Romans 12 (IRVO)
1 ଅତଏବ, ହେ ଭାଇମାନେ, ମୁଁ ତୁମ୍ଭମାନଙ୍କୁ ଈଶ୍ବରଙ୍କ ଦୟା ହେତୁ ବିନତି କରୁଅଛି, ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ବରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର, ଏହା ତ ତୁମ୍ଭମାନଙ୍କର ଯୁକ୍ତିଯୁକ୍ତ ଉପାସନା। 2 ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ବରଙ୍କ ଇଚ୍ଛା କଅଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣି ପାର, ଏଥିନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ ହୁଅ। 3 କାରଣ ମୋତେ ପ୍ରଦତ୍ତ ଅନୁଗ୍ରହ ଦ୍ୱାରା ମୁଁ ତୁମ୍ଭମାନଙ୍କ ମଧ୍ୟରେ ଥିବା ପ୍ରତ୍ୟେକ ଜଣକୁ କହୁଅଛି, ଆପଣା ବିଷୟରେ ଯେପରି ମନେ କରିବା ଉଚିତ, ତାହାଠାରୁ ଆପଣାକୁ ଅଧିକ ବଡ଼ ମନେ ନ କର; କିନ୍ତୁ ଈଶ୍ବର ଯାହାକୁ ଯେ ପରିମାଣରେ ବିଶ୍ୱାସ ବିତରଣ କରିଅଛନ୍ତି, ସେହି ଅନୁସାରେ ପ୍ରତ୍ୟେକ ଜଣ ସୁବୋଧର ପରି ଆପଣା ବିଷୟରେ ମନେ କର। 4 କାରଣ ଯେପରି ଏକ ଶରୀରରେ ଆମ୍ଭମାନଙ୍କର ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି, କିନ୍ତୁ ସମସ୍ତ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଏକ-ପ୍ରକାର ନୁହେଁ, 5 ସେହିପରି ଅନେକ ଯେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ। 6 ଆଉ, ଆମ୍ଭମାନଙ୍କୁ ପ୍ରଦତ୍ତ ଅନୁଗ୍ରହ ଅନୁସାରେ ଆମ୍ଭେମାନେ ବିଭିନ୍ନ ଦାନ ପାଇଅଛୁ; ଏଣୁ ସେହି ଦାନ ଯଦି ଭାବବାଣୀ ହୁଏ, ଆସ, ଆମ୍ଭେମାନେ ବିଶ୍ୱାସର ପରିମାଣ ଅନୁସାରେ ଭାବବାଣୀ କହୁ; 7 କିମ୍ବା ତାହା ଯଦି ସେବକ କର୍ମ ହୁଏ, ତାହାହେଲେ ଆସ, ଆମ୍ଭମାନଙ୍କ ସେବକ କର୍ମରେ ନିବିଷ୍ଟ ରହୁ; 8 ଅବା ଯେ ଶିକ୍ଷା ଦିଏ, ସେ ଶିକ୍ଷାଦାନରେ, ବା ଯେ ଉପଦେଶ ଦିଏ, ସେ ଉପଦେଶ ଦାନରେ ନିବିଷ୍ଟ ରହୁ; ଯେ ଦାନ କରେ, ସେ ଉଦାର ଭାବରେ ଦାନ କରୁ; ଯେ ତତ୍ତ୍ୱାବଧାନ କରେ, ସେ ଯତ୍ନ ସହକାରେ ତତ୍ତ୍ୱାବଧାନ କରୁ; ଯେ ଦୟା କରେ, ସେ ହୃଷ୍ଟଚିତ୍ତରେ ତାହା କରୁ। 9 ପ୍ରେମ ନିଷ୍କପଟ ହେଉ। ଯାହା ମନ୍ଦ, ତାହା ଘୃଣା କର; ଯାହା ଉତ୍ତମ, ସେଥିରେ ଆସକ୍ତ ହୁଅ; 10 ଭ୍ରାତୃପ୍ରେମରେ ପରସ୍ପର ପ୍ରତି ପ୍ରେମଶୀଳ ହୁଅ; ସମାଦରରେ ପରସ୍ପରକୁ ଶ୍ରେଷ୍ଠ ଜ୍ଞାନ କର; 11 ଉଦ୍ଯୋଗରେ ଶିଥିଳ ହୁଅ ନାହିଁ; ଆତ୍ମାରେ ଉତ୍ତପ୍ତ ହୁଅ; ପ୍ରଭୁଙ୍କ ସେବା କର; 12 ଭରସାରେ ଆନନ୍ଦ କର; କ୍ଳେଶରେ ସହିଷ୍ଣୁ ହୁଅ, ପ୍ରାର୍ଥନାରେ ଏକାଗ୍ରଭାବେ ନିବିଷ୍ଟ ଥାଅ; 13 ସାଧୁମାନଙ୍କ ଅଭାବ ମୋଚନ କର; ଆତିଥ୍ୟ ସତ୍କାରରେ ପ୍ରସ୍ତୁତ ହୁଅ। 14 ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ। 15 ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କର; ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର। 16 ପରସ୍ପର ପ୍ରତି ଏକମନା ହୁଅ; ଉଚ୍ଚାଭିମାନୀ ନ ହୋଇ ଦୀନ ଲୋକମାନଙ୍କର ସଙ୍ଗୀ ହୁଅ। ଆପଣା ଆପଣା ବୁଦ୍ଧିରେ ବୁଦ୍ଧିମାନ ନ ହୁଅ। 