Job 33 (IRVO)

1 ଯାହାହେଉ, ବିନୟ କରୁଅଛି, ହେ ଆୟୁବ, ମୋʼ କଥା ଶୁଣଓ ମୋହର ସମସ୍ତ ବାକ୍ୟରେ କର୍ଣ୍ଣପାତ କର। 2 ଏବେ ଦେଖ, ମୁଁ ଆପଣା ମୁଖ ଫିଟାଉଅଛି,ମୋʼ ଜିହ୍ୱା ମୋʼ ମୁଖ ଭିତରେ କଥା କହିଅଛି। 3 ମୋʼ ବାକ୍ୟ ମୋʼ ଅନ୍ତଃକରଣର ସରଳତା ପ୍ରକାଶ କରିବଓ ମୋହର ଓଷ୍ଠାଧର ଯାହା ଜାଣେ, ତାହା ସରଳ ଭାବରେ କହିବ। 4 ପରମେଶ୍ୱରଙ୍କ ଆତ୍ମା ମୋତେ ସୃଷ୍ଟି କରିଅଛନ୍ତିଓ ସର୍ବଶକ୍ତିମାନଙ୍କ ନିଶ୍ୱାସ ମୋତେ ଜୀବନ ଦିଅନ୍ତି। 5 ତୁମ୍ଭେ ପାରିଲେ, ମୋତେ ଉତ୍ତର ଦିଅ,ମୋʼ ସମ୍ମୁଖରେ ଆପଣା ବାକ୍ୟ ସଜାଇ ଠିଆ ହୁଅ। 6 ଦେଖ, ପରମେଶ୍ୱରଙ୍କ ପ୍ରତି ତୁମ୍ଭେ ଯେପରି, ମୁଁ ସେପରି ଅଟେ,ମୁଁ ମଧ୍ୟ ମୃତ୍ତିକାରୁ ନିର୍ମିତ ହୋଇଅଛି। 7 ଦେଖ, ମୋହର ଭୟାନକତା ତୁମ୍ଭକୁ ଭୀତ କରିବ ନାହିଁ,କିଅବା ମୋହର ଭାର ତୁମ୍ଭ ଉପରେ ଭାରୀ ହେବ ନାହିଁ। 8 ନିଶ୍ଚୟ ତୁମ୍ଭେ ମୋହର କର୍ଣ୍ଣଗୋଚରରେ କହିଅଛଓ ମୁଁ ତୁମ୍ଭ ବାକ୍ୟର ରବ ଶୁଣିଅଛି, ଯଥା, 9 ‘ମୁଁ ଶୁଚି, ଅପରାଧରହିତ;ମୁଁ ନିର୍ଦ୍ଦୋଷ, ମଧ୍ୟ ମୋʼ ଠାରେ ଅଧର୍ମ ନାହିଁ; 10 ଦେଖ, ସେ ମୋʼ ଛିଦ୍ର ଅନ୍ଵେଷଣ କରନ୍ତି,ସେ ମୋତେ ଆପଣା ଶତ୍ରୁ ବୋଲି ଗଣନ୍ତି; 11 ସେ ଯନ୍ତାରେ ମୋହର ପାଦ ରଖନ୍ତି,ସେ ମୋହର ସମସ୍ତ ପଥ ନିରୀକ୍ଷଣ କରନ୍ତି।’ 12 ଦେଖ, ମୁଁ ତୁମ୍ଭକୁ ଉତ୍ତର ଦେବି, ଏ ବିଷୟରେ ତୁମ୍ଭେ ଯଥାର୍ଥ ନୁହଁ;କାରଣ ପରମେଶ୍ୱର ମନୁଷ୍ୟ ଅପେକ୍ଷା ମହାନ ଅଟନ୍ତି। 