Hebrews 10 (SNT)
1 ମସାର୍ ନିୟମ୍ ଅବ୍କା ଗଟେକ୍ ବାନା ପାରା ରଇଲା । ଜନ୍ ନିକ ଆସିର୍ବାଦ୍ କିରିସ୍ଟ ଆମ୍କେ ଦେଇସି, ସେ ଆସିର୍ବାଦର୍ ଗୁନ୍ଚଲନ୍ ତେଇ ଡିସ୍ତେରଇଲା । ମାତର୍ ସେଟା ଆସିର୍ବାଦର୍ ସମାନ୍ ନଏଁ । ତେବର୍ପାଇ ନିୟମ୍ ମାଙ୍ଗ୍ଲା ଇସାବେ, ସେମନ୍ ସବୁ ବର୍ସେ ବଲି ସର୍ପାଇ ଅଇତେରଇଲାଇ । ମାତର୍ ସେ ସବୁ ବଲି ସରପ୍ବାଟା ପର୍ମେସର୍ଟାନେ ଆଇବା ଲକ୍ମନ୍କେ ସିଦ୍ କରିନାପାର୍ଲା । 2 ସେନ୍ତାରି ଜନ୍ ଲକ୍ମନ୍ ପର୍ମେସର୍କେ ଉପାସନା କର୍ତେରଇଲାଇ, ଜଦି ସେମନ୍ ତାକର୍ ପାପେ ଅନି ସୁକଲ୍ ଅଇତାଇ, ତେବେ ସେମନ୍କେ ତାକର୍ ପାପ୍ ଦସି ନ କରାଇତା । ଆରି ସବୁ ବଲିଦେବାଟା ସାରିଜାଇତା । 3 ମାତର୍ ସବୁ ବରସେ ସେ ସମାନ୍ ବେଲାଇ ବଲି ସର୍ପିଦେବାଟା କର୍ବାକେ ପଡ୍ଲା । ସେମନର୍ ପାପ୍ ରଇଗାଲା ଆଚେ ବଲି ସେମନ୍ ତେଇଅନି ଜାନ୍ଲାଇ । 4 କାଇକେବଇଲେ ବଲଦ୍ମନର୍ ଆରି ଚେଲିମନର୍ ବନି କେବେ ମିସା ଆମର୍ ପାପ୍ ଦାରି ନ ନେଏ । 5 ଆମେ ଜାନିଆଚୁ ଜେ, କିରିସ୍ଟ ଏ ଜଗତେ ରଇଲାବେଲେ ସେ ତାର୍ ବାବା ପର୍ମେସର୍କେ କଇ ରଇଲା,ବଲି ଆରି ସର୍ପିଦେବାଟା ତୁଇ ମନ୍ କରୁସ୍ ନାଇ ।ସେଟାର୍ପାଇ ତୁଇ ମର୍ପାଇ ଗଟେକ୍ ଗାଗଡ୍ ତିଆର୍ କଲୁସ୍ । 6 ବେଦିଟାନେ ପଡାଇବା ପସୁମନ୍କେତୁଇ ମନ୍ କରୁସ୍ ନାଇ ।କି ପାପ୍ ଦଇନେବା ବଲି ମିସା ନାଇ । 7 ତାର୍ପଚେ ମୁଇ କଇଲି, ଏ ପରମେସର୍,ମର୍ ବିସଇ ନିୟମ୍ ବଇଟାନେଜେନ୍ତି ଲେକାଅଇଆଚେ,ସେ ଇସାବେ ତୁଇ ମନ୍ କଲାଟାପୁରାପୁରୁନ୍ କର୍ବାକେ ରାଜିଆଚି । 8 ସେ ପର୍ତୁମ୍ କଇଲା, ତମେ ସର୍ପି ଦେବାଟା, କି ବେଦିଟାନେ ପଡାଇବାଟା, କି ପାପ୍ ଦାରିନେବା ପସୁମନର୍ ବନି ମନ୍ କରୁସ୍ ନାଇ । ଏ ସବୁ ବଲି ନିୟମ୍ ଇସାବେ ସର୍ପାଇ ଅଇରଇଲେ ମିସା, ସେ ଏନ୍ତାରି କଇଲା । 9 ତାର୍ ପଚେ ସେ ଆରିତରେକ୍ କଇଲା, ତୁଇ ଜାଇଟା ମନ୍ କଲୁସ୍ନି ସେଟା ସିଦ୍ କର୍ବାକେ ଏ ପର୍ମେସର୍, ମୁଇ ଇତି ଆଚି । ସେନ୍ତାରି ଆଗର୍ପାରା ବଲିଦେବାଟା ପର୍ମେସର୍ ମନାକରି, ତାର୍ ବାଦୁଲେ କିରିସ୍ଟର୍ ବଲି ଟିକ୍ କଲା । 