Revelation 4 (IRVO)

1 ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ଦ୍ୱାର ଉନ୍ମୁକ୍ତ; ପୁଣି, ତୂରୀଶବ୍ଦ ସଦୃଶ ମୋ ସହିତ କହୁଥିବା ଯେଉଁ ସ୍ୱର ମୁଁ ପୂର୍ବରେ ଶୁଣିଥିଲି; ତାହା କହିଲା, “ଏଠାକୁ ଉଠିଆସ; ଯାହାସବୁ ଏହାପରେ ଅବଶ୍ୟ ଘଟିବ, ସେହିସବୁ ଆମ୍ଭେ ତୁମ୍ଭକୁ ଦେଖାଇବା।” 2 ସେହିକ୍ଷଣି ମୁଁ ଆତ୍ମାରେ ଆବିଷ୍ଟ ହେଲି, ଆଉ ଦେଖ, ସ୍ୱର୍ଗରେ ଗୋଟିଏ ସିଂହାସନ ସ୍ଥାପିତ ହୋଇଅଛି, ପୁଣି, ସିଂହାସନ ଉପରେ ଜଣେ ବସିଅଛନ୍ତି; 3 ସେହି ବ୍ୟକ୍ତିଙ୍କ ରୂପ ହୀରା ଓ ମାଣିକ୍ୟ ସଦୃଶ, ଆଉ ସିଂହାସନ ଚତୁର୍ଦ୍ଦିଗରେ ଗୋଟିଏ ମେଘଧନୁ, ତାହା ମର୍କତ ମଣି ତୁଲ୍ୟ। 4 ପୁଣି, ସିଂହାସନର ଚତୁର୍ଦ୍ଦିଗରେ ଚବିଶଟି ସିଂହାସନ ସ୍ଥାପିତ ଓ ସିଂହାସନଗୁଡ଼ିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ। 5 ସିଂହାସନ ମଧ୍ୟରୁ ବିଜୁଳି, ବିଭିନ୍ନ ସ୍ୱର ଓ ମେଘଗର୍ଜ୍ଜନ ନିର୍ଗତ ହେଉଅଛି, ଆଉ ସିଂହାସନ ସମ୍ମୁଖରେ ଅଗ୍ନିମୟ ସପ୍ତ ପ୍ରଦୀପ ଜଳୁଅଛି, ଏହି ସପ୍ତ ପ୍ରଦୀପ ଈଶ୍ବରଙ୍କ ସପ୍ତ ଆତ୍ମା। 6 ସିଂହାସନ ସମ୍ମୁଖରେ ସ୍ଫଟିକ ପରି ସ୍ୱଚ୍ଛ ଏକ ସମୁଦ୍ର; ସିଂହାସନ ଚତୁର୍ଦ୍ଦିଗର ମଧ୍ୟସ୍ଥଳରେ ଚାରି ପ୍ରାଣୀ, ସେମାନଙ୍କର ଆଗ ଓ ପଛ ଚକ୍ଷୁରେ ପରିପୂର୍ଣ୍ଣ। 