James 1 (SNT)
1 ମୁଇ ଜାକୁବ ମାପ୍ରୁ ଜିସୁକିରିସ୍ଟ ଆରି ବାବା ପର୍ମେସରର୍ ଗଟେକ୍ ଗତିଦାଙ୍ଗ୍ଡା ।ଗୁଲାଇ ଜଗତେ ଚିନ୍ଚତର୍ ଅଇଜାଇରଇବା ପର୍ମେସରର୍ ବାର୍ଟା କୁଟୁମର୍ ଲକ୍ମନ୍କେ ମୁଇ ଜୁଆର୍ ଜାନାଇକରି ଏ ଚିଟି ଲେକ୍ଲିନି । 2 ଏ ମର୍ ବାଇବଇନିମନ୍ ଜିବନ୍ ବିତାଇଲାବେଲେ ତମର୍ ବିସ୍ବାସ୍ ଡାଁଟ୍ ଆଚେ କି ନାଇ ବଲି, ଜେତ୍କି ଦୁକ୍ କସ୍ଟର୍ ପରିକା ଆଇଲେ, ଏଟା ଗଟେକ୍ ନିକ କରମର୍ ବିସଇ ବଲି ଏତାଆ । 3 କାଇକେବଇଲେ, ଏନ୍ତାରି ଦୁକ୍ କସ୍ଟ ଆଇଲେ ତମର୍ ବିସ୍ବାସ୍ ପରିକାକରି ଡାଁଟ୍ ଆଚେବଲି ଦେକାଇସି । ଆରି ମୁରଚ୍ବାଟା ଅଦିକ୍ ଅଦିକ୍ ଅଇସି ବଲି ତମେ ଜାନିଆଚାସ୍ । 4 ତମେ ସାରାସାରିଜାକ ମୁର୍ଚିକରି ରଇଲେ, କାଇ ବିସଇଟାନେ ମିସା ଉନା ନ ଅଇକରି ପୁରାପୁରୁନ୍ ସିଦ୍ ଅଇସା । 5 ମାତର୍ ତମର୍ ବିତ୍ରେ ଜଦି କାକେ ଗିଆନ୍ ଉନା ରଇ, ଗିଆନ୍ ପାଇବାର୍ଆଲେ ପର୍ମେସର୍କେ ମାଙ୍ଗା । ସେ ତାର୍ ଆତ୍ ମେଲାକରି, ଦସ୍ ନ ଦାରି ସବୁକେ ଦାନ୍ କର୍ସି । 6 ମାତର୍ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍ବାସର୍ ସଙ୍ଗ୍ ପାର୍ତନା କର୍ବାର୍ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍ସି, ସେ ପବନ୍ସଙ୍ଗ୍ ଇଣ୍ଡ୍ତେ ରଇବା ସମ୍ଦୁରର୍ ଉଲ୍କା ପାନି ପାରା ଗଟେକ୍ ଲକ୍ । 7 ସେ ରକାମ୍ ଲକ୍ ମାପ୍ରୁର୍ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର । 8 ସେ ତା, ଦୁଇମନିଆ ଲକ୍, ସେ କର୍ବା ସବୁ କାମ୍ଟାନେ ତବିର୍ ନ ରଏ । 9 ଗଟେକ୍ କାକୁର୍ତି ଅଇ ରଇବା ବିସ୍ବାସି ବାଇକେ ପର୍ମେସର୍ ସାଉକାର୍ କଲେ ସେ ସାର୍ଦା ଅ । 10 ସେନ୍ତାରିସେ ଗଟେକ୍ ସାଉକାର୍ ବିସ୍ବାସିକେ ସେ ଅର୍କିତ୍ କଲେ, ସେ ମିସା ସାର୍ଦା ଅ । କାଇକେବଇଲେ ସାଉକାର୍ ଲକ୍ ପଦାର୍ ଗାଁସର୍ ପୁଲ୍ ପାରା ଜାଉଁଲି ଜାଇସି । 11 ଜେନ୍ତି କି ବେଲ୍ ଉଦିକରି ବେସି ତାତିକଲେ ଗାଁସ୍ ସୁକିଜାଇସି, ତାର୍ ପୁଲ୍ ଜଡିଜାଇସି ଆରି ତାର୍ ବାନିମୁର୍ତି ନସି ଜାଇସି । ସେନ୍ତାରିସେ, ସାଉକାର୍ ଲକ୍ମନ୍ କାମ୍ କରି କରି ମରିଜିବାଇ । 12 ଜନ୍ ଲକ୍ମନ୍ ପରିକା ଆଇଲେ ମିସା ମୁର୍ଚି କରି ରଇବାଇ, ସେମନ୍ କେଡେକ୍ ନିକ କରମର୍ ଲକ୍ । କାଇକେବଇଲେ ସେ ସବୁ ପରିକାଇ ସେମନ୍ ଡାଁଟ୍ ସଙ୍ଗ୍ ଟିଆଅଇଲାପଚେ, ପୁରୁସ୍କାର୍ ପାଇବାଇ । ପର୍ମେସର୍ ତାର୍ ନିଜର୍ ଲକ୍ମନ୍କେ ଜନ୍ ଜିବନର୍ ମୁକୁଟ୍ ଦେବାକେ ସପତ୍ କଲାଆଚେ, ସେମନ୍ ସେଟା ପୁରୁସ୍କାର୍ ଇସାବେ ମିଲାଇବାଇ । 13 କାକେ ମିସା ଦୁକ୍କସ୍ଟ ପାଇବା ପରିକା ଆଇଲେ, ଏ ପରିକା ପର୍ମେସର୍ ପାଟାଇଆଚେ ବଲିକରି କଇବାର୍ ନାଇ । କାଇକେବଇଲେ ପର୍ମେସର୍କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ । 