Matthew 10 (SNT)
1 ଜିସୁ ତାର୍ ବାର୍ଟା ପେରିତ୍ମନ୍କେ ଲଗେ ଡାକି ଡୁମା କେଦ୍ବାକେ, ସବୁ ରକାମର୍ ରଗ୍ ଆରି ଜର୍ଦୁକା ନିମାନ୍ କର୍ବାକେ ଅଦିକାର୍ ଦେଲା । 2 ସେ ବାର୍ଟା ପେରିତ୍ମନର୍ ନାଉଁ ଅଇଲାନି, ସିମନ୍ ଜାକେକି ପିତର୍ ବଲି ଡାକ୍ବାଇ, ଆରି ତାର୍ ବାଇ ଆନ୍ଦ୍ରିୟ, ଜେବଦିର୍ ପଅ ଜାକୁବ୍ ଆରି ତାର୍ ବାଇ ଜଅନ୍, 3 ପିଲିପ୍ ଆରି ବାର୍ତଲମି, ତମା ଆରି ସିସ୍ତୁମାଙ୍ଗୁମନ୍ ମାତିିଉ, ଆଲ୍ପିର୍ ପଅ ଜାକୁବ୍ ଆରି ତଦିୟ, 4 କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା । 5 ଜିସୁ ବାର୍ଟା ସିସ୍ମନ୍କେ ପାଟାଇଲାବେଲେ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ଆଦେସ୍ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍ମନର୍ କନ୍ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ । 6 ମାତର୍ ଆଜିଗାଲା ମେଣ୍ଡାମନର୍ ପାରା ରଇବା ଇସ୍ରାଏଲ୍ମନର୍ ଲଗେ ଜା । 7 ସେମନର୍ ଲଗେ ଜାଇ ଜାନାଇକରି କୁଆ, ସରଗ୍ ରାଇଜ୍ ଲଗେ ଆଇଲା ଆଚେ ! 8 ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ । 9 ଡାବୁ ମିସା ନିଆନାଇ । 10 ଆରି ବୁଲ୍ବା ବେଲେ ମୁନା ଦାରି ବୁଲାନାଇ । ଗଟେକ୍ ଉଚ୍କା ପିନ୍ଦ୍ବା ପଚିଆ, ପାଣ୍ଡଇ, ଡାଙ୍ଗ୍ ନିଆ ନାଇ । ପାଇଟି କରୁ ତାର୍ ବୁତି ପାଇସିସେ ।” 11 “ଗଟେକ୍ ଗଡେ କି ଗାଏଁ କେଟ୍ସା ବଇଲେ, ତେଇ କେ ତମ୍କେ ନିଜର୍ ଗରେ ଡାକ୍ସି, ସେ ଲକ୍କେ କଜା, ଆରି ବିନେ ଜିବା ଜାକ ତାକର୍ ଗରେସେ ରୁଆ । 12 ଗରେ କେଟ୍ଲା ବେଲେ ତେଇ ରଇଲା ଲକ୍ମନ୍କେ ଜୁଆର୍ କରି କୁଆ, ‘ତମ୍କେ ସାନ୍ତି ମିଲ’ । 13 ସେମନ୍ ଜଦି ତମ୍କେ ଗତିଆ କରି ଡାକ୍ବାଇ, ତମେ କଇଲା ସାନ୍ତିର୍ କାତା ପୁରୁନ୍ ଅଇସି । ମାତର୍ ସେମନ୍ ଜଦି ତମ୍କେ ଗତିଆ କରି ନ ଡାକତ୍ ବଇଲେ, ତମେ କଇଲାଟା ତମର୍ ଲଗେ ବାଉଡି ଆଇସି । 14 ଜଦି କେ ମିସା ତମ୍କେ ନ ଡାକତ୍ କି ତମେ କଇଲା କାତା ନ ସୁନତ୍ ବଇଲେ, ‘ଏ ଜାଗା ଚାଡ୍ଲୁ’ ବଲି ଗଟେକ୍ ଚିନ୍ ପାରା ଦେକାଇବାକେ, ପାଦର୍ ଦୁଲି ପାପ୍ଡି, ସେ ଜାଗା ଚାଡି ଉଟିଜା । 15 ମୁଇ ତମ୍କେ ସତ୍ କଇଲିନି, ବିଚାର୍ନା ଦିନେ ସଦମ୍ ଗମରାକେ ପର୍ମେସର୍ ଅଦିକ୍ ଦୟା ଦେକାଇସି ।” 16 “ସୁନା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିିିନି । ସାଁପର୍ ପାରା ଚାଲାକି ଅଇ ପରୁଆପାରା ସୁଆଲ୍ ଉଆ । 