Joel 1 (IRVO)

1 ପଥୂୟେଲଙ୍କ ପୁତ୍ର ଯୋୟେଲଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 2 ହେ ଇସ୍ରାଏଲର ପ୍ରାଚୀନଗଣ, ତୁମ୍ଭେମାନେ ଏହି କଥା ଶୁଣ,ଆଉ ହେ ଦେଶନିବାସୀସକଳ, ତୁମ୍ଭେମାନେ କର୍ଣ୍ଣପାତ କର।ତୁମ୍ଭମାନଙ୍କ ସମୟରେ କିଅବାତୁମ୍ଭମାନଙ୍କର ପୂର୍ବପୁରୁଷଗଣର ସମୟରେ କି ଏହା ଘଟିଅଛି? 3 ତୁମ୍ଭେମାନେ ଆପଣା ଆପଣା ସନ୍ତାନଗଣକୁ ଏହା ଜଣାଅଓ ତୁମ୍ଭମାନଙ୍କର ସନ୍ତାନଗଣ ସେମାନଙ୍କ ସନ୍ତାନଗଣକୁ ଜଣାଉନ୍ତୁ,ଆଉ ସେମାନଙ୍କର ସନ୍ତାନଗଣ ଆସନ୍ତା ପିଢ଼ିଙ୍କୁ ଜଣାଉନ୍ତୁ। 4 ଶୂକ କୀଟ ଯାହା ଛାଡ଼ିଲା, ପଙ୍ଗପାଳ ତାହା ଖାଇଅଛିଓ ପଙ୍ଗପାଳ ଯାହା ଛାଡ଼ିଲା, ପତଙ୍ଗ ତାହା ଖାଇଅଛିଓ ପତଙ୍ଗ ଯାହା ଛାଡ଼ିଲା, ଘୁର୍ଘୁରିଆ ତାହା ଖାଇଅଛି। 5 ହେ ମତୁଆଳାମାନେ, ଜାଗି ଉଠ ଓ ରୋଦନ କର,ହେ ମଦ୍ୟପାୟୀ ସମସ୍ତେ, ମିଷ୍ଟ ଦ୍ରାକ୍ଷାରସ ସକାଶୁ ହାହାକାର କର;କାରଣ ତାହା ତୁମ୍ଭମାନଙ୍କର ମୁଖରୁ ଅନ୍ତର କରାଯାଇଅଛି। 6 ଯେହେତୁ ଆମ୍ଭ ଦେଶ ବିରୁଦ୍ଧରେ ଏକ ଗୋଷ୍ଠୀ ଉଠି ଆସିଅଛି,ସେ ବଳବାନ ଓ ଅସଂଖ୍ୟ; ତାହାର ଦନ୍ତ ସିଂହଦନ୍ତ ତୁଲ୍ୟଓ ତାହାର କଳଦନ୍ତ ଏକ ବୃହତ ସିଂହର କଳଦନ୍ତ ତୁଲ୍ୟ। 7 ସେ ଆମ୍ଭର ଦ୍ରାକ୍ଷାଲତା ଉଜାଡ଼ କରିଅଛିଓ ଆମ୍ଭ ଡିମ୍ବିରି ବୃକ୍ଷର ଛେଲି ଛଡ଼ାଇ ପକାଇଅଛି;ସେ ତାହା ସମ୍ପୂର୍ଣ୍ଣ ଛେଲିଶୂନ୍ୟ କରି ପକାଇ ଦେଇଅଛି;ତହିଁର ଶାଖାସବୁ ଶୁକ୍ଳ କରାଯାଇଅଛି। 8 ଯୌବନକାଳୀନ ସ୍ୱାମୀ ଶୋକରେଚଟବସ୍ତ୍ର ପରିହିତା କନ୍ୟା ତୁଲ୍ୟ ବିଳାପ କର। 9 ସଦାପ୍ରଭୁଙ୍କ ଗୃହରୁ ଭକ୍ଷ୍ୟ ନୈବେଦ୍ୟଓ ପେୟ-ନୈବେଦ୍ୟ ଅନ୍ତର କରାଯାଇଅଛି;ସଦାପ୍ରଭୁଙ୍କର ପରିଚାରକ ଯାଜକଗଣ ଶୋକ କରନ୍ତି। 10 କ୍ଷେତ୍ର ଉଜାଡ଼ ହୋଇଅଛି, ଭୂମି ଶୋକ କରୁଅଛି;କାରଣ ଶସ୍ୟ ଉଜାଡ଼ ହୋଇଅଛି,ନୂତନ ଦ୍ରାକ୍ଷାରସ ଶୁଖି ଯାଇଅଛି; ତୈଳ କ୍ଷୟ ପାଇଅଛି। 11 ହେ କୃଷକଗଣ, ତୁମ୍ଭେମାନେ ଲଜ୍ଜିତ ହୁଅ,ହେ ଦ୍ରାକ୍ଷାକ୍ଷେତ୍ରର ପାଳକଗଣ,ତୁମ୍ଭେମାନେ ଗହମ ଓ ଯବ ବିଷୟରେ ହାହାକାର କର;କାରଣ କ୍ଷେତ୍ରର ଶସ୍ୟ ନଷ୍ଟ ହୋଇଅଛି। 