Isaiah 2 (IRVO)

1 ଆମୋସର ପୁତ୍ର ଯିଶାଇୟ, ଯିହୁଦା ଓ ଯିରୂଶାଲମ ବିଷୟରେ ଯେଉଁ ଦର୍ଶନ ପାଇଲେ, ତହିଁର ବୃତ୍ତାନ୍ତ। 2 ଶେଷ କାଳରେ ଏରୂପ ଘଟିବ, ସଦାପ୍ରଭୁଙ୍କ ଗୃହର ପର୍ବତ,ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ;ଆଉ, ସମୁଦାୟ ଗୋଷ୍ଠୀ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ। 3 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ,“ତୁମ୍ଭେମାନେ ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ପର୍ବତକୁ, ଯାକୁବର ପରମେଶ୍ୱରଙ୍କ ଗୃହକୁ ଯାଉ;ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।”କାରଣ ସିୟୋନଠାରୁ ବ୍ୟବସ୍ଥା ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ। 4 ପୁଣି, ସେ ଦେଶୀୟମାନଙ୍କ ମଧ୍ୟରେ ବିଚାର କରିବେ ଓ ଅନେକ ଗୋଷ୍ଠୀ ସମ୍ବନ୍ଧରେ ନିଷ୍ପତ୍ତି କରିବେ;ତହିଁରେ ସେମାନେ ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ;ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ, କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ। 5 ହେ ଯାକୁବ ବଂଶ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଦୀପ୍ତିରେ ଗମନ କରୁ। 6 କାରଣ ତୁମ୍ଭେ ଆପଣା ଲୋକ ଯାକୁବ ବଂଶକୁ ପରିତ୍ୟାଗ କରିଅଛ,ଯେହେତୁ ସେମାନେ ପୂର୍ବଦେଶୀୟ ଆଚାରରେ ପରିପୂର୍ଣ୍ଣ ଓ ପଲେଷ୍ଟୀୟମାନଙ୍କ ନ୍ୟାୟ ଗଣକ ହୋଇଅଛନ୍ତି,ପୁଣି, ସେମାନେ ବିଦେଶୀୟ ସନ୍ତାନଗଣ ସହିତ ହସ୍ତ ତାଳି ଦିଅନ୍ତି। 7 ସେମାନଙ୍କ ଦେଶ ମଧ୍ୟ ରୂପା ଓ ସୁନାରେ ପରିପୂର୍ଣ୍ଣ; ସେମାନଙ୍କ ଧନର ସୀମା ନାହିଁ;ଆହୁରି, ସେମାନଙ୍କ ଦେଶ ଅଶ୍ୱରେ ପରିପୂର୍ଣ୍ଣ ଓ ସେମାନଙ୍କ ରଥର ସୀମା ନାହିଁ। 8 ସେମାନଙ୍କ ଦେଶ ମଧ୍ୟ ପ୍ରତିମାରେ ପରିପୂର୍ଣ୍ଣ;ସେମାନେ ଆପଣାମାନଙ୍କ ଅଙ୍ଗୁଳି ନିର୍ମିତ ସ୍ୱହସ୍ତକୃତ ବସ୍ତୁକୁ ପ୍ରଣାମ କରନ୍ତି। 9 ସାମାନ୍ୟ ଲୋକ ଅଧୋମୁଖ ଓ ମହାନ ଲୋକ ନତ ହୁଏ; ଏହେତୁ ସେମାନଙ୍କୁ କ୍ଷମା କର ନାହିଁ। 