17 ମାତର୍ ଜାଗ୍ରତ୍ ଅଇରୁଆ, କାଇକେ ବଇଲେ ଲକ୍ମନ୍ ସେମନର୍ ବିଚାର୍ କର୍ବା ଜାଗାମନର୍ତେଇ ତମ୍କେ ସର୍ପିଦେବାଇ ଆରି ପାର୍ତନା ଗର୍ମନ୍କେ ତମ୍କେ କର୍ଡା ମାର୍ବାଇ । 18 ଆରି ତମେ ମର୍ ସିସ୍ ଅଇଲାର୍ ଲାଗି, ରାଜା ଆରି ସାସନ୍ କର୍ବା ଲକ୍ମନର୍ ଲଗେ ନିଆଅଇ ବିଚାର୍ କରାଇଅଇସା । ଇତିଅନି ସେମନ୍କେ ଆରି ଜିଉଦି ନଇଲା ଲକ୍ମନର୍ ତେଇ ମର୍ ବିସଇନେଇ କଇବାକେ ତମେ ବେଲା ପାଇସା । 19 ତମର୍ ବିଚାର୍ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍କେ ଜାନାଇ ଦିଆଅଇସି । 20 କାଇକେ ବଇଲେ ତମେ ନିଜେ କାଇଟା କଇବାକେ ନ ପଡେ । ବାବା ପର୍ମେସର୍ ସୁକଲ୍ ଆତ୍ମାଇ ତମର୍ ଟଣ୍ଡେଅନି କାତା କଇସି ।” 21 ଲକ୍ମନ୍ ନିଜର୍ ବାଇକେ ମରନର୍ ଡଣ୍ଡ୍ ବଗ୍ବାକେ ଦାରାଇଦେବାଇ । ବାବା ମିସା ନିଜର୍ ପିଲାମନ୍କେ ସେନ୍ତାରି କର୍ସି । ପିଲା ଟକିମନ୍ ବାବାମାଆର୍ ବିରଦେ ଉଟି ସେମନ୍କେ ମରାଇବାଇ । 22 ମକେ ବିସ୍ବାସ୍ କଲାର୍ ଲାଗି ତମ୍କେ ସବୁ ଲକ୍ ଗିନ୍ କର୍ବାଇ । ମାତର୍ ଜନ୍ ଲକ୍ ସାରାସାରି ଜାକ ସାଆସ୍ ଦାରି ରଇସି, ସେ ମୁକ୍ତି ପାଇସି । 23 ଗଟେକ୍ ନଅରେ ଦୁକ୍ କସ୍ଟ ଦେଲେ, ତମେ ଆରି ଗଟେକ୍ ନଅରେ ଉଟି ପାଲାଆ । ମୁଇ ତମ୍କେ ସତ୍କାତା କଇଲିନି, ତମେ ଇସ୍ରାଏଲ୍ ଦେସେ ରଇବା ସବୁ ଗଡେ ବୁଲି ନ ସାର୍ତେ, ନର୍ପିଲା ମୁଇ ଆରି ତରେକ୍ ବାଉଡି ଆସିରଇବି । 24 “କନ୍ ସିସ୍ ମିସା ଗୁରୁର୍ ତେଇଅନି ବଡ୍ ନଏଁ । ଗତିଦାଙ୍ଗ୍ଡା ସାଉକାରର୍ତେଇଅନି ବଡ୍ ନଏଁ । 25 ସିସ୍ ତାର୍ ଗୁରୁର୍ ପାରା ଆରି ଗତିଦାଙ୍ଗ୍ଡା ନିଜର୍ ସାଉକାର୍ ପାରା ଅଇଲେ ସେମନ୍ ସାର୍ଦା ଅଇବାର୍ ଆଚେ । ଗଟେକ୍ ଗରର୍ ମୁକିଆ ମକେ, ବାଲ୍ଜିବୁଲ୍ ବଲି ଡାକ୍ଲାଇନି ବଇଲେ, ଗରର୍ ଆରି ଅଦେକ୍ ଲକ୍ମନ୍କେ ବାଇଦରେ ଅଦିକ୍ କାରାପ୍ ନାଉଁ ଦାରି ଡାକ୍ବାଇ ।” 26 “ସେଟାର୍ପାଇ ଲକ୍ମନ୍କେ ଡରାନାଇ । ଜନ୍ ବିସଇ କି ଲୁଚ୍ତେ ଆଚେ, ସେଟା କେବେ ନଇଲେ କେବେ ଡିସ୍ସି ଆରି ସବୁ ଲୁଚ୍ଲା କାତାମନ୍ ଜାନା ପଡ୍ସି । 27 ଜନ୍ଟା ମୁଇ ତମ୍କେ ଆନ୍ଦାର୍ ବେଲାଇ କଇଲିନି ସେଟା ତମେ ଉଜ୍ଲେ କୁଆ, ଆରି ଜନ୍ଟା ଲୁଚ୍ତେ ସୁନିଆଚାସ୍ ସେଟା ଗରର୍ ଚାଉନି ଉପ୍ରେ ଟିଆଅଇ କୁଆ । 28 ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା । 29 ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍, ମାତର୍ ତମର୍ ବାବା ପର୍ମେସର୍ ନାଜାନ୍ତେ ସେ ଚଡଇମନର୍ତେଇଅନି ଗଟେକ୍ ମିସା ନ ମରତ୍ । 