Numbers 6 in the THAI
Numbers 6 in the TNFD
Numbers 6 in the TNT
Numbers 6 in the TNTIK
Numbers 6 in the TNTIL
Numbers 6 in the TNTIN
Numbers 6 in the TNTIP
Numbers 6 in the TNTIZ
Numbers 6 in the TOMA
Numbers 6 in the TTENT
Numbers 6 in the UBG
Numbers 6 in the UGV
Numbers 6 in the UGV2
Numbers 6 in the UGV3
Numbers 6 in the VBL
Numbers 6 in the VDCC
Numbers 6 in the YALU
Numbers 6 in the YAPE
Numbers 6 in the YBVTP
Numbers 6 in the ZBP