7 ପ୍ରଥମ ପ୍ରାଣୀ ସିଂହ ସଦୃଶ, ଦ୍ୱିତୀୟ ପ୍ରାଣୀ ଗୋରୁ ସଦୃଶ, ତୃତୀୟ ପ୍ରାଣୀର ମୁଖ ମନୁଷ୍ୟ-ମୁଖ ସଦୃଶ, ପୁଣି, ଚତୁର୍ଥ ପ୍ରାଣୀ ଉଡ଼ନ୍ତା ଉତ୍କ୍ରୋଷପକ୍ଷୀ ସଦୃଶ। 8 ପ୍ରତ୍ୟେକ ପ୍ରାଣୀର ଛଅ ଛଅ ପକ୍ଷ, ସେହି ପକ୍ଷଗୁଡ଼ିକର ବାହାର ଓ ଭିତର ଚକ୍ଷୁରେ ପରିପୂର୍ଣ୍ଣ। ସେମାନେ ଦିବାରାତ୍ର ବିଶ୍ରାମ ନ କରି କହୁଅଛନ୍ତି,“‘ଯେ ସର୍ବଶକ୍ତିମାନ, ଯେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ,’ ସେହି ପ୍ରଭୁ ଈଶ୍ବର ପବିତ୍ର, ପବିତ୍ର, ପବିତ୍ର।” 9 ପ୍ରାଣୀମାନେ ଯେତେବେଳେ ସେହି ସିଂହାସନ ଉପବିଷ୍ଟ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ଗୌରବ, ସମ୍ଭ୍ରମ ଓ ଧନ୍ୟବାଦ ଦିଅନ୍ତି, 10 ସେତେବେଳେ ଚବିଶ ପ୍ରାଚୀନ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କ ଛାମୁରେ ଉବୁଡ଼ ହୋଇ ନିତ୍ୟ ଜୀବିତ ବ୍ୟକ୍ତିଙ୍କୁ ପ୍ରଣାମ କରନ୍ତି ଓ ସିଂହାସନ ସମ୍ମୁଖରେ ଆପଣା ଆପଣା ମୁକୁଟ ଥୋଇଦେଇ କହନ୍ତି, 11 “ହେ ଆମ୍ଭମାନଙ୍କର ପ୍ରଭୁ ଓ ଈଶ୍ବର,ତୁମ୍ଭେ ଗୌରବ, ସମ୍ଭ୍ରମ ଓ ପରାକ୍ରମ ପାଇବାକୁ ଯୋଗ୍ୟ ଅଟ,ତୁମ୍ଭେ ସମସ୍ତ ସୃଷ୍ଟି କରିଅଛ,ଆଉ ତୁମ୍ଭ ଇଚ୍ଛାରେ,ସେହିସବୁ ସତ୍ତା ପ୍ରାପ୍ତ ହୋଇ ସୃଷ୍ଟ ହୋଇଅଛି।”