13 ତୁମ୍ଭେ କାହିଁକି ତାହାଙ୍କ ସଙ୍ଗେ ବିବାଦ କରୁଅଛ?ଯେଣୁ ସେ ଆପଣାର କୌଣସି ବିଷୟର କାରଣ ଜଣାନ୍ତି ନାହିଁ। 14 ପରମେଶ୍ୱର ଥରେ କହନ୍ତି,ଦୁଇ ଥର ହିଁ କହନ୍ତି, ତଥାପି ମନୁଷ୍ୟ ତହିଁରେ ମନ ଦିଏ ନାହିଁ; 15 ସ୍ୱପ୍ନରେ, ରାତ୍ରିକାଳୀନ ଦର୍ଶନରେ;ମନୁଷ୍ୟମାନେ ଘୋର ନିଦ୍ରାରେ ମଗ୍ନ ହେବା ବେଳେ,ଶଯ୍ୟାରେ ଘୁମାଇବା ବେଳେ, 16 ସେ ମନୁଷ୍ୟମାନଙ୍କର କର୍ଣ୍ଣ ମୁକ୍ତ କରନ୍ତିଓ ସେମାନଙ୍କର ଶିକ୍ଷା ମୋହରାଙ୍କିତ କରନ୍ତି, 17 ତଦ୍ଦ୍ୱାରା ସେ ମନୁଷ୍ୟକୁ ତାହାର ସଂକଳ୍ପରୁ ନିବୃତ୍ତ କରନ୍ତିଓ ମନୁଷ୍ୟଠାରୁ ଅହଙ୍କାର ଗୁପ୍ତ କରନ୍ତି। 18 ସେ ତାହାର ପ୍ରାଣକୁ ଗର୍ତ୍ତରୁଓ ତାହାର ଜୀବନକୁ ଖଡ୍ଗାଘାତରୁ ଅଟକାଇ ରଖନ୍ତି। 19 ମଧ୍ୟ ସେ ଆପଣା ଶଯ୍ୟାରେ ବ୍ୟଥା ଦ୍ୱାରାଓ ଆପଣା ଅସ୍ଥି ମଧ୍ୟରେ ନିରନ୍ତର ଯୁଦ୍ଧ ଦ୍ୱାରା ଶାସ୍ତି ପାଏ; 20 ତେଣୁ ତାହାର ଜୀବନ ଆହାରକୁଓ ତାହାର ପ୍ରାଣ ସୁସ୍ୱାଦୁ ଭକ୍ଷ୍ୟକୁ ଘୃଣା କରେ। 21 ତାହାର ମାଂସ କ୍ଷୟ ପାଇ ଅଦୃଶ୍ୟ ହୁଏଓ ତାହାର ଅଦୃଶ୍ୟ ଥିବା ଅସ୍ଥିସବୁ ଦେଖାଯାଏ। 22 ଆହୁରି, ତାହାର ପ୍ରାଣ ଗର୍ତ୍ତରଓ ତାହାର ଜୀବନ ସଂହାର କର ସନ୍ନିକଟ ହୁଏ। 