10 କିରିସ୍ଟ ପର୍ମେସରର୍ ମନ୍ କର୍ବାଟା ସାଦନ୍ କଲା । ସେ ତାର୍ ଗାଗଡ୍ ସର୍ପିଦେଇକରି ଏକାତର୍ ସବୁବେଲର୍ପାଇ ଆମର୍ ପାପ୍ ଦଇଦେଲା । 11 ସବୁ ଜିଉଦି ପୁଜାରିମନ୍ ସେ ସମାନ୍ ବଲି ସର୍ପିଦେଇକରି ଦିନ୍କେଦିନ୍ ଟିଆ ଅଇତେରଇଲାଇ । ମାତର୍ ଏ ବଲି ଲକ୍ମନର୍ ପାପ୍ ନେଇ ନାପାର୍ଲା । 12 ମାତର୍ କିରିସ୍ଟ ତରେକ୍ ସେ ନିଜ୍କେ ବଲିଅଇଲା, ସେଟା ଆମର୍ ପାପ୍କେ ଦାରିଗାଲା ଆରି ସେ ସର୍ପାଇ ଅଇଲାଟା ସବୁଦିନର୍ ପାଇ ନିକ । ସେ କରିରଇବା କାମ୍ ସାରାଇଲା ଇସାବେ ଗଟେକ୍ ଚିନ୍ ପାରା, ପର୍ମେସରର୍ ଉଜାବାଟେ ବସ୍ଲା । 13 ସେ ଏବେ ମିସା ତେଇସେ ଜାଗିଆଚେ । ଜନ୍ ବେଲାଇ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ତାର୍ ପାଦେ ଆନ୍ସି । 14 ଗଟେକ୍ ବଲିର୍ଲାଗି ଆମେ ଜେତ୍କିଲକ୍ ପାପେଅନି ଦଇଅଇ ଆଚୁ, ସେ ଆମ୍କେ ସବୁଦିନର୍ ପାଇ ସିଦ୍ କରି ଆଚେ । 15 ସୁକଲ୍ଆତ୍ମା ମିସା ଆମ୍କେ ତାର୍ ସାକି ଦେଇ କଇଲାନି, 16 “ମାପ୍ରୁ କଇଲାନି, ଆଇବା ଦିନ୍ମନ୍କେ,ମୁଇ ଏ ନୁଆଁ ରାଜିନାମା,ସେ ଲକ୍ମନର୍ପାଇ କର୍ବି ।ମୁଇ ମର୍ ନିୟମ୍ ସେମନର୍ ମନେ ସଙ୍ଗଇବି ଆରିଚିନ୍ତା କର୍ବାଟାନେ ଲେକ୍ବି ।” 17 ସେ ଆରି ତରେକ୍ କଇଲା, ତାକର୍ ପାପ୍ ଆରି କାରାପ୍ ଗୁନ୍ ଚଲନ୍ ମୁଇ ପାସ୍ରି ଜିବି । 18 ସେନ୍ତାରି ଏ ସବୁ ବିସଇ କେମା ଅଇଲାର୍ ପାଇ, ତାକର୍ ପାପ୍ ଦାରି ନେବାକେ ବଲି ଆରି ଦେବାକେ ନ ପଡେ । 19 ଏ ମର୍ ବାଇବଇନିମନ୍, ଜିସୁର୍ ମରନର୍ ଲାଗି ଆମେ ଅଦିକ୍ ସୁକଲ୍ ଜାଗାଇ ପୁର୍ବାକେ ଆମ୍କେ ଅଦିକାର୍ ଆଚେ । 20 କାଇକେବଇଲେ, ତାର୍ ଗାଗଡ୍ ସର୍ପି ଅଇଲାକେ ପାର୍ଦାବାଟେ ଆମ୍କେ ନୁଆ ଆରି ଜିବନ୍ ରଇବା ବାଟ୍ ଉଗାଡିଦେଲା ଆଚେ । 21 ଆରି ସେତ୍କିସେ ନଏଁ, ଆମ୍କେ ଏବେ ଗଟେକ୍ ବଡ୍ ପୁଜାରିଆଚେ । ଜେ କି ପରମେସର୍ ଗରର୍ ଅଦିକାରେ ରଇବା ଲକ୍ । 22 ସେଟାର୍ପାଇ ତେବେ ଆସା, ଆମେ ସତଇସେ ମନ୍କରି ଆରି ଡାଟ୍ସଙ୍ଗ୍ ବିସ୍ବାସ୍ କରି ପର୍ମେସରର୍ ଲଗେ ଜୁ । ଆମର୍ ବିବେକ୍ ଆମ୍କେ ଦସ୍ ନ ଦେଲାପାରା କିରିସ୍ଟର୍ ବନିସଙ୍ଗ୍ ଚିଚିଅଇକରି ଦଇଅଇ ରଇବାର୍ ଆଚେ । ଆରି ଆମର୍ ଗାଗଡ୍ ସୁକଲ୍ ପାନିସଙ୍ଗ୍ ଦଇଅଇଲାପାରା ରଇବାର୍ ଆଚେ । 