In Other Versions

Revelation 4 in the ANGEFD

Revelation 4 in the ANTPNG2D

Revelation 4 in the AS21

Revelation 4 in the BAGH

Revelation 4 in the BBPNG

Revelation 4 in the BBT1E

Revelation 4 in the BDS

Revelation 4 in the BEV

Revelation 4 in the BHAD

Revelation 4 in the BIB

Revelation 4 in the BLPT

Revelation 4 in the BNT

Revelation 4 in the BNTABOOT

Revelation 4 in the BNTLV

Revelation 4 in the BOATCB

Revelation 4 in the BOATCB2

Revelation 4 in the BOBCV

Revelation 4 in the BOCNT

Revelation 4 in the BOECS

Revelation 4 in the BOGWICC

Revelation 4 in the BOHCB

Revelation 4 in the BOHCV

Revelation 4 in the BOHLNT

Revelation 4 in the BOHNTLTAL

Revelation 4 in the BOICB

Revelation 4 in the BOILNTAP

Revelation 4 in the BOITCV

Revelation 4 in the BOKCV

Revelation 4 in the BOKCV2

Revelation 4 in the BOKHWOG

Revelation 4 in the BOKSSV

Revelation 4 in the BOLCB

Revelation 4 in the BOLCB2

Revelation 4 in the BOMCV

Revelation 4 in the BONAV

Revelation 4 in the BONCB

Revelation 4 in the BONLT

Revelation 4 in the BONUT2

Revelation 4 in the BOPLNT

Revelation 4 in the BOSCB

Revelation 4 in the BOSNC

Revelation 4 in the BOTLNT

Revelation 4 in the BOVCB

Revelation 4 in the BOYCB

Revelation 4 in the BPBB

Revelation 4 in the BPH

Revelation 4 in the BSB

Revelation 4 in the CCB

Revelation 4 in the CUV

Revelation 4 in the CUVS

Revelation 4 in the DBT

Revelation 4 in the DGDNT

Revelation 4 in the DHNT

Revelation 4 in the DNT

Revelation 4 in the ELBE

Revelation 4 in the EMTV

Revelation 4 in the ESV

Revelation 4 in the FBV

Revelation 4 in the FEB

Revelation 4 in the GGMNT

Revelation 4 in the GNT

Revelation 4 in the HARY

Revelation 4 in the HNT

Revelation 4 in the IRVA

Revelation 4 in the IRVB

Revelation 4 in the IRVG

Revelation 4 in the IRVH

Revelation 4 in the IRVK

Revelation 4 in the IRVM

Revelation 4 in the IRVM2

Revelation 4 in the IRVP

Revelation 4 in the IRVT

Revelation 4 in the IRVT2

Revelation 4 in the IRVU

Revelation 4 in the ISVN

Revelation 4 in the JSNT

Revelation 4 in the KAPI

Revelation 4 in the KBT1ETNIK

Revelation 4 in the KBV

Revelation 4 in the KJV

Revelation 4 in the KNFD

Revelation 4 in the LBA

Revelation 4 in the LBLA

Revelation 4 in the LNT

Revelation 4 in the LSV

Revelation 4 in the MAAL

Revelation 4 in the MBV

Revelation 4 in the MBV2

Revelation 4 in the MHNT

Revelation 4 in the MKNFD

Revelation 4 in the MNG

Revelation 4 in the MNT

Revelation 4 in the MNT2

Revelation 4 in the MRS1T

Revelation 4 in the NAA

Revelation 4 in the NASB

Revelation 4 in the NBLA

Revelation 4 in the NBS

Revelation 4 in the NBVTP

Revelation 4 in the NET2

Revelation 4 in the NIV11

Revelation 4 in the NNT

Revelation 4 in the NNT2

Revelation 4 in the NNT3

Revelation 4 in the PDDPT

Revelation 4 in the PFNT

Revelation 4 in the RMNT

Revelation 4 in the SBIAS

Revelation 4 in the SBIBS

Revelation 4 in the SBIBS2

Revelation 4 in the SBICS

Revelation 4 in the SBIDS

Revelation 4 in the SBIGS

Revelation 4 in the SBIHS

Revelation 4 in the SBIIS

Revelation 4 in the SBIIS2

Revelation 4 in the SBIIS3

Revelation 4 in the SBIKS

Revelation 4 in the SBIKS2

Revelation 4 in the SBIMS

Revelation 4 in the SBIOS

Revelation 4 in the SBIPS

Revelation 4 in the SBISS

Revelation 4 in the SBITS

Revelation 4 in the SBITS2

Revelation 4 in the SBITS3

Revelation 4 in the SBITS4

Revelation 4 in the SBIUS

Revelation 4 in the SBIVS

Revelation 4 in the SBT

Revelation 4 in the SBT1E

Revelation 4 in the SCHL

Revelation 4 in the SNT

Revelation 4 in the SUSU

Revelation 4 in the SUSU2

Revelation 4 in the SYNO

Revelation 4 in the TBIAOTANT

Revelation 4 in the TBT1E

Revelation 4 in the TBT1E2

Revelation 4 in the TFTIP

Revelation 4 in the TFTU

Revelation 4 in the TGNTATF3T

Revelation 4 in the THAI

Revelation 4 in the TNFD

Revelation 4 in the TNT

Revelation 4 in the TNTIK

Revelation 4 in the TNTIL

Revelation 4 in the TNTIN

Revelation 4 in the TNTIP

Revelation 4 in the TNTIZ

Revelation 4 in the TOMA

Revelation 4 in the TTENT

Revelation 4 in the UBG

Revelation 4 in the UGV

Revelation 4 in the UGV2

Revelation 4 in the UGV3

Revelation 4 in the VBL

Revelation 4 in the VDCC

Revelation 4 in the YALU

Revelation 4 in the YAPE

Revelation 4 in the YBVTP

Revelation 4 in the ZBP