23 ଯଦି ମନୁଷ୍ୟକୁ ତାହାର କର୍ତ୍ତବ୍ୟତା ଦେଖାଇବା ପାଇଁତାହା ସଙ୍ଗେ ଜଣେ ଦୂତ,ସହସ୍ର ମଧ୍ୟରୁ ଜଣେ ଅର୍ଥକାରକ ଥାଏ; 24 ତେବେ ସେ ତାହାକୁ କୃପା କରି କହିବେ,‘ଗର୍ତ୍ତଗମନରୁ ତାହାକୁ ଉଦ୍ଧାର କର,ମୁଁ ପ୍ରାୟଶ୍ଚିତ୍ତ ପାଇଅଛି। 25 ତାହାର ମାଂସ ବାଳକର ମାଂସ ଅପେକ୍ଷା ସତେଜ ହେବ;ସେ ଆପଣା ଯୌବନ ଦିନ ପୁନର୍ବାର ପାଇବ;’ 26 ସେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ଓ ସେ ତାହା ପ୍ରତି ପ୍ରସନ୍ନ ହୁଅନ୍ତି;ତେଣୁ ସେ ଆନନ୍ଦରେ ତାହାଙ୍କ ମୁଖ ଦର୍ଶନ କରେ;ଆଉ, ସେ ମନୁଷ୍ୟକୁ ତାହାର ଧାର୍ମିକତା ପୁନର୍ବାର ଦିଅନ୍ତି। 27 ସେ ମନୁଷ୍ୟମାନଙ୍କ ସାକ୍ଷାତରେ ଗାନ କରି କହେ,‘ମୁଁ ପାପ କରିଅଛି ଓ ନ୍ୟାୟର ବିପରୀତ କରିଅଛିଓ ତାହା ମୋହର ଲାଭଜନକ ହୋଇ ନାହିଁ। 28 ସେ ମୋହର ପ୍ରାଣକୁ ଗର୍ତ୍ତଗମନରୁ ମୁକ୍ତ କରିଅଛନ୍ତିଓ ମୋହର ଜୀବନ ଆଲୁଅ ଦେଖିବ।’ 29 ଦେଖ, ମନୁଷ୍ୟ ଯେପରି ଜୀବିତ ଲୋକଙ୍କ ଦୀପ୍ତିରେ ଦୀପ୍ତିମାନ ହେବ,ଏଥିପାଇଁ ଗର୍ତ୍ତରୁ ତାହାର ପ୍ରାଣ ଫେରାଇ ଆଣିବାକୁ, 30 ପରମେଶ୍ୱର ତାହା ସହିତ ଦୁଇ ଥର, ମଧ୍ୟ ତିନି ଥରଏହିସବୁ ବ୍ୟବହାର କରନ୍ତି। 31 ହେ ଆୟୁବ, ମନୋଯୋଗ କରି ମୋʼ କଥା ଶୁଣ;ତୁମ୍ଭେ ନୀରବ ହୁଅ, ମୁଁ କଥା କହିବି। 32 ତୁମ୍ଭର କହିବାର କୌଣସି ବିଷୟ ଥିଲେ, ମୋତେ ଉତ୍ତର ଦିଅ;କୁହ, କାରଣ ତୁମ୍ଭକୁ ନିର୍ଦ୍ଦୋଷ କରିବାକୁ ମୋର ଇଚ୍ଛା। 33 ନୋହିଲେ ମୋʼ କଥା ଶୁଣ;ନୀରବ ହୁଅ, ଆଉ ମୁଁ ତୁମ୍ଭକୁ ଜ୍ଞାନ ଶିଖାଇବି।”