17 ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ; ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହିସବୁ ଚିନ୍ତା କର; 18 ସମ୍ଭବ ହେଲେ, ତୁମ୍ଭର ଯେତେ ପର୍ଯ୍ୟନ୍ତ ସାଧ୍ୟ, ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ। 19 ହେ ପ୍ରିୟମାନେ, ତୁମ୍ଭେମାନେ ନିଜେ ନିଜେ ପ୍ରତିଶୋଧ ନିଅ ନାହିଁ, କିନ୍ତୁ ଈଶ୍ବରଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ; କାରଣ ଲେଖାଅଛି,“ପ୍ରଭୁ କହନ୍ତି, ପ୍ରତିଶୋଧ ନେବା ଆମ୍ଭର ଅଧିକାର, ଆମ୍ଭେ ପ୍ରତିଫଳ ଦେବା।” 20 “ବରଂ ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାହାକୁ ଭୋଜନ କରାଅ;ଯଦି ସେ ତୃଷିତ ତାହାକୁ ପାନ କରାଅ;କାରଣ ଏହିପରି କଲେ ତୁମ୍ଭେ ତାହାର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ।” 21 କୁକର୍ମରେ ପରାଜିତ ନ ହୋଇ ସତ୍କର୍ମରେ କୁକର୍ମକୁ ପରାଜୟ କର।
In Other Versions
Romans 12 in the ANGEFD
Romans 12 in the ANTPNG2D
Romans 12 in the AS21
Romans 12 in the BAGH
Romans 12 in the BBPNG
Romans 12 in the BBT1E
Romans 12 in the BDS
Romans 12 in the BEV
Romans 12 in the BHAD
Romans 12 in the BIB
Romans 12 in the BLPT
Romans 12 in the BNT
Romans 12 in the BNTABOOT
Romans 12 in the BNTLV
Romans 12 in the BOATCB
Romans 12 in the BOATCB2
Romans 12 in the BOBCV
Romans 12 in the BOCNT
Romans 12 in the BOECS
Romans 12 in the BOGWICC
Romans 12 in the BOHCB
Romans 12 in the BOHCV
Romans 12 in the BOHLNT
Romans 12 in the BOHNTLTAL
Romans 12 in the BOICB
Romans 12 in the BOILNTAP
Romans 12 in the BOITCV
Romans 12 in the BOKCV
Romans 12 in the BOKCV2
Romans 12 in the BOKHWOG
Romans 12 in the BOKSSV
Romans 12 in the BOLCB
Romans 12 in the BOLCB2
Romans 12 in the BOMCV
Romans 12 in the BONAV
Romans 12 in the BONCB
Romans 12 in the BONLT
Romans 12 in the BONUT2
Romans 12 in the BOPLNT
Romans 12 in the BOSCB
Romans 12 in the BOSNC
Romans 12 in the BOTLNT
Romans 12 in the BOVCB
Romans 12 in the BOYCB
Romans 12 in the BPBB
Romans 12 in the BPH
Romans 12 in the BSB
Romans 12 in the CCB
Romans 12 in the CUV
Romans 12 in the CUVS
Romans 12 in the DBT
Romans 12 in the DGDNT
Romans 12 in the DHNT
Romans 12 in the DNT
Romans 12 in the ELBE
Romans 12 in the EMTV
Romans 12 in the ESV
Romans 12 in the FBV
Romans 12 in the FEB
Romans 12 in the GGMNT
Romans 12 in the GNT
Romans 12 in the HARY
Romans 12 in the HNT
Romans 12 in the IRVA
Romans 12 in the IRVB
Romans 12 in the IRVG
Romans 12 in the IRVH
