2 Chronicles 13 (IRVO)
1 ଯାରବୀୟାମ ରାଜାଙ୍କ ରାଜତ୍ଵର ଅଠର ବର୍ଷରେ ଅବୀୟ ଯିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ। 2 ସେ ଯିରୂଶାଲମରେ ତିନି ବର୍ଷ ରାଜ୍ୟ କଲେ; ତାଙ୍କର ମାତାଙ୍କ ନାମ ମୀଖାୟ, ସେ ଗିବୀୟା ନିବାସୀ ଊରୀୟେଲର କନ୍ୟା ଥିଲେ। ପୁଣି ଅବୀୟ ଓ ଯାରବୀୟାମ ମଧ୍ୟରେ ଯୁଦ୍ଧ ଚାଲିଲା। 3 ଅବୀୟ ଚାରି ଲକ୍ଷ ବଛା ବିକ୍ରମଶାଳୀ ସୈନ୍ୟ ସଙ୍ଗେ ମିଶି ଯୁଦ୍ଧ କଲେ ଓ ଯାରବୀୟାମ ଆଠ ଲକ୍ଷ ବଛା ମହାବିକ୍ରମଶାଳୀ ଲୋକ ନେଇ ତାଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲା। 4 ତହିଁରେ ଅବୀୟ ଇଫ୍ରୟିମର ପର୍ବତମୟ ଦେଶସ୍ଥ ସୀମାରୟମ୍ ପର୍ବତରେ ଠିଆ ହୋଇ କହିଲେ, “ହେ ଯାରବୀୟାମ ଓ ସମଗ୍ର ଇସ୍ରାଏଲ ଲୋକ, ମୋʼ କଥା ଶୁଣ; 5 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଯେ ଲବଣର ନିୟମ ଦ୍ୱାର ଇସ୍ରାଏଲର ରାଜତ୍ୱ ଚିରକାଳ ନିମନ୍ତେ ଦାଉଦଙ୍କୁ, ଅର୍ଥାତ୍, ତାଙ୍କୁ ଓ ତାଙ୍କ ସନ୍ତାନଗଣକୁ ଦେଇଅଛନ୍ତି, ଏହା କʼଣ ତୁମ୍ଭମାନଙ୍କର ଜାଣିବା ଉଚିତ ନୁହେଁ? 6 ତଥାପି ଦାଉଦଙ୍କର ପୁତ୍ର ଶଲୋମନଙ୍କ ଦାସ ଯେ ନବାଟର ପୁତ୍ର ଯାରବୀୟାମ, ସେ ଉଠି ଆପଣା ପ୍ରଭୁର ବିଦ୍ରୋହୀ ହୋଇଅଛି। 7 ପୁଣି ଦୁଷ୍ଟ ଓ ଅସାର ଲୋକମାନେ ତାହା ପକ୍ଷରେ ଏକତ୍ର ହୋଇ ଶଲୋମନଙ୍କର ପୁତ୍ର, ରିହବୀୟାମଙ୍କ ପ୍ରତିକୂଳରେ ଆପଣମାନଙ୍କୁ ବଳିଷ୍ଠ କଲେ; ସେହି ସମୟରେ ରିହବୀୟାମ ଯୁବା ଓ କୋମଳାନ୍ତଃକରଣ ଥିଲେ ଓ ସେମାନଙ୍କର ପ୍ରତିବାଧା କରି ପାରିଲେ ନାହିଁ। 8 ଆଉ, ଏବେ ତୁମ୍ଭେମାନେ ଦାଉଦ-ସନ୍ତାନଗଣର ହସ୍ତାଧୀନ ସଦାପ୍ରଭୁଙ୍କ ରାଜ୍ୟର ପ୍ରତିବାଧା କରିବାକୁ ମାନସ କରୁଅଛ; ପୁଣି ତୁମ୍ଭେମାନେ ଲୋକସମୂହ ଓ ତୁମ୍ଭମାନଙ୍କର ଦେବତା ହେବା ପାଇଁ ଯାରବୀୟାମ ନିର୍ମିତ ସ୍ୱର୍ଣ୍ଣମୟ ଗୋବତ୍ସ ତୁମ୍ଭମାନଙ୍କ ସଙ୍ଗେ ଅଛି। 9 ତୁମ୍ଭେମାନେ କି ସଦାପ୍ରଭୁଙ୍କ ଯାଜକ ହାରୋଣଙ୍କର ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ତଡ଼ିଦେଇ ଅନ୍ୟ ଦେଶସ୍ଥ ଗୋଷ୍ଠୀମାନଙ୍କ ରୀତି ଅନୁସାରେ ଆପଣମାନଙ୍କ ପାଇଁ ଯାଜକ ନିଯୁକ୍ତ କରି ନାହଁ? ଏଣୁ ଯେକେହି ଆପଣାର ପଦନିଯୋଗାର୍ଥେ ଏକ ଗୋବତ୍ସ ଓ ସାତ ମେଷ ନେଇ ଆସେ, ସେ ଏହି ଅନୀଶ୍ୱରମାନଙ୍କର ଯାଜକ ହୋଇପାରେ। 10 ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି ଓ ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରି ନାହୁଁ; ପୁଣି ସଦାପ୍ରଭୁଙ୍କ ପରିଚର୍ଯ୍ୟାକାରୀ ହାରୋଣ-ସନ୍ତାନଗଣ ଆମ୍ଭମାନଙ୍କର ଯାଜକ ଅଛନ୍ତି ଓ ଲେବୀୟମାନେ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି; 11 ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସୁଗନ୍ଧି ଧୂପ ଦଗ୍ଧ କରୁଅଛନ୍ତି; ସେମାନେ ପବିତ୍ର ମେଜ ଉପରେ ଦର୍ଶନୀୟ ରୁଟି ଓ ପ୍ରତି ସନ୍ଧ୍ୟାରେ ଜ୍ୱଳାଇବା ପାଇଁ ପ୍ରଦୀପ ସହିତ ସ୍ୱର୍ଣ୍ଣମୟ ଦୀପବୃକ୍ଷ ସଜାନ୍ତି; କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ରକ୍ଷା କରୁଅଛୁ; ମାତ୍ର ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିଅଛ। 