Psalms 121 (IRVO)
undefined ଆରୋହଣ ଗୀତ। 1 ମୁଁ ପର୍ବତଗଣ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରିବି;କେଉଁଠାରୁ ମୋହର ସାହାଯ୍ୟ ଆସିବ? 2 ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ,ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ। 3 ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ;ଯେ ତୁମ୍ଭକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ। 4 ଦେଖ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି,ସେ ଘୁମାଇବେ ନାହିଁ କି ନିଦ୍ରା ଯିବେ ନାହିଁ। 5 ସଦାପ୍ରଭୁ ତୁମ୍ଭର ରକ୍ଷକ;ସଦାପ୍ରଭୁ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା। 6 ଦିବସରେ ସୂର୍ଯ୍ୟ, କିଅବାରାତ୍ରିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରିବ ନାହିଁ। 7 ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ;ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ। 8 ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାରଓ ଭିତରେ ଆସିବାର ରକ୍ଷା କରିବେ।