10 ତୁମ୍ଭେ ସଦାପ୍ରଭୁଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ,ଶୈଳରେ ପ୍ରବେଶ କରି ଧୂଳିରେ ଆପଣାକୁ ଲୁଚାଅ। 11 ମନୁଷ୍ୟର ଉଚ୍ଚ ଦୃଷ୍ଟି ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ,ପୁଣି, ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ। 12 କାରଣ ଅହଙ୍କାରୀ, ଗର୍ବିତ ଓ ଉଚ୍ଚୀକୃତ ସମସ୍ତଙ୍କ ପ୍ରତିକୂଳରେସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଦିନ ଉପସ୍ଥିତ ହେବ, ତହିଁରେ ତାହା ନତ ହେବ; 13 ଅର୍ଥାତ୍‍, (ସେହି ଦିନ) ଲିବାନୋନର ଉଚ୍ଚ ଓ ଉନ୍ନତ ସକଳ ଏରସ ବୃକ୍ଷର ପ୍ରତିକୂଳଓ ବାଶନର ସମସ୍ତ ଅଲୋନ ବୃକ୍ଷର ପ୍ରତିକୂଳ; 14 ପୁଣି, ସକଳ ଉଚ୍ଚ ପର୍ବତର ପ୍ରତିକୂଳ ଓ ସକଳ ଉନ୍ନତ ଉପପର୍ବତର ପ୍ରତିକୂଳ; 15 ଆଉ, ପ୍ରତ୍ୟେକ ଉଚ୍ଚ ଦୁର୍ଗର ପ୍ରତିକୂଳ ଓ ପ୍ରତ୍ୟେକ ସୁଦୃଢ଼ ପ୍ରାଚୀରର ପ୍ରତିକୂଳ; 16 ତର୍ଶୀଶର ସକଳ ଜାହାଜର ପ୍ରତିକୂଳ ଓ ମନୋହର ସକଳ ଶିଳ୍ପକର୍ମର ପ୍ରତିକୂଳ ହେବ। 17 ପୁଣି, ମନୁଷ୍ୟର ଉଚ୍ଚତା ନତ ହେବ ଓ ମନୁଷ୍ୟମାନଙ୍କର ଅହଙ୍କାର ଅବନତ ହେବ;ଆଉ ସେହି ଦିନରେ କେବଳ ସଦାପ୍ରଭୁ ଉନ୍ନତ ହେବେ। 18 ପୁଣି, ପ୍ରତିମାସକଳ ନିଃଶେଷ ରୂପେ ଲୁପ୍ତ ହେବେ। 19 ଆଉ, ଯେତେବେଳେ ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବାକୁ ଉଠିବେ,ସେତେବେଳେ ଲୋକମାନେ ତାହାଙ୍କ ଭୟାନକତ୍ତ୍ୱ ଓ ମହିମାର ତେଜରୁ ଶୈଳର ଗୁମ୍ଫା ଓ ପୃଥିବୀର ଗର୍ତ୍ତରେ ପ୍ରବେଶ କରିବେ। 20 ସଦାପ୍ରଭୁ ପୃଥିବୀକୁ ଅତିଶୟ କମ୍ପିତ କରିବା ପାଇଁ ଉଠିଲେ,ତାହାଙ୍କ ଭୟାନକତ୍ତ୍ୱ ଓ ତାହାଙ୍କ ମହିମାର ତେଜରୁ ଶୈଳର ଗହ୍ୱର ଓ ଶୈଳର ବିଦୀର୍ଣ୍ଣ ସ୍ଥାନରେ ପ୍ରବେଶ କରିବା ପାଇଁ; 21 ମନୁଷ୍ୟ ଆପଣାର ଭଜନାର୍ଥେ ନିର୍ମିତ ରୌପ୍ୟମୟ ପ୍ରତିମା ଓ ସ୍ୱର୍ଣ୍ଣମୟ ପ୍ରତିମାଗଣକୁସେହି ଦିନ ମୂଷିକ ଓ ଚାମଚିକାଗଣର ନିକଟରେ ପକାଇ ଦେବ। 22 ତୁମ୍ଭେମାନେ ନାସାଗ୍ରେ ପ୍ରାଣବାୟୁଧାରୀ ମନୁଷ୍ୟର (ଆଶ୍ରୟରୁ) କ୍ଷାନ୍ତ ହୁଅ;କାରଣ ସେ କାହା ମଧ୍ୟରେ ଗଣ୍ୟ?