12 ଆଉ ଦେଖ, ପରମେଶ୍ୱର ଆମ୍ଭମାନଙ୍କର ମସ୍ତକ ସ୍ୱରୂପ ଅଛନ୍ତି ଓ ତାହାଙ୍କ ଯାଜକମାନେ ତୁମ୍ଭମାନଙ୍କ ପ୍ରତିକୂଳରେ ରଣତୂରୀ ବଜାଇବା ପାଇଁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତିକୂଳରେ ଯୁଦ୍ଧ ନ କର; କାରଣ ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ।” 13 ତଥାପି ଯାରବୀୟାମ ସେମାନଙ୍କ ଆକ୍ରମଣାର୍ଥେ ପଶ୍ଚାଦ୍ଦିଗରେ ଗୋପନରେ ସୈନ୍ୟ ରଖିଲେ; ଏଣୁ ଲୋକମାନେ ଯିହୁଦାର ଆଗରେ ଓ ସେହି ଗୁପ୍ତ ଦଳ ସେମାନଙ୍କ ପଛରେ ରହିଲେ। 14 ତହିଁରେ ଯିହୁଦା ପଛକୁ ଅନାନ୍ତେ, ଦେଖ, ସେମାନଙ୍କ ଆଗରେ ଓ ପଛରେ ଯୁଦ୍ଧ; ତହୁଁ ସେମାନେ ସଦାପ୍ରଭୁଙ୍କ ନିକଟରେ ଡାକ ପକାଇଲେ ଓ ଯାଜକମାନେ ତୂରୀଧ୍ୱନି କଲେ। 15 ସେତେବେଳେ ଯିହୁଦାର ଲୋକମାନେ ସିଂହନାଦ କଲେ; ଆଉ ଯିହୁଦାର ଲୋକମାନେ ସିଂହନାଦ କରିବା ସମୟରେ ପରମେଶ୍ୱର ଅବୀୟ ଓ ଯିହୁଦାର ସମ୍ମୁଖରେ ଯାରବୀୟାମଙ୍କୁ ଓ ସମସ୍ତ ଇସ୍ରାଏଲକୁ ଆଘାତ କଲେ। 16 ତହିଁରେ ଇସ୍ରାଏଲ-ସନ୍ତାନଗଣ ଯିହୁଦା ସମ୍ମୁଖରୁ ପଳାଇଲେ ଓ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। 17 ତହୁଁ ଅବୀୟ ଓ ତାଙ୍କର ଲୋକମାନେ ମହାସଂହାରରେ ସେମାନଙ୍କୁ ବଧ କଲେ; ଏଥିରେ ଇସ୍ରାଏଲର ପାଞ୍ଚ ଲକ୍ଷ ବଛା ଲୋକ ହତ ହୋଇ ପଡ଼ିଲେ। 18 ଏହିରୂପେ ସେହି ସମୟରେ ଇସ୍ରାଏଲ ସନ୍ତାନମାନେ ଅବନତ ହେଲେ ଓ ଯିହୁଦାର ସନ୍ତାନମାନେ ସଦାପ୍ରଭୁ ଆପଣାମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଉପରେ ନିର୍ଭର ରଖିବାରୁ ଜୟଯୁକ୍ତ ହେଲେ। 19 ଏଉତ୍ତାରେ ଅବୀୟ ଯାରବୀୟାମଙ୍କର ପଛେ ପଛେ ଗୋଡ଼ାଇ ତାଙ୍କର କେତେକ ନଗର, ଅର୍ଥାତ୍, ବେଥେଲ୍ ଓ ତହିଁର ଉପନଗର, ଯିଶାନା ଓ ତହିଁର ଉପନଗର, ପୁଣି ଇଫ୍ରୋଣ ଓ ତହିଁର ଉପନଗରସକଳ ହସ୍ତଗତ କରି ନେଲେ। 20 ପୁଣି ଅବୀୟଙ୍କର ଜୀବନ କାଳ ଯାଏ ଯାରବୀୟାମ ଆଉ ବଳ ପାଇ ପାରିଲେ ନାହିଁ; ଏଉତ୍ତାରେ ସଦାପ୍ରଭୁ ତାଙ୍କୁ ଆଘାତ କରନ୍ତେ, ସେ ମଲେ। 21 ମାତ୍ର ଅବୀୟ ବେଳକୁ ବେଳ ବଳବାନ ହୋଇ ଉଠିଲେ, ପୁଣି ଚଉଦ ଭାର୍ଯ୍ୟା ବିବାହ କରି ବାଇଶ ପୁତ୍ର ଓ ଷୋହଳ କନ୍ୟା ଜାତ କଲେ। 22 ଏହି ଅବୀୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ଉକ୍ତି ଇଦ୍ଦୋ ଭବିଷ୍ୟଦ୍ବକ୍ତାର ଟୀକାଗ୍ରନ୍ଥରେ ଲିଖିତ ଅଛି।
In Other Versions
2 Chronicles 13 in the ANGEFD
2 Chronicles 13 in the ANTPNG2D
2 Chronicles 13 in the AS21
2 Chronicles 13 in the BAGH
2 Chronicles 13 in the BBPNG
2 Chronicles 13 in the BBT1E
2 Chronicles 13 in the BDS
2 Chronicles 13 in the BEV
2 Chronicles 13 in the BHAD
2 Chronicles 13 in the BIB
2 Chronicles 13 in the BLPT
2 Chronicles 13 in the BNT
2 Chronicles 13 in the BNTABOOT
2 Chronicles 13 in the BNTLV
2 Chronicles 13 in the BOATCB
2 Chronicles 13 in the BOATCB2
2 Chronicles 13 in the BOBCV