23 ଆମର୍ ଜନ୍ ଆସା ଉଁ, ବଲି ମାନିଆଇଲୁନି, ତାକେ ଡାଁଟ୍ କରୁ । ଆମେ ଅଇସି କି ନଏଁ ଆଲେ, ବଲି ନ ବାବୁ । କାଇକେବଇଲେ ପର୍ମେସର୍ ଜନ୍ ସପତ୍ କଲାଆଚେ, ସେଟା ସେ କର୍ସି ଆକା । 24 ଆସା, ଆମେ ବିନ୍ ଲକ୍ମନ୍କେ ମନ୍ଦେଇ ସେମନ୍କେ ସାଇଜ କରୁ । ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କରି ନିକ କାମ୍ କରୁ । 25 ଜେନ୍ତିକି ଆରି କେତେଲକ୍ କଲାଇନି, ଆମେ ମିସିବିଡି ରଇବା ବିସ୍ବାସି ବାଇବଇନି ମନର୍ ସଙ୍ଗ୍ ରୁଣ୍ଡ୍ବାକେ ଏଲା ନ କରୁ । ତାର୍ ବାଦୁଲେ ଆମର୍ ସଙ୍ଗାରିମନର୍ ବିସ୍ବାସ୍ ଡାଁଟ୍ କରାଉ । ଆମର୍ ମାପ୍ରୁ ଜିସୁ ଆରିତରେକ୍ ଆଇବା ଦିନ୍ ଲଗେ କେଟି ଆଇଲାନି । 26 କିରିସ୍ଟର୍ ବିସଇତେଇ ରଇବା ସତ୍, ଆମେ ଜାନିକରି ପାପ୍କରି ଲାଗିରଇଲେ, ଆମର୍ ପାପ୍ ଦାରିନେବାକେ ଆରି କାଇ ବଲି ନାଇ । 27 ସେନ୍ତାର୍ଆଲେ ପର୍ମେସରର୍ ଜନ୍ ବଡ୍ବିଚାର୍ ଦିନ୍ ଆଇଲାନି, ତେଇ ତାର୍ ବେସି ଡର୍ ଲାଗ୍ବା ବିଚାର୍ନାର୍ପାଇ ଜାଗ୍ବାକେ ପଡ୍ସି । ପରମେସରର୍ ସବୁ ବିରଦିମନ୍କେ କୁରୁପ୍ନାସ୍ କର୍ବା ସେ ବେସି ଲାଗ୍ତେରଇବା ଜଇର୍ ପାଇ ମିସା ଜାଗ୍ବାକେ ପଡ୍ସି । 28 ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକ୍କେ କାଇଟା ଅଇତେରଇଲା ବଲି ବାବିଦେକା । ଦୁଇ କି ତିନ୍ ଲକ୍ ତାର୍ ପାପର୍ ଲାଗି ସାକିଦେଲେ, ସେ କାଇମିସା ଦୟା ନ ପାଇକରି ମର୍ବାକେ ଆଦେସ୍ ଦେଇତେରଇଲାଇ । 29 ମସାର୍ ନିୟମ୍ ନ ମାନ୍ବା ଗଟେକ୍ ଲକର୍ ଦସା ସେନ୍ତାରି ରଇଲେ, ପର୍ମେସରର୍ ପଅକେ ଇନ୍ କର୍ବା ଗଟେକ୍ ଲକର୍ ଦସା କେତେକ୍ ଅଦିକ୍ ନ ରଏ । ଜଦି ତାର୍ ରାଜିନାମାର୍ ବନିକେ କାଇ ମୁଲିଅ ନାଇ ବଲି ଏଲାକରିଦେଲେ, ଏ ବନିର୍ ଲାଗି ସେ ପାପେଅନି ସେ ସୁକଲ୍ ଅଇରଇଲା । ସେନ୍ତାରି କର୍ବା ଲକ୍ ପର୍ମେସରର୍ ଆତ୍ମା ଜେ କି ଜିବନ୍ ଦୁକାଇ ଦୟା ଦେକାଇସି, ତାକେ ମିସା ମନ୍ଦୁକ୍ କରାଇଲାନି । ତାର୍ ଡଣ୍ଡ୍ କେତେକ୍ ଅଦିକ୍ ନ ଅଏ । 