12 ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି ଓ ଡିମ୍ବିରିବୃକ୍ଷ ମ୍ଳାନ ହେଉଅଛି;ଡାଳିମ୍ବ ବୃକ୍ଷ, ମଧ୍ୟ ଖର୍ଜ୍ଜୁର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ,ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି;କାରଣ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଆନନ୍ଦ ଶୁଷ୍କ ହୋଇ ଯାଇଅଛି। 13 ହେ ଯାଜକଗଣ, ତୁମ୍ଭେମାନେ ଚଟବସ୍ତ୍ରରେ କଟି ବାନ୍ଧି ବିଳାପ କର;ହେ ଯଜ୍ଞବେଦିର ପରିଚାରକଗଣ, ତୁମ୍ଭେମାନେ ହାହାକାର କର;ହେ ଆମ୍ଭ ପରମେଶ୍ୱରଙ୍କର ପରିଚାରକଗଣ,ତୁମ୍ଭେମାନେ ଆସ, ଚଟବସ୍ତ୍ର ପିନ୍ଧି ସାରାରାତ୍ରି କ୍ଷେପଣ କର;କାରଣ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ନିବୃତ୍ତ କରାଯାଇଅଛି। 14 ତୁମ୍ଭେମାନେ ପବିତ୍ର ଉପବାସ ନିରୂପଣ କର, ମହାସଭା ଆହ୍ୱାନ କର,ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଗୃହରେପ୍ରାଚୀନଗଣଙ୍କୁ ଓ ଦେଶ ନିବାସୀ ସମସ୍ତଙ୍କୁ ଏକତ୍ର କରିସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର। 15 ହାୟ ହାୟ ସେ ଦିନ! କାରଣ ସଦାପ୍ରଭୁଙ୍କ ଦିନ ସନ୍ନିକଟ,ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ତୁଲ୍ୟ ତାହା ଉପସ୍ଥିତ ହେବ। 16 ଆମ୍ଭମାନଙ୍କ ଦୃଷ୍ଟିରୁ ଖାଦ୍ୟ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହରୁଆନନ୍ଦ ଓ ଉଲ୍ଲାସ କି ଅଲଗା କରାଯାଇ ନାହିଁ? 17 ବିହନସବୁ ଟେଳା ତଳେ ପଚି ଯାଉଅଛି;ଗୋଲାସବୁ ଧ୍ୱଂସିତ, ଶସ୍ୟ ଅମାରସବୁ ଭଗ୍ନ ହୋଇଅଛି;କାରଣ ଶସ୍ୟ ଶୁଷ୍କ ହୋଇଅଛି। 18 ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି!ଚରା ନ ଥିବାରୁ ଗୋରୁପଲ ବ୍ୟାକୁଳ ହେଉଅଛନ୍ତି;ମେଷପଲ ଦଣ୍ଡ ପାଉଅଛନ୍ତି। 19 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି;କାରଣ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛିଓ ଅଗ୍ନିଶିଖା କ୍ଷେତ୍ରର ବୃକ୍ଷସବୁ ଦଗ୍ଧ କରିଅଛି। 20 ହଁ, କ୍ଷେତ୍ରସ୍ଥ ପଶୁସକଳ ତୁମ୍ଭ ନିକଟରେ ଧଇଁସଇଁ ହେଉଅଛନ୍ତି;ଯେହେତୁ ଜଳସ୍ରୋତସବୁ ଶୁଷ୍କ ହୋଇଅଛିଓ ଅଗ୍ନି ପ୍ରାନ୍ତରର ଚରାଣି ସ୍ଥାନସବୁ ଗ୍ରାସ କରିଅଛି।