2 Chronicles 13 in the BOCNT
2 Chronicles 13 in the BOECS
2 Chronicles 13 in the BOGWICC
2 Chronicles 13 in the BOHCB
2 Chronicles 13 in the BOHCV
2 Chronicles 13 in the BOHLNT
2 Chronicles 13 in the BOHNTLTAL
2 Chronicles 13 in the BOICB
2 Chronicles 13 in the BOILNTAP
2 Chronicles 13 in the BOITCV
2 Chronicles 13 in the BOKCV
2 Chronicles 13 in the BOKCV2
2 Chronicles 13 in the BOKHWOG
2 Chronicles 13 in the BOKSSV
2 Chronicles 13 in the BOLCB
2 Chronicles 13 in the BOLCB2
2 Chronicles 13 in the BOMCV
2 Chronicles 13 in the BONAV
2 Chronicles 13 in the BONCB
2 Chronicles 13 in the BONLT
2 Chronicles 13 in the BONUT2
2 Chronicles 13 in the BOPLNT
2 Chronicles 13 in the BOSCB
2 Chronicles 13 in the BOSNC
2 Chronicles 13 in the BOTLNT
2 Chronicles 13 in the BOVCB
2 Chronicles 13 in the BOYCB
2 Chronicles 13 in the BPBB
2 Chronicles 13 in the BPH
2 Chronicles 13 in the BSB
2 Chronicles 13 in the CCB
2 Chronicles 13 in the CUV
2 Chronicles 13 in the CUVS
2 Chronicles 13 in the DBT
2 Chronicles 13 in the DGDNT
2 Chronicles 13 in the DHNT
2 Chronicles 13 in the DNT
2 Chronicles 13 in the ELBE
2 Chronicles 13 in the EMTV
2 Chronicles 13 in the ESV
2 Chronicles 13 in the FBV
2 Chronicles 13 in the FEB
2 Chronicles 13 in the GGMNT
2 Chronicles 13 in the GNT
2 Chronicles 13 in the HARY
2 Chronicles 13 in the HNT
2 Chronicles 13 in the IRVA
2 Chronicles 13 in the IRVB
2 Chronicles 13 in the IRVG
2 Chronicles 13 in the IRVH
2 Chronicles 13 in the IRVK
2 Chronicles 13 in the IRVM
2 Chronicles 13 in the IRVM2
2 Chronicles 13 in the IRVP
2 Chronicles 13 in the IRVT
2 Chronicles 13 in the IRVT2
2 Chronicles 13 in the IRVU
2 Chronicles 13 in the ISVN
2 Chronicles 13 in the JSNT
2 Chronicles 13 in the KAPI
2 Chronicles 13 in the KBT1ETNIK
2 Chronicles 13 in the KBV
2 Chronicles 13 in the KJV
2 Chronicles 13 in the KNFD
2 Chronicles 13 in the LBA
2 Chronicles 13 in the LBLA
2 Chronicles 13 in the LNT
2 Chronicles 13 in the LSV
2 Chronicles 13 in the MAAL
2 Chronicles 13 in the MBV
2 Chronicles 13 in the MBV2
2 Chronicles 13 in the MHNT
