Psalms 142 (IRVO)
undefined ଗୁମ୍ଫାରେ ଥିଲା ବେଳେ ଦାଉଦଙ୍କର ମସ୍କୀଲ୍; ପ୍ରାର୍ଥନା। 1 ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ;ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ; 2 ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ;ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ। 3 ମୋହର ଆତ୍ମା ମୋʼ ଅନ୍ତରରେ ଉଦ୍ବିଗ୍ନ ହେବା ବେଳେତୁମ୍ଭେ ମୋହର ମାର୍ଗ ଜାଣିଲ।ମୋʼ ଗମନ ପଥରେ ସେମାନେ ମୋʼ ପାଇଁଗୋପନରେ ଫାନ୍ଦ ପାତିଅଛନ୍ତି। 4 ମୋʼ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ;ମୋତେ ଜାଣିବା ଲୋକ କେହି ନାହିଁ;ମୋହର ଆଶ୍ରୟ ବିନଷ୍ଟ ହୋଇଅଛି;ମୋʼ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ। 5 ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରେ;ମୁଁ କହିଲି, ତୁମ୍ଭେ ମୋହର ଆଶ୍ରୟ,ଜୀବିତ ଲୋକଙ୍କ ଦେଶରେ ତୁମ୍ଭେ ମୋହର ବାଣ୍ଟ। 6 ମୋʼ କାକୂକ୍ତିରେ ମନୋଯୋଗ କର;କାରଣ ମୁଁ ଅତି ଅଧୋନତ ହୋଇଅଛି;ମୋʼ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର;କାରଣ ସେମାନେ ମୋʼ ଅପେକ୍ଷା ବଳବାନ। 7 କାରାଗାରରୁ ମୋʼ ପ୍ରାଣ ଉଦ୍ଧାର କର,ତହିଁରେ ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେବି;ଧାର୍ମିକମାନେ ମୋତେ ବେଷ୍ଟନ କରିବେ;କାରଣ ତୁମ୍ଭେ ମୋହର ପ୍ରଚୁର ମଙ୍ଗଳ କରିବ।