30 ଆରି ପର୍ମେସର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ଗଟେକ୍ କରି ଏଜିଆଚେ । 31 ଡରାନାଇ, ବେସି ଚେଟିଆ ଚଡଇମନର୍ ତେଇ ଅନି ତମର୍ ଦାମ୍ ଅଦିକ୍ ।” 32 “ଜେ ମକେ ସବୁର୍ ମୁଆଟେ ‘ମର୍ ଲକ୍’ ବଲି ନାମ୍ସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ସେମନ୍କେ ‘ମର୍ ଲକ୍’ ବଲି କଇବି । 33 ମାତର୍ ଜନ୍ ଲକ୍ ମକେ ସବୁର୍ ମୁଆଟେ ‘ତାକେ ନାଜାନି’ ବଲି କଇସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ‘ତାକେ ନାଜାନି’ ବଲି କଇବି ।” 34 “ମୁଇ ଏ ଦୁନିଆଇ ସାନ୍ତି ଦେବାର୍ ଆସିଆଚି ବଲି ତମେ ବାବା ନାଇ । ନାଇ, ସାନ୍ତି ଦେବାକେ ଆସି ନାଇ, କାଣ୍ଡା ଦେବାକେ ଆଇଲିଆଚି । 35 ମର୍ ଲାଗି ପିଲା ବାବାକେ ବିରଦ୍ କର୍ସି, ଟକି ଆୟାକେ ବିରଦ୍ କର୍ସି ଆରି ବୁଆରି ସାତ୍ରିର୍ ବିରଦେ ଉଟ୍ସି । 36 ନିଜର୍ ଗରର୍ ଲକ୍ମନ୍ସେ ନିଜର୍ ସତ୍ରୁ ଅଇବାଇ ।” 37 “କେମିସା ଜଦି ନିଜର୍ ମାବାବାକେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । ଆରି ଜନ୍ ଲକ୍ ମକେ ଆଲାଦ୍ କର୍ବାଟାନେ ଅନି ନିଜର୍ ପିଲାଟକିକେ ଅଦିକ୍ ଆଲାଦ୍ କର୍ସି ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ । 38 ଜନ୍ ଲକ୍ ନିଜର୍ କୁରୁସ୍ ବଇ ମର୍ ସଙ୍ଗ୍ ନ ଆସେ ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ । 39 ଜନ୍ଲକ୍ ନିଜର୍ ଜିବନ୍ ରକିଆ କର୍ବାକେ ଚେସ୍ଟା କର୍ସି ବଇଲେ ସେ ସେଟା ଆରାଇସି । ମାତର୍ ଜେ ମର୍ ଲାଗି ତାର୍ ଜିବନ୍ ଆରାଇସି ବଇଲେ, ସେ ସତଇସେ ସେଟା ରକିଆ କର୍ସି ।” 40 “ଜନ୍ ଲକ୍ ତମ୍କେ ଡାକିନେଇସି, ସେ ମର୍ପାଇ ସେଟା କଲାନି । ଆରି ଜନ୍ ଲକ୍ ମକେ ଡାକିନେଇସି ସେ ମକେ ପାଟାଇଲା ବାବା ପରମେସରର୍ ପାଇ ସେଟା କଲାନି । 41 ଜେ ମିସା ଗଟେକ୍ ବବିସତ୍ବକ୍ତାକେ ‘ପର୍ମେସରର୍ କାତା ସୁନାଉ’ ବଲି ଡାକ୍ସି, ବବିସତ୍ବକ୍ତାକେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି । ଆରି ଜେ ଦରମ୍ ଲକ୍କେ ଗରେ ଡାକ୍ସି, ଦରମ୍ ଲକ୍କେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି । 42 ଆରି ଜନ୍ ଲକ୍ ମର୍ ପଚେ ପଚେ ଆଇବା ମୁକିଅ ନଇଲା ଗଟେକ୍ ସାନ୍ ସିସ୍କେ, ଗିଲ୍ସେକ୍ ପାନି ଦେଇସି, ସେ ମର୍ ସିସ୍ । ସେ ପୁରୁସ୍କାର୍ ପାଇସି ଆକା ।”