14 ମାତର୍ ଗଟେକ୍ ଲକର୍ କରାପ୍ ଗୁନ୍ଚଲନ୍ ତାକେ ପରିକା କରାଇ ଅଇବାକେ ଡାକିନେଇସି । 15 ତାର୍ପଚେ ତାର୍ କାରାପ୍ ଗୁନ୍ଚଲନେଅନି ପାପ୍ ବାରଇସି । ଆରି ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ମରନ୍ ଆଇସି । 16 ଏ ମର୍ ଆଲାଦର୍ ବାଇବଇନିମନ୍, ତମେ ନାଡାଇଉଆ ନାଇ । 17 ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ । 18 ତାର୍ ସତ୍ ବାକିଅ ଆମ୍କେ ଜାନାଇକରି ତାର୍ତେଇଅନି ଆମ୍କେ ଜିବନ୍ ଦେବାକେ ସେ ମନ୍ କଲା । ଜେତ୍କି ସବୁ ବିସଇ ସେ ତିଆର୍କଲା ମିସା ଆମେ ଅବ୍କା ତାର୍ପାଇସେ ଅଇବାକେ ସେ ମନ୍ କଲା । 19 ଏ ମର୍ ଆଲାଦର୍ ବାଇବଇନିମନ୍, ମନେ ରକିରୁଆ । ତମେ ଆଗ୍ତୁ ନିକକରି ସୁନା । ମାତର୍ ବାବିଚିନ୍ତିକରି କାତା କୁଆ । ଦାପ୍ରେ ରିସା ଉଆନାଇ । 20 କାଇକେବଇଲେ ମୁନୁସର୍ ରିସାର୍ ଲାଗି ପର୍ମେସର୍ ସୁକଲ୍ସଙ୍ଗ୍ ଜଜ୍ନା କଲାଟା ନସିଜାଇସି । 21 ସେଟାର୍ ପାଇ ତମର୍ ଚଲାଚଲ୍ତି ଟାନେଅନି ବାରଇବା ସବୁ ରକାମର୍ କାରାପ୍ ଅବିଆସ୍ ଚାଡିଦିଆସ୍ । ପର୍ମେସର୍କେ ନିଜର୍ ମନ୍ ସର୍ପି ଦିଆସ୍ । ତମର୍ ମନ୍ ବିତ୍ରେ ସେ ଜନ୍ ବାକିଅ ରପିଆଚେ ସେଟାକେ ଦିଆନ୍ ଦିଆ । ସେ ବାକିଅ ତମ୍କେ ରକିଆ କର୍ସି । 22 ବାକିଅ ଜନ୍ଟା କରା ବଲି କଇଲାନି, ସେଟା କରା । ଅବ୍କା ସୁନିକରି ରଇବା ଲକ୍ମନର୍ପାରା ଉଆ ନାଇ । ଏନ୍ତାରିକଲେ ତମେ ନିଜେ ନାଡାଇ ଅଇଲାସ୍ନି । 23 ଜନ୍ଲକ୍ ପର୍ମେସରର୍ ବାକିଅ ଅବ୍କା ସୁନ୍ସି, ମାତର୍ ତେଇର୍ କାତା ନ ନାମେ, ସେ ତାର୍ ମୁଏ ରଇବା ଆର୍ଲା, ଦର୍ପନେ ଦେକ୍ବା ଲକ୍ ପାରା । 24 ସେ ନିକ କରି ନିଜର୍ ଚାଁଇ ଦେକି ଅଇତେରଇସି । ମାତର୍ ତେଇଅନି ଉଟିଗାଲା ପଚେ ତାର୍ ବାନିମୁର୍ତି ପାସ୍ରି ଜାଇସି । 25 ମାତର୍ ମୁନୁସର୍ ମୁକ୍ତି ପାଇ ଗଟେକ୍ ପୁରାପୁରୁନ୍ ନିୟମ୍ ଆଚେ । ଜେ ସେ କାତା ସୁନିକରି ନ ପାସ୍ରେ, ଆରି ତାର୍ଲାଗି ସବୁ ମନ୍ପରାନ୍ ଦେଇକରି ନିଜର୍ ଜିବନ୍ତେଇ ମାନିକରି ରଇସି ବଇଲେ ପର୍ମେସର୍ ତାର୍ କରିରଇବା ସବୁ କାମ୍ ମଙ୍ଗଲ୍ କର୍ସି । 26 କେ ଜଦି ମୁଇ ନିଜେ ଗଟେକ୍ ଦରମ୍ ଲକ୍ ବଲି ବାବ୍ଲାନି, ସେ ଜଦି ତାର୍ ନିଜର୍ ଜିବ୍ ଜାଗର୍ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍ ରିତିନିତି କର୍ବାଟା ଚୁଚାଆଇସେ । 27 ପର୍ମେସର୍ ଦେକ୍ବା ଇସାବେ ଜନ୍ ରିତିନିତି ସତ୍ ଆରି ନିକ, ସେଟା ଅଇଲାନି ଦୁକେ ରଇବା ଟୁରାଟୁରି ପିଲାମନ୍ ଆରି ରାଣ୍ଡିଜୁଣ୍ଡିମନର୍ ଜତନ୍ କର୍ବାଟା । ପଚେ ଜଗତର୍ ଜଞ୍ଜାଲେଅନି ମୁକଲ୍ବାଟା, ଜେନ୍ତାରିକି ସେ ସବୁ ତାକେ ନ ନସାଏ ।