In Other Versions

Isaiah 2 in the ANGEFD

Isaiah 2 in the ANTPNG2D

Isaiah 2 in the AS21

Isaiah 2 in the BAGH

Isaiah 2 in the BBPNG

Isaiah 2 in the BBT1E

Isaiah 2 in the BDS

Isaiah 2 in the BEV

Isaiah 2 in the BHAD

Isaiah 2 in the BIB

Isaiah 2 in the BLPT

Isaiah 2 in the BNT

Isaiah 2 in the BNTABOOT

Isaiah 2 in the BNTLV

Isaiah 2 in the BOATCB

Isaiah 2 in the BOATCB2

Isaiah 2 in the BOBCV

Isaiah 2 in the BOCNT

Isaiah 2 in the BOECS

Isaiah 2 in the BOGWICC

Isaiah 2 in the BOHCB

Isaiah 2 in the BOHCV

Isaiah 2 in the BOHLNT

Isaiah 2 in the BOHNTLTAL

Isaiah 2 in the BOICB

Isaiah 2 in the BOILNTAP

Isaiah 2 in the BOITCV

Isaiah 2 in the BOKCV

Isaiah 2 in the BOKCV2

Isaiah 2 in the BOKHWOG

Isaiah 2 in the BOKSSV

Isaiah 2 in the BOLCB

Isaiah 2 in the BOLCB2

Isaiah 2 in the BOMCV

Isaiah 2 in the BONAV

Isaiah 2 in the BONCB

Isaiah 2 in the BONLT

Isaiah 2 in the BONUT2

Isaiah 2 in the BOPLNT

Isaiah 2 in the BOSCB

Isaiah 2 in the BOSNC

Isaiah 2 in the BOTLNT

Isaiah 2 in the BOVCB

Isaiah 2 in the BOYCB

Isaiah 2 in the BPBB

Isaiah 2 in the BPH

Isaiah 2 in the BSB

Isaiah 2 in the CCB

Isaiah 2 in the CUV

Isaiah 2 in the CUVS

Isaiah 2 in the DBT

Isaiah 2 in the DGDNT

Isaiah 2 in the DHNT

Isaiah 2 in the DNT

Isaiah 2 in the ELBE

Isaiah 2 in the EMTV

Isaiah 2 in the ESV

Isaiah 2 in the FBV

Isaiah 2 in the FEB

Isaiah 2 in the GGMNT

Isaiah 2 in the GNT

Isaiah 2 in the HARY

Isaiah 2 in the HNT

Isaiah 2 in the IRVA

Isaiah 2 in the IRVB

Isaiah 2 in the IRVG

Isaiah 2 in the IRVH

Isaiah 2 in the IRVK

Isaiah 2 in the IRVM

Isaiah 2 in the IRVM2

Isaiah 2 in the IRVP

Isaiah 2 in the IRVT

Isaiah 2 in the IRVT2

Isaiah 2 in the IRVU

Isaiah 2 in the ISVN

Isaiah 2 in the JSNT

Isaiah 2 in the KAPI

Isaiah 2 in the KBT1ETNIK

Isaiah 2 in the KBV

Isaiah 2 in the KJV

Isaiah 2 in the KNFD

Isaiah 2 in the LBA

Isaiah 2 in the LBLA

Isaiah 2 in the LNT

Isaiah 2 in the LSV

Isaiah 2 in the MAAL

Isaiah 2 in the MBV

Isaiah 2 in the MBV2

Isaiah 2 in the MHNT

Isaiah 2 in the MKNFD

Isaiah 2 in the MNG

Isaiah 2 in the MNT

Isaiah 2 in the MNT2

Isaiah 2 in the MRS1T

Isaiah 2 in the NAA

Isaiah 2 in the NASB

Isaiah 2 in the NBLA

Isaiah 2 in the NBS

Isaiah 2 in the NBVTP

Isaiah 2 in the NET2

Isaiah 2 in the NIV11

Isaiah 2 in the NNT

Isaiah 2 in the NNT2

Isaiah 2 in the NNT3

Isaiah 2 in the PDDPT

Isaiah 2 in the PFNT

Isaiah 2 in the RMNT

Isaiah 2 in the SBIAS

Isaiah 2 in the SBIBS

Isaiah 2 in the SBIBS2

Isaiah 2 in the SBICS

Isaiah 2 in the SBIDS

Isaiah 2 in the SBIGS

Isaiah 2 in the SBIHS

Isaiah 2 in the SBIIS

Isaiah 2 in the SBIIS2

Isaiah 2 in the SBIIS3

Isaiah 2 in the SBIKS

Isaiah 2 in the SBIKS2

Isaiah 2 in the SBIMS

Isaiah 2 in the SBIOS

Isaiah 2 in the SBIPS

Isaiah 2 in the SBISS

Isaiah 2 in the SBITS

Isaiah 2 in the SBITS2

Isaiah 2 in the SBITS3

Isaiah 2 in the SBITS4

Isaiah 2 in the SBIUS

Isaiah 2 in the SBIVS

Isaiah 2 in the SBT

Isaiah 2 in the SBT1E

Isaiah 2 in the SCHL

Isaiah 2 in the SNT

Isaiah 2 in the SUSU

Isaiah 2 in the SUSU2

Isaiah 2 in the SYNO

Isaiah 2 in the TBIAOTANT

Isaiah 2 in the TBT1E

Isaiah 2 in the TBT1E2

Isaiah 2 in the TFTIP

Isaiah 2 in the TFTU

Isaiah 2 in the TGNTATF3T

Isaiah 2 in the THAI

Isaiah 2 in the TNFD

Isaiah 2 in the TNT

Isaiah 2 in the TNTIK

Isaiah 2 in the TNTIL

Isaiah 2 in the TNTIN

Isaiah 2 in the TNTIP

Isaiah 2 in the TNTIZ

Isaiah 2 in the TOMA

Isaiah 2 in the TTENT

Isaiah 2 in the UBG

Isaiah 2 in the UGV

Isaiah 2 in the UGV2

Isaiah 2 in the UGV3

Isaiah 2 in the VBL

Isaiah 2 in the VDCC

Isaiah 2 in the YALU

Isaiah 2 in the YAPE

Isaiah 2 in the YBVTP

Isaiah 2 in the ZBP