In Other Versions

Joel 1 in the ANGEFD

Joel 1 in the ANTPNG2D

Joel 1 in the AS21

Joel 1 in the BAGH

Joel 1 in the BBPNG

Joel 1 in the BBT1E

Joel 1 in the BDS

Joel 1 in the BEV

Joel 1 in the BHAD

Joel 1 in the BIB

Joel 1 in the BLPT

Joel 1 in the BNT

Joel 1 in the BNTABOOT

Joel 1 in the BNTLV

Joel 1 in the BOATCB

Joel 1 in the BOATCB2

Joel 1 in the BOBCV

Joel 1 in the BOCNT

Joel 1 in the BOECS

Joel 1 in the BOGWICC

Joel 1 in the BOHCB

Joel 1 in the BOHCV

Joel 1 in the BOHLNT

Joel 1 in the BOHNTLTAL

Joel 1 in the BOICB

Joel 1 in the BOILNTAP

Joel 1 in the BOITCV

Joel 1 in the BOKCV

Joel 1 in the BOKCV2

Joel 1 in the BOKHWOG

Joel 1 in the BOKSSV

Joel 1 in the BOLCB

Joel 1 in the BOLCB2

Joel 1 in the BOMCV

Joel 1 in the BONAV

Joel 1 in the BONCB

Joel 1 in the BONLT

Joel 1 in the BONUT2

Joel 1 in the BOPLNT

Joel 1 in the BOSCB

Joel 1 in the BOSNC

Joel 1 in the BOTLNT

Joel 1 in the BOVCB

Joel 1 in the BOYCB

Joel 1 in the BPBB

Joel 1 in the BPH

Joel 1 in the BSB

Joel 1 in the CCB

Joel 1 in the CUV

Joel 1 in the CUVS

Joel 1 in the DBT

Joel 1 in the DGDNT

Joel 1 in the DHNT

Joel 1 in the DNT

Joel 1 in the ELBE

Joel 1 in the EMTV

Joel 1 in the ESV

Joel 1 in the FBV

Joel 1 in the FEB

Joel 1 in the GGMNT

Joel 1 in the GNT

Joel 1 in the HARY

Joel 1 in the HNT

Joel 1 in the IRVA

Joel 1 in the IRVB

Joel 1 in the IRVG

Joel 1 in the IRVH

Joel 1 in the IRVK

Joel 1 in the IRVM

Joel 1 in the IRVM2

Joel 1 in the IRVP

Joel 1 in the IRVT

Joel 1 in the IRVT2

Joel 1 in the IRVU

Joel 1 in the ISVN

Joel 1 in the JSNT

Joel 1 in the KAPI

Joel 1 in the KBT1ETNIK

Joel 1 in the KBV

Joel 1 in the KJV

Joel 1 in the KNFD

Joel 1 in the LBA

Joel 1 in the LBLA

Joel 1 in the LNT

Joel 1 in the LSV

Joel 1 in the MAAL

Joel 1 in the MBV

Joel 1 in the MBV2

Joel 1 in the MHNT

Joel 1 in the MKNFD

Joel 1 in the MNG

Joel 1 in the MNT

Joel 1 in the MNT2

Joel 1 in the MRS1T

Joel 1 in the NAA

Joel 1 in the NASB

Joel 1 in the NBLA

Joel 1 in the NBS

Joel 1 in the NBVTP

Joel 1 in the NET2

Joel 1 in the NIV11

Joel 1 in the NNT

Joel 1 in the NNT2

Joel 1 in the NNT3

Joel 1 in the PDDPT

Joel 1 in the PFNT

Joel 1 in the RMNT

Joel 1 in the SBIAS

Joel 1 in the SBIBS

Joel 1 in the SBIBS2

Joel 1 in the SBICS

Joel 1 in the SBIDS

Joel 1 in the SBIGS

Joel 1 in the SBIHS

Joel 1 in the SBIIS

Joel 1 in the SBIIS2

Joel 1 in the SBIIS3

Joel 1 in the SBIKS

Joel 1 in the SBIKS2

Joel 1 in the SBIMS

Joel 1 in the SBIOS

Joel 1 in the SBIPS

Joel 1 in the SBISS

Joel 1 in the SBITS

Joel 1 in the SBITS2

Joel 1 in the SBITS3

Joel 1 in the SBITS4

Joel 1 in the SBIUS

Joel 1 in the SBIVS

Joel 1 in the SBT

Joel 1 in the SBT1E

Joel 1 in the SCHL

Joel 1 in the SNT

Joel 1 in the SUSU

Joel 1 in the SUSU2

Joel 1 in the SYNO

Joel 1 in the TBIAOTANT

Joel 1 in the TBT1E

Joel 1 in the TBT1E2

Joel 1 in the TFTIP

Joel 1 in the TFTU

Joel 1 in the TGNTATF3T

Joel 1 in the THAI

Joel 1 in the TNFD

Joel 1 in the TNT

Joel 1 in the TNTIK

Joel 1 in the TNTIL

Joel 1 in the TNTIN

Joel 1 in the TNTIP

Joel 1 in the TNTIZ

Joel 1 in the TOMA

Joel 1 in the TTENT

Joel 1 in the UBG

Joel 1 in the UGV

Joel 1 in the UGV2

Joel 1 in the UGV3

Joel 1 in the VBL

Joel 1 in the VDCC

Joel 1 in the YALU

Joel 1 in the YAPE

Joel 1 in the YBVTP

Joel 1 in the ZBP