In Other Versions

Job 33 in the ANGEFD

Job 33 in the ANTPNG2D

Job 33 in the AS21

Job 33 in the BAGH

Job 33 in the BBPNG

Job 33 in the BBT1E

Job 33 in the BDS

Job 33 in the BEV

Job 33 in the BHAD

Job 33 in the BIB

Job 33 in the BLPT

Job 33 in the BNT

Job 33 in the BNTABOOT

Job 33 in the BNTLV

Job 33 in the BOATCB

Job 33 in the BOATCB2

Job 33 in the BOBCV

Job 33 in the BOCNT

Job 33 in the BOECS

Job 33 in the BOGWICC

Job 33 in the BOHCB

Job 33 in the BOHCV

Job 33 in the BOHLNT

Job 33 in the BOHNTLTAL

Job 33 in the BOICB

Job 33 in the BOILNTAP

Job 33 in the BOITCV

Job 33 in the BOKCV

Job 33 in the BOKCV2

Job 33 in the BOKHWOG

Job 33 in the BOKSSV

Job 33 in the BOLCB

Job 33 in the BOLCB2

Job 33 in the BOMCV

Job 33 in the BONAV

Job 33 in the BONCB

Job 33 in the BONLT

Job 33 in the BONUT2

Job 33 in the BOPLNT

Job 33 in the BOSCB

Job 33 in the BOSNC

Job 33 in the BOTLNT

Job 33 in the BOVCB

Job 33 in the BOYCB

Job 33 in the BPBB

Job 33 in the BPH

Job 33 in the BSB

Job 33 in the CCB

Job 33 in the CUV

Job 33 in the CUVS

Job 33 in the DBT

Job 33 in the DGDNT

Job 33 in the DHNT

Job 33 in the DNT

Job 33 in the ELBE

Job 33 in the EMTV

Job 33 in the ESV

Job 33 in the FBV

Job 33 in the FEB

Job 33 in the GGMNT

Job 33 in the GNT

Job 33 in the HARY

Job 33 in the HNT

Job 33 in the IRVA

Job 33 in the IRVB

Job 33 in the IRVG

Job 33 in the IRVH

Job 33 in the IRVK

Job 33 in the IRVM

Job 33 in the IRVM2

Job 33 in the IRVP

Job 33 in the IRVT

Job 33 in the IRVT2

Job 33 in the IRVU

Job 33 in the ISVN

Job 33 in the JSNT

Job 33 in the KAPI

Job 33 in the KBT1ETNIK

Job 33 in the KBV

Job 33 in the KJV

Job 33 in the KNFD

Job 33 in the LBA

Job 33 in the LBLA

Job 33 in the LNT

Job 33 in the LSV

Job 33 in the MAAL

Job 33 in the MBV

Job 33 in the MBV2

Job 33 in the MHNT

Job 33 in the MKNFD

Job 33 in the MNG

Job 33 in the MNT

Job 33 in the MNT2

Job 33 in the MRS1T

Job 33 in the NAA

Job 33 in the NASB

Job 33 in the NBLA

Job 33 in the NBS

Job 33 in the NBVTP

Job 33 in the NET2

Job 33 in the NIV11

Job 33 in the NNT

Job 33 in the NNT2

Job 33 in the NNT3

Job 33 in the PDDPT

Job 33 in the PFNT

Job 33 in the RMNT

Job 33 in the SBIAS

Job 33 in the SBIBS

Job 33 in the SBIBS2

Job 33 in the SBICS

Job 33 in the SBIDS

Job 33 in the SBIGS

Job 33 in the SBIHS

Job 33 in the SBIIS

Job 33 in the SBIIS2

Job 33 in the SBIIS3

Job 33 in the SBIKS

Job 33 in the SBIKS2

Job 33 in the SBIMS

Job 33 in the SBIOS

Job 33 in the SBIPS

Job 33 in the SBISS

Job 33 in the SBITS

Job 33 in the SBITS2

Job 33 in the SBITS3

Job 33 in the SBITS4

Job 33 in the SBIUS

Job 33 in the SBIVS

Job 33 in the SBT

Job 33 in the SBT1E

Job 33 in the SCHL

Job 33 in the SNT

Job 33 in the SUSU

Job 33 in the SUSU2

Job 33 in the SYNO

Job 33 in the TBIAOTANT

Job 33 in the TBT1E

Job 33 in the TBT1E2

Job 33 in the TFTIP

Job 33 in the TFTU

Job 33 in the TGNTATF3T

Job 33 in the THAI

Job 33 in the TNFD

Job 33 in the TNT

Job 33 in the TNTIK

Job 33 in the TNTIL

Job 33 in the TNTIN

Job 33 in the TNTIP

Job 33 in the TNTIZ

Job 33 in the TOMA

Job 33 in the TTENT

Job 33 in the UBG

Job 33 in the UGV

Job 33 in the UGV2

Job 33 in the UGV3

Job 33 in the VBL

Job 33 in the VDCC

Job 33 in the YALU

Job 33 in the YAPE

Job 33 in the YBVTP

Job 33 in the ZBP