Romans 12 in the IRVK
Romans 12 in the IRVM
Romans 12 in the IRVM2
Romans 12 in the IRVP
Romans 12 in the IRVT
Romans 12 in the IRVT2
Romans 12 in the IRVU
Romans 12 in the ISVN
Romans 12 in the JSNT
Romans 12 in the KAPI
Romans 12 in the KBT1ETNIK
Romans 12 in the KBV
Romans 12 in the KJV
Romans 12 in the KNFD
Romans 12 in the LBA
Romans 12 in the LBLA
Romans 12 in the LNT
Romans 12 in the LSV
Romans 12 in the MAAL
Romans 12 in the MBV
Romans 12 in the MBV2
Romans 12 in the MHNT
Romans 12 in the MKNFD
Romans 12 in the MNG
Romans 12 in the MNT
Romans 12 in the MNT2
Romans 12 in the MRS1T
Romans 12 in the NAA
Romans 12 in the NASB
Romans 12 in the NBLA
Romans 12 in the NBS
Romans 12 in the NBVTP
Romans 12 in the NET2
Romans 12 in the NIV11
Romans 12 in the NNT
Romans 12 in the NNT2
Romans 12 in the NNT3
Romans 12 in the PDDPT
Romans 12 in the PFNT
Romans 12 in the RMNT
Romans 12 in the SBIAS
Romans 12 in the SBIBS
Romans 12 in the SBIBS2
Romans 12 in the SBICS
Romans 12 in the SBIDS
Romans 12 in the SBIGS
Romans 12 in the SBIHS
Romans 12 in the SBIIS
Romans 12 in the SBIIS2
Romans 12 in the SBIIS3
Romans 12 in the SBIKS
Romans 12 in the SBIKS2
Romans 12 in the SBIMS
Romans 12 in the SBIOS
Romans 12 in the SBIPS
Romans 12 in the SBISS
Romans 12 in the SBITS
Romans 12 in the SBITS2
Romans 12 in the SBITS3
Romans 12 in the SBITS4
Romans 12 in the SBIUS
Romans 12 in the SBIVS
Romans 12 in the SBT
Romans 12 in the SBT1E
Romans 12 in the SCHL
Romans 12 in the SNT
Romans 12 in the SUSU
Romans 12 in the SUSU2
Romans 12 in the SYNO
Romans 12 in the TBIAOTANT
Romans 12 in the TBT1E
Romans 12 in the TBT1E2
Romans 12 in the TFTIP
Romans 12 in the TFTU
Romans 12 in the TGNTATF3T
Romans 12 in the THAI
Romans 12 in the TNFD
Romans 12 in the TNT
Romans 12 in the TNTIK
Romans 12 in the TNTIL
Romans 12 in the TNTIN
Romans 12 in the TNTIP
Romans 12 in the TNTIZ
Romans 12 in the TOMA
Romans 12 in the TTENT
Romans 12 in the UBG
Romans 12 in the UGV
Romans 12 in the UGV2
Romans 12 in the UGV3
Romans 12 in the VBL
Romans 12 in the VDCC
Romans 12 in the YALU
Romans 12 in the YAPE
Romans 12 in the YBVTP
Romans 12 in the ZBP