30 କାଇକେବଇଲେ ଆମେ ଜାନିଆଚୁ, ପର୍ମେସର୍ କଇଲା, “ବେର୍ ସୁଜାଇବାକେ ମର୍ ଅଦିକାର୍ ଆଚେ । ମୁଇସେ ବାଉଡାଇବି ।” ସେ ଏନ୍ତାରି ମିସା କଇରଇଲା, “ମୁଇସେ ମାପ୍ରୁ ଆରି ମର୍ ଲକ୍ମନ୍କେ ମୁଇ ଆକା ବିଚାର୍ କର୍ବି ।” 31 ଜିବନ୍ ରଇବା ଆରି ସବୁର୍ଟାନେଅନି ବପୁ ରଇବା ପର୍ମେସର୍ ଡଣ୍ଡ୍ ପାଇବାକେ କେତେକ୍ ଡର୍ ଲାଗ୍ସି । 32 ଗାଲା ଦିନ୍ମନ୍କେ ତମେ କେନ୍ତାରି ରଇଲାସ୍, ତମେ ଏତାଇଦେକା । ପର୍ମେସରର୍ ସତ୍ ବିସଇର୍ ପାଇ ତମର୍ ମନ୍ ଉଗାଡି ଅଇଲାକେ, ତମ୍କେ ବେସି ଦୁକ୍ କସ୍ଟ ଅଇଲେମିସା, ସେଟା ସବୁ ମୁର୍ଚି କରି ରଇଲାସ୍ । ଆରିତେଇ ଆରିଜାଆସ୍ ନାଇ । 33 କେତେ କେତେ ତର୍ ତମ୍କେ ସବୁର୍ ମୁଆଟେ ଇଜତ୍ ଜିକ୍ଲାଇ ଆରି କାରାପ୍ ଇସାବେ ଦେକ୍ଲାଇ । କେବେ କେବେ ଜନ୍ ଲକ୍ମନ୍କେ ଦୁକ୍ ଆଇସି, ତାକର୍ ସମାନ୍ ଅଇତେରଇଲାସ୍ । 34 ଆରି ବନ୍ଦି ଗରେ ରଇବା ତମର୍ ସଙ୍ଗାରିମନ୍କେ ଦୟା ଦେକାଇଲାସ୍ । ତମର୍ଟାନେ ଜେତ୍କି ରଇଲାଟା ସେମନ୍ ମାର୍ଦାର୍ କରି ନେଲାବେଲେ, ତମେ ସାର୍ଦାସଙ୍ଗ୍ ମୁର୍ଚି ରଇଲାସ୍ । କାଇକେବଇଲେ, ତମ୍କେ ତାର୍ତେଇଅନି ନିକଟା ଆରି ନ ସାର୍ବା ଦିନ୍ ଜାକ ରଇବା ଦନ୍ସଁପତି ଆଚେ ବଲି ଜାନିରଇଲାସ୍ । 35 ସେଟାର୍ପାଇ ତମର୍ ସାଆସ୍ ଚାଡାନାଇ । ମାତର୍ ସେଟା କର୍ତେରୁଆ । କାଇକେ ବଇଲେ ତମର୍ ଇନାମ୍ ବଡ୍ ରଇସି । 36 ପର୍ମେସରର୍ ମନ୍ କଲାଟା ସାଦନ୍ କର୍ବାକେ ତମେ ମୁର୍ଚିକରି ରଇବାର୍ ଆଚେ ଆରି ସେ କାତା ଦେଇରଇବାଟା ତମେ ମିଲାଇସା । 37 ଜେନ୍ତାରିକି ସାସ୍ତରେ ଲେକା ଅଇଲାଆଚେ,ଚନେକ୍ ଜାଗିରୁଆ,ଜେ ଆଇବାର୍ ଆଚେ, ସେ ଆଇସି ଆକା,ସେ ଅଲ୍ସମ୍ ନ ଅଏ । 38 ମର୍ ଜେତ୍କି ଦରମ୍ ଲକ୍ ଆଚତ୍,ସେମନ୍ ବିସ୍ବାସ୍ କରି ବଁଚ୍ବାଇମାତର୍ ଜେ ଜଦି ପଚ୍କେ ବାଅଡ୍ଲେମୁଇ ତାର୍ଟାନେ ସାର୍ଦା ନ ଅଇ । 39 ମାତର୍ ଆମେ ପର୍ମେସର୍କେ ନ ମାନିକରି ତାର୍ ତେଇଅନି ବେଗ୍ଲି ଜିବା ଲକ୍ ନଉଁ । ମାତର୍ ଆମେ ବିସ୍ବାସ୍ କରି ରକିଆ ପାଇଲା ଲକ୍ମନର୍ ସଙ୍ଗ୍ ଆଚୁ ।