2 Chronicles 13 in the MKNFD
2 Chronicles 13 in the MNG
2 Chronicles 13 in the MNT
2 Chronicles 13 in the MNT2
2 Chronicles 13 in the MRS1T
2 Chronicles 13 in the NAA
2 Chronicles 13 in the NASB
2 Chronicles 13 in the NBLA
2 Chronicles 13 in the NBS
2 Chronicles 13 in the NBVTP
2 Chronicles 13 in the NET2
2 Chronicles 13 in the NIV11
2 Chronicles 13 in the NNT
2 Chronicles 13 in the NNT2
2 Chronicles 13 in the NNT3
2 Chronicles 13 in the PDDPT
2 Chronicles 13 in the PFNT
2 Chronicles 13 in the RMNT
2 Chronicles 13 in the SBIAS
2 Chronicles 13 in the SBIBS
2 Chronicles 13 in the SBIBS2
2 Chronicles 13 in the SBICS
2 Chronicles 13 in the SBIDS
2 Chronicles 13 in the SBIGS
2 Chronicles 13 in the SBIHS
2 Chronicles 13 in the SBIIS
2 Chronicles 13 in the SBIIS2
2 Chronicles 13 in the SBIIS3
2 Chronicles 13 in the SBIKS
2 Chronicles 13 in the SBIKS2
2 Chronicles 13 in the SBIMS
2 Chronicles 13 in the SBIOS
2 Chronicles 13 in the SBIPS
2 Chronicles 13 in the SBISS
2 Chronicles 13 in the SBITS
2 Chronicles 13 in the SBITS2
2 Chronicles 13 in the SBITS3
2 Chronicles 13 in the SBITS4
2 Chronicles 13 in the SBIUS
2 Chronicles 13 in the SBIVS
2 Chronicles 13 in the SBT
2 Chronicles 13 in the SBT1E
2 Chronicles 13 in the SCHL
2 Chronicles 13 in the SNT
2 Chronicles 13 in the SUSU
2 Chronicles 13 in the SUSU2
2 Chronicles 13 in the SYNO
2 Chronicles 13 in the TBIAOTANT
2 Chronicles 13 in the TBT1E
2 Chronicles 13 in the TBT1E2
2 Chronicles 13 in the TFTIP
2 Chronicles 13 in the TFTU
2 Chronicles 13 in the TGNTATF3T
2 Chronicles 13 in the THAI
2 Chronicles 13 in the TNFD
2 Chronicles 13 in the TNT
2 Chronicles 13 in the TNTIK
2 Chronicles 13 in the TNTIL
2 Chronicles 13 in the TNTIN
2 Chronicles 13 in the TNTIP
2 Chronicles 13 in the TNTIZ
2 Chronicles 13 in the TOMA
2 Chronicles 13 in the TTENT
2 Chronicles 13 in the UBG
2 Chronicles 13 in the UGV
2 Chronicles 13 in the UGV2
2 Chronicles 13 in the UGV3
2 Chronicles 13 in the VBL
2 Chronicles 13 in the VDCC
2 Chronicles 13 in the YALU
2 Chronicles 13 in the YAPE
2 Chronicles 13 in the YBVTP
2 Chronicles 13 in the ZBP